ଓଡିଶା ପ୍ରଦେଶ ଓ ଆମ ପୂର୍ବସୂରୀଙ୍କ ସଂଗ୍ରାମ


ହିମାଂଶୁ ଶେଖର ଆ·ର୍ଯ୍ୟ : ଦିନ ଥିଲା ପ୍ରାଚୀନ ଉକôଳର ସୀମା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା । ଓଡ଼ିଶାର ସାଧବ ପୁଅ ଜାଭା, ସୁମାତ୍ରା, ବାଲି, ସିଂହଳ ଓ ବୋର୍ଣ୍ଣିଓ ପ୍ରଭୃତି ଦୀପପୁଞ୍ଜକୁ ଯାଇ ବିଦେଶରୁ ଧନ ଦୌଲତ ଆଣି ଏ ରାଜ୍ୟକୁ ସମୃଦ୍ଧିଶାଳୀ କରିଥିଲେ । ବୀର ଦୁର୍ଦ୍ଧଷ ଜାତି ରୂପେ ଓଡ଼ିଆ ମାନେ ସମଗ୍ର ଦେଶରେ ପରିଚିତ ଥିଲେ । ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ଭାସ୍କର୍ଯ୍ୟ ଉନ୍ନତିର ଚରମ ସୀମାରେ ପହଞ୍ଚôଥିଲା । ମାତ୍ର ୧୫୬୮ ଖ୍ରୀଷ୍ଟାଦ୍ଦରେ ଓଡିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦଦେବଙ୍କ ମୃତୁ୍ୟପରେ ଉକôଳର ଭାଗ୍ୟାକାଶରେ ଘୋର ଦୁର୍ଦ୍ଦିନ ମାଡ଼ି ଆସିଲା । ପ୍ରଥମ ପର୍ଯ୍ୟାୟରେ ଆଫଗାନ୍, ମୋଗଲ ଓ ମରହଟ୍ଟାମାନେ ଓଡ଼ିଶା ଆକ୍ରମଣ କରି ଏହାର ଗୌରବମୟ ଅତୀତକୁ ଧୂଳିସାତ୍ କରିଥିଲେ ଶେଷରେ ୧୮୦୩ ଖ୍ରୀଷ୍ଟାଦ୍ଦରେ ଓଡ଼ିଶା ଇଂରେଜମାନଙ୍କ ଶାସନାଧୀନ ହୋଇଥିଲା । ଇଂରେଜମାନଙ୍କ ରାଜତ୍ୱ ସମୟରେ ଓଡ଼ିଶାର ସାମାଜିକ, ଅର୍ଥନୈତିକ, ରାଜନୈତିକ ଓ ସାଂସ୍କୃତିକ ଅବକ୍ଷୟ ଶୋଚନୀୟ ହୋଇପଡ଼ିଥିଲା ।
ଓଡ଼ିଶାର ଏହି ଘୋର ଦୁର୍ଦ୍ଦିନରେ ଉକôଳ ଗୌରବ ମଧୁସୂଦନ, ଉକôଳମଣି ଗୋପବନ୍ଧୁ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମୟୁରଭଞ୍ଜ ରାଜା ଶ୍ରୀରାମଚନ୍ଦ୍ରଭଞ୍ଜ, କର୍ମବୀର ଗୌରୀଙ୍କର, ବ୍ୟାସକବି ଫକୀରମୋହନ, ସ୍ୱଭାବ ଗଙ୍ଗାଧର ମେହେର, କବିବର ରାଧାନାଥ, ଭକ୍ତକବି ମଧୁସୂଦନ, ପଲ୍ଲୀକବି ନନ୍ଦକିଶୋର, ପଣ୍ଡିତ ଗୋଦାବରୀଶ, ପଣ୍ଡିତ ନୀଳକଣ୍ଠ ପ୍ରମୁଖ ବରପୁତ୍ରମାନଙ୍କର ପ୍ରଚେଷ୍ଟାରେ ୧୯୩୬ ମସିହା ଏପ୍ରିଲ୍ ପହିଲାରେ ଓଡ଼ିଶା ସ୍ୱତନ୍ତ୍ର ଉକôଳ ପ୍ରଦେଶ ରୂପେ ଗଠିତ ହେଲା । ସ୍ୱତନ୍ତ୍ର ଉକôଳ ପ୍ରଦେଶ ଗଠନରେ ଯେଉଁ ବିନ୍ଧାଣିଗଣ ଐକାନ୍ତିକ ଉଦ୍ୟମ, ଏକନିଷ୍ଠ ସାଧନା ଓ ଚରମ ତ୍ୟାଗ ସ୍ୱୀକାର କରିଥିଲେ ସେମାନଙ୍କ ମଧ୍ୟରେ ଉକôଳ ଗୌରବ ମଧୁସୂଦନ ଥିଲେ ଅଗ୍ରଗଣ୍ୟ । ସେ ଥିଲେ ଓଡ଼ିଆ ନବଜାଗରଣର ମୁଖ୍ୟ ପୁରୋଧା  । ମୃତପ୍ରାୟ ଓଡ଼ିଆ ଜାତିର ପ୍ରାଣକନ୍ଦରରେ ସେ ଉଜ୍ଜୀବିତ  କରିଥିଲେ ଜାତୀୟତାର ମହାମନ୍ତ୍ର, ଶିଖାଇଥିଲେ ସ୍ୱାଭିମାନର ମନ୍ତ୍ର ଏବଂ ଦେଖାଇଥିଲେ ନୂତନ ଦିଗ୍ଦର୍ଶନ । ୧୮୪୮ ମସିହା ଏପ୍ରିଲ୍ ୨୮ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ । ଖଣ୍ଡବିଖଣ୍ଡିତ ଉକôଳର ଏକତ୍ରୀକରଣ ପାଇଁ ତାଙ୍କରି ନେତୃତ୍ୱରେ ଗଠିତ ହୋଇଥିଲା ଓଡ଼ିଆ ଜାତି ଓ ଜାତୀୟତାର ପ୍ରଥମ ସଂଗଠିତ ପୀଠ ଉକôଳ ସମ୍ମିଳନୀ । ଏହି ସମ୍ମିଳନୀ ମଣ୍ଡପରେ ଦଣ୍ଡାୟମାନ ହୋଇ ସେ ଓଡ଼ିଆମାନଙ୍କୁ ଉଦାତ୍ତ କଣ୍ଠରେ କହିଥିଲେ 
“ଏହି ସମ୍ମିଳନୀ ଜାତିିପ୍ରାଣ ସିନ୍ଧୁ
 କୋଟି ପ୍ରାଣ ବିନ୍ଦୁ ଧରେ
ତୋର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ
ଡେଇଁ ପଡ଼ି ସିନ୍ଧୁ ନୀରେ ।”
ମଧୁସୂଦନର ୧୯୧୭ରେ ମଂଟେଗୁ ଚେମେଶ୍ଫୋର୍ଡ଼ଙ୍କ ସହିତ ସାକ୍ଷାତ କରି ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ଦୃଢ଼ ଦାବି ଉପସ୍ଥାପନ କରିଥିଲେ । ୧୯୨୭ ମସିହାରେ ସାଇମନ୍ କମିଶନଙ୍କ ଆଗରେ ଓଡ଼ିଶାର ଦାବି ଯଥାର୍ଥ ବୋଲି ସେ ତାଙ୍କୁ ବୁଝାଇବାରେ ସଫଳ ହୋଇଥିଲେ । ୧୯୩୧ ମସିହାରେ ଓଡ଼ନେଲ୍ କମିଟି ନିକଟରେ ସେ ସ୍ୱତନ୍ତ୍ର ଉକôଳ ପ୍ରଦେଶ ଗଠନ ପାଇଁ ନାର୍ଯ୍ୟ ଦାବି ଉପସ୍ଥାପିତ କରି ତାଙ୍କୁ ବୁଝାଇବାରେ ସଫଳ ହୋଇଥିଲେ । ଯାହାର ଫଳ ସ୍ୱରୂପ ୧୯୩୬ ମସିହା ଏପ୍ରିଲ ପହିଲାରେ ମଧୁବାବୁଙ୍କର ସ୍ୱପ୍ନର ଓଡ଼ିଶା ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶରେ ମାନ୍ୟତା ପାଇଥିଲା । କିନ୍ତୁ ତା ର୍ପୂବରୁ ଓଡ଼ିଆ ଜାତିର ପ୍ରାଣପ୍ରତିଷ୍ଠାତା ମଧୁବାବୁ ୧୯୩୪ ମସିହାରେ ଇହଲୀଳା ସମ୍ବରଣ କରିଥିଲେ । ଉକôଳର ଏକତ୍ରୀକରଣରେ ଉକôଳମଣି ଗୋପବନ୍ଧୁ ଦାସଙ୍କ ଦାନ ମଧ୍ୟ ଅତୁଳନୀୟ ଥିଲା ।  ସେହିପରି ନିନ୍ଦୁକମାନଙ୍କୁ ଚୁପ୍ କରିବା ପାଇଁ ସେ କହିଥିଲେ - ଉକôଳର ଏକତ୍ରୀକରଣ ପାଇଁ ଉକôଳ ସମ୍ମିଳନୀର ମହତ୍ୱ ଓଡ଼ିଆ ଜାତିର ଇତିହାସ ରୂପେ ଚିରଦିନ ରହିବ ଏହା ନିଃସନେ୍ଦହ । ଓଡ଼ିଆ ପ୍ରାଣରେ ଦେଶ ପ୍ରେମ ଭାବ ଉଦ୍ରେକ କରିବା ପାଇଁ ସେ କହିଥିଲେ -
“ମିଶୁ ମୋର ଦେହ ଏ ଦେଶ ମାଟିରେ    ଦେଶବାସୀ ଚାଲି ଯାଆନ୍ତୁ ପିଠିରେ
ଦେଶରେ ସ୍ୱରାଜ୍ୟ ପଥେ ଯେତେ ଗାଡ଼     ପୁରୁ ତହିଁ ପଡ଼ି ମୋର ମାଂସ ହାଡ଼ ।”
ମାତ୍ର ମଧୁବାବୁଙ୍କ ପରି ସ୍ୱତନ୍ତ୍ର ଉକôଳ ପ୍ରଦେଶ ଦେଖିବା ପାଇଁ ସେ ମଧ୍ୟ ନଥିଲେ । ମଧୁବାବୁଙ୍କ ପୂର୍ବରୁ ସେ ଚାଲିଯାଇଥିଲେ ଆରପାରିକୁ । ସ୍ୱତନ୍ତ୍ର ଉକôଳ ପ୍ରଦେଶ ଗଠନରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା  । ୧୯୦୩ ମସିହା କଟକର ଇଦ୍ଗା ପଡିଆରେ ଅନୁଷ୍ଠିତ ହୋଇଥିବା ଉକ୍ରଳ ସମ୍ମିଳନୀର ପ୍ରଥମ ଅଧିବେସନରେ ସେ ସଭାପତିତ୍ୱ କରିଥିଲେ । ସେହିପରି ଆଉ ଜଣେ ମହାରଥୀ ହେଉଛନ୍ତି ପାରଳାର ମହାରାଜା ଗଜପତି କୃଷ୍ଣଚନ୍ଦ୍ର ଦେବ । ୧୯୩୧ ମସିହାରେ ସାର୍ ଉଇଲିୟମ୍ ତୋୱେଟଙ୍କ ଅଧ୍ୟକ୍ଷତାରେ ଗଠିତ ସବ୍ କମିଟିର ଗୋଲଟେବୁଲ ବୈଠକରେ ସେ ଓଡ଼ିଆମାନଙ୍କର ସ୍ୱତନ୍ତ୍ର ଉକôଳ ପ୍ରଦେଶ ଗଠନ ନିମନ୍ତେ ଦାବି ଉପସ୍ଥାପିତ କରିବାର ସଫଳ ହୋଇପାରିଥିଲେ । ପାରଳାଖେମୁଣ୍ଡିର ଗଜପତି କୃଷ୍ଣଚନ୍ଦ୍ରଙ୍କ ପରି ଖଲିକୋଟ ରାଜା ହରିହର ମର୍ଦ୍ଦରାଜ ଓ ତାଙ୍କର ସୁଯୋଗ୍ୟ ପୁତ୍ର ରାମଚନ୍ଦ୍ର ମର୍ଦ୍ଦରାଜ ମଧ୍ୟ ସ୍ୱତନ୍ତ୍ର ଉକôଳ ପ୍ରଦେଶ ଗଠନରେ ନିର୍ଣ୍ଣାୟକ ଭୂମିକା ନେଇଥିଲେ । ଉକôଳ ସମ୍ମିଳନୀ ଆରମ୍ଭ ହେବା ଦିନ ଠାରୁ ସ୍ୱତନ୍ତ୍ର ଉକôଳ ପ୍ରଦେଶ ଗଠନ ହେବା ପର୍ଯ୍ୟନ୍ତ ସେମାନେ ନିଜକୁ ନିୟୋଜିତ କରିଥିଲେ ।
ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଠନ କରିବାରେ କର୍ମବୀର ଗୌରୀଶଙ୍କର ଓଡ଼ିଶାର ଆଉ ଜଣେ ସୁଯୋଗ୍ୟ ସନ୍ତାନ ଥିଲେ ।  ଓଡିଆ ସମ୍ବାଦ ପତ୍ରର ସେ ହେଉଛନ୍ତି ଆଦିଜନକ । ତାଙ୍କ ପ୍ରକାଶିତ “ଉକ୍ରଳ ଦୀପିକା” ପତ୍ରିକା ଓଡିଆ ଭାଷାକୁ ସମୃଦ୍ଧ ଓ ଯୁଗୋପଯୋଗୀ କରିଥିଲା  ।  ଏହି ପତ୍ରିକା ଜରିଆରେ  ଅନେକ ଲେଖା ଆତ୍ମ ପ୍ରକାଶ କରି ଓଡ଼ିଆ ଭାଷା ସାହିତ୍ୟର ପ୍ରସାର ଓ ପ୍ରଚାର ହୋଇପାରିଥିଲା । ସେହିପରି ସ୍ୱତନ୍ତ୍ର ଉକôଳ ପ୍ରଦେଶ ଗଠନରେ ବ୍ୟାସକବି ଫକୀରମୋହନଙ୍କ ଅବଦାନ ମଧ୍ୟ ଅତୁଳନୀୟ ଥିଲା । ସେ ଥିଲେ ସାହିତ୍ୟ କ୍ଷେତ୍ରରେ କ୍ରାନ୍ତିର ସ୍ରଷ୍ଟା, ଓଡ଼ିଆ ଭାଷା ଆନେ୍ଦାଳନରେ ସେ ନେଇଥିଲେ ପ୍ରମୁଖ ଭୂମିକା । ଆପଣା ଖର୍ଚ୍ଚରେ ଅତି କଷ୍ଟରେ ବାଲେଶ୍ୱରରେ ପ୍ରଥମ ଛାପା କାରଖାନା ବସାଇ ସେ  ପ୍ରକାଶ କରିଥିଲେ ‘ବୋଧଦାୟିନୀ’ ଓ ‘ସମ୍ବାଦ ବାହିକା’ ନାମକ ସମ୍ବାଦ ଓ ସାହିତ୍ୟ ପତ୍ରିକା । ଏଥିସହିତ ଓଡିଆ ଭାଷା ସାହିତ୍ୟ ସୁରକ୍ଷାରେ ସ୍ୱଭାବ କବି ଗଙ୍ଗାଧର ମେହେର, କବିବର ରାଧାନାଥ ରାୟ,ଭକ୍ତ କବି ମଧୁସୂଦନ ରାଓ,ପଣ୍ଢିତ ଗୋଦାବରୀଶ ମିଶ୍ର ପ୍ରମୁଖଙ୍କ ଉଦ୍ୟମ ବେଶ୍ ପ୍ରଶଂସନୀୟ । ଓଡିଶା ପ୍ରଦେଶ କଥା ଚିନ୍ତାକଲାବେଳେ ଆମ ପୂର୍ବସୂରୀମାନଙ୍କ ସଂଗ୍ରାମ, ତ୍ୟାଗ ଓ ତିତିକ୍ଷା କଥା ସ୍ୱତଃ ମନକୁ ଆସେ । ସେମାନଙ୍କ ପ୍ରତି ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଗୌରବମୟ ଆମ ଅତୀତର କଥା ଓ ଗାଥାକୁ ସ୍ମରଣ କରିବା ଆମର ପରମ କର୍ତ୍ତବ୍ୟ । ଆମେ ସଂକଳ୍ପ ନେବା ଆମ ନିଜ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଚିହ୍ନି ଆମର ପୂର୍ବ ଗୌରବ ଫେରାଇ ଆଣିବାକୁ ନିଷ୍ଠାପର ଭାବେ ଉଦ୍ୟମ କରିବା । ତାହେଲେ ଯାଇ ଆମେ ଆମର ପୂର୍ବ ସୂରୀମାନେ ଦେଖିଥିବା ସ୍ୱପ୍ନ ସାକାର କରିବା ସଙ୍ଗେ ସଙ୍ଗେ ଆମ ରାଜ୍ୟକୁ ପ୍ରଗତି ପଥରେ ଆଗେଇ ନେବା । 
ଜଗତସିଂହପୁର 
ମୋ : ୯୩୩୭୨୨୧୯୨୪