ଜନଜାତୀୟ ଗୌରବ ଦିବସ ପାଳିତ , ଭୂମିହୀନଙ୍କୁ ପଟ୍ଟା ବଣ୍ଟନ କଲେ ମନ୍ତ୍ରୀ
ସୁକିନ୍ଦା:ସୁକିନ୍ଦା ଠାରେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନନ୍ୟ ବିପ୍ଳବୀ ତଥା ବିଶିଷ୍ଟ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମଜୟନ୍ତୀ ଅବସରରେ ୧୫ ନଭେମ୍ବର୨୦୨୪ ଦିବସକୁ ଜନଜାତୀୟ ଗୌରବ ଦିବସ ରୂପେ ପାଳନ କରାଯାଇଛି । ଏହି ଅବସରରେ ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା ଦେଶର ସମସ୍ତ ଅନୁସୂଚିତ ଜନଜାତି ବହୁଳ ଗ୍ରାମ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମ ସଭାମାନ ଆୟୋଜନ କରାଯାଇଛି । ସ୍ୱତନ୍ତ୍ର ଗ୍ରାମସଭା ବୈଠକରେ ପେସା, ଜଙ୍ଗଲ ଅଧିକାର ଆଇନ ପଞ୍ଚାୟତ ବିକାଶସୂଚୀ ଆଦି ବିଷୟରେ ଜନ ସାଧାରଣଙ୍କୁ ପ୍ରଶିକ୍ଷଣ ମାଧ୍ୟମରେ ସଚେତନ କରାଯିବ । ଏହି ଅବସରରେ ଓଡ଼ିଶାର ସମବାୟ,ବୟନଶିଳ୍ପ, ହସ୍ତଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ ସହିଦ ବିର୍ସା ମୁଣ୍ଡାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ୱାଧୀନତା ସଂଗ୍ରାମରେ ମହାନ ବିପ୍ଳବୀ ବିର୍ସା ମୁଣ୍ଡାଙ୍କର ସଂଗ୍ରାମର ବିରତ୍ୱ କାହାଣୀ ସମ୍ପର୍କରେ ମନ୍ତ୍ରୀ ଅବଗତ କରାଇଥିଲେ । ଜିଲାପାଳ ପି. ଅନ୍ୱେଷା ରେଡ୍ଡୀ, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ଜିଲା କଲ୍ୟାଣ ଅଧିକାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମନ୍ତ୍ରୀ ବଳସାମନ୍ତ୧୩ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ଓ ପିଏମ ଜନମନ ଯୋଜନାରେ ୧୦ଜଣଙ୍କୁ ଆଧାର କାର୍ଡ ବଣ୍ଟନ କରିଥିଲେ । ଧରତୀ ଆବା ଜନଜାତୀୟଗ୍ରାମ ଉକôର୍ଷ ଯୋଜନାରେ ଓଡ଼ିଶାରେ ୨୭ ଟି ଜିଲ୍ଲାର ୭୬୬୭ଟି ଗ୍ରାମକୁ ଏହି ଅଭିଯାନରେ ଅନ୍ତର୍ଭୁକ୍ତ କରାଯାଇଛି । ଉତ୍ସବରେ ବନ୍ଧଗାଁ ଆଶ୍ରମ ସ୍କୁଲ୍ର ଛାତ୍ରଛାତ୍ରୀ ଆମ ଘର ଶିଶୁ ଯନô ଅନୁଷ୍ଠାନର ଅନ୍ତେବାସୀଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଅବସରରେ ସ୍ୱାସ୍ଥ୍ୟ ଶିବିର, ଆଧାର କ୍ୟାମ୍ପ, କୃଷି, ପ୍ରାଣୀ ସଂପଦ, ପେନସନ, ରାସନ୍ କାର୍ଡ, ମିଶନ ଆଶ୍ରାର ବାଉଁଶ କାରୁକାର୍ଯ୍ୟ, ଆଦିବାସୀ ମହିଳା ସ୍ୱୟଂ ସହାୟକ ଦଳଙ୍କ ଦ୍ୱାରା ପ୍ରସ୍ତୁତ ବଢ଼ି, ଆଚାର, ଅନ୍ୟାନ୍ୟ ସାମଗ୍ରୀ ଭଳି ୧୧ଟି ପ୍ରଦର୍ଶନୀ ଷ୍ଟଲ୍ଖୋଲା ଯାଇଥିଲା । ସୁକିନ୍ଦା ଗୋଷ୍ଠୀ ଉନ୍ନୟନ ଅଧିକାରୀଅଭିଷେକ ସ୍ୱାଇଁ, ତହସିଲଦାର ମାନସ ରଂଜନ ତ୍ରିପାଠୀ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ ।