ମୌଳିକ ସୁବିଧାରୁ ବଞ୍ଚôତ ଆଦିବାସୀ ପରିବାର

 ଯାଜପୁର: ଧର୍ମଶାଳା ବ୍ଲକ ଅନ୍ତର୍ଗତ ଚକ୍ରଧରପୁର ପଂଚାୟତ ଅଧିନ ବଲାଙ୍ଗିଆ ଏକ ଛୋଟ ଆଦିବାସୀ ଗ୍ରାମ । ପାହାଡ ପର୍ବତ ଘେରା ଏହି ଗ୍ରାମରେ ପ୍ରାୟ ୧୫୦ଆଦିବାସୀ ପରିବାର ବସବାସ କରୁଛନ୍ତି । ଏହି ଗ୍ରାମର ଚତୁଃର୍ପାଶ୍ୱରେ ମାଳମାଳ ବେଆଇନ କ୍ରସର ଗଢିଉଠିଛିା ଏହି କ୍ରସର ଗୁଡିକ ପରିବେଶ ଆଇନ ମାନୁ ନଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି । କ୍ରସର ଚାରିପାଖର ବୃକ୍ଷରୋପଣ, ପାଣି ସିଂଚନ କରାଯିବାର ପ୍ରାବଧାନ ଥିଲେ ବି ଏହା କରାଯାଉନାହିାଁ ଯାହାଫଳରେ ପଥର ଗୁଣ୍ଡରେ ପରିବେଶ ଦୂଷିତ ହେଉଛି । ଜନସାଧାରଣ ରାସ୍ତାରେ ଯିବା ଆସିବା କରିବା ଏକ ପ୍ରକାର ଅସମ୍ଭବ ହୋଇପଡୁଛି । ୱାଗନ ହୋଲ ବ୍ଲାଷ୍ଟିଂ ହେବା ଫଳରେ ଭୂତଳଜଳ ପ୍ରଦୂଷିତ ହେଉଛି । ବାୟୁ, ଜଳ, ମୃର୍ତିକା ଓ ଶବ୍ଦ ପ୍ରଦୂଷଣ ଫଳରେ ଏହି ଅନୁସୂଚିତ ଜନଜାତି ଲୋକମାନେ ଫୁସ୍ଫୁସ, କିଡ୍ନୀ, ଲିଭର ଓ ଚର୍ମ ଜନିତ ରୋଗରେ ପୀଡିତ ହୋଇ କିଛି ମୃତୁ୍ୟ ମୁଖରେ ପଡିଲେଣି ଓ କିଛି ମୃତୁ୍ୟ ଶଯ୍ୟାରେ ପଡିଛନ୍ତି । ସେହିପରି ଏହି ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ । ଯେଉଁ ରାସ୍ତାଟି ବାଘୁଆ ଛକରୁ ଗ୍ରାମକୁ ସଂଯୋଗ କରୁଛି ତାହା ଆଣ୍ଠୁଏ ଲେଖାଁଏ ଗାଡ । କଳାପଥର ବୋଝେଇ ଭାରୀଯାନ ଯାତାୟାତ ଫଳରେ ରାସ୍ତାର ଅବସ୍ଥା ଏପରି ହୋଇଛି । ପୁନଶ୍ଚ ରାତ୍ରିରେ ଏଠାରୁ ମାଟି ଓ ମୋରମ ମଧ୍ୟ ଲୁଟ ଚାଲିଛି । ଫଟୋ ଓ ଭିଡିଓ ଉତୋଳନ କରି ବନବିଭାଗ କିମ୍ବା ତହସିଲର ଅଫିସର ମାନଙ୍କୁ ପଠାଇଲେ ସେମାନେ ତାହା ମାଫିଆଙ୍କୁ ପଠାଇ ସତର୍କ କରାଇ ଦେଉଛନ୍ତି । ଏହି ଗ୍ରାମକୁ ଏପର୍ଯ୍ୟନ୍ତ ପାନୀୟ ଜଳର ବ୍ୟବସ୍ଥା କରାଯାଇ ପାରିନାହିଁ । ସବୁଠାରୁ ବଡ ସମସ୍ୟା ହେଲା ଏହି ଗ୍ରାମର ଅଧିବାସୀ ମାନଙ୍କୁ ଏପର୍ଯ୍ୟନ୍ତ ଘରଡିହ ପଟ୍ଟା ମିଳିନାହିଁ । ଗ୍ରାମବାସୀ ଗତ ବର୍ଷ ଏନେଇ ତହସିଲଦାର, ଜିଲାପାଳ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଇଥିଲେ । ରାଷ୍ଟ୍ରପତିଙ୍କ ସଚିବାଳୟ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯେତେ ବି ଅଭିଯୋଗ କଲେ କିଛି ଫଳ ମିଳୁୁନାହିଁ । ସବୁଠାରୁ ନୀରାଶ ହୋଇ ଗତବର୍ଷ ଅକ୍ଟୋବର ୨୧ତାରିଖରେ ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସବୁ କଥା କହିଥିଲେ । ପୁନଶ୍ଚ ୩ ଫେବୃଆରିରେ ମହେଶ୍ୱର ମୁଣ୍ଡା, କିଶାନ ପୂର୍ତୀ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ତଦନ୍ତକରି ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।