ଉକ୍ରଳ ଦିବସର ଅନୁଚିନ୍ତା
ଅଲେଖ ଚନ୍ଦ୍ର ସାମଲ : ୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ସ୍ୱରୂପ ଆତ୍ମପ୍ରକାଶ କଲା । ଉକ୍ରଳ ଦିବସ ନାମରେ ପରିଚିତ ଏପ୍ରିଲ ପହିଲା ହେଉଛି ଓଡ଼ିଆ ଜାତୀୟ ଜୀବନର ଅନେକ ସ୍ମୃତିକୁ ବହନ କରିଥିବା ଏକ ଐତିହାସିକ ଦିନ । ଆଜି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପୂର୍ତ୍ତି ଦିବସ । ବର୍ତ୍ତମାନ ୩୦ଟି ଜିଲ୍ଲାକୁ ନେଇ ଓଡ଼ିଶାର କ୍ଷେତ୍ରଫଳ ୧,୫୫,୭୦୭ ବର୍ଗ କିଲୋମିଟର । ଏହା ସତ୍ତ୍ୱେ ଆଜି ମଧ୍ୟ ବହୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଯଥା ଝାଡ଼ଖଣ୍ଡର ମେଦିନୀପୁର, ଦାନ୍ତୁନ, ସିଂହଭୂମ, ବୀରଭୂମି, ରାଞ୍ଚô, ଷେଢ଼ଇକଳା ଓ ଖରସୁଆଁ ଆଦି ଓ ଛତିଶଗଡ଼ର ସରିଆ, ଚନ୍ଦ୍ରପୁର, ସୁରେଇପାଲି, ବାସନା ଆଦି ବହୁ ନିରୋଳା ଓଡ଼ିଆ ଭାଷାଭାଷୀ ଅଞ୍ଚଳ ବିଛିନ୍ନାଞ୍ଚଳ ହୋଇ ରହିଯାଇଛି । ଏବେ ମଧ୍ୟ ସେସବୁ ଅଞ୍ଚଳରେ ପ୍ରାୟ ୭୦ ଲକ୍ଷ ଲୋକ ଭାଇଚାରା ସହ ସମୟ ଅତିବାହିତ କରୁଥିଲେ ମଧ୍ୟ ଓଡ଼ିଆ ଭାଷା ଓ ସଂସ୍କୃତିକୁ ବଞ୍ଚାଇରଖି ଜଗନ୍ନାଥ ଦାସଙ୍କ ଭାଗବତ ପଢ଼ୁଛନ୍ତି, ରଜପର୍ବ ପାଳନ କରୁଛନ୍ତି, କୁମାରୀ ଝିଅମାନେ ଭାଇମାନଙ୍କ ମଙ୍ଗଳ କାମନା କରି ଖୁଦୁରୁକୁଣି ଓଷା କରୁଛନ୍ତି, ଘୋଡ଼ାନାଚ, ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟରେ ନିଜକୁ ହଜାଇ ଦେଇ ଓଡ଼ିଆ ଭାଷା ଓ ସଂସ୍କୃତିର ଚିହ୍ନକୁ ଏପର୍ଯ୍ୟନ୍ତ ମଧ୍ୟ ଅକ୍ଷୁଣ୍ଣ ରଖିଛନ୍ତି । ତଥାପି ଆଜି ଅତୀତ ଉକ୍ରଳର ସେ ଗୌରବମୟ ଇତିହାସ କଥା ମନେପଡ଼େ । ୧୧୧୨ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଏକ ବିଶାଳ ସୁସଂଗଠିତ ହିନ୍ଦୁ ରାଜ୍ୟର ମାନ୍ୟତା ଲାଭ କରି ୧୫୬୮ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ନିଜର ସ୍ୱାଧୀନତା ବଜାୟ ରଖିଥିଲା । ୧୫୬୮ ଖ୍ରୀଷ୍ଟାବ୍ଦରେ ଯାଜପୁର ସନ୍ନିକଟ ଗୋହିରା ଟିକିରୀ ରଣକ୍ଷେତ୍ରରେ ଶେଷ ସ୍ୱାଧୀନ ନରପତି ମୁକୁନ୍ଦଦେବଙ୍କ ପରାଜୟ ଓ ନିଧନ ପରେ ବିଶାଳ ଉକ୍ରଳ ସାମ୍ରାଜ୍ୟ କ୍ରମଶଃ ଖଣ୍ଡବିଖଣ୍ଡିତ ହୋଇଗଲା । ପ୍ରଥମେ ଆଫଗାନ ଏବଂ ପରେ ପ୍ରାୟ ୧୭୫ ବର୍ଷ କାଳ ଓଡ଼ିଶା ମୋଗଲଙ୍କ ଶାସନାଧୀନ ହେବାପରେ ମରହଟ୍ଟାମାନେ ୧୭୫୧ ଖ୍ରୀଷ୍ଟାବ୍ଦରେ ଓଡ଼ିଶାର ଶାସନ ଭାର ଗ୍ରହଣ କଲେ ।
୧୮୦୩ ମସିହାରେ ବ୍ରିଟିଶମାନେ ମରହଟ୍ଟାଙ୍କଠାରୁ ଓଡ଼ିଶାର ଶାସନଭାର ଗ୍ରହଣ କଲେ । ଦୃଷ୍ଟିରୁ କେବଳ ଅବିଭକ୍ତ କଟକ, ପୁରୀ ଓ ବାଲେଶ୍ୱରକୁ ନିଜ ଶାସନାଧୀନ ରଖି ଦେଶୀୟ ରାଜ୍ୟମାନଙ୍କ ସହ ସ୍ୱତନ୍ତ୍ର ଚୁକ୍ତି କରିଥିଲେ । ଫଳତଃ ଓଡ଼ିଶାର ବିଭକ୍ତିକରଣ ପୂର୍ଣ୍ଣତା ଲାଭ କରିଥିଲା । ପରବର୍ତ୍ତୀ ସମୟରେ ବ୍ରିଟିଶମାନେ କଳାହାଣ୍ଡି, ପାଟଣା, ସୋନପୁର, ସମ୍ବଲପୁର ଓ ବାମଣ୍ଡା ରାଜ୍ୟ ସମୂହକୁ ମଧ୍ୟପ୍ରଦେଶର ଅନ୍ତର୍ଭୁକ୍ତ କରିଦେଲେ । ଉପରୋକ୍ତ ବିଭକ୍ତିକରଣ ଦ୍ୱାରା ଓଡ଼ିଆମାନେ ସୁଦୂର କଲକାତା, ମାନ୍ଦ୍ରାଜ ଓ ନାଗପୁର ଠାରୁ ଶାସିତ ବୃହତ୍ ପ୍ରଦେଶଗୁଡ଼ିକରେ ସଂଖ୍ୟାନୂ୍ୟନ ହୋଇଗଲେ । ଆମେ ଭୁଲିଗଲୁ ଆମ ଦାମ୍ଭିକତା ଓ ସ୍ୱାଭିମାନ । ଆଫଗାନ, ମୁସଲମାନ, ମରହଟ୍ଟା ଓ ଇଂରେଜ ଶାସନ ସମୟରେ ଏ ଜାତି କିଲବିଲ ହୋଇଯାଇଛି । ଅନେକ ସ୍ୱପ୍ନ ଓ ପ୍ରତାରଣାକୁ ପଥେୟ କରି ଆମକୁ ଦୀର୍ଘଦିନ ଧରି ଅପେକ୍ଷା କରିବାକୁ ପଡ଼ିଛି । ଓଡ଼ିଶାର ବିଭକ୍ତିକରଣ ଫଳରେ ପ୍ରାଦେଶିକ ସରକାରମାନେ ଓଡ଼ିଆ ଲୋକଙ୍କ ସ୍ୱାର୍ଥରକ୍ଷା ପାଇଁ ଉଦାସୀନ ହେଲେ । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଉନ୍ନବିଂଶ ଶତାବ୍ଦୀର ଆଦ୍ୟ ଭାଗରେ ଚକ୍ରାନ୍ତକରି ସମୃଦ୍ଧ ଥିବା ଓଡ଼ିଆ ଭାଷାକୁ ସରକାରୀ ଦପ୍ତର, କଚେରି ଓ ବିଦ୍ୟାଳୟମାନଙ୍କୁ ବିଲୋପ କରାଗଲା । ସୁତରାଂ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଯଥାକ୍ରମେ ହିନ୍ଦୀ, ତେଲୁଗୁ ଓ ବଙ୍ଗଳା ଭାଷାର ପ୍ରଚଳନ ହେଲା । ପ୍ରଥମେ ମେଦିନୀପୁର ଓ ବାଙ୍କୁଡ଼ା ଅଞ୍ଚଳରୁ ୧୮୫୦ ମସିହାରୁ ୧୮୭୦ ମସିହା ମଧ୍ୟରେ ପ୍ରାୟ ୨୦ ବର୍ଷ ଭିତରେ ଓଡ଼ିଆ ଭାଷାକୁ ସମ୍ପୂର୍ଣ୍ଣ ରୂପେ ବିଲୋପ କରିଦିଆଗଲା । ଏଥିରେ କୃତକାର୍ଯ୍ୟ ହେବାରୁ ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଆ ଭାଷାକୁ ବିଲୋପ କରିବା ନିମନ୍ତେ ବିଧିବଦ୍ଧ ଉଦ୍ୟମ ହେଲା ।
ଏ ଦିଗରେ ସର୍ବପ୍ରଥମେ ନେତୃତ୍ୱ ନେଲେ ରାଜେନ୍ଦ୍ରଲାଲ ମିତ୍ର । ନିଆଁରେ ଘିଅ ଢ଼ାଳିଲା ଭଳି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ କାନ୍ତି ଭଟ୍ଟାଚାର୍ଯ୍ୟ । ସେ କହିଲେ, ଓଡ଼ିଆ ସ୍ୱତନ୍ତ୍ର ଭାଷା ନୟ । ଫକିରମୋହନ ସେନାପତି, ରାଧାନାଥ ରାୟ, ଗୌରୀଶଙ୍କର ରାୟ ପ୍ରମୁଖ ଓଡ଼ିଆ ଭାଷାର ପ୍ରାଚୀନତା ଓ ସ୍ୱତନ୍ତ୍ରତାର ପ୍ରମାଣ ଦେବା ପାଇଁ ପୁରୁଣା ତାଳପତ୍ର ପୋଥି ଉପସ୍ଥାପନ କଲେ । ଠିକ୍ ଏହି ସମୟରେ ବାଲେଶ୍ୱର କଲେକ୍ଟର ତଥା ଭାଷାତତ୍ତ୍ୱବିତ୍ ସାର ଜନ୍ ବିମସ୍ ଗୁରୁଗମ୍ଭାରୀ କଣ୍ଠରେ ଏକଥା ଘୋଷଣା କଲେ - "ଖକ୍ଟକ୍ଟଳରୟ ବଗ୍ଧ ଲକ୍ସକ୍ଟଜ୍ଞ ଗ୍ଧଷର କ୍ଟ୍ରଙ୍କକ୍ସରକ୍ଷଚ୍ଚ କ୍ଷସଦ୍ଭଶଙ୍କସଗ୍ଦଗ୍ଧସମ ଗ୍ଦସୟର. ଗ୍ଧଷରକ୍ସର ସଗ୍ଦ ଦ୍ଭକ୍ଟ ୟକ୍ଟଙ୍କଭଗ୍ଧ ଗ୍ଧଷବଗ୍ଧ ଙକ୍ସସଚ୍ଚବ ଷବଗ୍ଦ ବଜ୍ଞକ୍ଟ୍ରକ୍ଷର କ୍ଟ୍ରକ୍ସକ୍ଟକ୍ଟଲ କ୍ଟଲ ସଗ୍ଧଗ୍ଦ ସଦ୍ଭୟସଙ୍ଖସୟଙ୍କବକ୍ଷସଗ୍ଧଚ୍ଚ. ବଗ୍ଧ ବ କ୍ଟ୍ରରକ୍ସସକ୍ଟୟ, ଙ୍ଗଷରଦ୍ଭ କ୍ଟକ୍ସସଚ୍ଚବ ଙ୍ଗବଗ୍ଦ ବକ୍ଷକ୍ସରବୟଚ୍ଚ ଗ୍ଦରଗ୍ଧଗ୍ଧକ୍ଷରୟ ବଦ୍ଭୟ ଲସଙ୍ଘରୟ କ୍ଷବଦ୍ଭଶଙ୍କବଶର, ଈରଦ୍ଭଶବକ୍ଷସ ୟସୟଦ୍ଭ’ଗ୍ଧ ରଙ୍ଘସଗ୍ଦଗ୍ଧ ବଗ୍ଧ ବକ୍ଷକ୍ଷ' କହିବା ବାହୁଲ୍ୟ ଯେ ବିମ୍ସଙ୍କ ଏହି ମନ୍ତବ୍ୟ ଓଡ଼ିଆ ଭାଷା ବିରୋଧୀ ଆନେ୍ଦାଳନର ଯବନିକା ପକାଇଲା ଏବଂ ଓଡ଼ିଆ ଭାଷା, ଶିକ୍ଷାୟତନ ଓ କଚେରୀରୁ ବିଲୁପ୍ତ ହେଲାନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାର ତକ୍ରାଳୀନ କମିଶନର ରେଭେନ୍ସା ସାହେବଙ୍କ ସାହାଯ୍ୟ ଓ ସହାନୁଭୂତି ଯୋଗୁଁ ଓଡ଼ିଆ ଭାଷା ଓ ସାହିତ୍ୟର ନବଉନ୍ମେଷ ଓ ଉତ୍ତରଣ ହେଲାବୋଲି କହିଲେ କିଛି ଭୁଲ ହେବନାହିଁ । ଓଡ଼ିଶା ଡିଭିଜନରେ ଜନ୍ ବିମ୍ସ ଓ କମିଶନର ରେଭେନ୍ସା ସାହେବଙ୍କ ପରି ମାନ୍ଦ୍ରାଜ ସରକାଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଟି.କେ. ମଲଟବି ଜଣେ ଭାଷାତତ୍ତ୍ୱବିତ୍ ଥିଲେ । ସେ ୧୮୭୩ ମସିହାରେ ‘ଏ ପ୍ରାଟିକାଲ ହ୍ୟାଣ୍ଡ ବୁକ୍ ଅଫ୍ ଦି ଓଡ଼ିଆ ଲାଙ୍ଗୁଏଜ’ ନାମକ ଏକ ପୁସ୍ତକ ରଚନା କରି ସେଥିରେ ଓଡ଼ିଆ ଭାଷାର ମହତ୍ତ୍ୱ ଓ ପ୍ରାଚୀନତା ବିଷୟରେ ଅବତାରଣା କରିଥିଲେ । ସେ ମାନ୍ଦ୍ରାଜ, ବଙ୍ଗଳା, ମଧ୍ୟପ୍ରଦେଶ ଓ ଦେଶୀୟ ରାଜ୍ୟଗୁଡ଼ିକରେ ବାସ କରୁଥିବା ପ୍ରାୟ ୯୦ ଲକ୍ଷ ଓଡ଼ିଆଙ୍କୁ ଏକ ଶାସନାଧୀନ କରିବା ପାଇଁ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ସେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ବଡ଼ଲାଟ ଲର୍ଡ଼ କର୍ଜନ, ଓଡ଼ିଶା କମିଶନର ମିଃ. କୋକ୍, ଚିଫ୍ କମିଶନର ଏଣ୍ଡ୍ରୁ ଫ୍ରେଜର, ଭାରତ ସଚିବ ସାର୍ ଷ୍ଟାଫୋର୍ଡ଼, ନର୍ଥକୋଟ ଏବଂ ଆକାଉଣ୍ଟାଣ୍ଟ ଜେନେରାଲ ମେଜର ଚେନ୍ସିଙ୍କ ଅବଦାନରୁ ମଧ୍ୟ ଭୁଲି ହେବନାହିଁ ।
ଭାଷା ଆନେ୍ଦାଳନରୁ ଓଡ଼ିଆ ଜାତୀୟତାର ଜନ୍ମ । ଏହିଠାରୁ ହିଁ ଜନ୍ମ ନେଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ବିଧିବଦ୍ଧ ଉଦ୍ୟମ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ସବୁଶ୍ରେଣୀର ବ୍ୟକ୍ତି ଏବଂ ବିଭିନ୍ନ ପ୍ରଦଶେରେ ଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଲୋକମାନଙ୍କ ଦୀର୍ଘଦିନର ତପସ୍ୟା ଓ ସଂଗ୍ରାମର ଫଳ । ଏଥିରେ ବିଦ୍ୟମାନ ବିଭିନ୍ନ ସଂଗଠନ, ପତ୍ରପତ୍ରିକା, ବୁଦ୍ଧିଜୀବୀ, ସାହିତ୍ୟ ସାଧକ, ଜନନେତା, ରାଜା ଓ ଜମିଦାରଙ୍କ ଠାରୁ ଆରମ୍ଭ କରି ସାଧାରଣ ପ୍ରଜା ଓ ଉକ୍ରଳ ହିତୈଷୀ, ଇଂରେଜ ପ୍ରଶାସକ ଏବଂ ବିଭିନ୍ନ ଅଣଓଡ଼ିଆ ବ୍ୟକ୍ତିବିଶେଷଙ୍କ ମହତ୍ତ୍ୱପୂର୍ଣ୍ଣ ଅବଦାନ । ମଧୁସୂଦନ ଦାସ ଓଡ଼ିଆ ଜାତୀୟତାର ଜନକ । ସେ ମୁମୂର୍ଷୁ ଓଡ଼ିଆ ପ୍ରାଣରେ ଭରିଦେଇଗଲେ ଜାତିପ୍ରେମ ବହ୍ନି । ଆଜି ଉକ୍ରଳ ଦିବସ ପାଳନ ଅବସରରେ ସେହି ମହାପୁରୁଷଙ୍କ ସ୍ମୃତିଚାରଣ କରିବା ଓ ଆମ ଭାଷାକୁ ନେଇ ସ୍ୱାଭିମାନୀ ହେବାକୁ ପଡ଼ିବ । ସ୍ୱାଭିମାନୀ ଓଡ଼ିଆଙ୍କ ପାଇଁ ଭାଷା ଏକ ଆତ୍ମପରିଚୟ ।
ବିଦେଶୀମାନେ ଏ ରାଜ୍ୟକୁ ଓ ଭାଷାକୁ ଚିହ୍ନି ନଥିଲେ । ଏବେ ସୁଦ୍ଧା ଶାସ୍ତ୍ରୀୟମାନ୍ୟତା ଲାଭ କରିଥିବା ଭାଷା ମଧ୍ୟରେ ସଂସ୍କୃତକୁ ଛାଡ଼ି ଅନ୍ୟ ଚାରୋଟି ଭାଷା ହେଉଛି ଦ୍ରାବିଡ଼ ପରିବାରର ଭାଷା । ଭାରତବର୍ଷରେ ମୁଖ୍ୟତଃ ତିନୋଟି ବଡ଼ ଭାଷା ପରିବାର ଅଛି । ଗୋଟିଏ ସଂସ୍କୃତ ଭାଷା ପରିବାର, ଗୋଟିଏ ଦ୍ରାବିଡ଼ ଭାଷା ପରିବାର ଓ ଅନ୍ୟଟି ଅଷ୍ଟ୍ରିକ ଭାଷା ପରିବାର । ପ୍ରଥମ ଭାଷା ପରିବାରର ଭାଷା ଭାବେ ଓଡ଼ିଆ ପରିଚିତ । ଆମ ପୂର୍ବସୂରୀଙ୍କ କଥା ଓ ଗାଥା ଯେତେ ବଖାଣିଲେ ମଧ୍ୟ ଅସରା ଲାଗେ । ସେମାନେ ଥିଲେ ବୀର, ଯୋଦ୍ଧା ଓ ସାହସୀ, ଯାହା କଳିଙ୍ଗ ଯୁଦ୍ଧ ଓ ପାଇକ ବିଦ୍ରୋହରୁ ଇତିହାସ ପ୍ରମାଣ କରେ । ରାଜାରାଜୁଡ଼ା ଶାସନ କାଳେ ବହୁ ବ୍ୟକ୍ତିଙ୍କ ପାଣ୍ଡିତ୍ୟ ଓଡ଼ିଆ ଜାତିକୁ ସ୍ୱତନ୍ତ୍ର ପରିଚୟ ଦେବା ସଙ୍ଗେ ସଙ୍ଗେ ଆମ ଭାଷା ସାହିତ୍ୟକୁ ଋଦ୍ଧିମନ୍ତ କରିଛି । ଯଦି ସାରଳା ଦାସ, ଫକିରମୋହନ ସେନାପତି, ମଧୁସୂଦନ ଦାସ ଓ ଗୋପବନ୍ଧୁ ଦାସଙ୍କ ପରି ବ୍ୟକ୍ତିତ୍ୱ ନଥାନ୍ତେ, ତାହେଲେ ଓଡ଼ିଆଙ୍କ ପରିଚୟ ଆଜି କ'ଣ ହୋଇଥାନ୍ତା, ତାହା ସହଜରେ ଅନୁମେୟ । ଆଜି ଉକ୍ରଳ ଦିବସ ପରିପ୍ରେକ୍ଷୀରେ ଏହା ସାରା ଓଡ଼ିଶାବାସୀଙ୍କ ଚିନ୍ତନ ହେବା ବିଧେୟ ।
ପଲାଇ, ବାଲିଚନ୍ଦ୍ରପୁର, ଯାଜପୁର
ମୋ: ୯୪୩୭୨୫୭୧୨୩