ଆଜୀବନ କଏଦୀଙ୍କ ପାଇଁ ବରଦାନ ସାଜିଛି ସଜା ସମୀକ୍ଷା କିମଟି


 ।ା ଜିତେନ୍ଦ୍ର ସାହୁ ।ା ଭୁବନେଶ୍ୱର, ୨୦.୬ : ଆଜୀବନ କଏଦୀଙ୍କ ପାଇଁ ବରଦାନ ସାଜିଛି ସଜା ସମୀକ୍ଷା କମିଟି । ଏହି କମିଟି ଦ୍ୱାରା ୩ ବର୍ଷରେ ୪୦୭ କଏଦୀ ଜେଲ୍ରୁ ମୁକ୍ତ ପାଇଁ ସୁପାରିସ୍ କରିଛି । ଜାତୀୟ ମାନବିକ ଅଧିକାର କମିଶନଙ୍କ ନିଦେ୍ର୍ଦଶାବଳି ଭିତ୍ତିରେ ଓଡିଶା ସରକାର ଆଜୀବନ ସଜା ଭୋଗୁଥିବା ଦୋଷୀ ବନ୍ଦୀ ମାନଙ୍କୁ ଜେଲରୁ ଖଲାସ କରିବା ପାଇଁ ଏକ ନୀତି କରିଛନ୍ତି । ସେହି ନୀତି ଅନୁସାରେ ଗୁରୁତର ଅପରାଧରେ ଦୋଷୀ ସବ୍ୟସ୍ତ ହୋଇଥିବା ବନ୍ଦୀ ଛୁଟି ସହ କୋଡିଏ ବର୍ଷ ପର୍ଯ୍ୟନ୍ତ ଜେଲରେ ରହିଥିଲେ ତାଙ୍କର ସଜା କୋହଳ ପାଇଁ ସରକାରଙ୍କ ଦ୍ୱାରା ଗଠିତ ସଜା କୋହଳ କମିଟି ବିଚାର କରିବେ । କୌଣସି ପରିସ୍ଥିତିରେ ଜଣେ ସର୍ବାଧିକ ପଚିଶ ବର୍ଷ ଜେଲରେ ରହିବେ ନାହିଁ ବୋଲି ଏହି ନୀତିରେ ରହିଛି  । ଏହି ନୀତି ଥିବା ବେଳେ ଆମ ରାଜ୍ୟରେ ବହୁତ ବନ୍ଦୀ ପଚିଶ ବର୍ଷ ଜେଲରେ ରହିଥିବା ନେଇ ସୂଚନା ଅଧିକାର ଆଇନ ଅନୁସାରେ ତଥ୍ୟ ମିଳିଛି ।    ମିଳିଥିବା ତଥ୍ୟ ଅନୁସାରେ,୨୦୧୯- ୨୦୨୩ ସୁଦ୍ଧା କୋଡିଏ ବର୍ଷ ସଜା ଭୋଗିଥିବା ୩୦ ଜଣଙ୍କୁ ଖଲାସ ପାଇଁ ଏହି କମିଟି ସରକାରଙ୍କୁ ସୁପାରିଶ କରିଛି । ୨୧ ବର୍ଷ ଜେଲରେ ଥିବା ଦୋଷୀ ବନ୍ଦୀଙ୍କ ଭିତରୁ ୨୨ ଜଣ, ୨୨ ବର୍ଷ ସଜା ଭୋଗି ସାରିଥିବା ଜଣେ, ୨୩ ବର୍ଷ ଜେଲରେ ଥିବା ୧୪ ଜଣ, ୨୪ ବର୍ଷ ଜେଲ ଜୀବନ ବିତ୍ତାଇଥିବା ୯ ଜଣ ଓ ୨୫ ବର୍ଷ ଜେଲରେ ଥିବା ୧୨ ଜଣ ବନ୍ଦୀକୁ ଖଲାସ ପାଇଁ ରାଜ୍ୟ ଦଣ୍ଡ କୋହଳ କମିଟି ପକ୍ଷରୁ ସରକାରଙ୍କୁ ସୁପାରିଶ କରାଯାଇଛି । ୨୭ ବର୍ଷ ବନ୍ଦୀ ଥିବା ୫ ଜଣ,୨ ୮ ବର୍ଷ ବନ୍ଦଇଥିବା ୪ ଜଣ, ୨୯ ବର୍ଷ ବନ୍ଦୀ ଥିବା ଜଣେ, ୩୦ ବର୍ଷ ବନ୍ଦୀ ଥିବା ୪ ଜଣ,  ୩୪ ବର୍ଷ ବନ୍ଦୀ ଥିବା ଜଣେ, ୩୫ ବର୍ଷ ବନ୍ଦୀ ଥିବା ଜଣେ ଏବଂ ୩୬ ବର୍ଷ ବନ୍ଦୀ ଥିବା ଜଣେ ବନ୍ଦୀଙ୍କୁ ଖଲାସ ପାଇଁ କମିଟି ପକ୍ଷରୁ ସୁପାରିଶ କରାଯାଇଛି ।
 ଉଲେଖଯୋଗ୍ୟ ଯେ, ୩୫ ବର୍ଷ ଜେଲ ଭୋଗିଥିବା ଜଣେ କଏଦୀଙ୍କୁ ଖଲାସ ପାଇଁ କମିଟି ସୁପାରିଶ କରିଥିଲା । ଏହାପରେ ସେ ଖଲାସ ହୋଇଥିବା ସୂଚନା ମିଳିଛି । ଏଭଳି ଏକ ସମ୍ୱେଦନଶୀଳ ଓ ସାମ୍ୱିଧାନିକ ପ୍ରସଙ୍ଗକୁ କେତେ ହାଲୁକା ଭାବେ ନିଆଯାଉଛି ତାହାର ଏହା ଏକ ନମୁନା ବିଭିନ୍ନ ଜେଲ୍ରେ ଦେଖିବାକୁ ମିଳୁଛି । ଚୌଦ୍ୱାର ସର୍କଲ ଜେଲରେ ଜଣେ ବନ୍ଦୀ ୨୭ ବର୍ଷ ଧରି ରହିଥିଲେ ମଧ୍ୟ ସେ ଦୁଇଟି ହତ୍ୟାକାଣ୍ଡ ସହ ଜଡିତ ବୋଲି ତାଙ୍କୁ ଖଲାସ କରିବା ପାଇଁ ଏହି କମିଟି ସୁପାରିଶ କରିନାହିଁ । ସେହିପରି ଓଡିଶା ମାନବିକ ଅଧିକାର କମିଶନ ପକ୍ଷରୁ ୬ ଜଣ ବନ୍ଦୀଙ୍କ ମୁକ୍ତି ପାଇଁ ସୁପାରିକ୍ କରିଛି । ଏହି ବିଷୟକୁ ବୈଷୟିକ କାରଣ ଦେଖେଇ ଏହି କମିଟି ବିଚାରକୁ ନେଇ ନଥିଲେ । ୧୯୯୭ ମସିହାରେ ଅଗରପଡା କଲେଜରେ ପାଠ ପଢ଼ୁଥିବା ବେଳେ ଗୋପାଳ ଦାସ ଏକ ହତ୍ୟାକାଣ୍ଡ ସହ ଜଡିତ ହୋଇ ସଜା ପାଇ ସେହି ଦିନଠାରୁ ଜେଲରେ ଅଛନ୍ତି । ତାଙ୍କୁ ଖଲାସ କରିବା ବିଷୟ ବିଚାର ପାଇଁ କମିଶନଙ୍କ ସୁପାରିଶକୁ ମଧ୍ୟ ଏଡେଇ ଦିଆଯାଇଛି । ଗୃହ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ଏଥିରେ ଅଧ୍ୟକ୍ଷଙ୍କ ସମେତ ସମୁଦାୟ ୬ ଜଣ ସଦସ୍ୟ “ତିନି ମାସରେ ଅନୁ୍ୟନ ଥରେ ଏହି କମିଟି ବସିବା ପାଇଁ ନୀତି ନିର୍ଦେଶ ରହିଛି  । କିନ୍ତୁ ଏହି ଅବଧି ମଧ୍ୟରେ ସମୁଦାୟ କମିଟିର ୧୦ଥର ବୈଠକ ଅନୁଷ୍ଠିତ ହୋଇଥିବା ସୂଚନା ଅଧିକାର ତଥ୍ୟରୁ ଜଣାପଡ଼ିଛି ।