ବ୍ୟାଙ୍କ କର୍ମଚାରୀ ସଂଘର ବୈଠକ

 ଜୟପୁର : କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ସଂଘ ଜୟପୁର ଆନୁକୁଲ୍ୟରେ ମୁଖ୍ୟ ବ୍ୟାଙ୍କ ପରିସରରେ ଥିବା ସଭାଗୃହରେ ରାଜ୍ୟ ସମବାୟ ବ୍ୟାଙ୍କ କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ କରିଥିଲା । ଏହି ସଭାରେ ସ୍ୱତନ୍ତ୍ରଅତିଥି କେସିସି ବ୍ୟାଙ୍କ ସଭାପତି ଇଂ. ଇଶ୍ୱର ପାଣିଗ୍ରାହୀ, ନିଦେ୍ର୍ଦଶକ ରମାକାନ୍ତ ରାଉଳ ଏବଂ କେନ୍ଦ୍ରରୁ କମ୍ରେଡ କେଭିଏସ ରବି କୁମାର, ରାଜ୍ୟ ସମ୍ପାଦକ ସଞ୍ଜୀବ ପତି, ପ୍ରବୋଧ କୁମାର ମିଶ୍ର, ବିଷ୍ଣୁ ପ୍ରସାଦ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ପ୍ରମୁଖ ଦାବି ମଧ୍ୟରୁ ରାଷ୍ଟ୍ରରେ ଏକକ ସମବାୟ ବ୍ୟାଙ୍କ ଏବଂ ପେନସନ କରିବା ଇତ୍ୟାଦି ବିଷୟ ଗୁଡ଼ିକୁ ଚର୍ଚ୍ଚା ହେଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟରୁ ତିନି ଶହରୁ ଉର୍ଦ୍ଧ ସମବାୟ ବ୍ୟାଙ୍କ କର୍ମଚାରୀ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମକୁ ସଂଘ ସଭାପତି ଦିଗମ୍ବର ନାୟକ ଏବଂ ସାଧାରଣ ସମ୍ପାଦକ ଅରୁଣ କୁମାର ସାହୁ ଆୟୋଜିତ କରିଥିବା ବେଳେ ସମସ୍ତ ବ୍ୟାଙ୍କ କର୍ମଚାରୀ ସହଯୋଗ କରିଥିଲେ  ।