ଆପାର୍ଟମେଣ୍ଟରୁ ମହିଳାଙ୍କୁ ଅପହରଣ କରି ୧ କୋଟି ଦାବି
ଭୁବନେଶ୍ୱର, ୨୦ା୬ : ମହିଳାଙ୍କୁ ଅପହରଣ କରି ୧ କୋଟି ଡ଼ିମାଣ୍ଡ୍ । ଘଟଣା ଘଟିଛି ଚନ୍ଦକା ଥାନା ଅଧିନ ଟ୍ରାଇଡେଣ୍ଟ ଗ୍ୟାଲାକ୍ସି ଆପାର୍ଟମେଣ୍ଟରେ । ୩୫ ବର୍ଷିୟ ମହିଳା ଜଣଙ୍କ ବୁଧବାର ଦିନ ଖରାବେଳୁ ସତସଙ୍ଗ ବିହାର ଅଟୋରେ ଯାଇଥିବା ବେଳେ ସେ ଆଉ ଘରକୁ ଫେରିନଥିବାରୁ ଏନେଇ ତାଙ୍କ ବାପା ତାଙ୍କୁ ଅପହରଣ କରାଯାଇ ଥିବା ଥାନାରେ ଅଭିଯୋଗ କରିଛନ୍ତି । ଏହାସହ ଅପହୃତାଙ୍କ ବାପାଙ୍କୁ ଏକ ଅଜଣା ନମ୍ବରରୁ ଫୋନ କଲ ଆସି ତାଙ୍କୁ ୧ କୋଟି ଟଙ୍କା ଦାବି କରାଯାଉଥିବା ମଧ୍ୟ ଚନ୍ଦକା ଥାନାରେ ଦିଆଯାଇଥିବା ଅଭିଯୋଗ ପତ୍ରରେ ଅଭିଯୋଗ ହୋଇଛି । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି । ହେଲେ ପୁଲିସ ତଦନ୍ତ ଚଳାଇଥିବା ବେଳେ ଘଟଣାକୁ ୨୪ ଘଣ୍ଟା ପୁରିଯାଇଥିଲେ ମଧ୍ୟ ମହିଳାଙ୍କ ଟେର ପାଇପାରିନାହିଁ ।
ସୂଚନାଯୋଗ୍ୟଯେ, ଚନ୍ଦକା ଥାନା ଅଧିନ ଟ୍ରାଇଡେଣ୍ଟ ଗ୍ୟାଲାକ୍ସି ଆପାର୍ଟମେଣ୍ଟରେ ଘର କିଣି ପରିବାର ସହ ରୁହନ୍ତି ଅପହରଣ ହୋଇଥିବା ମହିଳା । ବୁଧବାର ଦିନ ଖରାବେଳେ ସେ ଏକ ଅଟୋ ଭଡ଼ା କରି ଭୁବନେଶ୍ୱର ସତସଙ୍ଗ ବିହାରକୁ ଯାଇଥିଲେ । ହେଲେ ପରବର୍ତ୍ତୀ ସମୟରେ ସେ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ଯାହାକୁ ନେଇ ପରିବାର ଲୋକେ ମହିଳାଙ୍କୁ ଫୋନ କଲାବେଳେ ତାଙ୍କ ମୋବାଇଲ ମଧ୍ୟ ବନ୍ଦ ରହିଥିଲା । ତା ପରେ ମହିଳାଙ୍କ ବାପାଙ୍କୁ ଏକ ଅଚିହ୍ନା ନମ୍ବରରୁ କଲ ଆସିଥିଲା । ସେପଟୁ କୁହାଯାଇଥିଲା ତାଙ୍କ ଝିଅକୁ ଅପହରଣ କରାଯାଇଛି । ୧ କୋଟି ଟଙ୍କା ଦେଲେ ତାଙ୍କୁ ଛଡାଯିବ ବୋଲି ଅଭିଯୁକ୍ତ ଧମକ ଦେଇ ପରେ ମୋବାଇଲ ବନ୍ଦ କରିଦେଇଥିଲେ । ଏନେଇ ମାମାଲି (ଛଦ୍ମନାମ)ଙ୍କ ବାପା ଚନ୍ଦକା ଥାନାକୁ ଯାଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ବେଳେ ଘଟଣାକୁ ୨୪ ଘଣ୍ଟା ପୁରିଯାଇଥିବା ବେଳେ ଏବେ ପର୍ଯ୍ୟନ୍ତ ମହିଳାଙ୍କୁ ଅପହରଣକାରୀଙ୍କ ଠାରୁ ତାଙ୍କୁ ଉଦ୍ଧାର କରାଯାିପାରିନାହିଁ । ଅନ୍ୟପଟେ ପୁଲିସ ସନେ୍ଦହ କରୁଛି, ମହିଳାଙ୍କୁ ଅପହରଣ କରାଯାଇଛି ନାଁ ଆଉ କିଛି ରହସ୍ୟ ରହିଛି ତାହା ମହିଳାଙ୍କୁ ଉଦ୍ଧାର ପରେ ଘଟଣା ପଦାକୁ ଆସିବ ବୋଲି ଚନ୍ଦକା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।