ନିଆରା ସଂଗ୍ରାହକ ସମରଞ୍ଜନ
ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଭିତରେ ବିଭିନ୍ନ ପ୍ରକାର ପୁରୁଣା ସାମଗ୍ରୀକୁ ସାଇତି କରି ରଖିବା ସମସ୍ତଙ୍କ ପକ୍ଷରେ ସମ୍ଭବପର ହୋଇ ନଥାଏ । ମାତ୍ର ଭୁବନେଶ୍ୱର ଭିଏସଏସନଗର ଅଞ୍ଚଳର ଯୁବ ସଂଗ୍ରାହକ ସମରଞ୍ଜନ ମହାନ୍ତିଙ୍କ ଘରୋଇ ସଂଗ୍ରହାଳୟ ମୋ ସଂଗ୍ରହାଳୟରେ ବିଭନ୍ନ ଦେଶ ବିଦେଶର ମୁଦ୍ରା, ସ୍ୱାଧୀନ ଭାରତର ପୂର୍ବ ଓ ପରର ବିରଳ ମୁଦ୍ରା, ବିଭିନ୍ନ ଖେଳ, ଖେଳାଳି ଓ ଅଭିନେତା ଅଭିନେତ୍ରୀମାନଙ୍କ ଚିତ୍ର ଥିବା ଦିଆସିଲି ଖୋଳ, ବିଭିନ୍ନ ମହାପୁରୁଷ, ଖେଳ ଖେଳାଳିଙ୍କ ଚିତ୍ର ଥିବା ଡାକ ଟିକେଟ, ପୋଷ୍ଟ କାର୍ଡ, ସ୍ୱତନ୍ତ୍ର ଲଫାପା,ବିଭିନ୍ନ ପ୍ରକାର ଖେଳ ଟିକେଟ ଯେପରି ହକି, କ୍ରିକେଟ, ଫୁଟବଲ୍, ଖୋଖୋ, ଟେନିସ ଆଦି ପୁରୁଣା ଟ୍ରେନ,ମେଟ୍ରୋ ଟ୍ରେନ, ଟ୍ରାମ, ବସ ଟିକେଟ, ପୁରୁଣା ମୋବାଇଲ୍ ସିମ୍ କାର୍ଡ, ପ୍ଲାଷ୍ଟିକ କାର୍ଡ, ବିଭିନ୍ନ ଦେଶ ବିଦେଶର ଖବରକାଗଜ ଓ ପୁରୁଣା ସାମଗ୍ରୀ ଯେପରି ପୁରୁଣା ରେଡିଓ, ଟିଭି, ଟେଲିଫୋନ ଇତ୍ୟାଦି । ସମରଞ୍ଜନ ମହାନ୍ତି ପେସାରେ ଜଣେ ବେସରକାରୀ କର୍ମଚାରୀ । ସେ ତାଙ୍କ ନିଜସ୍ୱ ଖର୍ଚ୍ଚରୁ ୨୦୧୦ ମସିହାରେ ତାଙ୍କ ଘରେ ଏକ ଘରୋଇ ସଂଗ୍ରହାଳୟ କରିଛନ୍ତି । ଯାହାର ନାଁ ରଖିଛନ୍ତି ମୋ ସଂଗ୍ରହାଳୟ । ଏଇ ସଂଗ୍ରହାଳୟକୁ ଦେଖିବା ପାଇଁ ଛୁଟି ଦିନ ରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ଆସିଥାଆନ୍ତି ।
ସମରଞ୍ଜନଙ୍କ କହିବା ଅନୁଯାୟୀ ସରକାରଙ୍କ ପକ୍ଷରୁ କିଛି ସହାୟତାର ହାତ ବଢେଇଲେ ସେ ଏଇ ସଂଗ୍ରହାଳୟକୁ ଆଧୁନିକ ସଂଗ୍ରହାଳୟରେ ପରିଣତ କରି ପାରନ୍ତେ