ପୋଖରୀରେ ବୁଡ଼ି ନାବାଳକ ମୃତ
ଖଇରା : ପୋଖରୀକୁ ଗାଧୋଇବାକୁ ଯାଇ ନାବାଳକ ମୃତ । ଏପରି ଏକ ଘଟଣା ଘଟିଛି ଖଇରା ବ୍ଲକ ବାଉଁଶଗଡିଆ ପଞ୍ଚାୟତ କଳମଚୁଆ ଗ୍ରାମରେ । ସୂଚନା ଅନୁସାରେ, କୈଳାସ ପାତ୍ରଙ୍କ ନାବାଳକ ପୁଅ ଅଶୋକ ପାତ୍ର (୧୪) ସାଙ୍ଗମାନଙ୍କ ସହ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗୋଡ ଖସିଯିବାରୁ ସେ ପାଣିରେ ବୁଡି ଗୁରୁତର ହୋଇଥିଲେ । ପରିବାର ଲୋକ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଛେଦ ପାଇଁ ସୋର ପଠାଯାଇଥିବା ବେଳେ ଏନେଇ ଖଇରା ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇଛି ।