ଦଳିତ ଯୁବକଙ୍କୁ ଜାତିଆଣ ଆକ୍ଷେପ ଓ ମାଡ ଅଭିଯୋଗ 

ାା ପ୍ରଭାନୁ୍ୟଜ ।ା ବ୍ରହ୍ମବରଦା: ଏହି ଥାନା ଅନ୍ତର୍ଗତ ବନ୍ଧଢିଅ ପଞ୍ଚାୟତର ଜନୈକ ଦଳିତ ଯୁବକଙ୍କୁ ଜାତିଆଣ ଆକ୍ଷେପ ସହ ମାଡ ମରାଯାଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ପାଇ ପୁଲିସ କେସ ନଂ-୧୯୨/୨୪ରେ ଏକ ମାମଲା ରୁଜୁ କରିବା ସହ ଡିଏସପି କୈଳାସ ଚନ୍ଦ୍ର ସେଠି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ମତେ ବନ୍ଧଢିଅ ପଞ୍ଚାୟତର ବାସିନ୍ଦା ନୃସିଂହ ମଲିକଙ୍କ ପୁଅ ବେଣୁଧର( ୪୦)ଙ୍କ ଦେହ ଖରାପ ଥିବାରୁ ସେ ବନ୍ଧଢିଅ ଛକକୁ ମେଡିସିନ କିଣିବାକୁ ଯାଇଥିଲେ । ଏହି ସମୟରେ ବିନା କାରଣରେ ଗ୍ରାମର କିଛି ଯୁବକ ରାଜେଶ ଜେନା ଓ କାହ୍ନା ଜେନା, ପିକୁନ ଜେନା, ଲିପୁନ ଜେନା ଆଦି ମିଳିମିଶି ବେଣୁଧରକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରିଥିଲେ । ବେଣୁଧର ଏହାର ବିରୋଧ କରିବାରୁ ସମ୍ପୃକ୍ତ ଯୁବକ ମାନେ ମିଳିମିଶି ତାକୁ ବିଧା ଗୋଇଠା ମାରିବା ସହ ଜୀବନରେ ମାରି ପୋତି ଦେବା ପାଇଁ ବିଭିନ୍ନ ଧମକ ଚମକ ଦେଇଥିଲେ । ବେଣୁଧର ଜୀବନ ବିକଳେ ଦୌଡ଼ି ପଳାଇ ଯାଇ ନିଜ ଘର ଭିତରେ କବାଟ କିଳିକି ଲୁଚି ଯାଇଥିଲେ । କିନ୍ତୁ ଦୁର୍ବୃତ୍ତ ମାନେ ମଧ୍ୟ ବାଡି, କିଳା ନେଇ ତା ପଛରେ ଗୋଡେଇ ଗୋଡେଇ ଘର ଭିତରକୁ ପଶି ଯାଇଥିଲେ । ଦୁର୍ବୃତ୍ତ ମାନେ ସେଠାରୁ ଯିବା ପରେ ବେଣୁଧର ବ୍ରହ୍ମବରଦା ଥାନାରେ ପହଞ୍ଚି ଯୁବକ ମାନଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ଏନେଇ ତଦନ୍ତ ଜାରି ରହିଥିବା ବ୍ରହ୍ମବରଦା ଥାନା ଆଇଆଇସି ଅଂଶୁମାଳା ଦାସ ସୂଚନା ଦେଇଛନ୍ତି ।