ପରମ୍ପରାକୁ ଦଳିମକଚି ଦେଲେ .... ପୌରପରିଷଦରେ ହେଲାନି ପ୍ୟାରେଡ଼; ଷ୍ଟାଡ଼ିୟମରୁ ଫେରିଲେ ଛାତ୍ରଛାତ୍ରୀ-ଶିକ୍ଷକ

ାା ପ୍ରଭାନୁ୍ୟଜ ।ା ବ୍ୟାସନଗର: ଅଗଷ୍ଟ ୧୫ । ଭାରତ ବର୍ଷ ପାଇଁ ଗୌରବମୟ ଦିବସ । ପିଲା ଠୁ ବୁଢା, ରାଜନେତା ଠୁ ଠେଲାବାଲା, ଛାତ୍ରଛାତ୍ରୀଙ୍କ ଠାରୁ ଶିକ୍ଷକ, ଶିଳ୍ପପତିଙ୍କ ଠାରୁ ଆରମ୍ଭ କରି ଶ୍ରମିକ, ରାଜନୈତିକ ଦଳ ଠାରୁ ଅନୁଷ୍ଠାନ ସମସ୍ତେ ଏହି ଦିନକୁ ଉସôାହ ଓ ଉଦ୍ଧିପନାରେ ପାଳନ କରିଥାନ୍ତି । ହୋଇଥାଏ ସ୍ୱତନ୍ତ୍ର ଆୟୋଜନ ତ୍ରିରଙ୍ଗା ତଳେ ଏକାଠି ହୋଇଥାନ୍ତି ମାଟି ମା’ର ସନ୍ତାନ । ପତାକା ଉତ୍ତୋଳନ ପରେ ଜାତୀୟ ସଙ୍ଗୀତ, ପ୍ୟାରେଡ଼, ପ୍ରତିଯୋଗୀତା, ପୁରସ୍କାର ଇତ୍ୟାଦି କାର୍ଯ୍ୟକ୍ରମ ହୋଇଥାଏ । କିନ୍ତୁ ବ୍ୟାସନଗରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଲା । ପାଣି ପାଇଁ ଦୀର୍ଘବର୍ଷ ଧରି ଚାଲିଆସୁଥିବା ପରମ୍ପରାକୁ ଭାଙ୍ଗି ଦିଆଗଲା । ପାଣି ବାହାନାରେ ପ୍ୟାରେଡ଼କୁ ବନ୍ଦ କରି ଦିଆଗଲା । ଆଉ ପ୍ୟାରେଡ଼ରେ ଭାଗ ନେବାକୁ ଆସିଥିବା ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଏବଂ ନଗରବାସୀ ନିରାଶ ହୋଇ ଫେରିଲେ ରାଜୀବ ଗାନ୍ଧି ଷ୍ଟାଡ଼ିୟମରୁ । ମଉଳିଯାଇଥିଲା ପ୍ୟାରେଡ଼କୁ ଆସିଥିବା ଛାତ୍ରଛାତ୍ରୀଙ୍କ ମନ, ଦୁଃଖ ପ୍ରକାଶ କରିଥିଲେ ଶିକ୍ଷକ ଆଉ ଅସନ୍ତୋଷ ବ୍ୟକ୍ତ କରିଥିଲେ ଅଭିଭାବକ । ବ୍ୟାସନଗର ପୌର କର୍ତ୍ତୃପକ୍ଷ ଦୂରଦୃଷ୍ଟି ଅଭାବ ଏବଂ ଦାୟିତ୍ୱାଧିକାରୀଙ୍କ ଦାୟିତ୍ୱ ହିନତାରୁ ଚାଲିଆସିଥିବା ପରମ୍ପରା ଦଳିମକଚି ହୋଇଗଲା । ଜାତୀୟ ପତାକା ଉଡ଼ିଲା ସତ ହେଲେ ତ୍ରିରଙ୍ଗାକୁ ମିଳିଲାନି ଉସôର୍ଗୀକୃତ ସମ୍ମାନ । ଯାହା ପ୍ରତିବର୍ଷ ପ୍ୟାରେଡ଼ରେ ମିଳିଥାଏ । ରାଜ୍ୟସ୍ତରୀୟ ଭଳି ଜିଲା ଏବଂ ପୌରାଞ୍ଚଳରେ ଅଗଷ୍ଟ ୧୫ ହେଉ କି ଜାନୁଆରି ୨୬ ସାଧାରଣତନ୍ତ୍ର ଦିବସରେ ହୋଇଥାଏ ସ୍ୱତନ୍ତ୍ର ପ୍ୟାରେଡ଼ର ଆୟୋଜନ । ପ୍ୟାରେଡ଼ରେ ଭାଗ ନେଇଥାନ୍ତି ସରକାରୀ, ବେସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମେତ ଏନ୍ସିସି ସ୍କାଉଡ, ଅଗ୍ନିଶମ, ପୁଲିସ ବାହୀନ । ପ୍ୟାରେଡ଼ ସହ ହୋଇଥାଏ ସଂସ୍କୃତିକ କାର୍ଯ୍ୟକ୍ରମ । ପୁରସ୍କାର, ଖାଦ୍ୟ ପୁଡ଼ିଆ, ଫୁଲତୋଡ଼ା ପାଇଁ ହୋଇଥାଏ ଲକ୍ଷାଧିକ ଟଙ୍କାର ବଜେଟ । ହେଲେ ଜମି ରହିଥିବା ପାଣି ପାଇଁ ଭାଙ୍ଗିଦିଆଗଲା ୩୦ବର୍ଷର ଅର୍ଥାତ ୧୯୯୪ମସିହାରୁ ଚାଲିଆସିଥିବା ପରମ୍ପରା । ହେଲେ ପ୍ୟାରେଡ଼ରେ ଭାଗ ନେବାକୁ, ଦେଖିବାକୁ ରାଜୀବ ଗାନ୍ଧି ଷ୍ଟାଡ଼ିୟମରେ ପୌରାଞ୍ଚଳର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ, ବ୍ୟାସନଗର ସ୍ୱଂୟଶାସିତ ମହାବିଦ୍ୟାଳୟ, ଘରୋଇ ଶିକ୍ଷାନୁଷ୍ଠାନ,ଏନସିସିିରୁ ହଜାର ହଜାର ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ପହଞ୍ଚି ସାରିଥିଲେ । ଷ୍ଟାଡ଼ିୟମରେ ପହଞ୍ଚିଲା ବେଳକୁ ପାଣି ପାଇଁ ପ୍ୟାରେଡ଼କୁ ବାତିଲ କରି ଦିଆଯାଇଛି ବୋଲି ଆୟୋଜକଙ୍କ ପକ୍ଷରୁ କୁହାଗଲା । ବନ୍ଧା ହୋଇଥିବା ମଞ୍ଚ ସମ୍ମୁଖରେ ଫରଫର ହୋଇ ଉଡ଼ୁଥିଲା ତ୍ରିରଙ୍ଗା ସତ କିନ୍ତୁ ପ୍ୟାରେଡ଼ ପାଇଁ ଲାଗିଯାଇଥିଲା କଟକଣା । ଯାହା କ୍ଷୋଭର କାରଣ ହୋଇଥିଲା । ପଡ଼ିଆରେ ପାଣି ରହିଥିବା କଥା ପୌର କର୍ତ୍ତୃପକ୍ଷଙ୍କୁ ଜଣା ନଥିଲା ଯଦି କିଏ ଭାବୁଥିବ, ତାହା ଭୁଲ ହେବ । କାରଣ ପ୍ୟାରେଡ଼ ସ୍ଥଳର ଅତିଥି ମଞ୍ଚ ବନ୍ଧା ହୋଇଥିଲା । ଏଣୁ ପଡ଼ିଆରେ ପାଣିଥିବା କଥା ପୌର କର୍ତ୍ତୃପକ୍ଷଙ୍କୁ ଭଲ ଭାବେ ଜଣାଥିଲା । ହେଲେ ପାଣି ନିସ୍କାସନର କୌଣସି ବ୍ୟବସ୍ଥା କରାଗଲାନି କି ବାଲି-ଡ଼ଷ୍ଟ ପକାଇ ପ୍ୟାରେଡ଼ କରିବାର ଉଦ୍ୟମ କରାଗଲାନି । ପୌର କର୍ତ୍ତୃପକ୍ଷ ଏହା ନକରି ପ୍ୟାରେଡ଼କୁ ବାତିଲ କରି ଗୌରମବୟ ଉସôବର ନୂଆ ପରମ୍ପରା ସୃଷ୍ଟି କଲେ । ଅନ୍ୟପକ୍ଷରେ ଷ୍ଟାଡ଼ିୟମ ପଡ଼ିଆ ଯଦି ଅନୁପଯୁକ୍ତ ଥିଲା, ତେବେ ପୌରାଞ୍ଚଳରେ ପ୍ୟାରେଡ଼ ପାଇଁ ଯଥେଷ୍ଟ ଆବଶ୍ୟକ ସ୍ଥାନ ରହିଥିଲେ ହେଁ ତାହାକୁ କାହିଁକି ଚୟନ କରାଗଲା ନି? ଏନେଇ କିଛି କାଉନସିଲର ପ୍ରସ୍ତାବ ରଖିଥିବା କଥା ଜାଣିବାକୁ ମିଳିଥିବା ବେଳେ କର୍ତ୍ତୃପକ୍ଷ କାଉନସିଲରଙ୍କ ପ୍ରସ୍ତାକୁ ଗୁରୁତ୍ୱ ଦେଲେନି । ଯଦି ପାରିଷଦକଙ୍କ କଥାକୁ ଗୁରୁତ୍ୱ ଦିଆଯାଇଥାନ୍ତା କିମ୍ବା ବାସ୍ତବତାକୁ ଅନୁଧ୍ୟାନ କରାଯାଇଥାନ୍ତା, ତେବେ କେବେ ହେଲେ ଚାଲିଆସିଥିବା ପରମ୍ପରା ଭାଙ୍ଗିପାରିନଥାନ୍ତା । କୌଣସି ବଡ଼ ଧରଣର ପ୍ରାକୃତିକ ବିପର୍ଯ୍ୟୟ ଘଟିନଥିବା ବେଳେ ପୌର ପ୍ରଶାସନ କିନ୍ତୁ ପ୍ୟାରେଡ଼କୁ ବାତିଲ କରି  ଉଦାହରଣ ସୃଷ୍ଟି କରିବାକୁ ସମର୍ଥ ହୋଇଛି । ଏଣୁ ସାଧାରଣରେ ପ୍ରଶ୍ନ ଉଠୁଛି କିଏ ପରିଚାଳନା କରୁଛି ପୌର ପରିଷଦ, କାହା ନିଦେ୍ର୍ଦଶରେ ଚାଲୁଛି ସମସ୍ତ ପ୍ରକାର କାର୍ଯ୍ୟ । ଯାହା ପୌରାଞ୍ଚଳର୨୬ଗୋଟି ୱାର୍ଡ଼ରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ପରିଷଦର ଦାୟିତ୍ୱହିନତାରୁ ବ୍ୟାସନଗରକୁ ରାଜ୍ୟରେ ନିନ୍ଦିତ ହେବାକୁ ପଡ଼ିିଛି ।