ବିମାନ ବନ୍ଦରରୁ ୮୦ କେଜି ସୁନା ଓ ଦେଢ଼ କୁ୍ୟଣ୍ଟାଲ ରୂପା ଜବତ

ବିମାନ ବନ୍ଦରରୁ ୮୦ କେଜି ସୁନା ଓ ଦେଢ଼ କୁ୍ୟଣ୍ଟାଲ ରୂପା ଜବତ
ବିମାନ ବନ୍ଦରରୁ ୮୦ କେଜି ସୁନା ଓ ଦେଢ଼ କୁ୍ୟଣ୍ଟାଲ ରୂପା ଜବତ

  • ଭୁବନେଶ୍ୱର,୨୬ ।୮ : ଦୁବାଇରୁ ଲଗାତାର ଭାବେ ବିଭିନ୍ନ ବିମାନରେ ରାଜଧାନୀକୁ ହେଉଛି ଚୋରା ସୁନା ଚାଲାଣ । ଚୋରା ବେପାରୀ ମାନେ ବିଭିନ୍ନ ତରିକା ଆପଣାଇ କଷ୍ଟମ ବିଭାଗକୁ ଚକମା ଦେଇ ଲକ୍ଷ ଲକ୍ଷ ଟଙ୍କାର ସୁନା ଚାଲାଣକ୍ରିଥାନ୍ତି । ହେଲେ ସବୁ ଭୁବନେଶ୍ୱର ବିମାନ ବନ୍ଦରରେ ଧରା ପଡ଼ିଥାନ୍ତି । ସେହିଭଳି ଆଜି ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିକଟରୁ ଏଟିଏମ୍କୁ ଟଙ୍କା ବୁହାଉଥିବା ଦୁଇଟି କଣ୍ଟେନରୁ ଜବତ ହୋଇଛି ୮୦ କେଜି ସୁନା ଓ ଦେଢ଼ କୁ୍ୟଣ୍ଟାଲ ରୂପା ଅଳଙ୍କାର । ଜବତ କଲା ପୁଲିସ ଓ ସିଟି ଜିଏସଟି ବିଭାଗ । ଏସବୁ ସୁନା ବିମାନ ଯୋଗେ ଭୁବନେଶ୍ୱରକୁ ଆସିଥିଲା । ତେବେ ବିମାନ ଯୋଗେ ଏତେ ପରିମାଣର ସୁନା ଓ ରୂପା ଭୁବନେଶ୍ୱରରୁ କିଏ ଓ କାହିଁକି ଆସିଥିଲା ତାହାର ଖୋଳତାଡ଼ କରୁଛି ଉଭୟ ପୁଲିସ ଓ ସିଟି ଜିଏସଟି ବିଭାଗ ।
     ସିଟି ଜିଏସଟିର ଯୁଗ୍ମ ନିଦେ୍ର୍ଦଶକ ଅଜୟ କୁମାର କହିଛନ୍ତି, ଆମେ ସକାଳୁ ବିଶ୍ୱସ୍ତ ସୂଚତ୍ରରୁ ଖବର ପାଇଲୁ ଯେ ଏକ ବିମାନରେ ଚୋରା ସୁନା ଭୁବନେଶ୍ୱରକୁ ଆସୁଛି । ହୁଏତ ଏହା ଭୁବନେଶ୍ୱରକୁ ଡେଲିଭରି ହୋଇପାରେ ନହେଲେ କଟକ କିମ୍ବା ଆଖପାଖ ଅଞ୍ଚଳକୁ କରାଯାଇପାରେ । ସେହି ସୂଚନା ଆଧାରରେ ଆମ ଦୁଇଟି ଏଟିଏମକୁ ଟଙ୍କା ବୁହାଉଥିବା ୨ଟି କଣ୍ଟେନରକୁ ଟ୍ରାକ କରାଯାଇ ଏକ ଗାଡିରୁ ୮୦ କେଜି ସୁନା ଓ ଅନ୍ୟ ଗାଡିରୁ ଦେଢ଼ କୁଣ୍ଟାଲ ରୂପା ଜବତ କରାଯାଇଥିଲା । ପରେ ଦୁଇ ଗାଡିକୁ ଜବତ କରାଯାଇ ତଦନ୍ତ ଚାଲିଛି । ସୁନା ଓ ରୂପାର ବିଲ ଚେକିଂ କରାଯାଉଛି । ଏନେଇ ପୁଲିସକୁ ଖବର ଦିଆଯାଇଛି, ଉଭୟ ମିଳିତ ଭାବେ ତଦନ୍ତ ଚଳାଇଛନ୍ତି । ଯଦି ସଠିକ ତଥ୍ୟ ନଥାଏ ତାହାହେଲେ ଆଇନ ଅନୁସାରେ, ଯେଉଁ ଫାଇନ ବ୍ୟବସ୍ଥା ଅଛି ଆମେ ଆଦାୟ କରିବୁ ପରେ ଗାଡି ଛାଡିବୁ । ପୂର୍ବରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ କୋଟି କୋଟି ଟଙ୍କାର ଚୋରା ସୁନା ଜବତ କରିଛି କଷ୍ଟମ ବିଭାଗ ।