ଆମେରିକା ଓ ପାକିସ୍ତାନ ମଧ୍ୟରେ ପ୍ରଭେଦ
ମହାମେଘବାହନ ଐର ଖାରବେଳ ସ୍ୱାଇଁ : ଟ୍ରମ୍ପ ଶାସନ ପାକିସ୍ତାନର ସେନାମୁଖ୍ୟ ଅସିମ ମୁନୀରଙ୍କୁ ୨୫୦ତମ ଆମେରିକାର ସେନା ଦିବସ ୱାସିଂଟନ୍ରେ ପାଳନ ପାଇଁ ଜେନେରାଲ ଅସିମ ମୁନୀରଙ୍କୁ ଡକାହୋଇଛି । ଏହା ଅନେକ ପ୍ରକାର ଅନୁମାନ ସୃଷ୍ଟି କରିଛି । ଯେଉଁ ଅନୁମାନମାନ ଏହା ଭିତରେ ମୁଖ୍ୟ ସେମାନେ ହେଉଛନ୍ତି ଆମେରିକା, ପାକିସ୍ତାନ ସମ୍ପର୍କକୁ ପୁନଃ ସ୍ଥାପନ କରିବା । ପାକିସ୍ତାନର ସମ୍ଭାବ୍ୟ ଆବଶ୍ୟକତା ଟ୍ରମ୍ପ୍ଙ୍କର ନୀତି ସହିତ କାମ କରୁଛି । ସେ ଦୃଷ୍ଟିକୋଣରୁ ଦ୍ୱିପାକ୍ଷିକ ସମ୍ପର୍କ ଅର୍ଥନୈତିକ ଦୃଷ୍ଟିକୋଣରୁ ଘଟିବାକୁ ଯାଉଛି । ଗୋଟିଏ ଆତଙ୍କବାଦ ବିରୋଧୀ ସମ୍ପର୍କ ସହଯୋଗ ଇସଲାମାବାଦ, ରାୱଲପିଣ୍ଡି ଓ ୱାସିଂଟନ୍ ମଧ୍ୟରେ ଘଟିବାକୁ ଯାଉଛି । ଏହାଫଳରେ ଇସଲାମାବାଦ ରାୱଲପିଣ୍ଡି ଓ ୱାସିଂଟନ୍ ମଧ୍ୟରେ ଗୋଟିଏ ସମ୍ପର୍କ ସୃଷ୍ଟିହେଇଛି । ଏ ଧରଣର ଆମେରିକା ପାକିସ୍ତାନ ସମ୍ପର୍କ ଆମେରିକା ଭାରତ ଉପରେ ନିର୍ଭର କରୁଛି । ନୂଆଦିଲ୍ଲୀରେ ଆମେରିକାର ଏ ଧରଣର ପାକିସ୍ତାନ ପ୍ରତି ଦୃଷ୍ଟିଭଂଗୀ ବଡ଼ ଆଶ୍ଚର୍ଯ୍ୟ ସୃଷ୍ଟିକରିଛି । ଏହାଛଡ଼ା ଏହାର ସମୟ ମଧ୍ୟ ଆହୁରି ଆଶ୍ଚର୍ଯ୍ୟଜନକ । ଭାରତର ପାକିସ୍ତାନ ବିରୋଧୀ ଦୃଷ୍ଟିଭଂଗୀ ଦୃଷ୍ଟିରୁ ଓ ପହେଲଗାମ ଆତଙ୍କବାଦୀମାନଙ୍କ ଆକ୍ରମଣ ଦୃଷ୍ଟିରୁ ନାଗରିକମାନଙ୍କ ଉପରେ ଏ ଧରଣର ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳୁଛି । ଏହାଛଡ଼ା ଟ୍ରମ୍ପ୍ଙ୍କର ଭାରତୀୟ ମାନଙ୍କ ମଧ୍ୟରେ ଆବେଦନ ଉଭୟ ଭାରତ ଓ ପ୍ରବାସୀ ଭାରତୀୟମାନଙ୍କ ମଧ୍ୟରେ ଆତଙ୍କବାଦ ବିରୋଧରେ ପ୍ରବଳ ଦୃଷ୍ଟିଭଂଗୀ ଗ୍ରହଣ କରୁଛି । ଟ୍ରମ୍ପ୍ ଯେତେବେଳେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିଥିଲେ ସେ ପାକିସ୍ତାନର ବିରୁଦ୍ଧରେ ୨୦୧୮ରେ ଗୋଟେ ଟ୍ୱିଟ୍ରେ ଅଭିଯୋଗ କରିଥିଲେ ଯେ, ପାକିସ୍ତାନ ମିଥ୍ୟା ଓ ଛଳନାର କଥା କହୁଛି ଯେତେବେଳେ ଆମେରକାଠାରୁ ଶହ ଶହ କୋଟି ଡଲାର ସାହାଯ୍ୟ ପାଉଛି । ପରବର୍ତ୍ତୀ କାଳରେ ସେ ପାକିସ୍ତାନକୁ ୩୦କୋଟି ଡଲାର ସାହାଯ୍ୟ କାଟି ଦେଇଥିଲେ, ଯାହା ଓବାମା ପ୍ରଶାସନ ବେଳେ ପୂର୍ବରୁ ଦିଆଯାଇଥିଲା ଓ ଯେଉଁଥିରେ ଏକ ତୃତୀୟାଂଶ ସାମରିକ ସାହାଯ୍ୟ ଏ ଦେଶକୁ ଦିଆଯାଇଥିଲା ।
ଟ୍ରମ୍ପ୍ଙ୍କର ଦ୍ୱିତୀୟ ପାଳିର ଶାସନ ବେଳେ ତାଙ୍କର ନୂଆ ଦୃଷ୍ଟିଭଂଗୀ ବିଶ୍ୱର ବିଭିନ୍ନ ନେତାଙ୍କ ପ୍ରତି ଦେଖାଦେଇଥିଲା । ଆମେରିକା ରାଷ୍ଟ୍ରପତି ତାଙ୍କର ପୂର୍ବର ଦୃଷ୍ଟିଭଂଗୀରୁ ଓଲଟି ଯାଇଥିଲେ । ପାକିସ୍ତାନ ଏ ଦୃଷ୍ଟିଭଂଗୀରୁ କୌଣସି ଅଲଗା ନଥିଲା । ଫେବ୍ରୁଆରୀ ମାସରେ ଟ୍ରମ୍ପ୍ ଶାସନ ଏହାର ସୀମାରୁ ଏହାର ସାହାଯ୍ୟ କାଟ ନୀତିକୁ ୩୯ କୋଟି ୭୦ ଲକ୍ଷ ଡଲାରରେ ପରିଣତ କରିଥିଲା । ଯାହା ପାକିସ୍ତାନକୁ ସୁରକ୍ଷା ସହଯୋଗ ହିସାବରେ ଦିଆଯାଇଥିଲା । ଏହା ମୁଖ୍ୟତଃ ଲକ୍ଷ୍ୟ କରିଥିଲା ଆମେରିକା ପୃଷ୍ଠପୋଷିତ କାର୍ଯ୍ୟକ୍ରମ ପାଇଁ ଯେଉଁଥିରେ ପାକିସ୍ତାନକୁ ବୈଷୟିକ ସମର୍ଥନ ଦିଆଯିବ । ଏ ଦୃଷ୍ଟିକୋଣରୁ ପାକିସ୍ତାନକୁ ଏଫ୍-୧୬ ଯୁଦ୍ଧବିମାନ ଦିଆଯିବା କଥା ମଧ୍ୟ ସ୍ଥିର ହୋଇଥିଲା । ଯେତେବେଳେ ଏହି ସାହାଯ୍ୟ ପରିଷ୍କାର ଭାବେ କହିଥିଲା ଯେ, ଏହା ଭାରତ ବିରୁଦ୍ଧରେ ବ୍ୟବହୃତ ହେବନାହିଁ । ଏହା ପାକିସ୍ତାନକୁ କୌଣସି ସାହାଯ୍ୟ ଦିଆଯାଇପାରିବ ନାହିଁ । ଏହା ନୀତିଗତ ନିଷ୍ପତ୍ତିର ପରିବର୍ତ୍ତନ କରିବ ନାହିଁ । ଗତ ମାର୍ଚ୍ଚ ମାସରେ ଟ୍ରମ୍ପ୍ ପାକିସ୍ତାନକୁ ଧନ୍ୟବାଦ ଦେଇଥିଲେ ତା’ର ମହମ୍ମଦ ସରିଫ ଉଲାହ ଯିଏକି ଅନେକ ପ୍ରକାର ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିଲା ଏବଂ ଯିଏ ୨୦୨୧ରେ ଏବେ ଗେ, ଅଫଗାନିସ୍ତାନରେ ବୋମା ପକାଇଥିଲା । ଏବେ ଟ୍ରମ୍ପ୍ଙ୍କର ଆକ୍ରମଣ ପାକିସ୍ତାନକୁ ଠିକ୍ ପଦକ୍ଷେପରେ ଭାରତ ସହିତ ଓ ବିଶେଷକରି ଭାରତ ପାକିସ୍ତାନ ସାମରିକ ଆକ୍ରମଣରେ ଗତ ମେ’ ମାସରେ ସମ୍ପୃକ୍ତ କରିଥିଲା । ଏହା ନିଜ ସ୍ୱାର୍ଥ ପାଇଁ ପାକିସ୍ତାନ କରିଥିଲା । ଏହାଛଡ଼ା ଏହି ପରିବର୍ତ୍ତନକୁ ନେଇ ଆମେରିକାର ଜେନେରାଲ ମାଇକେଲ କୁରିଲା ପାକିସ୍ତାନକୁ କହିଛନ୍ତି ଯେ, ତା ସହିତ ଏହି ଦେଶର ଆତଙ୍କବାଦ ବିରୁଦ୍ଧରେ ଗୋଟିଏ ବଡ଼ ସହଯୋଗ ରହିଛି । ସେହିପରି ଭାବରେ ପର୍ଲ ପପୁର୍ ଟ୍ରମ୍ପ୍ଙ୍କର ଆଗାମୀ ଦିନରେ ସହକାରୀ ସମ୍ପାଦକ ଦକ୍ଷିଣ ଓ କେନ୍ଦ୍ରୀୟ ଏସିଆ ପାଇଁ କହିଲେ ଯେ, ଆମେରିକା ଗୋଟିଏ ସୁରକ୍ଷା ସହଯୋଗ କରିବ ଯେଉଁଠି ଏହା ଆମେରିକାର ସ୍ୱାର୍ଥପ୍ରତି ସାହାଯ୍ୟକାରୀ ଅଟେ । ଯେତେବେଳେ ଦ୍ୱିପାକ୍ଷିକ ସହଯୋଗ, ବାଣିଜ୍ୟ ଓ ପୁଞ୍ଜିନିବେଶ ସହଯୋଗ ଚାଲୁ ରହିବ । ମିଳିତ ଭାବରେ କହିବାକୁ ଗଲେ ଏହି ସବୁ ପଦକ୍ଷେପ ପ୍ରମାଣିତ କରୁଛି ଗୋଟିଏ ଉଦେ୍ଦଶ୍ୟମୂଳକ ଓ ସଂଯୁକ୍ତ କୌଶଳ ପାରସ୍ପରିକ ପାକିସ୍ତାନ ସହିତ ସମ୍ପର୍କ ବୃଦ୍ଧି କରିବା ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଆମେରିକା ଓ ପାକିସ୍ତାନ ଦୁହେଁ ଟ୍ରମ୍ପ୍ଙ୍କର ବ୍ୟକ୍ତିଗତ ସମ୍ପର୍କ ଓ ସମ୍ଭାବ୍ୟ ଇଛା ଯାହାକି ଭବିଷ୍ୟତର ଅର୍ଥନୈତିକ ଚୁକ୍ତିକୁ ସୁରକ୍ଷିତ କରିବ ବୋଲି କୁହାଯାଇଛି । ପାକିସ୍ତାନ ପାଇଁ ୱାସିଂଟନ୍ ସହିତ ସମ୍ପର୍କ ବଢ଼ିବାର ମୁଖ୍ୟ କାରଣ ହେଲା ଏହା ହେଉଛି ଏକ ଯୁଦ୍ଧଗତ ଲାଭ । ଯେତେ ସାମୟିକ ହେଲେ ମଧ୍ୟ । ଯେତେ ସମ୍ପର୍କ ଇସଲାମାବାଦ, ରାୱଲପିଣ୍ଡି ଓ ୱାସିଂଟନ୍ ମଧ୍ୟରେ ବଢ଼ିଲେ ମଧ୍ୟ ତାହା ହେଉଛି ରାଜନୈତିକ ପଦକ୍ଷେପ । ଯେଉଁଠି ପୂର୍ବତନ ପ୍ରଧାମନ୍ତ୍ରୀ ଇମ୍ରାନ୍ ଖାଁ ଓ ତାଙ୍କର ପିଟିଆଇ ଦଳର ସମର୍ଥକମାନେ କହିବାରେ ଲାଗିଛନ୍ତି ।
ଇମ୍ରାନ୍ ଖାଁଙ୍କର ଭୂମିକା
ଇମ୍ରାନ ଖାଁ ଆମେରିକା ବିରୁଦ୍ଧରେ ଅଭିଯୋଗ କରିଛନ୍ତି ଯେ, ତାଙ୍କର ସରକାରର ପତନ ପାଇଁ କାମ ଚାଲିବ ଏବଂ ଇମ୍ରାନ୍ ଖାଁ କହିଲେ ଯେ, ସେ କେବେ ହେଲେ ଆମେରିକା ଦାବି ସହିତ ଏକମତ ହେବେ ନାହିଁ ଯାହାଫଳରେ ତାଙ୍କ ଦେଶରେ ଆମେରିକାର ସେନାଘାଟୀମାନ ତିଆରି ହେବ । ଯଦି ଇମ୍ରାନ୍ ଖାଁଙ୍କର ପିଟିଆଇ ଦଳ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଶକ୍ତି ହିସାବରେ ରହେ କୌଣସି ଭବିଷ୍ୟତର ଆମେରିକାର ଅନୁରୋଧ ସାମରିକ ଉପସ୍ଥିତି ପାଇଁ ଘଟିପାରିବ ନାହିଁ ଏପରି କରି ଆତଙ୍କବାଦ ବିରୁଦ୍ଧରେ କାମ କରିବାର ଛଳନା ମଧ୍ୟରେ ତାହା ମଧ୍ୟ କାମ କରିବ ନାହିଁ । ଏହାମଧ୍ୟ ପ୍ରତିବାଦକୁ ସମ୍ମୁଖୀନ ହେବ । ଅନ୍ୟପକ୍ଷରେ ଦେଖିବାକୁ ଗଲେ ଯଦି ଟ୍ରମ୍ପ୍ ତାଙ୍କର ପ୍ରଚେଷ୍ଟାକୁ ଅର୍ଥନୈତିକ ଚୁକ୍ତିରେ ସମ୍ପୃକ୍ତ ହୁଅନ୍ତି ତା ଫଳରେ ରାଜୈନତିକ ତା ହେଲେ ଦେଶରେ ରାଜନୈତିକ ଘଟଣାଗୁଡ଼ିକ ବାରମ୍ବାର ଘଟିବ । ପାକିସ୍ତାନ ବରଂ ଆହୁରି ଅଧିକ ଅସ୍ଥିର ହେବ । ଟ୍ରମ୍ପ୍ଙ୍କର କଡ଼ା ପଦକ୍ଷେପ ତାଙ୍କର ପ୍ରଥମ ଥରର ରାଷ୍ଟ୍ରପତିତ୍ୱ ବେଳେ ଗୋଟିଏ ବାଣିଜ୍ୟ ଯୁଦ୍ଧ ଚୀନ ସାଂଗରେ ଆରମ୍ଭ ହୋଇଥିଲା ଯାହାଫଳରେ ଇରାନ ବିରୁଦ୍ଧରେ ଘଟଣାମାନ ଘଟିଥିଲା । ଯେଉଁଥିରେ ଇରାନର ଜେନେରାଲ କାସିମ ସୁଲେମାନଙ୍କର ହତ୍ୟା ହୋଇଥିଲା । ଏଥିରେ ପାକିସ୍ତାନ ଭଳି ଦେଶମାନେ ପ୍ରୋତ୍ସାହନ ଦେଇଥିଲେ । ଏହା ଏବେ ଏକ ଘଟଣା ପ୍ରମାଣ କରୁଛି ଯେ, ଆମେରିକାର ଆନ୍ତର୍ଜାତିକ ସ୍ୱାର୍ଥକୁ ରକ୍ଷା କରିବ, ମୁଖ୍ୟତଃ ଆମେରିକାର ଅର୍ଥନୈତିକ ସ୍ୱାର୍ଥକୁ ଦେଖିବ ।
ଆମେରିକା-ଚୀନ ଅର୍ଥନୈତିକ ଚୁକ୍ତି
ଆମେରିକା-ଚୀନ ଅର୍ଥନୈତିକ ଚୁକ୍ତି ମୁଖ୍ୟତଃ ଜୁନ୍ ୧୧ରେ ସବୁ କିଛିକୁ ସମାପ୍ତ କରିଥିଲା । ଯାହା ଗତ ଜୁନ୍ ୧୧ରେ ଦେଖାଇଥିଲା ଯେ, ଆମେରିକାର କୂଟନୀତିର ପରିବର୍ତ୍ତନ ହୋଇଛି । ଏହାଫଳରେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୱାସିଂଟନ୍ର ସହଯୋଗୀମାନେ ଏବେ କହିପାରନ୍ତି ଯେ, ୱାସିଂଟନ୍ର ସହଯୋଗ ତା’ର ବନ୍ଧୁମାନଙ୍କ ସହିତ ରହିବ । ଯେତେବେଳେ ଏହି ଦୃଷ୍ଟିଭଂଗୀ ଆମେରିକାର ତ୍ୱରିତ ସ୍ୱାର୍ଥକୁ ରକ୍ଷା କରିବ । ବିଶେଷକରି ଅର୍ଥନୈତିକ ଦୃଷ୍ଟିକୋଣରୁ ଏହା ବିପଦ ଆଣୁଛି ଯେ, ଗୋଟିଏ ଯୁଦ୍ଧଗତ ବାସ୍ତବତା ଅନ୍ୟ ଦେଶମାନଙ୍କଠାରୁ ଓ ବିଶେଷକରି ଆମେରିକା ସହିତ ଏହାର ସମ୍ପର୍କ ଶିକ୍ଷା କରାଯିବା ଉଚିତ । ବର୍ତ୍ତମାନର ସାମରିକ ଯୁଦ୍ଧର ବୃଦ୍ଧି ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଛି । ପାକିସ୍ତାନର ଆମେରିକା ସହିତ ଗୋଟିଏ ଯୁଦ୍ଧମେଂଟ ଟ୍ରମ୍ପ୍ଙ୍କୁ ଗୋଟିଏ ସୁଯୋଗ ଦେଇପାରେ । କିନ୍ତୁ ଏହାଫଳରେ ଭାରତ ଆମେରିକା ମଧ୍ୟରେ ସମ୍ପର୍କ ପୁଣି ଧୂମିଳ ହୋଇଯିବ । ଏହା ଉଭୟ ଦେଶ ପାଇଁ କ୍ଷତିକାରକ ଅଟେ ଦୀର୍ଘ କାଳ ମଧ୍ୟରେ । ନୂଆଦିଲ୍ଲୀ ଓ ୱାସିଂଟନ୍ ହେଉଛି ବର୍ତ୍ତମାନର ସବୁଠାରୁ ବଡ଼ ପ୍ରସଂଗ ପାକିସ୍ତାନରେ ଏବଂ ଆହୁରି ଏହା ହେଉଛି ଆତଙ୍କବାଦ ସମ୍ପର୍କରେ ବଡ଼କଥା ।
ଯେତେବେଳେ ଭାରତ ଦୃଢ଼ତାର ସହ କହିଛି ଯେ, ଏହା ଆତଙ୍କବାଦୀମାନଙ୍କ ବିରୁଦ୍ଧରେ କୌଣସି କଥା ସହ୍ୟ କରିପାରିବ ନାହିଁ । ପହେଲଗ୍ରାମ ଆକ୍ରମଣ ପରେ ଏହି କଥାର ଓଜନ ବଢ଼ିଛି । ଏ ସମ୍ପର୍କରେ ପାକିସ୍ତାନ ଉପରେ ବଡ଼ ପ୍ରସଂଗ ଉଠୁଛି ଏବଂ ତାହା ହେଉଛି ଆତଙ୍କବାଦ ଉପରେ କଥା । ଯେତେବେଳେ ଭାରତ ଦୃଢ଼ତାର ସହିତ ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସମ୍ପର୍କର କଥା କହୁଛି ଯାହା ପହେଲଗାମ ଆକ୍ରମଣ ଅଧିକ କଥା ହେଉଛି ଟ୍ରମ୍ପ ଶାସନ ପାକିସ୍ତାନକୁ ଏକ ଆତଙ୍କବାଦ ନିରୋଧୀ ସହଯୋଗୀ ହିସାବରେ ଗ୍ରହଣ କରୁଛି । ଏପରି କରିବା ଫଳରେ ଟ୍ରମ୍ପ୍ ଆମେରିକାକୁ ପୃଷ୍ଠପୋଷ କରୁଛନ୍ତି ପାକିସ୍ତାନ ସହିତ ତାଙ୍କର ମିଳିତ ଯୁଦ୍ଧଗତ କୌଶଳ ସମ୍ପର୍କରେ ।
ଏହା ହେଉଛି ଏକ ଦୀର୍ଘକାଳିକ ଭାରତ-ଆମେରିକା ସହଯୋଗ । ଭାରତ-ଆମେରିକା ସହଯୋଗ ପ୍ରଥମ ଥର ଅପେକ୍ଷା ଏହା ଆହୁରି ଜଟିଳ । ଟ୍ରମ୍ପ୍ଙ୍କର ପ୍ରଥମ ଥର ଅପେକ୍ଷା ଯେତେବେଳେ ଟ୍ରମ୍ପ୍ଙ୍କର ଦକ୍ଷିଣ ଏସିଆ ନୀତି ମୋଟ ଉପରେ ଭାରତ ଆମେରିକା ଯୁଦ୍ଧଗତ କୌଶଳର କଥା ବୁଝାଉଥିଲା ତାଙ୍କର ଦ୍ୱିପାକ୍ଷିକ ପ୍ରତିଶ୍ରୁତି ଗୁଡ଼ିକ ତାଙ୍କର ଦ୍ୱିତୀୟ ବିପଦର କଥା କହୁଛି । ଏହା ହେଉଛି ଏକ ଅସ୍ଥିର ଅଂଚଳ ଯେଉଁଠି ଏପରି କଥାମାନ ଘଟିପାରେ । ଆମର ପୂର୍ବପୁରୁଷମାନେ ବିଶ୍ୱାସ କରୁଥିଲେ ଯେ, ଆମେ ହିନ୍ଦୁମାନଙ୍କଠାରୁ ବିଭିନ୍ନ ପ୍ରକାର ଦୃଷ୍ଟିକୋଣରୁ ଅଲଗା ଅଟୁ । ଆମର ଚାଲିଚଳନ ହେଉଛି ଅଲଗା । ଆମର ଚିନ୍ତାଧାରା ହେଉଛି ଅଲଗା । ଆମର ଅଭିପ୍ପସା ହେଉଛି ଅଲଗା । ସେଇଟା ହେଉଛି ଦ୍ୱିଜାତୀୟ ତତ୍ତ୍ୱର କଥା । ଏଗୁଡ଼ିକ ଏ ବିଶ୍ୱାସ ଉପରେ ଥିଲା ଯେ, ଆମେ ହେଉଛୁ ଦୁଇ ଜାତି ଗୋଟିଏ ଜାତି ନୋହୁଁ । ଏକଥାକୁ ପାକିସ୍ତାନର ସେନାପତି ଅସୀମ ମୁନୀର କହିଛନ୍ତି ପ୍ରବାସୀ ପାକିସ୍ତାନୀମାନଙ୍କ ପାଇଁ ଏବଂ ଏହି କଥା କହିବାର ମାତ୍ର ଗୋଟିଏ ସପ୍ତାହ ପରେ ପାକିସ୍ତାନୀ ପୋଷିତ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ ପହେଲଗାମରେ ଭାରତୀୟମାନଙ୍କ ଉପରେ । ଏ ଦୃଷ୍ଟିରୁ ଦେଖିବାକୁ ଗଲେ ଏ ବିଷୟରେ ଗୋଟିଏ ସ୍ୱାର୍ଥର କଥା ଆସୁଛି । କାରଣ ଆମେରିକା ପାଇଁ ଏହା ଚିନ୍ତାର ବିଷୟ । ଭାରତ ଏ ବିଷୟରେ ସତର୍କ ହେବା ଉଚିତ ଓ ସେ ବିଷୟରେ କାର୍ଯ୍ୟ କରିବା ଉଚିତ ।
ର-ଜ୍ଞବସକ୍ଷ:ଳଷବକ୍ସବଭରକ୍ଷବଗ୍ଦଙ୍ଗବସଦ୍ଭ(ଅଶଜ୍ଞବସକ୍ଷ.ମକ୍ଟଜ୍ଞ
ମୋବାଇଲ୍ -୯୪୩୭୦୨୦୨୯୦