"ଆହତ ଜହ୍ନର ଆକାଶ’ ଉନ୍ମୋଚିତ
ରାଜକନିକା: ରାଜକନିକା ବ୍ଲକ ତଥା ତରାସ ଗ୍ରାମର ସୁନାମ ଧନ୍ୟ ଲେଖକ ଓ କବି ପ୍ରସନ୍ନ କୁମାର ସାହୁଙ୍କ କବିତା ସଂକଳନ "ଆହତ ଜହ୍ନର ଆକାଶ’ର ଲୋକାର୍ପଣ ଉତ୍ସବ ଅଶୋକ ବଜାର ସ୍ଥିତ ମା’ କନିକେଶ୍ୱରୀ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସମ୍ଭାବନା ଓ ସୁଧା ପରିବାର ରାଜକନିକା ସହଯୋଗରେ ପ୍ରଫେସର ବୈକୁଣ୍ଠ ନାଥ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ପ୍ରାଧ୍ୟାପକ ନିରଞ୍ଜନ ବେହୁରିଆ, ସମ୍ମାନିତ ଅତିଥି ଭାବେ ସୁଧା ପତ୍ରିକାର ସମ୍ପାଦକ ହରେକୃଷ୍ଣ ବାରିକ, ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକ, ଶିକ୍ଷାବିତ୍ କାଳୀ ପ୍ରସାଦ ନାୟକ, ଦାମୋଦର ଧଳ, ଗୋପୀନାଥ ବିଶ୍ୱାଳ, ପ୍ୟାରୀମୋହନ ସ୍ୱାଇଁ, ପ୍ରସନ୍ନ କୁମାର ଧଳ, କୃତିବାସ ଜେନା, ପତିତପାବନ ବେହେରା, ଗୟାଧର ନାଥ, ସୁବାସ ଚନ୍ଦ୍ର ସାହୁ, ରମାକାନ୍ତ ନାୟକ, ପ୍ରସନ୍ନ କୁମାର ମହାରଣା, ମୁରଲୀ ଧର ନାୟକ, ତ୍ରିଲୋଚନ ଜେନା ଓ କରୁଣାକର ଜେନା ପ୍ରମୁଖ ଯୋଗ ଦେଇ ଏହି ପୁସ୍ତକକୁ ଉନ୍ମୋଚନ କରିଥିଲେ । ଏହି ପୁସ୍ତକ ଓଡ଼ିଆ କବିତା ଜଗତରେ ଏକ ପରିଚୟ ସୃଷ୍ଟି କରିପାରିବ ବୋଲି କହିବା ସହିତ କବିଙ୍କ ରଚନାର ଗୁଣାତ୍ମକମାନ ବିଶ୍ଲେଷଣ କରିଥିଲେ । କବି ଶ୍ରୀ ସାହୁ ଏହି ପୁସ୍ତକର ସମସ୍ତ ଶ୍ରେୟ ପ୍ରଛଦ ଓ ଅଳଙ୍କରଣ କରିଥିବା ସମ୍ଭାବନାର ମୁଖ୍ୟ ପ୍ରତିଷ୍ଠାତା ଶ୍ରୀକାନ୍ତ ନାୟକଙ୍କୁ ଦେଇଥିଲେ ।