ବିରଜା କ୍ଷେତ୍ର: ଏକ ଐତିହାସିକ ଆକଳନ

ଡ. ଅରବିନ୍ଦ ବୋଷ : ଯାଜପୁରର ବିରଜା କ୍ଷେତ୍ର କେଉଁ ଆବହମାନ କାଳରୁ ନିଜର ଗୌରବମୟ ଇତିହାସକୁ ବହନ କରି ଚାଲିଛି । ଏହାର ଆଦ୍ୟ ଇତିହାସ ଏବଂ ସଂସ୍କୃତି ଖ୍ରୀଷ୍ଟପୂର୍ବ ଯୁଗର ବୋଲି ପ୍ରମାଣିତ ହୋଇଛି । ପ୍ରାଚୀନ ଭାରତୀୟ ସାହିତ୍ୟରେ ମଧ୍ୟ ଏହାର ଉଲ୍ଲେଖ ଅଛି, ଯାହା ଏହାର ପ୍ରାଚୀନତାକୁ ଦର୍ଶାଏ । ମହାଭାରତର ବନପର୍ବରେ ଋଷି ପୁଲସ୍ତ୍ୟ ଏହି ବିରଜା କ୍ଷେତ୍ରକୁ ଉଲ୍ଲେଖ କରି ମତ ଦେଇଛନ୍ତି ଯେ ଏହି ତୀର୍ଥରେ ମଣିଷର ସକଳ ପାପ କ୍ଷାଳନ ହୁଏ ।   । ସ୍କନ୍ଧ ପୁରାଣ (ଉକôଳ ଖଣ୍ଡ) ଅନୁସାରେ ଏହି ବିରଜା କ୍ଷେତ୍ର ସମସ୍ତ ରଜୋଗୁଣକୁ ଧୋଇ ପକାଉଥିବାରୁ ଏହାର ନାମ ବିରଜା କ୍ଷେତ୍ର ହୋଇଛି  । କେତେକ ତନ୍ତ୍ର ଗ୍ରନ୍ଥ ଅନୁସାରେ ଦକ୍ଷ ଯଜ୍ଞ ସମୟରେ ମାତା ସତୀଙ୍କ ନାଭି ଏହି ଉକôଳସ୍ଥ ବିରଜା କ୍ଷେତ୍ରରେ ପଡ଼ିଥିଲା ଏବଂ ନାଭି ଦେଶରେ ନାରୀମାନେ ପିନ୍ଧୁଥିବା ଓଡ଼ିଆଣୀ ବା କଟିସୂତ୍ର ଅନୁସାରେ ଏହି ପୀଠର ନାମ ଓଡ୍ଡିୟାଣ ପୀଠ ହୋଇଛି ଏବଂ ଏହି ପ୍ରଦେଶର ନାମ ଓଡ୍ର ଦେଶ ହୋଇଛି ।
ଏହି କ୍ଷେତ୍ର ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀ ପୂର୍ବବର୍ତ୍ତୀ ସମୟ ଠାରୁ ଚତୁର୍ଥ ଖ୍ରୀଷ୍ଟାବ୍ଦ ଯାଏଁ କଳିଙ୍ଗର ଅନ୍ତର୍ଭୁକ୍ତ ଥିଲା । ଏହି ସମୟ କଳିଙ୍ଗ, ମେଦିନାପୁର ଏବଂ ଗଞ୍ଜାମ ରାଜାଙ୍କର ଶାସନାଧୀନ ଥିଲା । ଭଦ୍ରକରୁ ମିଳିଥିବା ତୃତୀୟ ଶତାବ୍ଦୀ ସମୟର ଶିଳାଲେଖରୁ ଜଣାଯାଏ ଯେ ପରବର୍ତ୍ତୀ ସମୟରେ ଏହି ଅଞ୍ଚଳ ରାଜା ସୁରଶର୍ମାଙ୍କ ଦ୍ୱାରା ଶାସିତ ହେଉଥିଲା ।' ବିରଜା କ୍ଷେତ୍ର ମାହାତ୍ମ୍ୟ ' ରେ ବର୍ଣ୍ଣିତ ଅଛି, ଏହି କ୍ଷେତ୍ରର ଅଗ୍ରପୂଜ୍ୟ ଦେବାଦେବୀଙ୍କ ମଧ୍ୟରେ ଦେବୀ ବିରଜା ଓ ବରାହ ଦେବତା ଅଟନ୍ତି । ମାତ୍ର ପ୍ରନôତାତ୍ତ୍ୱିକ ଗବେଷଣାରୁ ପ୍ରମାଣ ମିଳେ ଯେ କଳସ ପୁରର ଦେବୀ ବିରଜାଙ୍କ ମୂର୍ତ୍ତି ହିଁ ସର୍ବ ପ୍ରଥମେ ଆବିଷ୍କୃତ ହୋଇଛି ।
ମୂର୍ତ୍ତି ଶାସ୍ତ୍ର ଅନୁଯାୟୀ ଅନୁଧ୍ୟାନ କଲେ ଦେବୀ ବିରଜାଙ୍କ ମୂର୍ତ୍ତି ଚତୁର୍ଥ ଖ୍ରୀଷ୍ଟାବ୍ଦର ବୋଲି ଜଣା ଯାଏ । ଦେବୀ ଏଠାରେ ଦୁଇଭୁଜା ବିଶିଷ୍ଟ ମହିଷମର୍ଦ୍ଦିନୀ ରୂପରେ ଅବିର୍ଭୂତା । ତାଙ୍କୁ ମହିଷ ଉପରେ ଦଣ୍ଡାୟମାନ ହୋଇ ଶୂଳ ବିଦ୍ଧ କରୁଥିବାର ଦେଖାଯାଏ । ଦେବୀଙ୍କର ମୁକୁଟରେ ଗଣପତି, ଯୋନି, ଲିଙ୍ଗ ଓ ନାଗରାଜ ଓ ଅର୍ଦ୍ଧଚନ୍ଦ୍ର ଖୋଦେଇ ରହିଛି । ଦେବୀଙ୍କର ବାହନ ସିଂହ ଏଠାରେ ଦେଖିବାକୁ ମିଳେ ନାହିଁ ।
ବ୍ରହ୍ମଯାମଳ ତନ୍ତ୍ର ଅନ୍ତର୍ଗତ ଆଦ୍ୟା ସ୍ତୋତ୍ର ଅନୁସାରେ:
“ରାମେଶ୍ୱରୀ ସେତୁବନ୍ଧ? ବିମଳା ପୁରୁଷୋତ୍ତମେ
ବିରଜା ଓଡ୍ର ଦେଶେ ଚ କାମାଖ୍ୟା ନୀଳ ପର୍ବତେ ।”
ଅର୍ଥାତ୍ ସେତୁବନ୍ଧରେ ଦେବୀ ରାମେଶ୍ୱରୀ, ପୁରୁଷୋତ୍ତମ କ୍ଷେତ୍ରରେ ମାଆ, ଓଡ୍ର (ଓଡିଶା) ଦେଶରେ ସେ ଦେବୀ ବିରଜା, ଓ ନୀଳପର୍ବତରେ ଦେବୀ କାମାକ୍ଷା ରୂପରେ ବିଦିତା । ପୁନଶ୍ଚ ତନ୍ତ୍ର ଚୂଡାମଣି ଅନୁସାରେ  ଦକ୍ଷ ଯଜ୍ଞ ସମୟରେ ସ୍ୱାମୀଙ୍କର ନିନ୍ଦା  ସହ୍ୟ କରି ନପାରି ସତୀଙ୍କ ଆତ୍ମହୂତି ପରେ ଶିବ ସତୀଙ୍କ ଦଗ୍ଧ ଶରୀରକୁ ଧରି ତାଣ୍ଡବ ରଚନା କରି ଥିଲେ । ମାତାଙ୍କ ଶରୀରର ଛିନ୍ନ ହୋଇ ଭୂପତିତ ହୋଇଥିଲା ଏବଂ ସେହି ସ୍ଥାନମାନେ ଶକ୍ତି ପୀଠରେ ପରିବର୍ତ୍ତିତ ହେଲେ ।ଉକôଳ ଦେଶରେ ହିଁ ସତୀଙ୍କ ନାଭି ପତିତ ହୋଇଥିଲା  ।
“ଉକôଳେ ନାଭିଦେଶଶ୍ଚ ବିରଜା କ୍ଷେତ୍ରମୁଚ୍ୟତେ
 ବିରଜା ଭୈରବୀ ୟତ୍ର ଯଜ୍ଞକୋଳସ୍ତୁ ଭୈରବ ।”
ଆଦି ଶଙ୍କର କୃତ ଶକ୍ତିପୀଠ ସ୍ତବରେ ଭାଗବତ୍ପାଦ ବର୍ଣ୍ଣନା କରିଛନ୍ତି:
“ଉଜ୍ଜୟିନ୍ୟା ମହାକାଳୀ ପୀଠିକାୟମ୍ ପୁରୁହୁତିକା
ଓଡ୍ଡ୍ୟାଣେ ଗିରିଜା ଦେବୀ ମାଣିକ୍ୟ ଦକ୍ଷବାଟିକେ ।”
ଏଠାରେ ବର୍ଣ୍ଣିତ ଗିରିଜା ଦେବୀ  ନିଃସନେ୍ଦହରେ ଆଜିକାର ବିରଜା ଦେବୀ ଏହା ବର୍ତ୍ତମାନର ମନ୍ଦିର ତ୍ରୟୋଦଶ ଶତାବ୍ଦୀର ହେଲେ ହେଁ ଏହି ପୀଠଟି ଗୁପ୍ତ ଯୁଗର ବୋଲି ଅନେକ ଗବେଷକ ମତ ଦେଇଥାନ୍ତି  । ଭାରତର ପ୍ରମୁଖ୍ୟ ଚାରୋଟି ତନ୍ତ୍ରପୀଠ ମଧ୍ୟରେ ବିରଜା ମନ୍ଦିର ଅନ୍ୟତମ  । ସେଗୁଡିକ ହେଉଛି, କାମଗିରି ବା କାମାକ୍ଷା, ଜଳନ୍ଧର, ଓଡ୍ଡୀୟାନ ବା ଉକôଳ ଏବଂ ପୂର୍ଣ୍ଣଗିରି  । ମା’ ବିମଳା ଓ ମା’ ବିରଜା ଏକ ଅଭିନ୍ନ ଶକ୍ତି ଭାବେ କଥିତ ହୁଅନ୍ତି, ବିରଜା ମନ୍ଦିରଠାରୁ ପୁରୁଷୋତ୍ତମ ଜଗନ୍ନାଥ କ୍ଷେତ୍ର ଯାଏଁ ସ୍ଥାନ ବିରଜମଣ୍ଡଳ ଭାବରେ ଜ୍ଞାତ ।  ଗବେଷକ ଶ୍ରୀ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ମତରେ ଦେବୀ ବିରଜା ଗୁପ୍ତ ଯୁଗରୁ ପୂଜିତା ହେଉଛନ୍ତି । ଦେବୀଙ୍କର ଭୂଜା ବ୍ୟତୀତ ସମ୍ପୂର୍ଣ୍ଣ ଆକୃତିଟି ଭୁମରା ସ୍ଥିତ ଗୁପ୍ତ ଯୁଗୀୟ ପ୍ରତିକୃତି ସହ ସମାନ । ଏହା ମଧ୍ୟ ଅନୁମେୟ ଯେ ଦେବୀ ବିରଜାଙ୍କ ମୂର୍ତ୍ତି ଗୁପ୍ତ ଯୁଗ ପୂର୍ବବର୍ତ୍ତୀ ସମୟର ହୋଇଥାଇପାରେ ।
ବିରଜାନଗର ସମ୍ବନ୍ଧରେ ଆହୁରି ଅନେକ ଐତିହାସିକ ତଥ୍ୟ ମିଳେ । ପାରଳାଖେମୁଣ୍ଡି ଓ ସୋରରୁ ମିଳିଥିବା ଷଷ୍ଠ ଶତାବ୍ଦୀର ତାମ୍ରଲେଖରୁ ଏହା ଜଣାଯାଏ । ଭୌମକର ଏବଂ ସୋମବଂଶୀ ରାଜା ମାନଙ୍କ ସମୟରେ ଏହି କ୍ଷେତ୍ର ପ୍ରମୁଖ ରାଜନୈତିକ କେନ୍ଦ୍ର ଥିବାର ପ୍ରମାଣ ମିଳେ । ମାତ୍ର ଏହାର ପ୍ରାଚୀନ ଇତିହାସ ଏବେ ମଧ୍ୟ ସ୍ପଷ୍ଟ ନୁହେଁ । ଇତିହାସ ରେ ଏହି କ୍ଷେତ୍ରର ସଠିକ୍ ପ୍ରତିଷ୍ଠା କିମ୍ୱା ବିରଜାଙ୍କ ମୂର୍ତ୍ତିର ସଠିକ୍ ସ୍ଥାପନ ସମୟ ଉଲ୍ଲେଖ ନାହିଁ । ଏଣୁ ଏହାର ପ୍ରାଚୀନତାକୁ ଖ୍ରୀଷ୍ଟପୂର୍ବ ଶତାବ୍ଦୀର ବୋଲି ବିଚାର କରାଯାଏ ।
ବ୍ରହ୍ମ ପୁରାଣ ଓ ବାମନ ପୁରାଣ ଅନୁସାରେ ବିରଜା କ୍ଷେତ୍ରର ମହାତ୍ମ୍ୟ ରହିଛି । ବାମନ ପୁରାଣ ଅନୁସାରେ ବ୍ରହ୍ମା ପାଞ୍ଚଗୋଟି ସ୍ଥାନରେ ଅଶ୍ୱମେଧ ଯଜ୍ଞ କରିଥିଲେ  । ସେଥିମଧ୍ୟରୁ ଉତ୍ତର ବେଦୀ କୁରୁକ୍ଷେତ୍ର(ହରିୟାଣା), ପଶ୍ଚିମ ବେଦୀ ପୁଷ୍କର(ରାଜସ୍ଥାନ), ଦକ୍ଷିଣ ବେଦୀ ବିରଜା ମଣ୍ଡଳ(ଉକôଳସ୍ଥ), ପୁର୍ବ ବେଦୀ ଗୟା(ବିହାର), ମଧ୍ୟ ବା ଅନ୍ତର ବେଦୀ ପ୍ରୟାଗ (ଆଲ୍ଲାବାଦ)ଠାରେ ଅବସ୍ଥିତ  । ଆହୁରି ମଧ୍ୟ ବାୟୁ ପୁରାଣ ଅନୁସାରେ ବିଷ୍ଣୁ ଭଗବାନ ଗୟାସୁରକୁ ପାଦତଳେ ସ୍ଥାପିବା ବେଳେ ତାହାର ନାଭି ବିରଜା ମଣ୍ଡଳରେ ପଡ଼ିଥିଲା ଏବଂ ପାଦ ଆନ୍ଧ୍ର ପ୍ରଦେଶର ପିଠାପୁରମ୍ ସ୍ଥାନରେ ପଡ଼ିଥିଲା  । ଏବେ ବିରଜା ମନ୍ଦିର ପରିସର ମଧ୍ୟରେ ନାଭି ଗୟା କୂପ ଅଛି, ଯେଉଁଠାରେ ପୁତ୍ରମାନେ ସେମାନଙ୍କ ଦିବଙ୍ଗତ ପିତୃପୁରୁଷଙ୍କ ଉଦେ୍ଦଶ୍ୟରେ ଶ୍ରାଦ୍ଧ ପିଣ୍ଡଦାନ କରିଥାନ୍ତି  ।
ଦେବୀ ବିରଜାଙ୍କ ମନ୍ଦିରରେ ପ୍ରତ୍ୟହ ପୂଜା ଉପଚାର ନିଷ୍ଠାର ସହିତ ପାଳନ ହୁଏ । ପ୍ରାତଃ କାଳରୁ ରାତ୍ର ୧୦ ଘଟିକା ଯାଏ ଏହା ଚାଲେ । ପ୍ରତ୍ୟହ ଦେବୀ ଷୋଡଶ ଉପଚାରରେ ସକାଳ, ମଧ୍ୟାହ୍ନ ଏବଂ ସାୟଂ କାଳରେ ପୂଜିତା ହୁଅନ୍ତି  । ଦେବୀଙ୍କ ସମସ୍ତ ଉସôବ ମଧ୍ୟରେ ଶାରଦୀୟ ଦୁର୍ଗାପୂଜାର ଷୋଡଶ ଦିନାତ୍ମକ ରହସ୍ୟ ଦୁର୍ଗା ପୂଜା ମହତ୍ତ୍ୱପୂର୍ଣ୍ଣ  । ବିରଜାଙ୍କ ଶାକ୍ତ ରଥଯାତ୍ରା  ମଧ୍ୟ ପ୍ରସିଦ୍ଧ  । ଏହା ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀରୁ ଆରମ୍ଭ ହୋଇ ଶୁକ୍ଲପକ୍ଷ ଦଶମୀ ପର୍ଯ୍ୟନ୍ତ ଚାଲେ  । ଏହି ସମୟରେ ପୂଜାର ନିର୍ଘଣ୍ଟ ଅର୍ଦ୍ଧରାତ୍ର ସମୟ  । ଏହି ପୂଜାକୁ ମହାନିଶା ପୂଜା କୁହାଯାଏ  ।  ଦିନବେଳେ ଦେବୀ ସିଂହଧ୍ୱଜ ରଥରେ ବସି ରଥଯାତ୍ରା କରନ୍ତି  । ଦେବୀ ବିରଜା ଉକôଳ ଶ୍ରୌତ ବ୍ରାହ୍ମଣ ମାନଙ୍କଦ୍ୱାରା ମହିଷମର୍ଦ୍ଦିନୀ ଏବଂ ବନଦୁର୍ଗା ରୂପରେ ପୂଜା ପାନ୍ତି  । ମାଆଙ୍କ ଅନ୍ୟାନ୍ୟ ପୂଜା ଉପଚାର ମଧ୍ୟରେ ପ୍ରଥାମାଷ୍ଟମୀ, ରଜ ସଂକ୍ରାନ୍ତି, କୁମାର ପୂର୍ଣ୍ଣିମା ଓ ସାବିତ୍ରୀ ଅମାବାସ୍ୟା ମଧ୍ୟ ବିଧି ମତେ ପାଳିତ ହୁଏ । ମାଘ ଅମାବାସ୍ୟାକୁ  ଦେବୀ ବିରଜାଙ୍କ ଜନ୍ମୋସôବ ରୂପେ  ବହୁ ଆନନ୍ଦ ଉଲ୍ଲାସ ସହକାରେ ପାଳନ କରାଯାଇ ଥାଏ  । ବିରଜା କ୍ଷେତ୍ରର ମହିମା କେବଳ ପୌରାଣିକ ଆଖ୍ୟାନ ନୁହେଁ ବରଂ ଇତିହାସର ଏକ ଅଭିନ୍ନ ଅଙ୍ଗ । ଏହି ଶକ୍ତି କେନ୍ଦ୍ର ଓଡ଼ିଆ ଅସ୍ମିତାର ଏକ ପ୍ରମୁଖ ବାର୍ତ୍ତାବହ  ।
ବିଭାଗୀୟ ମୁଖ୍ୟ, ଇତିହାସ ବିଭାଗ
ବ୍ୟାସନଗର ସ୍ୱଂୟ ଶାସିତ ମହାବିଦ୍ୟାଳୟ, ଯାଜପୁର ରୋଡ
ମୋ: ୬୩୭୦୧୪୧୭୬୩