ଜାତୀୟ ଆନେ୍ଦାଳନର ପ୍ରାଣକେନ୍ଦ୍ର କଟକ

ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର : ୮୦୩ରେ ଇଂରେଜମାନେ ଓଡ଼ିଶା ଅଧିକାର କରିବା ପରେ ଅନୁଭବ କଲେ ଯେ ଓଡିଆ ଗୋଟିଏ ବୀରଜାତି ଓ ସେମାନେ ପରାଧୀନତାକୁ ବରଦାସ୍ତ କରିପାରିବେ ନାହିଁ  । ତେଣୁ ସେମାନେ ଓଡ଼ିଶାକୁ ତିନିଖଣ୍ଡ କରି ଉତ୍ତରାଞ୍ଚଳ ବଙ୍ଗ ପ୍ରଦେଶ ଅଧୀନରେ, ପଶ୍ଚିମାଞ୍ଚଳ ମଧ୍ୟପ୍ରଦେଶ ଅଧୀନରେ ଏବଂ ଦକ୍ଷିଣାଞ୍ଚଳକୁ ମାନ୍ଦ୍ରାଜ ପ୍ରଦେଶରେ ଅଧୀନରେ ରଖିଲେ  ।  ଇଂରେଜ ଶାସନର ଆଘାତ, ବାରମ୍ବାର ବନେ୍ଦାବସ୍ତ, ସୂର୍ଯ୍ୟାସ୍ତ ଆଇନ ଦ୍ୱାରା ଜମିଦାରୀ ଉଚ୍ଛେଦ, କୃଷକମାନଙ୍କୁ ହଇରାଣ ଓ କେତେକ ନବ ପ୍ରବର୍ତ୍ତିତ ଆଇନ ଓଡ଼ିଆଙ୍କୁ ଅତିଷ୍ଠ କରିଦେଲା  । ବଙ୍ଗାଳୀ ଓ ତେଲଙ୍ଗାମାନେ ଓଡ଼ିଶାରେ ଚାକିରି, ଓକିଲାତି ଓ ଜମିଦାରୀ ପ୍ରଭୃତିରେ ପ୍ରଭାବ  ବିସ୍ତାର ପୂର୍ବକ ଓଡ଼ିଆଙ୍କୁ ଶୋଷଣ କରିବାକୁ ଲାଗିଲେ  । ନ’ଅଙ୍କ ଦୁର୍ଭିକ୍ଷରେ ଲକ୍ଷ ଲକ୍ଷ ଓଡ଼ିଆଙ୍କ ଅକାଳ ମୃତୁ୍ୟରେ ଓଡ଼ିଆ ଜାତିର ଅଣ୍ଟା ଭାଙ୍ଗି ପଡିଲା  । ତାପରେ ବଙ୍ଗାଳୀମାନଙ୍କ ଦ୍ୱାରା  ଓଡ଼ିଆ ଭାଷା ବିଲୋପର ଚକ୍ରାନ୍ତ ଓଡ଼ିଆ ଜାତୀୟତାକୁ ବିପନ୍ନ କରିଦେଲା  । ଏହି ଦୁର୍ଦ୍ଦିନରେ ଶିକ୍ଷିତ ଓଡ଼ିଆଙ୍କ ମଧ୍ୟରେ ଓଡ଼ିଆ ଜାତିର ଏକତା ଓ ସ୍ୱତନ୍ତ୍ର ପରିଚୟ ଉପରେ ସଚେତନତା ସୃଷ୍ଟି କରିଥିଲା  । ଏହି ସଚେତନତାକୁ ଜାତୀୟ ଚେତନା ବା ଜାତୀୟ ଜାଗରଣ ବୋଲି କୁହାଯାଏ  । ଏହି ଜାଗରଣ କଟକରୁ ଆରମ୍ଭ ହୋଇ ବାଲେଶ୍ୱର, ସମ୍ବଲପୁର, ପୁରୀ ଓ ବ୍ରହ୍ମପୁର ସର୍ବତ୍ର ବ୍ୟାପିଗଲା  ।
ଇଂରେଜ ଶାସନରେ ଅଲଙ୍ଘନୀୟତା ମାନିନେଇ, ବିଧି ସଙ୍ଗତ ଆନେ୍ଦାଳନ ଦ୍ୱାରା ଓ ଓଡ଼ିଆଙ୍କ ଦାବି ପୂରଣ କରିବା ନିମିତ୍ତ ଉଦ୍ୟମ କରିବା ଦିଗରେ କୋ÷ଣସି ଅନୁଷ୍ଠାନ ନଥିଲା  । ଓଡ଼ିଶାରେ ମଧ୍ୟ ନେତୃତ୍ୱର ଅଭାବ ରହିଥିଲା  । ସେତେବେଳେ ଯାଜପୁର କଣ୍ଟାବଣିଆର ବିଚିତ୍ରାନନ୍ଦ ଦାସ କଟକରେ ସରକାରୀ ଚାକିରି କରିଥିଲେ ମଧ୍ୟ ଜଣେ ଦେଶପ୍ରେମୀ, ପ୍ରଗତିଶୀଳ ନାଗରିକ ଓ ସ୍ୱାଧୀନଚେତା ବ୍ୟକ୍ତି ଭାବରେ ପରିଚିତ ଥିଲେ  । ରାଜ କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ ମଧ୍ୟ ସେ ଆଦିନେତାର ଭୂମିକା  ତୁଲାଇଥିଲେ  । ସେ ଓଡ଼ିଶାର ନବଶିକ୍ଷିତ ବୃନ୍ଦଙ୍କୁ ପ୍ରବର୍ତ୍ତାଇ ନବଯୁଗର ସୂତ୍ରପାତ କରାଇ ପାରିଥିଲେ  । ସେ ପ୍ରଥମେ ଓଡ଼ିଆ ଭାଷା ଭାଷୀ ଅଞ୍ଚଳର ଏକତ୍ରୀକରଣର ସ୍ୱପ୍ନ ଦେଖିଥିଲେ  । ବିଚିତ୍ରାନନ୍ଦଙ୍କ ଜାତୀୟ ଜୀବନ ବୋଧରେ ଓଡ଼ିଶାର ବହୁ ଶିକ୍ଷିତ ଯୁବକ ଅନୁପ୍ରାଣିତ ହୋଇଥିଲେ  । ସେମାନଙ୍କ ଭିତରେ ଅଗ୍ରଗଣ୍ୟ ଥିଲେ ବ୍ରଜସୁନ୍ଦର ଦାସ, ବନମାଳୀ ସିଂହ, ରାଧାନାଥ ରାୟ, ଗୋପବନ୍ଧୁ ଦାଶ, ନନ୍ଦ କିଶୋର ବଳ, ଅଭିରାମ ଭଞ୍ଜ, ଗଣପତି ଦାସ, ମଣି ମହାପାତ୍ର, ଗୋପାଳ ପ୍ରହରାଜ ପ୍ରଭୃତି  । କେବଳ କଟକ ନୁହେଁ, ଓଡ଼ିଶା ସର୍ବତ୍ର ଜାତୀୟତାର ସ୍ରୋତ ପ୍ରବାହିତ ହେଲା  ।
ଓଡ଼ିଆ ଭାଷା ସଙ୍କଟ ୧୮୪୮-୪୯ରୁ ଆରମ୍ଭ ହୋଇଥିଲା  । ସେହିବର୍ଷ କଟକ କଲେକ୍ଟର ସରକାରୀ ଦପ୍ତର ଓ ଅଦାଲତରେ ଓଡ଼ିଆ ଭାଷା ପରିବର୍ତ୍ତେ ବଙ୍ଗଳା ଭାଷା ପରିବର୍ତ୍ତେ ବଙ୍ଗଳା ଭାଷା ବ୍ୟବହାର କରିବାକୁ ଆଦେଶ ପ୍ରଦାନ କଲେ  । ଓଡ଼ିଶାର ତକ୍ରାଳୀନ ସ୍କୁଲ ଡେପୁଟି ଇନିସ୍ପେକ୍ଟର ଉମାଚରଣ ହାଲଦାର ଓଡ଼ିଶାର ଶିକ୍ଷାନୁଷ୍ଠାନରେ ବଙ୍ଗଳାକୁ ଭାଷା ମାଧ୍ୟମ ରୂପେ ବ୍ୟବହାର କରିବାକୁ ମତପ୍ରକାଶ କରିଥିଲେ  । ୧୮୬୯ରେ ବଙ୍ଗୀୟ ପଦାଧିକାରୀମାନେ ହାଲ୍ଦାରଙ୍କ ଉଦେ୍ଦଶ୍ୟ ସାଧନ ପାଇଁ ପରାମର୍ଶ ଦେଲେ ଯେ, ଓଡ଼ିଆ ଭାଷାକୁ  ଓଡ଼ିଆ ଲିପିରେ ନଲେଖି ବଙ୍ଗଳା ଲିପିରେ ଲେଖିଲେ ଭଲ ହେବ  । ତତ୍ପରବର୍ଷ ବାଲେଶ୍ୱର ଜିଲା ସ୍କୁଲର ସହକାରୀ ଶିକ୍ଷକ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ ‘ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ନୟ’ ନାମକ ଗୋଟିଏ ପୁସ୍ତିକା ପ୍ରକାଶ କଲେ  । ସେହି ସମୟରେ କଟକରେ ଅବସ୍ଥାପିତ ବଙ୍ଗାଳୀ ଐତିହାସିକ ଓ ପ୍ରାଚୀବିଦ୍ୟାବିତ  ରାଜେନ୍ଦ୍ର ହାଲ ମିତ୍ର ମତ ଦେଲେ ଯେ ଓଡ଼ିଆମାନେ ଜାତି ହିସାବରେ ବଙ୍ଗାଳୀଙ୍କ ଠାରୁ ଭିନ୍ନ ନୁହନ୍ତି  । ତାଙ୍କର ଏହି ମତ ଶିକ୍ଷିତ ଓଡ଼ିଆ ସମାଜରେ  ବୋ÷ଦ୍ଧିକ ବିପ୍ଲବ ସୃଷ୍ଟି କଲା  । ରାଜେନ୍ଦ୍ର ଲାଲ ମିତ୍ରଙ୍କ ମତ, କାନ୍ତିଚନ୍ଦ୍ରଙ୍କ ପୁସ୍ତିକା ଓ ହାଲଦାରଙ୍କ ଓଡ଼ିଆ ମାରଣ ନୀତି ଓଡ଼ିଆଙ୍କ ପ୍ରାଣ ସ୍ପନ୍ଦନକୁ ଦୋହଲାଇ ଦେଇଥିଲା  । ସେମାନଙ୍କ ମତରେ ଅନେକ ଇଂରେଜ ପଦାଧିକାରୀ ଏକମତ ଥିଲେ ହେଁ କମିଶନର ଗୋଲ୍ଡସବାରୀ ଓ ବାଲେଶ୍ୱର ଜିଲ୍ଲାପାଳ ଜନ୍ ବୀମ୍ସ ଓଡ଼ିଆମାନଙ୍କ  ସକ୍ଷକ୍ଷରେ  ଥିଲେ  । ସେମାନଙ୍କ ମତ ଥିଲା ଯେ ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ଏବଂ ବଙ୍ଗ ଭାଷାଠାରୁ ପ୍ରାଚୀନ  । ଭୂଦେବ ମୁଖୋପାଧ୍ୟାୟ ନାମକ ଜଣେ ପ୍ରସିଦ୍ଧ ବଙ୍ଗୀୟ ସାହିତି୍ୟକ ରାଜେନ୍ଦ୍ର ଲାଲ ମିତ୍ରଙ୍କ ଅଭିମତକୁ ଖଣ୍ଡନ କରିଥିଲେ  । ବଙ୍ଗାଳୀମାନେ କଟକରେ ଗଢିଥିବା ଡିବେଟିଂ କ୍ଲବ ବଙ୍ଗଳାଭାଷା ସପକ୍ଷରେ ଯୁକ୍ତି ବାଢିଥିଲେ ହେଁ ଓଡ଼ିଆମାନେ ଗଢିଥିବା ଉଲ୍ଲାସିନୀ ସଭା, ଉକ୍ରଳ ଦୀପିକା ଓ ସମ୍ବାଦ ବାହିକା ପ୍ରଭୃତି ଓଡ଼ିଆ ଭାଷାର ସ୍ୱାତନ୍ତ୍ର୍ୟକୁ ଉପସ୍ଥାପିତ କରିଥିଲେ  । କଟକରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ସପକ୍ଷରେ ସମଗ୍ର ଓଡ଼ିଶାର ବୁଦ୍ଧିଜୀବୀ ସ୍ୱର ଉତ୍ତୋଳନ କଲେ  ।
ଓଡ଼ିଶା ଭୂଖଣ୍ଡ, ଓଡ଼ିଆ ଜାତି ଓ ଓଡିଆ ଭାଷାର ସ୍ୱତନ୍ତ୍ରତା ପ୍ରତିପାଦନ ନିମିତ୍ତ କଟକର ପ୍ୟାରୀମୋହନ ଆଚାର୍ଯ୍ୟ ଓଡ଼ିଶାର ଇତିହାସ ରଚନା କଲେ  । କଟକ, ବାଲେଶ୍ୱର, ପୁରୀ, ବ୍ରହ୍ମପୁର, ସମ୍ବଲପୁର ଓ ବାମଣ୍ଡାରୁ ପ୍ରକାଶିତ ସମ୍ବାଦପତ୍ର ଓଡ଼ିଆ ଜାତୀୟତାକୁ ପରିପୁଷ୍ଟ କରିଥିଲେ  । କଟକର ଗୋ÷ରୀଶଙ୍କର ରାୟଙ୍କ ସଂପାଦକତ୍ୱରେ ‘ଉକ୍ରଳଦୀପିକା’ ନାମକ ସାପ୍ତାହିକ ସମ୍ବାଦପତ୍ର ପ୍ରକାଶ ପାଇଲା  । ସେ ମଧ୍ୟ କଟକ ପ୍ରିଣ୍ଟିଂ କମ୍ପାନୀ ପ୍ରତିଷ୍ଠା କଲେ  । ତାଙ୍କର ଦିଗଦର୍ଶକ ଥିଲେ ଆଦିନେତା ବିଚିତ୍ରାନନ୍ଦ ଦାସ, ଓଡ଼ିଆ ଭାଷା ଆନେ୍ଦାଳନର ଅନ୍ୟତମ କର୍ଣ୍ଣଧାର ଥିଲେ ମଧୁସୂଦନ ଦାସ  । ୧୮୮୦ରୁ ୧୯୩୪ ପର୍ଯ୍ୟନ୍ତ ସେ ଓଡ଼ିଆ ଜାତିର ଅପ୍ରତିଦ୍ୱନ୍ଦ୍ୱୀ ନେତା ଥିଲେ  । ଭାଷା, ଜାତି ଓ ଭୂଖଣ୍ଡକୁ ଆଧାର କରି ଜାତୀୟ ଚେତନା ଉନ୍ମେଷ କାମନାରେ ସମଗ୍ର ଓଡ଼ିଶାର ବିଭିନ୍ନ ସ୍ଥାନରେ ୧୮୬୬ରୁ ୧୮୯୫ ମଧ୍ୟରେ ପ୍ରାୟ ୫୪ଟି ଅନୁଷ୍ଠାନ ଗଢି ଉଠିଥିଲା  । ତନ୍ମଧ୍ୟରୁ ୨୮ଟି ଅନୁଷ୍ଠାନ କଟକ ନଗରରେ ଗଢା ହୋଇଥିଲା  । ଏହି ୨୮ ଗୋଟି ଅନୁଷ୍ଠାନ ମଧ୍ୟରେ ମୁଖ୍ୟ ଅନୁଷ୍ଠାନ ୧୮୭୧ ରୁ ସ୍ଥାପିତ ହୋଇ ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତି ନିମିତ୍ତ କାର୍ଯ୍ୟ କରୁଥିଲା  । ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, କନିକା ରାଜା ରାଜେନ୍ଦ୍ର ନାରଣ ଭଞ୍ଜ, ଖଲିକୋଟ ରାଜା ଓ ଅନ୍ୟାନ୍ୟ ନେତୃତ୍ୱଙ୍କ ପ୍ରଚେଷ୍ଟାରେ ୧୯୦୩ରେ କଟକରେ ‘ଉକ୍ରଳ ସମ୍ମିଳନୀ’ ପ୍ରତିଷ୍ଠଶ କରାଗଲା  । କଟକର ଇଦ୍ଗା ପଡିଆରେ ୧୯୦୩ ଡିସେମ୍ବର ୩୦ ଓ ୩୧ ତାରିଖରେ ଉକ୍ରଳ ସମ୍ମିଳନୀର ପ୍ରଥମ ଅଧିବେଶନ ବସିଥିଲା  । ଓଡ଼ିଶାର ସକଳ ରାଜା, ଜମିଦାର, ପଦାଧିକାରୀ, ଜନ ପ୍ରତିନିଧି ଓ ଗଣ୍ୟମାନ୍ୟ ବ୍ୟକ୍ତି କଟକ- ଇଦ୍ଗା ପଡିଆରେ ଅନୁଷ୍ଠିତ ଓଡ଼ିଆ ଜାତିର  ଏହି ଜାତୀୟ ସମ୍ମିଳନୀରେ ଯୋଗ ଦେଇଥିଲେ  । ଏହି ସମ୍ମିଳନୀରେ ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ସଭାପତିତ୍ୱ କରି ଏକ ସାରଗର୍ଭକ ଜାତୀୟ ଚେତନା ଉଦ୍ରେକକାରୀ ବକ୍ତବ୍ୟ ପ୍ରଦାନ କରିଥିଲେ  । ଓଡ଼ିଆ ଜାତି ଏକ ମନ ଓ ଏକ ପ୍ରାଣରେ ଓଡ଼ିଶାର ସାମୂହିକ ପ୍ରଗତି ନିମିତ୍ତ ଏହି ସମ୍ମିଳନୀରେ ସଙ୍କଳ୍ପବଦ୍ଧ ହୋଇଥିଲେ  । ଉକ୍ରଳଗୋ÷ରବ ମଧୁସୂଦନ ଓଡିଆ ଜାତିର ପୁରୋଧା ରୂପେ ସମ୍ମିଳନୀରେ ସ୍ୱୀକୃତ ହୋଇଥିଲେ  । ପ୍ରଥମ ସମ୍ମିଳନୀ କଟକଠାରେ ଅନୁଷ୍ଠିତ ହୋଇଥିଲେ ହେଁ ପରବର୍ତ୍ତୀ ସମ୍ମିଳନୀ ବିଭିନ୍ନ ବର୍ଷରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇ ଓଡ଼ିଆମାନଙ୍କ ମଧ୍ୟରେ ଅସାଧାରଣ ଏକତା ଓ ଉନ୍ମାଦନା ସୃଷ୍ଟି ହୋଇଥିଲା  । ଭାଷା ସୂତ୍ରରେ ରାଜନୀତିକ ପରିଚୟ ଏକ ଜାତୀୟ ସ୍ୱାଭିମାନ ବୋଲି ସଭିଁଏ ହୃଦ୍ବୋଧ କରିଥିଲେ  । ଓଡ଼ିଆ ଭାଷା ଭାଷୀ ଅଞ୍ଚଳ ସମୂହକୁ ଏକତ୍ରୀକରଣ କରିବା ହିଁ ଉକ୍ରଳ ସମ୍ମିଳନୀ ପ୍ରଧାନ ଲକ୍ଷ୍ୟ ଥିଲା  ।
ଓଡ଼ିଶାରେ ଇଂରାଜୀ ଶିକ୍ଷା ଓ ପାଶ୍ଚାତ୍ୟ ସଭ୍ୟତାର ପ୍ରସାର ଫଳରେ ଓଡ଼ିଆଙ୍କ ଚିନ୍ତା ଓ ଚେତନାରେ ପରିବର୍ତ୍ତନର ସୂତ୍ରପାତ ଘଟିଥିଲା  । ସେହି ଚିନ୍ତା ଓ ଚେତନାର ପରିପ୍ରକାଶ ଘଟିଲା ଓଡ଼ିଆ ସାହିତ୍ୟରେ  । କାବ୍ୟଯୁଗୀୟ ବା ରୀତିଯୁଗୀୟ ଶୈଳୀ କ୍ରମେ କ୍ରମେ ପରିବର୍ତ୍ତିତ ହୋଇ ଓଡିଆ ସାହିତ୍ୟର ପ୍ରକାଶଭଙ୍ଗୀରେ ଚମକ୍ରାରିତା ଓ ବୈଶିଷ୍ଟ୍ୟର ପରିପ୍ରକାଶ ଘଟିଲା  । ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଆଧୁନିକ ଓଡ଼ିଆ ସାହିତ୍ୟ ଜନ୍ମ ନେଲା  । ଭାଷା ଆନେ୍ଦାଳନ ନ’ଅଙ୍କ ଦୁର୍ଭିକ୍ଷ ଏବଂ ଜାତୀୟ ଜୀବନର ଅଧୋଗତିର ଏହି ସାହିତ୍ୟ ଜନ୍ମ ନେଇଥିଲା  । ରାଜକୈନ୍ଦ୍ରିକ ଜାତୀୟତାବୋଧ, ସାମାଜିକ ସଂସ୍କାର ଓ ବିଭୁବୋଧ ଏହି ତିନିଗୋଟି ଲକ୍ଷ୍ୟ ନେଇ ସାହିତ୍ୟ ଆତ୍ମିକ ସନନ୍ଦ ଭାବରେ ଜନ୍ମନେଲା  । ପରାଧୀନତାର ଶୃଙ୍ଖଳ ଭିତରୁ ନିରବଚ୍ଛିନ୍ନ ଶୋଷଣପେଷଣର ପୀଡ଼ମ ମଧ୍ୟରୁ ଜାଗରଣର ସ୍ୱର ଝଙ୍କୃତ ହେଲା ଓଡ଼ିଆ ସାହିତ୍ୟରେ  । ଅନ୍ୟ ଭାଷାରେ ଉଲ୍ଲେଖ କଲେ, ଓଡିଆଙ୍କ ଆତ୍ମ ଜାଗରଣର ସ୍ୱର ଓ ସ୍ୱାକ୍ଷର ବହନ କରି ଆଧୁନିକ ଓଡ଼ିଆ ସାହିତ୍ୟ ଆତ୍ମ ପ୍ରକାଶ କଲା  । ମାତୃଭାଷା ଓ ମାତୃଭୂମି ପ୍ରତି ମମତା ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କଲା  । ଯେଉଁମାନେ ଓଡ଼ିଆ ସାହିତ୍ୟରେ ନବଜାଗରଣ ଆଣିଲେ ସେମାନଙ୍କର କର୍ମଭୂମି  କଟକ ନଗର  । ସେମାନେ ହେଉଛନ୍ତି ରାଧାନାଥ ରାୟ, ଫକୀର ମୋହନ ସେନାପତି, ମଦୁସୂଦନ ରାଓ, ନନ୍ଦ କିଶୋର ବଳ, ରାମଶଙ୍କର ରାୟ, ଜଗନ୍ମୋହନ ଲାଲ, ଉମେଶ ଚନ୍ଦ୍ର ସରକାର ଓ ଦାମୋଦର ପଟ୍ଟନାୟକ ପ୍ରଭୃତି  । ସଂକ୍ଷେପରେ ଉଲ୍ଲେଖ କଲେ, କଟକ ନଗରରୁ ଓଡ଼ିଆ ସାହିତ୍ୟରେ ନୂତନ ଆଶାବାଦର ସ୍ୱର ନୂତନ ଅଭୁ୍ୟଦୟର ସଙ୍କେତ ଜନ୍ମ ନେଲା  । କଟକରୁ ଏହି ନୂତନ ସାହିତ୍ୟର ଝଙ୍କାର ସମଗ୍ର ଓଡ଼ିଶାରେ ନିନାଦିତ ହେଲା ଏବଂ ବିଭିନ୍ନ ଅଞ୍ଚଳର କବିକୋବିନ୍ଦ ବୃନ୍ଦ ଆଧୁନିକ ଓଡ଼ିଆ ସାହିତ୍ୟ ରଚନାରେ ମନୋନିବେଶ କଲେ  ।
ଓଡ଼ିଆ ପତ୍ର ପତ୍ରିକା ଆନେ୍ଦାଳନ କଟକ, ବାଲେଶ୍ୱର, ଦେବଗଡ, ସମ୍ବଲପୁର, ପୁରୀ ଓ ବ୍ରହ୍ମପୁରରୁ ଊନବିଂଶ ଶତାବ୍ଦୀର ମଧ୍ୟଭାଗରୁ ଆରମ୍ଭ ହୋଇଥିଲା  । ପ୍ରାଥମିକ ପର୍ଯ୍ୟାୟରେ ସମ୍ବାଦ ଭିତ୍ତିକ କେତୋଟି ପତ୍ରିକା ଜନ୍ମ ନେଇଥିଲେ ହେଁ ପରବର୍ତ୍ତୀ କାଳରେ ଅନେକ ସାହିତ୍ୟ ପତ୍ରିକା ପ୍ରକାଶିତ ହେଲା  । ୧୮୭୩ ମସିହାରେ ପ୍ରଥମ ସାହିତ୍ୟ ପତ୍ରିକା ଭାବରେ ‘ଉକ୍ରଳ ଦର୍ପଣ’ ଆତ୍ମପ୍ରକାଶ କରିଥିଲା  । ଏହା ପରେ ପରେ ୧୮୭୮ରେ ‘ଉକ୍ରଳ ମଧୂପ’ ୧୮୮୫ ‘ପ୍ରଦୀପ’ ୧୮୯୧ରେ ‘ଉକ୍ରଳ ପ୍ରଭା’ ୧୮୯୭ରେ ‘ଉକ୍ରଳ ସାହିତ୍ୟ’ ୧୮୮୯ରେ ‘ଓଡ଼ିଆ ଓ ନବସମ୍ବାଦ’ ଏବଂ ରାଧାନାଥ ଭଞ୍ଜ ବିବାଦରୁ ୧୮୮୩ରେ ‘ଇନ୍ଦ୍ରଧନୁ’ ଓ ‘ବିଜୁଳି’ ପ୍ରକାଶ ପାଇଥିଲା  । ଏହିସବୁ ପତ୍ରିକା ଓଡ଼ିଶାରେ ସାରସ୍ୱତ ଆଲୋଡନ ସୃଷ୍ଟି କରିଥିଲା  । ଏହାଦ୍ୱାରା ଉନବିଂଶ ଶତାବ୍ଦୀର ଶେଷ ସମୟକୁ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏକ ନୂତନ ସମ୍ଭାବନାର ଉନ୍ମେଷ ଘଟିଥିଲା  । ବିଂଶ ଶତାବ୍ଦୀର ପ୍ରାରମ୍ଭରେ ୧୯୦୩ ମସିହାରେ କଟକରେ ଉକ୍ରଳ ସାହିତ୍ୟ ସମାଜ ଗଠନ ହେଲା  ।  । ୧୯୦୩ ମେ ୭ ତାରିଖରେ କଟକ ଟ୍ରେନିଂ ସ୍କୁଲରେ ଉକ୍ରଳ ସାହିତ୍ୟ ସମାଜ ଗଢା ହୋଇଥିଲା  । ତତ୍ ପୂର୍ବରୁ କଟକରେ ୧୮୬୬ରେ ‘ଉକ୍ରଳ ଭାଷା ଉନ୍ନତି ବିଧାୟିନୀ ସଭା’, ୧୮୬୯ରେ ‘ଉକ୍ରଳ ଉଲ୍ଲାସିନୀ ସଭା’ ୧୮୭୭ରେ ‘ଉକ୍ରଳ ସଭା’ ଓ ୧୮୬୬ରେ ‘ଉକ୍ରଳ ସାହିତ୍ୟ ସମ୍ମିଳନୀ’ ଗଠନ ହୋଇଥିଲା  । କଟକ ଠାରେ ଉକ୍ରଳ ସାହିତ୍ୟ ସମ୍ମିଳନୀ ଆନୁକୂଲ୍ୟରେ ନିୟମିତ ସାହିତ୍ୟସଭା ହୋଇ ଓଡ଼ିଆ ଭାଷା ସାହିତ୍ୟ ସଂପର୍କରେ ଆଲୋଚନା ହେଉଥିଲା  । ଏହାର ପ୍ରତିଫଳନରେ ଜନ୍ମ ନେଲା ‘ଉକ୍ରଳ ସାହିତ୍ୟ ସମାଜ’  । ଏହି ଅନୁଷ୍ଠାନର ସ୍ରଷ୍ଟା ଥିଲେ ଭକ୍ତକବି ମଧୁସୂଦନ ରାଓ  । ସେତେବେଳେ ସେ କଟକ ଟ୍ରେନିଂ ସ୍କୁଲର ପ୍ରଧାନ ଶିକ୍ଷକ ଥିଲେ  । ଟ୍ରେନିଂ ସ୍କୁଲରେ ସେ ଛାତ୍ରମାନଙ୍କ ମଧ୍ୟରେ ସାହିତ୍ୟ ଚର୍ଚ୍ଚା କରିବା ନିମିତ୍ତ ଆଲୋଚନା ସଭା କରାଉଥିଲେ  । କ୍ରମେ ଏହି ଆଲୋଚନା ସଭାର ଦିଗଦଗନ୍ତ ବିସ୍ତାରିତ ହୋଇ ୧୯୦୩ ମେ ୭ ତାରିଖରେ ଏହା ‘ଉକ୍ରଳ ସାହିତ୍ୟ ସମାଜ’ର ରୂପ ଗ୍ରହଣ କଲା  । ଭକ୍ତକବି ମଧୁସୂଦନ ରାଓ ଏହାର ସଭାପତି ଓ ବାଗ୍ମୀ ବିଶ୍ୱନାଥ କର ଏହାର ସଂପାଦକ ରୂପେ ମନୋନୀତ ହେଲେ  । ଏହାର ସାପ୍ତାହିକ ଓ ମାସିକ ଅଧିବେଶନ ଟ୍ରେନିଂ ସ୍କୁଲରେ ହେଉଥିଲେ ହେଁ ବିଶେଷ ଅଧିବେଶନ ଟାଉନହଲରେ ହେଉଥିଲା  । ୧୯୦୩ ଡିସେମ୍ବର ୩୦ ତାରିଖରେ କଟକ ଇଦଗା ପଡିଆରେ ଉକ୍ରଳ ସମ୍ମିଳନୀର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେଲା  ।  ସେତେବେଳକୁ ଉକ୍ରଳ ସାହିତ୍ୟ ସମାଜର ପ୍ରଥମ ବର୍ଷ ପୂର୍ତ୍ତି ହୋଇନଥିଲେ ହେଁ ଏହି ସାରସ୍ୱତ ଅନୁଷ୍ଠାନଟିକୁ ଉକ୍ରଳ ସମ୍ମିଳନୀର ଏକ ସହଯୋଗୀ ଓ ପରିପୂରକ ଅନୁଷ୍ଠାନ ରୂପେ ଗ୍ରହଣ କରାଗଲା ତଥା ଉକ୍ରଳ ସାହିତ୍ୟ ସମାଜର ପ୍ରଥମ ବାର୍ଷିକ ଅଧିବେଶନ ଉକ୍ରଳ ସମ୍ମିଳନୀ ମଣ୍ଡପରେ ଅନୁଷ୍ଠିତ ହେଲା  ।
୧୯୦୩ରେ କଟକଠାରେ ଉକ୍ରଳ ସାହିତ୍ୟ ସମାଜ ଗଠନ ହେବା ପରେ ଓଡ଼ିଶାରେ ସାହିତ୍ୟ ସୃଜନ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହିତ ଓଡ଼ିଆ ସାହିତ୍ୟ ପତ୍ରିକାର ସୁଦୃଢ ଭିତ୍ତିଭୂମି ପ୍ରତିଷ୍ଠିତ ହୋଇଥିଲା  । ବାଗ୍ମୀ  ବିଶ୍ୱନାଥ କରଙ୍କ ସଂପାଦନାରେ ‘ଉକ୍ରଳ ସାହିତ୍ୟ’ ୧୮୯୭ରୁ ୧୯୩୪ ପର୍ଯ୍ୟନ୍ତ ଦୀର୍ଘ ଅଠତିରିଶି ବର୍ଷ ଧରି ଓଡ଼ିଆ ସାହିତ୍ୟର ଜାଗ୍ରତ ପ୍ରହରୀ ସଦୃଶ କାର୍ଯ୍ୟ କରିଥିଲା  । ୧୯୦୬ରେ ଉକ୍ରଳ ପ୍ରାଣ ବ୍ରଜସୁନ୍ଦର ଦାସଙ୍କ ସଂପାଦନାରେ ପ୍ରଭାବଶାଳୀ ସାହିତ୍ୟ ପତ୍ରିକା ‘ମୁକୁର’ ପ୍ରକାଶ ପାଇଲା  । ୧୯୧୯ ରେ ଲକ୍ଷ୍ମୀ ନାରାୟଣ ସାହୁ ‘ସହକାର’ ପ୍ରକାଶ କଲେ  । ପରେ ପରେ ୧୯୨୪ “ବାରୁଣୀ’, ୧୯୨୮ରେ ‘ଅବକାଶ’, ୧୯୩୦ରେ ‘ଆରତି’, ୧୯୩୩ରେ ‘ଯୁଗବୀଣା’ ଓ ସାପ୍ତାହିକ ପତ୍ରିକା ‘ନବୀନ’ ପ୍ରକାଶ ପାଇଲା  । ୧୯୩୬ରେ ଭଗବତୀ ଚରଣ ପାଣିଗ୍ରାହୀଙ୍କ ସଂପାଦନାରେ ‘ଆଧୁନିକ’ ପ୍ରକାଶିତ ହେଲା  । ୧୯୩୭ରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସଂପାଦନାରେ ‘ଡଗର’ ଓ ୧୯୪୯ରେ ଡକ୍ଟର ହରେକୃଷ୍ଣ ମହତାବ ‘ଝଙ୍କାର’ ପ୍ରକାଶ କଲେ  । ଏହା ପ୍ରଭାବରେ ବାଲେଶ୍ୱର, ସମ୍ବଲପୁର, ଦେବଗଡ, ପୁରୀ ଓ ବ୍ରହ୍ମପୁରରୁ ବହୁ ପତ୍ରିକା ପ୍ରକାଶ ପାଇଥିଲା  । ଓଡ଼ିଆ ଜାତି ଭାଷା ଆନେ୍ଦାଳନ ପରେ ଜାତୀୟ ଚେତନାର ଉଦ୍ବୁଦ୍ଧ ହେଲା  । ଓଡ଼ିଆ ଜାତିର ଏହି ଜାତୀୟ ଆନେ୍ଦାଳନର ସୂତ୍ରପାତ  କଟକ ନଗରରୁ ଆରମ୍ଭ ହୋଇ ସମଗ୍ର ଓଡ଼ିଶାକୁ ବ୍ୟାପିଥିଲା  । 
ଆନନ୍ଦନଗର, କାଠଗଡା
ଢେଙ୍କାନାଳ
ମୋ-୮୮୯୫୨୩୦୭୨୨