ରାତିରେ ଡୁ୍ୟଟି କରୁଥିବା ମହିଳାଙ୍କୁ ସୁରକ୍ଷା ଦିଅ
ାା ଏଜେନ୍ସି ।ା ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ସରକାର ମହିଳାମାନଙ୍କ ରାତି ଡୁ୍ୟଟି ବନ୍ଦ କରିବା ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । ମହିଳାମାନଙ୍କୁ ଡୁ୍ୟଟିକୁ ଆସିବାକୁ ବାରଣ କରିବାକୁ ସରକାର କିଏ, ସେମାନଙ୍କୁ ସୁରକ୍ଷା ଯୋଗାଇବା ରାଜ୍ୟ ସରକାରଙ୍କ କାମ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି ।
କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଟ୍ରେନି ଡାକ୍ତରଙ୍କୁ କୁକର୍ମ ଓ ହତ୍ୟା ମାମଲା ଉପରେ ଆଜି ସିବିଆଇ ଆଉ ଏକ ତଦନ୍ତ ରିପୋର୍ଟ ଦାଖଲ କରିଥିଲା । ଏହି ରିପୋର୍ଟ ଯାଞ୍ଚ ସମୟରେ ସୁପ୍ରିମକୋର୍ଟ ବିଭିନ୍ନ ଦିଗ ଉପରେ ବିଚାର କରିଛନ୍ତି । ଏଥିସହ କୁକର୍ମ ଘଟଣା ପରେ ପଶ୍ଚିମବଙ୍ଗ ସରକାର ମହିଳାମାନଙ୍କୁ ରାତିରେ ଡୁ୍ୟଟି କରିବେ ନାହିଁ ଘୋଷଣାକୁ ନେଇ ସର୍ବୋଚ୍ଚÿ ଅଦାଲତା ପ୍ରଶ୍ନ ଉଠାଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ନୋଟିଫିକେସନକୁ ପରିବର୍ତ୍ତନ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଏଥିସହ ପ୍ରଧାନ ବିଚାରପତି କହିଛନ୍ତି, "ଆପଣ (ରାଜ୍ୟ ସରକାର) ମହିଳାମାନଙ୍କୁ କିପରି ସେମାନେ ରାତିରେ ଡୁ୍ୟଟି କରିପାରିବେ ନାହିଁ ବୋଲି କହିପାରିବେ? ମହିଳା ଡାକ୍ତରଙ୍କ ପାଇଁ କାହିଁକି କଟକଣା ରଖାଯିବ? ସେମାନେ ଏ ସୁବିଧା ଚାହାନ୍ତି ନାହିଁ, ମହିଳାମାନେ ବି ରାତି ସିଫ୍ଟରେ କାମ କରିବାକୁ ପ୍ରସ୍ତୁତ । ସିବଲ (ବରିଷ୍ଠ ଓକିଲ), ଆପଣ ଏହି ସମସ୍ୟାର ସମାଧାନ କରିବା ଆବଶ୍ୟକ । ଏହାର ସମାଧାନ ହେଉଛି ସଠିକ୍ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା । ପଶ୍ଚିମବଙ୍ଗ ସରକାର ବିଜ୍ଞପ୍ତିରେ ସଂଶୋଧନ କରିବା ଉଚିତ୍ । ସୁରକ୍ଷା ଯୋଗାଇବା ଆପଣଙ୍କ ଦାୟିତ୍ୱ, କିନ୍ତୁ ମହିଳାମାନଙ୍କୁ ରାତିରେ କାମ କରିବାକୁ ବାରଣ କରିପାରିବେ ନାହିଁ । ପାଇଲଟ, ସେନା କର୍ମଚାରୀ ଏବଂ ଅନ୍ୟମାନେ ରାତି ସମୟରେ କାମ କରୁଛନ୍ତି ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ କହିଛନ୍ତି । କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ତଦନ୍ତ ରିପୋର୍ଟକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । ବର୍ତ୍ତମାନ ସୁଦ୍ଧା ସିବିଆଇର ଯାଞ୍ଚ ରିପୋର୍ଟ ସାଙ୍ଘାତିକ ଏବଂ ବିଚଳିତ କଲା ପରି ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ଅନ୍ୟପଟେ, ଶୁଣାଣି ସମୟରେ ଜୁନିଅର ଡାକ୍ତରମାନେ କାର୍ଯ୍ୟରେ ଯୋଗଦେବେ ବୋଲି ସୁପ୍ରିମକୋର୍ଟଙ୍କୁ କୁହାଯାଇଛି । ଆନେ୍ଦାଳନରତ ଜୁନିୟର ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା ପରେ ପୁନଃ କାର୍ଯ୍ୟ ଆରମ୍ଭ କରିବାରେ ସେମାନଙ୍କର କୌଣସି ଅସୁବିଧା ନାହିଁ ।