ହାଇକୋର୍ଟ ଗଲେ ଦିଲ୍ଲୀପ ରାୟ
DillipRay
ଭୁବନେଶ୍ୱର : ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକଙ୍କ ବିରୋଧରେ ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟ ହାଇକୋର୍ଟ ଯାଇଛନ୍ତି । ନିର୍ବାଚନୀ ସତ୍ୟପାଠରେ ଶାରଦା ଭୁଲ ତଥ୍ୟ ଦେଇଥିବା ନେଇ ସେ ଦର୍ଶାଇଛନ୍ତି ।
ଦିଲ୍ଲୀପ ଦର୍ଶାଇଛନ୍ତିଯେ, ଅପରାଧିକ ପୃଷ୍ଠଭୂମି, ସମ୍ପତ୍ତି ବିବରଣୀ ଆଦି ନେଇ ଶାରଦା ସତ୍ୟପାଠରେ ଭୁଲ ତଥ୍ୟ ଦେଇଛନ୍ତି । ସେହିପରି ସେ ଅସମ୍ପୂର୍ଣ୍ଣ ତଥ୍ୟ ମଧ୍ୟ ଦେଇଛନ୍ତି । ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିଲେ ନିର୍ବାଚନ ଅସିଦ୍ଧ ହେବାନେଇ ନିୟମ ରହିଛି । ତେଣୁ ତାଙ୍କ ସଭ୍ୟ ପଦ ଅସିଦ୍ଧ କରିବାକୁ ସେ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି । ଗତ ନିର୍ବାଚନରେ ଦିଲ୍ଲୀପ ଶେଷ ମୁହୂର୍ତ୍ତରେ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ । ରାଉରକେଲାରେ କଡ଼ା ଲଢେ଼ଇ ହୋଇଥିବାବେଳେ ଦିଲ୍ଲୀପ ପରାସ୍ତ ହୋଇଥିଲେ ।