ଯୁଗ୍ମ ଜନ ଅଭିଯୋଗ ଶୁଣାଣି

 ସୁକିନ୍ଦା: ଜିଲା ପ୍ରଶାସନ ପକ୍ଷରୁ ଯୁଗ ଅଭିଯୋଗ ଶୁଣାଣି ଶିବିର ସୁକିନ୍ଦା ବ୍ଳକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ ଜନସାଧାରଣଙ୍କ ବିଭିନ୍ନ ଆପତି ଅଭିଯୋଗର ଶୁଣାଣି କରିଥିଲେ । ବିଭାଗୀୟ ଅଧିକାରୀ  ଅଭିଯୋଗ ଗୁଡିକ ଯାଂଚ କରିବେ ଓ ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନଙ୍କର ଯଥାସମ୍ଭବ ସମସ୍ୟାର ସମାଧାନ କରାଯିବ ବୋଲି ଜିଲାପାଳ ପ୍ରକାଶ କରିଥିଲେ । ଶିବିରରେ ମୋଟ ୧୪୫ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୧୦୭ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ/ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ ୧୦ ଟି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ନିମନ୍ତେ ୨୮ଗୋଟି ଅଭିଯୋଗର ଶୁଣାଣି କରାଯାଇଥିଲା । ୫୦ଟି ଅଭିଯୋଗର ତକôାଳ ଫଇସଲା କରାଯାଇଥିଲା । ଶିବିରରେ ଆରକ୍ଷୀ ଅଧିକ୍ଷକ ୟଶପ୍ରତାପ ଶ୍ରୀମାଲ୍, ଅତିରିକ୍ତ ଜିଲାପାଳ କଳିଙ୍ଗନଗର, ସପନ କୁମାର ନନ୍ଦ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ , ଜିଲା ମୁଖ୍ୟ ଚିକିତ୍ସାଧିକାରୀ, ଡଃ ପ୍ରକାଶ ଚନ୍ଦ୍ର ବଳ, ଉପ ଜିଲାପାଳ ଲମ୍ବୋଦର ଖୁଂଟିଆ , ଗୋଷ୍ଠୀ ଉନ୍ନୟନ ଅଧିକାରୀ , ସୁକିନ୍ଦା, ରେଶମା ଟେଟେ, ତହସିଲଦାର ସୁକିନ୍ଦା ମାନସ ତ୍ରିପାଠୀ, ଜିଲାସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତି ଅଭିଯୋଗର ଶୁଣାଣି କରିଥିଲେ ।