ସମସ୍ୟା ଘେରରେ ଯୁବାଗୁଡ଼ା ନୂତନ ପଞ୍ଚାୟତ
କନ୍ଧମାଳରୁ ପାର୍ଥ ବିଶ୍ୱାଳ : ସ୍ୱାଧୀନତାର ୭୭ ବର୍ଷ ଅତିକ୍ରମ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଅନେକ ଗ୍ରାମାଞ୍ଚଳ ରହିଛି ଯେଉଁଠି ବିକାଶ ଅପହଞ୍ଚ, ମୌଳିକ ସମସ୍ୟା, ସୁଯୋଗରୁ ବଞ୍ଚÿିତ । ଏବେବି ଅନେକ ଗ୍ରାମାଞ୍ଚଳ ରହିଛି ତାହାରି ଅବସ୍ଥା ପୁରା ପୁରୀ ପରାଧୀନ ଅବସ୍ଥା ରେ ପଡି ରହିଛି,ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବିକାଶ ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ ବାସ୍ତବର ଚିତ୍ର ସମ୍ପୂର୍ଣ୍ଣ ଅଲଗା । ଜାହାରୀ ଜଳନ୍ତା ଉଦାହରଣ ଜଳ ଜଳ ହୋଇ ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳ କୋଟଗଡ଼ ବ୍ଲକ ଅନ୍ତର୍ଗତ ମାଓ ପ୍ରବଣ ଇଲାକା ରାୟଗଡା ସୀମାନ୍ତ ଓ କନ୍ଧମାଳ ଜିଲ୍ଲାର ଶେଷ ସୀମାନ୍ତ ରେଖାରେ ଅବସ୍ତିତ ଏହି ଯୁବାଗୁଡା ନୂତନ ପଞ୍ଚାୟତ ।ଉକ୍ତ ପଞ୍ଚାୟତ ଘଞ୍ଚ ଜଙ୍ଗଲ, ପାହାଡ଼ ପର୍ବତ ଘେରରେ ରହିଛି ବଣ୍ଡାଙ୍ଗ ପଦର ଓ ଡେରେଡି ଗ୍ରାମ ।ଏହି ଗ୍ରାମରେ ଗ୍ରାମବାସୀମାନେ ପୂର୍ବ ପୁରୁଷ ଅମଳରୁ ବସବାସ କରିଆସୁଛନ୍ତି । ହେଲେ ଦୁଃଖ ଓ ପରିତାପର ବିଷୟ ଯେ, ଉକ୍ତ ଗ୍ରାମଗୁଡିକୁ ଯିବା ଆସିବା ଲାଗି ରାସ୍ତା ଘାଟ ନାହିଁ । ଏହି ଦୁଇଟି ଗ୍ରାମକୁ ଯିବାକୁ ହେଲେ ୩/୪ ଟି ପାହାଡ଼ ଅତିକ୍ରମ କରି ଯିବାକୁ ପଡେ । ଏହି ବଣ୍ଡାଙ୍ଗ ପଦର ଓ ଡେରେଡି ଗ୍ରାମରେ କେବଳ କୁଟିଆ କନ୍ଧ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି । ୩୫ ପରିବାର ଲୋକେ ବାସ କରନ୍ତି ।ଲୋକ ସଂଖ୍ୟା ପ୍ରାୟ ୧୪୦ ରୁ ଉର୍ଦ୍ଧ ହେବ । ଏହି ଗ୍ରାମକୁ ଯାତାୟତ ନିମନ୍ତେ ରାସ୍ତା ଘାଟ ନାହିଁ । ଲୋକେ ଜଙ୍ଗଲ, ପାହାଡ଼କୁ କାଟି ପାଦ ଚଲା ରାସ୍ତା କରି ପାହାଡ଼ ତଳେ ତଳେ ଯାତାୟତ କରନ୍ତି । ଯୁବାଗୁଡା ପଞ୍ଚାୟତ ଠାରୁ ବଣ୍ଡାଙ୍ଗ ପଦର ଓ ଡେରେଡି ଗ୍ରାମ ଦୂରତା ପ୍ରାୟ ୧୦/୧୨ କିମି ହେବ । ପଞ୍ଚାୟତ କାର୍ଯ୍ୟାଳୟ ବହୁତ ଦୁର ହେଉଥିବାରୁ ଲୋକେ ସରକାରୀ ଚାଉଳ, ବାର୍ଦ୍ଧକ୍ୟ ଭତ୍ତା ଆଣିବାରୁ ମଧ୍ୟ ବଂଚିତ ।ଏହି ରାସ୍ତା ଘାଟ ସମସ୍ୟା ପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜାହାରୀ ଫଳରେ ଯାତାୟତରେ ଲୋକଙ୍କ ବାଧାପ୍ରାପ୍ତ ସୃଷ୍ଟି ହୁଏ । ଏହି ଗ୍ରାମକୁ ଗାଡି ମଟର ତ ଦୂରରକଥା କେବଳ ଗୋଟିଏ ହିଁ ଭରସା ସେବି ପାଦରେ ଚାଲିକି ଯିବା । ଉକ୍ତ ଗ୍ରାମକୁ ମେଡିକାଲ କର୍ମଚାରୀ,୧୦୨, ୧୦୮,ଆମ୍ବୁଲାନ୍ସ, ଡାକ୍ତର ମଧ୍ୟ ଆସନ୍ତି ନାହିଁ କାରଣ ରାସ୍ତା ଘାଟ ନଥିବା ଯୋଗୁଁ ଝାଡାବନ୍ତି, ଜ୍ୱର, ବା ବିଶେଷ କରି ଗର୍ଭବତୀ ଓ ପ୍ରସବ ବେଳେ ଲୋକେ ଖଟିଆରେ ବୁହି ବୁହି ଶ୍ରୀରାମପୁର ଆରଗ୍ୟ ଡାକ୍ତରଖାନାକୁ ନେବାବେଳେ କେହି କେହି ମୃତୁ ବରଣ ମଧ୍ୟ କରିଥିବା ଗ୍ରାମବାସି ମାନେ କହିଛନ୍ତି ।ଏଠିକାର ଆଦିବାସୀ ମାନେ ଜଙ୍ଗଲ ସଂଗୃହିତ ଖାଦ୍ୟ ମକା, କୁଇରୀ, ମାଣ୍ଡିଆ, ଗନ୍ଦରୀ ଶାଗ, ବାଉଁଶ କରଡ଼ି, ଆର୍କା, ସାବା, ଟାଙ୍କୁଙ୍ଗା ଜାତିଅ ଖାଦ୍ୟ ଖାଇ ବିଭିନ୍ନ ରୋଗରେ ପଡିଥାନ୍ତି ବା ମୃତୁ୍ୟବରଣ ମଧ୍ୟ କରିଥିବା ନଜର ରହିଛି । ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ଗ୍ରାମବାସୀଙ୍କୁ ।ଉକ୍ତ ଗ୍ରାମରେ ଆଜି ପର୍ଯ୍ୟନ୍ତ ବିଦୁତ ସଂଯଗ ହେଇପାରିନାହିଁ ଦୁଃଖ ଓ ପରିତାପର ବିଷୟ ଯେ, ଏହି ଆଦିବାସୀମାନେ ଡିବି ଜାଳି ଜୀବନ କାଟନ୍ତି । ଗ୍ରାମବାସୀ କହିବା କଥା କୋଉ ଜନ୍ମରେ ଆମେ କୋଉ ପାପ କରିଥିଲୁ ଭଗବାନ ଆମକୁ ଏଭଳି ଦଣ୍ଡ ଦେଉଛନ୍ତି । ଏଥିରେ ଭଗବାନଙ୍କ କୌଣସି ଭୁଲ ନାହିଁ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି । କାରଣ ରାଜନୀତିକ ଦଳ ପଞ୍ଚାୟତ ନିର୍ବାଚନ ବେଳେ ସମିତି ସଭ୍ୟା, ସରପଞ୍ଚ, ଜିଲ୍ଲା ପରିଷଦ, ସମିତି ଅଧ୍ୟକ୍ଷା ଠାରୁ ଆରମ୍ଭ କରି ଏମପି, ଏମଏଲଏ ମାନେ ପଞ୍ଚାୟତ, ଗ୍ରାମକୁ ଆସି ପ୍ରତିଶୃତି ଉପରେ ପ୍ରତିଶୃତି ଦେଇଥାନ୍ତି ଯେ ଗ୍ରାମର ରାସ୍ତା ଘାଟ, ପାନୀୟ ଜଳର ସମସ୍ୟା, ବିଦୁ୍ୟତ ଆଲୋକ, ବିଜୁ ପକ୍କା ଗୃହ, ଇନ୍ଦିରା ଆବାସ, ପ୍ରଧାନ ମନ୍ତ୍ରୀ ଗୃହ ଠାରୁ ଆରମ୍ଭ କରି ସରକାରଙ୍କ ଯୋଜନା ଯୋଗାଇଦେବୁ ବଲି ପ୍ରତିଶୃତି ଦେଇଥାନ୍ତି । ସତ କିନ୍ତୁ ଜିତିଲା ପରେ ପଞ୍ଚାୟତର ନା ଓ ଗ୍ରାମର ନା ମଧ୍ୟ ଭୁଲିଯାନ୍ତି, କାହାରିକୁ ହେଲେ ଦେଖିବାକୁ ମିଳେନି । ଗ୍ରାମରେ ବିଦୁ୍ୟତ ସଂଯୋଗ ହେଇନାହିଁ । ୧୦ ବର୍ଷ ପୂର୍ବ ସରକାର ସୋଲାର ଲାଇଟ ଦେଇଥିଲେ ତାହା ଅଚଳ ଅବସ୍ଥାରେ ପଡ଼ିରହିଛି । ଶେଷରେ ଗ୍ରାମବାସୀ ମାନେ ଡିବି ଜାଳି ଜୀବନ କାଟଥାନ୍ତି ।ପାନୀୟ ଜଳର କଥା ନକହିବା ଭଲ କାରଣ ଗ୍ରାମରେ ବିଲ ପାଣି କୁ ଗାମୁଛା ପକାଇ ହାଣ୍ଡି, ବାଲ୍ଟି, ମାଠିଆରେ, ଗୋରା ରେ ଛାଣି ଛାଣି ଆଣି ପାନୀୟ ଜଳ ରୂପେ ବ୍ୟବବାହାର କରନ୍ତି ।ଗ୍ରାମବାସୀମାନେ କହିବା ଅନୁଯାଇ ଉକ୍ତ ସମସ୍ୟା ଗୁଡିକୁ ସମାଧାନ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତ ।ଗ୍ରାମର ଗ୍ରାମବାସୀ ଯଥା ୱାର୍ଡ ମେମ୍ବର ଶ୍ରୀ ଡଡକା ମଲିକ, ଲିର୍ମା ପାଟମାଝି, ମମତା ପାଟମାଝି, ପଦ୍ମା ବତୀ ପାଟମାଝି, ଟୁପୁପାଟମାଝି, ଟଙ୍ଗା ମଲିକ, କଲେଇମାଇଁ ମଲିକ ।କହିବା ଅନୁଯାୟୀ ତୁରନ୍ତ ଉକ୍ତ ଗ୍ରାମକୁ ଅରଡ଼ି ରୋଡ଼, ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତା ନିର୍ମାଣ କରିବାକୁ ଅଞ୍ଚଳ ବସି ଦାବି କରିଛନ୍ତି ଓ ପାନୀୟ ଜଳ, ବିଦୁତ ଅଲକ ସବୁ ଗାଁକୁ ସଂଯୋଗ କରିବାକୁ ଦାବି କରିଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି ।