ଜିଲାସ୍ତରୀୟ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କଲେ ଜିଲାପାଳ


ାା ପ୍ରଭାନୁ୍ୟଜ ।ା ଯାଜପୁର ଟାଉନ୍, : ଗାଁରୁ ସହର ସବୁଠି ଉଡ଼ିଲା ତ୍ରିରଙ୍ଗା ଫରଫର । ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ଅନୁଷ୍ଠାନ, ସରକାରୀ ଦପ୍ତରରେ ୭୮ତମ ସ୍ୱାଧୀନତା ଦିବସ ଆନନ୍ଦ ଉଲ୍ଲସର ସହ ପାଳିତ ହୋଇଛି । ଯାଜପୁର ଠାରେ ଜିଲାସ୍ତରୀୟ ସ୍ୱାଧୀନତା ଦିବସ କୁସୁମା ସମ୍ମୁଖ ପଡିଆ ଠାରେ  ପାଳନ କରାଯାଇଥିଲା । ଜିଲାପାଳ ପି. ଅନ୍ୱେଷା ରେଡ୍ଡୀ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ସକାଳ ୯ ଘଟିକା ସମୟରେ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ । 
ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କ ସହ ଉକôଳ ବାଳାଶ୍ରମ, ଆମ ଘର, ସୁକିନ୍ଦା, ଅନ୍ନପୂର୍ଣ୍ଣା ଚାଇଲଡ କେୟାର, ଦାନଗଦୀ ନେସନ, ବୁଢାକେନ୍ଦୁଆ, ବଡଚଣା  ଏବଂ ଜିଲ୍ଳ୍ାରେ ଥିବା ଦିବ୍ୟାଙ୍ଗ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ସହ ଗୋଟିଏ ଗୋଟିଏ ଫଳ ଚାରା ବଣ୍ଟନ କରିଥିଲେ । ବିଭିନ୍ନ ଶିକ୍ଷାନୁଷ୍ଠାନ ଯଥା-ଏସ୍.ବି.ଡି. ଇଣ୍ଟରନ୍ୟାସନାଲ ସ୍କୁଲ, ଯାଜପୁର, ଡି.ଏ.ଭି. ପବ୍ଳିକ ସ୍କୁଲ, ଯାଜପୁର ଜିଲ୍ଳ୍ା ସ୍କୁଲ, ବିଦ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଯାଜପୁର  ଓ ଶୋଭନୀୟ ଶିକ୍ଷାଶ୍ରମ, ଉଦୟଗିରି ଚ୍ଥାତ୍ର ଚ୍ଥାତ୍ରୀଙ୍କ ଦ୍ୱାରା ଦେଶାତ୍ମବୋଧ ସଂଗୀତ ସମ୍ୱଳିତ ସାଂସ୍ମୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ମୋଟ ୪୮ ଗୋଟି ପ୍ୟାରେଡ୍ ଟ୍ରୁପ୍ ମଧ୍ୟରେ ଏକ ଗୋଟି ପୋଲିସ ସଶସ୍ତ୍ର ବାହିନୀ, ୧୨ ଗୋଟି ଏନ୍.ସି.ସି. ଟ୍ରୁପ୍, ୬ ଗୋଟି ମହାବିଦ୍ୟାଳୟ ଟ୍ରୁପ୍, ୧୬ ଗୋଟି ଉଚ୍ଚ ବିଦ୍ୟାଳୟ ଟ୍ରୁପ୍ ଓ ୧୩ ଗୋଟି ମାଧ୍ୟମିକସ୍ତରୀୟ ଟ୍ରୁପ୍ ପ୍ୟାରେଡ୍ରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ ପ୍ୟାରେଡ୍କୁ ପ୍ୟାରେଡ୍ କମାଣ୍ଡର ପୁଲିସ ରିଜର୍ଭ ଇନିସ୍ପେକ୍ଟର ଦୀନେଶ କୁମାର ସାହୁ, ସେକେଣ୍ଡ ଇନ୍ କମାଣ୍ଡର  ଭାଗୀରଥି ବେହେରା ଓ ବ୍ୟାଣ୍ଡ ହାବିଲଦାର ପ୍ୟାରେଡ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।  ମୁଖ୍ୟ ଅତିଥି ଜିଲ୍ଳ୍ାରେ ୨୦୨୪ ମସିହା ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ୱର (୬୦୦ ରୁ ୫୬୫) ରଖିଥିବା ଚ୍ଥାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଲେଙ୍କା, ଉର୍ମିଳା ସାହୁ, ଅନନ୍ୟା ସାହିତ୍ୟ ସଂସଦ ପକ୍ଷରୁ ଶୁଭଶ୍ରୀ ନନ୍ଦ ସ୍ମାରକୀ, କର୍ତ୍ତବ୍ୟରତ ଶ୍ରେଷ୍ଠ ଡାକ୍ତର ସୁଜିତ ମନୋହର ସ୍ୱାଇଁଙ୍କୁ ଆକୁଳି ଚରଣ ମେକାପ୍ ଟ୍ରଫି, ଶ୍ରେଷ୍ଠ କ୍ରୀଡାବିତ ସୋନାଲି ଅସୀମା ସୁତାରଙ୍କୁ ମିନି ବସ୍ ସଂଘ ତରଫରୁ ଟ୍ରଫି ମା’ ବିରଜା ସମ୍ମାନ ଶଶି ଭୂଷଣ ମିଶଙ୍କୁ ମା’ ଟିଭି ସଂପାଦକ, ଅର୍ପଣ କୁମାର ରାଉତରାୟଙ୍କ ଦ୍ୱାରା ପ୍ରଦାନ କରିଥିଲେ ।  ପରେ ଗୈାତମ ବୁଦ୍ଧ ସଂସ୍ମୃତି ଭବନ, ଯାଜପୁର ଠାରେ ଜିଲ୍ଳ୍ା ସଂସ୍ମୃତି ବିଭାଗ ତରଫରୁ ହର ଘର ତ୍ରିରଙ୍ଗା ସଂଗୀତ କାର୍ଯ୍ୟକ୍ରମ ମା’ ଯଶୋଦା କଳା ପରିଷଦ, ମଙ୍ଗଳପୁର ଦ୍ୱାରା