ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ
ଯାଜପୁର: ଯାଜପୁର ଜିଲ୍ଲାରେ ସମ୍ପ୍ରତି ହୋଇଥିବା ଘଟଣାକୁ ଦୃଷ୍ଟିରେ ରଖି ପ୍ରଶାସନ ସଜାଗ ରହିଛି । ଆଇନ ଶୃଙ୍ଖଳାକୁ ପ୍ରାଧନ୍ୟ ଦିଆଯାଉଛି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି । ଗତ କିଛିଦିନରୁ ବିରଜା ମନ୍ଦିରର ଉନ୍ନୟନପ୍ରକଳ୍ପ କାର୍ଯ୍ୟକୁ ବିରୋଧ ଅବା ସାଲିସ କରାଯାଉଛି ବୋଲି ଗୋଟେ ଗୁଜବ ପ୍ରଚାର ହେଉଛି । ଏତଦ୍ୱାରା ଯାଜପୁର ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଉଛି ଯେ ବିରଜା ମନ୍ଦିରର ଉନ୍ନୟନ ପାଇଁ ଆରମ୍ଭ ହେଇଥିବା ଏବଂ ଯୋଜନା ହେଇଥିବା ସମସ୍ତ ପ୍ରକଳ୍ପର କାର୍ଯ୍ୟ ଗୁଡାକ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ ହେବ । ପୁନଶ୍ଚ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ, ମନ୍ଦିର ପରିବେଶ ସୌନ୍ଦର୍ଯ୍ୟକରଣ ଏବଂ ମା ବିରଜାଙ୍କ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ନୂତନ ପ୍ରକଳ୍ପ ମଧ୍ୟ ନିଆଯିବ । ବିରଜା ହାଟ ବିଷୟରେ ସମସ୍ତ ଅଂଶୀଦାର ବିରଜା ମନ୍ଦିର ସେବାୟତ ଗୋଷ୍ଠୀ ଓ ପ୍ରତିନିଧି ଏବଂ ଚାଷୀ ମାନଙ୍କୁ ନେଇ ଏହାର ସମାଧାନ ବାହାର କରାଯିବ ।ବିରଜା ହାଟ ପାଇଁ ସମସ୍ତଙ୍କ ସହମତିରେ ଏବଂ ମତାମତ ରେ ଯେମିତି ବିରଜା ପ୍ରକଳ୍ପ କୁ କିଛି ପ୍ରଭାବ ପଡିବ ନାହିଁ ଏବଂ ସବୁ ପ୍ରକଳ୍ପ ଗୁଡିକ ଠିକ ସମୟରେ ଶେଷ ହେବ ସେହିପରି ନିଷ୍ପତି ନିଆଯିବ । ବିରଜା ପ୍ରକଳ୍ପ ଯୋଜନା ଯେମିତି ଥିଲା ଠିକ ସେହି ଆଧାରରେ ଚାଲୁ ରହିଛି । ଅନ୍ୟାନ୍ୟ ପ୍ରକଳ୍ପ ଯୋଜନା ଅନୁଯାଇ କାର୍ଯ୍ୟ ଚାଲୁ ରହିଛି ବୋଲି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ପ୍ରକାଶ କରିଛନ୍ତି ।