ନାରୀଶକ୍ତି ଓ ସଂସାର


ନାରୀକୁ ଦିଆଯାଉଥିବା ପଦବୀ ଗୃହଲକ୍ଷ୍ମୀ, ଘର ଓ ପରିବାରର ସବୁପ୍ରକାର ସମୃଦ୍ଧି, ଆଦର ଓ ସୁନାମ ବୃଦ୍ଧି କରିବା ନାରୀ ଠାରୁ ଆଶା କରାଯାଏ  । ଆଉ ଏକ ନାମ ଅର୍ଦ୍ଧାଙ୍ଗୀନୀ, ସ୍ୱାମୀର ଅର୍ଦ୍ଧାଙ୍ଗୀନୀ ଓ ତା କାମରେ ସହଯୋଗୀ ଅଟେ  । ତା'ପରେ ଘରଣୀ ଘର ଭିତରେ ମାଲିକ, ଚତୁର୍ଥ ଉପାଧି ଧର୍ମପତ୍ନୀ, କାରଣ ଘର ହେଉଛି ସମସ୍ତ ଧର୍ମ କର୍ମର ପୀଠସ୍ଥଳ  । "ଘର ନୁହେଁ ମୋର ସିଏ ସରଗପୁର, ମୋ ଘରେ ମୋ ପିତାମାତା ଚଳନ୍ତି ଠାକୁର  ।' ସତ୍ୟ ଧର୍ମ ଶାନ୍ତି ପ୍ରେମ ମୋ ଭାଇ ଭଉଣୀ, ଅହିଂସା ପଥରେ ନାମ କେବେ ଝୁଣ୍ଟିବନି  ।' ସେଥିଲାଗୁ କୁହାଯାଉଛି ପ୍ରଥମେ ଘର ତା'ପରେ ଅନ୍ୟ ଚିନ୍ତା କର  । ନାରୀମାନଙ୍କୁ ସାମାନ୍ୟ ମନେ କରିବା ଉଚିତ ନୁହେଁ  । ନାରୀମାନେ ସାତ ପ୍ରକାର ଶକ୍ତିର ଅଧିକାରୀ ପୁରୁଷ ତିନୋଟି ଗୁଣର ଅଧିକାରୀ  । ନାରୀମାନଙ୍କୁ ପୁରୁଷମାନଙ୍କ ଠାରୁ ହୀନ ମନେକରିବା ପାପ  । ନାରୀ ସେମାନଙ୍କ ମୃତ ପତିମାନଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରନ୍ତି  । ପୁରୁଷ ନୁହେଁ ସଙ୍ଗେ ସଙ୍ଗେ ଦ୍ୱିତୀୟ ପତ୍ନୀ ଗ୍ରହଣ କରିବାର ଆଗଭରା  । ସୀତା ପବିତ୍ରତାର ସ୍ୱରୂପ  । ପରମ ପତିବ୍ରତା ନାରୀ  । ତାଙ୍କ ହୃଦୟ ନିର୍ମଳ  । ସୁମିତ୍ରା, ଉର୍ମିଳା ତ୍ୟାଗର ପ୍ରତୀକ  । ଯେତେବେଳେ ଲକ୍ଷ୍ମଣ ସୁମିତ୍ରାଙ୍କ ପାଖକୁ ଯାଇ ଆଶୀର୍ବାଦ ଭିକ୍ଷାଲାଭ କଲେ ସେତେବେଳେ ସୁମିତ୍ରା ଲକ୍ଷ୍ମଣଙ୍କୁ କହିଥିଲେ ହେ ମୋର ପ୍ରିୟ ପୁତ୍ର ରାମ ତୋର ପିତା, ସୀତା ତୋର ମାତା ସେମାନଙ୍କ ସେବାରେ ତୋର ଯେପରି ପ୍ରତିବନ୍ଧକ ନହେଉ  । ଏପରି କଥା କୌଣସି ମାତା କହିପାରିବ ନାହିଁ  । ତା'ପୁଅ ରାମ ପାଇଁ ଚଉଦ ବର୍ଷ ବନକୁ ଯାଉ  । ସେହିପରି ଉର୍ମିଳା ସେ ଲକ୍ଷ୍ମଣଙ୍କୁ ବନକୁ ଯିବାର ବାରଣ ନକରି ସେ କିପରି ଉର୍ମିଳା କଥା ନଭାବି ରାମ ସୀତାଙ୍କ ସେବା କରିବେ ସେ ତାଙ୍କର ସ୍ୱାମୀଙ୍କୁ କହିଥିଲେ  ।
ମନେ୍ଦାଦରୀ ମଧ୍ୟ ରାବଣ ଅସତ୍ ପଥରେ ଯାଉଥିବା ଯୋଗୁଁ କେତେ ବୁଝାଇଥିଲେ  । ଯେତେବେଳେ ସୀତା ଅଶୋକ ମନରେ ସେ ରାବଣଙ୍କୁ କହିଥିଲେ ଯଦି ଅନ୍ୟଜଣଙ୍କ ପତ୍ନୀ ଅପହରଣ କରିବା ସବୁଠୁ ଜଘନ୍ୟ ଅପରାଧ  । ଟିକେ ଚିନ୍ତାକର ଯଦି ମୋତେ କିଏ ଅପହରଣ କରିନିଏ ତୁମର ଅବସ୍ଥା କ'ଣ ହେବ  । ପତ୍ନୀର ଅଧିକାର ଅଛି ସ୍ୱାମୀ କୁପଥରେ ଗଲେ ବାରଣ କରିବା  । ରାବଣ ମନେ୍ଦାଦରୀ କଥା ଶୁଣିନଥିଲେ ରାବଣର ନିହତ ହେଲା  । କୁନ୍ତୀ ହେଉଛନ୍ତି ଆଦର୍ଶ ଭକ୍ତିର ପ୍ରତୀକ  । ସେ କୃଷ୍ଣଙ୍କୁ ‘ମୁଁ ଦେହତ୍ୟାଗ କରି ତୁମ ପାଦତଳେ ବିଲୀନ ହେବାଯାଏ ମୋତେ କଷ୍ଟ ଦେଉଥାଅ’  । କୃଷ୍ଣ କହିଥିଲେ ‘ଯେହେତୁ ମହାରାଜ ପଣ୍ଡୁଙ୍କୁ ବିବାହ କଲାଦିନଠୁ କଷ୍ଟ ପାଉଛ  । ତାହା ଯଥେଷ୍ଟ ନୁହେଁ କି ?’ କୁନ୍ତୀ କହିଥିଲେ ‘କଷ୍ଟ ଭୋଗିବାରେ ଯେଉଁ ସୁଖ ଅଛି ତାହା କେବଳ ମୁଁ ଜାଣେ କାରଣ ଯେ ପିଲାମାନେ ଓ ମୁଁ ତୁମର ଯେଉଁ ଦିବ୍ୟ ସାନ୍ନିଧ୍ୟ ଉପଭୋଗ କରିଆସୁଛି ତାହାହିଁ ମୋତେ ଆନନ୍ଦ ଦେଉଛି  ।’ ସେହିପରି ନାରୀ ଦ୍ରୌପଦୀ ଦୟାର ମୂର୍ତ୍ତିମନ୍ତ ଅଶ୍ୱତ୍ଥାମା ଉପପାଣ୍ଡବକୁ ହତ୍ୟା କରିସାରିଲାପରେ  ଯେତେବେଳେ ଦ୍ରୌପଦୀ ଏତେ ଦୁଃଖ ସହି ମଧ୍ୟ ଅର୍ଜ୍ଜୁନଙ୍କୁ କହିଥିଲେ ‘ମୁଁ ଯେପରି ମୋର ପୁତ୍ର ମୃତ ପରେ ଯେତେ ଦୁଃଖ ପାଉଛି ମୁଁ ଚାହେଁ ନାହିଁ ମୋପରି କେହି ମାତା ଦୁଃଖ ପାଉ’  ।
ଏ ପୁରାଣ ବର୍ଣ୍ଣିତ କଥା ଗଲା ସେହିପରି ପୂତଲିବାଈ, ଶାରଳା ଦେବୀ, ମଦର ଟେରେସା, ରମାଦେବୀ, ଏମିତି କେତେ ଯେ ମହିୟସୀ ନାରୀ ଆମ ଦେଶରେ ଆମ ପାଇଁ ଚିରସ୍ମରଣୀୟ ହୋଇଛନ୍ତି ତାର କଳନା ନାହିଁ  । ନାରୀ ହୃଦୟ ଅଟନ୍ତି ପବିତ୍ର କାରଣ ତାହା ଅମୃତତମ ପ୍ରେମ କରୁଣାର ପରିପୂର୍ଣ୍ଣ ବେଳେ ବେଳେ ନାରୀମାନେ ରାଗି ଯାଆନ୍ତି କାରଣ ସେମାନେ କିନ୍ତୁ ସେମାନେ ସଙ୍ଗେ ସଙ୍ଗେ ମିଳାମିଶା କରନ୍ତି  । କଳିଯୁଗର ପ୍ରଭାବ ଯୋଗୁଁ ଅର୍ବାଚିତ ନାରୀମାନଙ୍କ ଠାରେ ବେଳେବେଳେ ପ୍ରେମଭାବର ଅଭାବ କଥାଯାଉଛି  । ସେହିପରି କ୍ୱଚିତ ନାରୀ ମାନଙ୍କ ପାଇଁ ଘର ପରିବାର ଭିତରେ ଭିନ୍ନ ଭାବନା ସୃଷ୍ଟି ହେଉଛି । ଅନେକ ପରିବାର ଭାଙ୍ଗି ଯାଉଛି ଏବଂ ଭାଇ ଭାଇଙ୍କ ଭିତରେ ସମ୍ପର୍କ ମଧ୍ୟ ତିକ୍ତ ଆସି ଅତ୍ୟନ୍ତ ଜଟିଳପୂର୍ଣ୍ଣ ଓ ଆହ୍ୱାନ ଦାୟକ ସମସ୍ୟା ସୃଷ୍ଟି କରୁଛି । କିନ୍ତୁ ଆଜି ଗୁଣବତୀ ଓ ଶୀଳବତୀ ନାରୀ ଅଛନ୍ତି  । ଏତାଦୃଶ ମହିମାମୟୀ ନାରୀମାନଙ୍କ ଉପରେ ନିର୍ଭର କରେ  । ତେଣୁ ସେମାନଙ୍କୁ ହୀନ ଦୃଷ୍ଟିରେ ଦେଖିବାନାହିଁ  । ସବୁ ବୟସ୍କା ନାରୀମାନଙ୍କୁ ଆମେ ଆମର ମାତା ଭାବରେ ଓ ଅଳ୍ପ ବୟସ୍କା ଆମର ଭଉଣୀ ଭାବରେ ଦେଖିବା  । ମାତା ଜଣେ ସାଧାରଣ ନାରୀ ନୁହନ୍ତି  । ସେ ଦେବୀ ସ୍ୱରୂପିଣୀ ତାଙ୍କର ପ୍ରାର୍ଥନା କର  । ଥରେ ଆମେ ଆମର ମାତା ଆଶୀର୍ବାଦ ଲାଭ କଲେ ପୃଥିବୀର ଯେ କୌଣସି କଥା ହାସଲ କରିବ ତାକୁ କଦାପି ଅବଜ୍ଞା ଅପ୍ରସନ୍ନ କରିବାନାହିଁ  । "ନାରୀ ଅସମ୍ମାନ କରନାହିଁ କେବେ, ନାରୀ ନାମେ ଆମ ଦେଶ  । ଯେଉଁ ଘରେ ନାରୀ ଲୁହକୁ ଗଡ଼ାଏ, ସେ ଘର ହୁଅଇ ଧ୍ୱଂସ  ।'
ନିରୂପମା ଭୂୟାଁ
ମୋ : ୯୯୩୭୪୭୦୯୮୦