ମୁହୂର୍ତ୍ତର ସମାହାର
ଆତ୍ମାନନ୍ଦ, ବିବେକାନନ୍ଦ, ହରିହରାନନ୍ଦ ଏହିପରି ତିନି ଜଣ ବନ୍ଧୁଥିଲେ । ଏହି ତିନି ବନ୍ଧୁ ଶବ ସଂସ୍କାର କରିବାକୁ ଭାରି ଭଲ ପାଉଥିଲେ । ଆତ୍ମାନନ୍ଦର ଧାରଣା ଥିଲା ଯେ ଶରୀର ଯେପରି ପୁରୁଣାବସ୍ତୁ ତ୍ୟାଗ କରି ନୂତନ ବସ୍ତୁ ଧାରଣ କରେ ସେହିପରି ଆତ୍ମା ଗୋଟିଏ ଶରୀର ତ୍ୟାଗ କରି ଅନ୍ୟ ଶରୀରରେ ପ୍ରବେଶ କରେ । ତେଣୁ ଶବଦାହ ସମୟରେ ସେ ହାତଯୋଡ଼ି ଗୀତାର ଏକ ଶ୍ଲୋକ ପାଠ କରୁଥିଲା "ବାସାଂସି ଜୀର୍ଣ୍ଣାନି ଯଥା ବିଦାହ ନବାନି ଗୃହ୍ନାତି ନରୋପରାଣେ, ତଥା ଶରୀରାଣି ବିଦାୟ ଜୀର୍ଣ୍ଣ, ନ୍ୟନ୍ୟାନି ସଂଯାତି ନବାନି ଦେବୀ' ।
କିଛି ଦିନ ପରେ ତିନ ବନ୍ଧୁ ଜଣେ ସ୍ତ୍ରୀ ଲୋକ କାନ୍ଦି କାନ୍ଦି ଘରକୁ ଧଉଳାଇବା ସହିତ ତାଙ୍କ ସ୍ୱାମୀଙ୍କର ସମସ୍ତ ଲୁଗାପଟା ଗରିବ ଲୋକମାନଙ୍କୁ ଦେଇ ଦେଉଥିଲେ । ହରିହରାନନ୍ଦ ଏହାର କାରଣ ପଚାରିବାରୁ ସ୍ତ୍ରୀ ଲୋକ ଜଣକ କହିଲେ ମୋର ସ୍ୱାମୀଙ୍କର ମୃତୁ୍ୟ ହୋଇଯାଇଛି ଆମଘରେ କେହି ନାହାନ୍ତି ଏହି ଲୁଗାପଟା କ'ଣ ହେବ ମୁଁ ବାଣ୍ଟି ଦେଉଛି । ହରିହରାନନ୍ଦ ବିବେକାନନ୍ଦଙ୍କୁ କହିଲେ, ବନ୍ଧୁମାନେ ଏ ଧନ ସମ୍ପତ୍ତି, ଲୁଗାପଟା, ମଣିଷର ନୁହେଁ । ବିବେକାନନ୍ଦ ଗମ୍ଭୀର ହୋଇ କହିଲେ ତୁମେ ଠିକ କହିଛ । ଏସବୁ ପୃଥିବୀର । ହରିହରାନନ୍ଦ କହିଲେ ମୋର ବା ମଣିଷ ମାନଙ୍କର ସ୍ଥିତି କଣ? ବିବେକାନନ୍ଦ ପୁଣି ଗମ୍ଭୀର ହୋଇ କହିଲେ ତୁମେ କେବଳ ସମୟର ଦାସ । ସମୟ ହିଁ ଭଗବାନ । ଧନ ସମ୍ପତ୍ତି ଠୁଳ କରିବା, ଲୁଗାପଟା କିଣି ଆସବାବପତ୍ର କିଣି ଘରକୁ ଭରିବା ଧନର ଅପଚୟ ମାତ୍ର । ହରିହରାନନ୍ଦ କହିଲେ ତେବେ ମୋ ଭିତରେ ଓ ମଣିଷ ଭିତରେ କଣ କିଛି ପ୍ରତିଭା ନାହିଁ । ସେ ସବୁର ଅବସ୍ଥା କ'ଣ? ଆତ୍ମାନନ୍ଦ କହିଲେ ସବୁ ମନୁଷ୍ୟ ପରିସ୍ଥିତିର ଦାସ । କି ପ୍ରତିଭା କଥା କହୁଛ । ପରିସ୍ଥିତି ପ୍ରତିଭାର ସୁଯୋଗ ସୃଷ୍ଟି କରେ । ସମସ୍ତେ ପରିସ୍ଥିତିର ଦାସ । ହରିହରାନନ୍ଦ ବିବେକାନନ୍ଦଙ୍କ ଆଡ଼କୁ ଅନାଇ କହିଲେ ତାହେଲେ ଏ ଶରୀର କଣ ମନୁଷ୍ୟର ନୁହଁ? ତାହେଲେ ମଣିଷ ପୃଥିବୀରେ ଏତେ ବ୍ୟତିବ୍ୟସ୍ତ କାହିଁକି? ବିବେକାନନ୍ଦ ଗମ୍ଭୀର ସ୍ୱରରେ କହିଲେ, ଏ ଶରୀର ମାଟିର ଦିନେ ଏହି ମାଟିରେ ମିଶିଯିବ ।
ଆତ୍ମାନନ୍ଦ ବିବେକାନନ୍ଦଙ୍କ କଥାରେ ଆଶ୍ଚର୍ଯ୍ୟ ହେଲେ । କହିଲେ ମଣିଷ ଜୀବନରେ କୌଣସି ସମୟରେ ତାର ନିଜର ବୋଲି କଣ କିଛି ନଥିଲା? ତାହେଲେ ଆମେ ମଣିଷମାନେ ଏ ପୃଥିବୀରେ କଣ କରୁଛୁ । ଏ ଜୀବନ ତାହେଲେ କଣ? ତିନି ବନ୍ଧୁ ଦେଖିଲେ ସେମାନଙ୍କର ବାମ ପାଖରେ ଗୋଟିଏ ଶବକୁ କାନେ୍ଧଇ କିଛି ଲୋକେ ରାମ ନାମ ସତ୍ୟ ହେ, ହରିନାମ ସତ୍ୟ ହେ କହି ଶ୍ମଶାନ ଆଡ଼କୁ ଗତି କରୁଛନ୍ତି । ପୁରୁଣା ଅଭ୍ୟାସ ଥିବାରୁ ତିନି ବନ୍ଧୁ ଉକ୍ତ ଶୋଭାଯାତ୍ରାରେ ଯୋଗ ଦେଲେ । ଯୁଇରେ ଶବଟି ପୋଡ଼ି ନିଶ୍ଚିହ୍ନ ହୋଇଗଲା । କେବଳ ପାଉଁଶ ରହିଗଲା । ପୁଅଟିଏ କାନ୍ଦି କାନ୍ଦି ଗୋଟିଏ ହାଣ୍ଡିରେ ବାପାଙ୍କର କିଛି ଅସ୍ଥି ଘରକୁ ଧରି ବାହୁଡ଼ିଲା । କଣ କରିବ? ଠିକ ବାରଦିନ ପରେ ତାର ଆମେରିକାକୁ ଫେରିଯିବାର ଟିକଟ ସେ କାଟି ରଖିଥିଲା । ଭଗବାନଙ୍କ ନିକଟରେ କୃତଜ୍ଞତା ଜଣାଉଥିଲା ଠିକ ସମୟରେ ମୋର ପିତାଙ୍କୁ ନେଇ ଯାଇଛ । ମୋର କର୍ତ୍ତବ୍ୟରେ ଅବହେଳା କରି ନାହିଁ । ଯାହାହେଉ ଆମେରିକାର ମୋର ଚାକିରିଟି ସୁରକ୍ଷିତ ରହିବ ।
ଆତ୍ମାନନ୍ଦ ଓ ହରିହରାନନ୍ଦ ଏକ ସ୍ୱରରେ ପୁଣି ବିବେକାନନ୍ଦଙ୍କୁ ପଚାରିଲେ ଯଦି ଧନ, ସମ୍ପତ୍ତି, ପ୍ରତିପତ୍ତି କିଛି ନୁହେଁ ତେବେ ଏ ଜୀବନ କଣ? ବିବେକାନନ୍ଦ ଗମ୍ଭୀର ହୋଇ କହିଲେ ତୁମେ କଟାଉଥିବା ମୁହୂର୍ତ୍ତ ଗୁଡ଼ିକ କେବଳ ତୁମର । ଜୀବନ କେତେକ ମୁହୂର୍ତ୍ତର ସମାହାର । ତେଣୁ ସତକର୍ମରେ ମନୁଷ୍ୟ ପ୍ରତି ମୁହୂର୍ତ୍ତଟିକୁ କାର୍ଯ୍ୟରେ ବିନିଯୋଗ କରିବା ଆବଶ୍ୟକ । ମନୁଷ୍ୟର ମୃତୁ୍ୟରେ ପରିବାର, ସମାଜ, ଦେଶର କ୍ଷତି ହୋଇପାରେ, ଏ ପୃଥିବୀର ନୁହେ ଓ କହିଲେ - "ଓଁ ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣସୁଦତ୍ୟତେ, ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ, ପୂର୍ଣ୍ଣମେବାଦ୍ଧଶିଷ୍ୟତେ ।'
ଅନୀତା ପଟ୍ଟନାୟକ,ମୋ: ୯୬୯୨୯୮୦୦୨୬