ଗଣତନ୍ତ୍ରର ମହାପର୍ବରେ ନିର୍ବାଚନ

ଗଣତନ୍ତ୍ରର ମହାପର୍ବରେ ନିର୍ବାଚନ


ନିର୍ବାଚନର ଘମାସନ ଓ ହୋ ହାଲ୍ଲା ଭିତରେ କୋଟି କୋଟି ଓଡ଼ିଆଙ୍କ ପାଇଁ ଏକ ଗର୍ବ ଓ ଗୌରବର କଥାଟି ଗଣମାଧ୍ୟମରେ ସମ୍ଭବତଃ ଅଣଦେଖା ହୋଇଯାଇଛି । ଭାରତର ବଡ଼ରାଜ୍ୟ ଓ କେନ୍ଦ୍ର ରାଜନୀତିର ଭାଗ୍ୟ ନିର୍ଦ୍ଧାରଣ କୁହାଯାଉଥିବା ରାଜ୍ୟ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଳୀ, ରାଜସ୍ଥାନ, ଝାଡ଼ଖଣ୍ଡ, ଜାମ୍ମୁ-କାଶ୍ମୀର, ପଞ୍ଜାବ, ଉତ୍ତରାଖଣ୍ଡ ଓ ତେଲେଙ୍ଗାନାରେ ୨୦୧୯ରେ ଲୋକସଭା ନିର୍ବାଚନରେ ମତଦାନ ହାର ଜାତୀୟ ହାର ଠାରୁ ୬୭.୪୦%ରୁ କମ ଥିଲା । ତେବେ ଖୁସିର କଥା ଓଡ଼ିଶାରେ ମତଦାନ ହାର ଏହି ରାଜ୍ୟ ମାନଙ୍କ ତୁଳନାରେ ଭଲ ରହିଥିଲା । ଓଡ଼ିଶାରେ ୭୩.୨୯% ଭୋଟ ଦାନ ହୋଇଥିଲା । ଏଥର ନିର୍ବାଚନରେ ଭୋଟରମାନେ ଅଧିକ ଭୋଟ ଦାନ ପାଇଁ ଆକୃଷ୍ଟ ହେବା ପାଇଁ ଓଡ଼ିଆରେ ଅନୁବାଦ କରାଯାଇଥିବା ଭାରତୀୟ ନିର୍ବାଚନ ଆୟୋଗଙ୍କ ଭିଡ଼ିଓରେ “ମତଦାନ ଆମେ କରିବା ଯାଇ, ଆମ ଭାରତ ପାଇଁ’ କଣ୍ଠଦାନ କରିଛନ୍ତି ଆମ ଓଡ଼ିଆ ଗର୍ବିତ ପୁଅ ତଥା ତାମିଲନାଡୁର ମୁଖ୍ୟ ନିର୍ବାଚନ ଅଧିକାରୀ ସତ୍ୟବ୍ରତ ସାହୁ । ତିନି ମିନିଟ ଅବଧିର ଏହି ଭିଡ଼ିଓ ଜାତୀୟ ସ୍ତରରେ ଆଲୋଡ଼ନ, ଚର୍ଚ୍ଚା, ଉତ୍ସାହ ଓ ଆବେଗ ସୃଷ୍ଟି କରିଛି । ଏହି ଭିଡ଼ିଓରେ ଓଡ଼ିଶାର ମହାନ ସାଂସ୍କୃତିକ ଐତିହ୍ୟ ଓ ବିଭବକୁ ପ୍ରଦର୍ଶନ କରାଯାଇଥିବାବେଳେ ଅନେକ ସୁନାମଧନ୍ୟ ବ୍ୟକ୍ତିତ୍ୱ ଭୋଟଦାନ ପାଇଁ ଭୋଟରକୁ ଆହ୍ୱାନ ଦେଇଛନ୍ତି । ସୂଚନାଥାଉକି ୧୯୯୭ ବ୍ୟାଚ ତାମିଲନାଡୁ କ୍ୟାଡ଼ର ଆଇଏଏସ ଶ୍ରୀ ସାହୁ ଫେବୃଆରୀ ୨୦୧୮ରୁ ତାମିଲନାଡୁରେ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ଆସନ୍ତୁ ଏଥର ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେବାର ବଜ୍ର ନିଷ୍ପତ୍ତି ନେବା । 
     ଆମ ଭାରତ ହେଉଛି ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର । ଭୋଟ ଦାନ ବ୍ୟବସ୍ଥାରେ ନାଗରିକମାନେ ନିଜ ପ୍ରତିନିଧିମାନଙ୍କୁ ନିର୍ବାଚିତ କରିଥାନ୍ତି । ଗଣତନ୍ତ୍ରର ଜୀବନରେଖା କହିଲେ ଏହା ଅତୁ୍ୟକ୍ତି ହେବନାହିଁ । ରାଜନୈତକ ପୃଷ୍ଠଭୂମିକୁ ଦେଖିଲେ ଏହି ଗଣତନ୍ତ୍ର ବ୍ୟବସ୍ଥାର ମହାନ ଗଣପର୍ବ ନାଗରିକର ଅଧିକାର ଓ ସମ୍ମିଳିତ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିଥାଏ । ଐତିହାସିକ ତଥ୍ୟ ଅନୁଯାୟୀ ଗ୍ରୀସ୍ ହେଉଛି ଗଣତନ୍ତ୍ରର ଜନନୀ ଓ ୫୦୮ ଶତାବ୍ଦୀରେ ଗଣତାନ୍ତ୍ରିକ ଆଧାର ବ୍ୟବସ୍ଥାରେ ଶାସନ ବ୍ୟବସ୍ଥା ପରିଚାଳନା ହୋଇଥିଲା । ଅନେକ ହୁଏତ ଜାଣି ନଥିବେ ଯେ ୧୯୨୦ରୁ ଅର୍ଥାତ୍ ସ୍ୱାଧୀନତାର ପୂର୍ବରୁ ବି୍ରଟିଶ ଶାସନ ସମୟରେ ନିର୍ବାଚନର ଆରମ୍ଭ ହୋଇଥିଲା । ତକ୍ରାଳୀନ ସମୟରେ ଭାରତ ବିଭିନ୍ନ ପ୍ରଦେଶକୁ ନେଇ ଗଠିତ ହୋଇଥିଲା ଓ ରାଜାରାଜୁଡ଼ା ତଥା ପୁରୁଣା ଶାସନ ବ୍ୟବସ୍ଥା ଦ୍ୱାରା ଏହା ସମ୍ପାଦିତ ହୋଇଥିଲା । ତେବେ ବି୍ରଟିଶ ଇଣ୍ଡିଆ ଶାସନାଧୀନ ଅଞ୍ଚଳକୁ ଏକ ସମନ୍ୱିତ ଢଙ୍ଗରେ ପରିଚାଳନା କରିବାକୁ ୧୯୨୦ରେ ପ୍ରାଦେଶିକ ବିଧାନସଭା ଯାହାକୁ ପ୍ରୋଭିନସିଆଲ ଲେଜିସ୍ଲେଟିଭ୍ ଓ ରାଜାରାଜୁଡ଼ା ବା ଇମ୍ପେରିଆଲ ଲେଜିସ୍ଲେଟିଭ ପାଇଁ ନିର୍ବାଚନ ପରିଚାଳନା ହୋଇଥିଲା । ଯେଉଁଥିରେ ମୋଟ୍ ୧୦୪ଟି ଆସନ ପାଇଁ ମତଦାନର ବ୍ୟବସ୍ଥା ରହିଥିବା ବେଳେ ୬୬ଟି ଆସନ ନିର୍ବାଚନ ପ୍ରତିନ୍ଦ୍ୱନ୍ଦିତା ପାଇଁ ଦରକାର ହୋଇଥିଲା । ଅବଶିଷ୍ଟାଂଶ ୩୮ଟି ଆସନ ଇଉରୋପୀୟ ଚାମ୍ବର ଅଫ୍ କର୍ମସର ସଭ୍ୟଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ଏହାପରେ ଇଂରେଜମାନଙ୍କ ଦ୍ୱାରା ତିଆରି ହୋଇଥିବା ଭାରତ ସରକାରଙ୍କ ଆଇନ ୧୯୩୫ ଅନୁସାରେ କିଛି କେନ୍ଦ୍ରୀୟ ଓ ପ୍ରାଦେଶିକ ବିଧାନସଭା ପାଇଁ ୧୯୩୭ ଓ ୧୯୪୬ରେ ନିର୍ବାଚନ ହୋଇଥିଲା । ଯେଉଁଥିରେ ଆଶ୍ଚର୍ଯ୍ୟଜନକ ଭାବେ ଭାରତ ମୋଟ ତମାମ ଜନସଂଖ୍ୟାର ମାତ୍ର ୧୪% ନାଗରିକ ଏଥିରେ ଅଂଶଗ୍ରହଣ କରି ନିଜ ଭୋଟ୍ ଅଧିକାର ସାବ୍ୟସ୍ତ କରିଥିଲେ । ଆମ ଦେଶ ୧୯୪୭ରେ ସ୍ୱାଧୀନତା ପାଇଥିଲେ ମଧ୍ୟ ୧୯୫୦ ପର୍ଯ୍ୟନ୍ତ କିନ୍ତୁ ଭାରତୀୟ ସମ୍ବିଧାନ ତିଆରି ହେବାଯାଏ ଭାରତ ବି୍ରଟିଶ ଭୂଖଣ୍ଡର ଅଂଶ ଭାବେ ପରିଗଣିତ ହୋଇରହିଥିଲା । ଯାହାକୁ ଇଣ୍ଡିଆନ ଡୋମିନିୟନ ବୁଝାଯାଉଥିଲା । ଦେଶର ପ୍ରଥମ ଲୋକସଭା ନିର୍ବାଚନ ୧୯୫୧ରୁ ୧୯୫୨ଯାଏ ପରିଚାଳନା ହୋଇଥିଲା । ଯେଉଁଥିରେ ୫୩ଟି ରାଜନୈତିକ ଦଳର ୧୮,୫୭୪ ଜଣ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ ଏବଂ ତକ୍ରାଳୀନ ସମୟରେ ଆମ ଦେଶର ଜନସଂଖ୍ୟା ଥିଲା ୩୬ କୋଟି । କିନ୍ତୁ ସେମାନଙ୍କ ଭିତରୁ ୧୭ କୋଟି ୩୨ ଲକ୍ଷ ଥିଲେ ଯୋଗ୍ୟ ଭୋଟର । ସଂସଦର ୪୮୯ ସିଟ୍ ପାଇଁ ନିର୍ବାଚନର ବ୍ୟବସ୍ଥା ହୋଇଥିଲା । ସବୁଠାରୁ ରୋଚକ କଥା ହେଉଛି ଏହି ନିର୍ବାଚନରେ ପ୍ରଥମ ଭୋଟଟି ହିମାଞ୍ଚଳ ପ୍ରଦେଶ ଚିନ୍ନି ଅଞ୍ଚଳରେ ଅନୁଷ୍ଠିତ ହୋଇଥିଲା । ଏଠାରେ ଏକ ପ୍ରସଙ୍ଗ ଉଲ୍ଲେଖ କରାଯାଇପାରେ ୧୯୨୦ ମସିହାରେ ବି୍ରଟିଶଙ୍କ ଅଧୀନରେ ଥିବା ଭାରତର ପ୍ରଥମ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତେବେ ଏଥିରେ ବି୍ରଟିଶମାନେ ଏଭଳି ଢଙ୍ଗରେ ନିଜକୁ ସୁହାଇଲା ଭଳି ବ୍ୟବସ୍ଥା କରିଥିଲେ ଯେ ଯାହାଦ୍ୱାରା ଭାରତୀୟଙ୍କ ସଂଖ୍ୟା ଗରିଷ୍ଠତା ରହିପାରିବ ନାହିଁ । ଏହାଦ୍ୱାରା ସମସ୍ତ ନିୟନ୍ତ୍ରଣ ବ୍ୟବସ୍ଥା ବି୍ରଟିଶ ହାତରେ ରହିବ । ତେବେ ଯାହାହେଉନା କାହିଁ ପରବର୍ତ୍ତୀ ସମୟରେ ସ୍ୱାଧୀନନୋତ୍ତର ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ନେତୃତ୍ୱରେ ଗଠିତ ହୋଇଥିଲା ଅନ୍ତରୀଣ ସରକାର । ୧୯୫୦ ଜାନୁୟାରୀ ୨୭ରେ ଭାରତର ସମ୍ବିଧାନ ପ୍ରଣୟନ ପରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଚଳିତ ଅର୍ଥାତ୍ ୨୦୨୪ ନିର୍ବାଚନ ଆରମ୍ଭ ହୋଇଯାଇଛି । କହିବାକୁ ଗଲେ ୧୯୫୧ରେ ଦେଶର ପ୍ରଥମ ନିର୍ବାଚନ ଅନୁଷ୍ଠିତ ହୋଇଥିବାରୁ ପାଖାପାଖି ୭୩ ବର୍ଷ ପରେ ଚଳିତ ବର୍ଷର ଅଷ୍ଟାଦଶ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେଉଛି । ତେବେ ଭାରତର ପ୍ରଥମ ନିର୍ବାଚନ ଓ ଆଜିର ନିର୍ବାଚନକୁ ଦେଖିଲେ ଢେର୍ ତଫାତ୍ ରହିଛି । ଦିନ ଥିଲା ନିର୍ବାଚନୀ ପ୍ରଚାରର ମାଧ୍ୟମ ଥିଲେ ବଳଦଗାଡ଼ି କିମ୍ବା ଅନ୍ୟ ପାଳିତ ପଶୁ । ଆଜିର ଅତ୍ୟାଧୁନିକ ସୋସିଆଲ ମିଡିଆ, ଅନ୍ ଲାଇନ୍ ପ୍ଲାଟଫର୍ମ ଓ କୃତି୍ରମ ବୁଦ୍ଧିମତା ବା ଏଆଇ ସବୁକିଛିକୁ ଏକପ୍ରକାର ଓଲଟପାଲଟ କରିଦେଇଛି । ତେବେ ବଡ଼କଥା ହେଉଛି ନିର୍ବାଚନ ସମୟରେ କୌଣସି ନାଗରିକର ଯେପରି ସ୍ୱାଧିକାର ଓ ମାନବାଧିକାର ଉଲ୍ଲଙ୍ଘନ ନ ହୁଏ ତାହାକୁ ଗୁରୁତ୍ୱ ଦିଆଯାଇଛି । ଦେଶର ଶାସନ ବ୍ୟବସ୍ଥାରେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ସହ ସମସ୍ତେ ଯେପରି ଭୋଟଦାନରେ ଅଂଶଗ୍ରହଣ କରିପାରିବେ ଏ ନେଇ ବ୍ୟାପକ ସଚେତନତା କରାଯିବା ସହ ଲୋକମାନଙ୍କ ଭିତରେ ଭୋଟଦାନ ପାଇଁ ଦିନକୁ ଦିନ ଆଗ୍ରହ ବଢ଼ୁଛି । ଆଜି ଭାରତର ନିର୍ବାଚନୀ ବ୍ୟବସ୍ଥାକୁ ଦେଖିବା ପାଇଁ ବିଶ୍ୱର ୩୦ରୁ ଅଧିକ ଗଣତାନ୍ତ୍ରିକ ରାଷ୍ଟ୍ରର ପ୍ରତିନିଧି ଭାରତକୁ ଆସି ଏହାକୁ ପର୍ଯ୍ୟବେକ୍ଷଣ କରୁଛନ୍ତି । 
ବ୍ୟାପକ ପଦକ୍ଷେପ ସତ୍ତ୍ୱେ ଭୋଟହାର ବୃଦ୍ଧି ନପାଇବା ବାସ୍ତବିକ ଏବେ ଏକ ସାମାଜିକ ଆହ୍ୱାନ ଭାବେ ପରିଗଣିତ ହେଲାଣି । ୨୦୧୪ ଓ ୨୦୧୯ରେ ଏକା ସମୟରେ ଲୋକସଭା ଓ ବିଧାନ ସଭା ନିର୍ବାଚନ ହୋଇଥିବାରୁ ଓଡ଼ିଶାରେ ମତଦାନ ହାର ୭୩%ରେ ସୀମିତ ଥିଲା । ୨୦୧୯ରେ ୫୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହାର ରାଜ୍ୟ ହାର ଠାରୁ କମ ରହିଥିବାବେଳେ ୨୩ ବିଧାନସଭା କ୍ଷେତ୍ରରେ ଜାତୀୟ ହାର ଠାରୁ କମ ରହିଥିଲା । ସେହିପରି ୮ଟି ଲୋକସଭା କ୍ଷେତ୍ରରେ ମତଦାନ ହାର ରାଜ୍ୟ ହାର ଠାରୁ ମଧ୍ୟ କମ ରହିଥିଲା । ଏପରିକି ରାଜଧାନୀ ଭୁବନେଶ୍ୱରରେ ମତଦାନ ହାର ୫୦%ରୁ କମ ଥିଲା । ଖୋଦ ରାଜଧାନୀରେ ମତଦାନ ହାର ଅଧାରୁ କମ ରହୁଥିବାବେଳେ ରାଜ୍ୟରେ ଅନ୍ୟ ସହର କିମ୍ବା ଜିଲ୍ଲାରେ ମତଦାନ ହାରରେ ଅଭିବୃଦ୍ଧି ଆଣିବା କିଛି କମ କଷ୍ଟସାଧ୍ୟ ନୁହେଁ । ଜନ ସଚେତନତା ଓ ଦାୟିତ୍ୱବୋଧତା ହିଁ ଗଣତନ୍ତ୍ରର ମହାନ ପର୍ବରୁ ସାଫଲ୍ୟ ମଣ୍ଡିତ କରିପାରିବ । ସେଥିପାଇଁ ପ୍ରତିବର୍ଷ ଭୋଟର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଏ । ରାଜ୍ୟରେ ମତଦାନ ହାର ବୃଦ୍ଧି କରିବା ଲକ୍ଷ୍ୟରେ ଯୋଜନାବଧ ଭାବେ ସଚେତନତା ପାଇଁ ଅଭିନବ କାର୍ଯ୍ୟକ୍ରମ ହାତକୁ ନେବା ଲାଗି ଜିଲ୍ଲା ନିର୍ବାଚନ ଅଧିକାରୀ, ବ୍ୟବସ୍ଥିତ ଶିକ୍ଷା ଓ ନିର୍ବାଚନରେ ଅଂଶ ଗ୍ରହଣ (ଏସ୍ଭିଇଇପି) ନୋଡାଲ ଅଧିକାରୀ ମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଯୁବ, ମହିଳା, ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗୀ ଭୋଟମାନଙ୍କ ସୁବିଧା ସୁନିଶ୍ଚିତ କରାଯାଇଛି । ତେଣୁ ଏଥର ମତଦାନ ହାର ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ରାଜ୍ୟରେ ଏଥର ୩.୩୨ କୋଟି ଭୋଟର ମତଦାନ ଅଧିକାର ସାବ୍ୟସ୍ତ କରିବେ । ତେବେ ଗୁରୁତ୍ୱପୂର୍ଣ୍ଣ ହେଉଛି ଏଥର ୧୮-୧୯ ବର୍ଷ ମଧ୍ୟରେ ଭୋଟରଙ୍କ ସଂଖ୍ୟା ପୂର୍ବାପେକ୍ଷା ଦୁଇ ଲକ୍ଷ ବୃଦ୍ଧି ପାଇ ୭.୫୫ ଲକ୍ଷ୍ୟରେ ପହଞ୍ଚôଛି । ପ୍ରଥମ ଥର ମତଦାନ ପାଇଁ ୪.୭ ଲକ୍ଷ (୧୮-୧୯ ବର୍ଷ) ନୂଆ ଭୋଟରଙ୍କୁ ଯୋଡ଼ାଯାଇଛି । ନୂଆ ଭୋଟର ମଧ୍ୟ ମତଦାନ ହାର ବୃଦ୍ଧିରେ ବଡ଼ ଭୂମିକା ନେବେ ବୋଲି ଆଶା କରାଯାଉଛି । ତେଣୁ ୨୦୨୪ ନିର୍ବାଚନରେ ଓଡ଼ିଶା ନୂଆ ମତଦାନ ହାର ଦେଖିବା ସମ୍ଭାବନା ଉଜ୍ଜ୍ୱଳ ବୋଲି କୁହାଯାଇଛି । ଦେଶରେ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ହେଉଥିବା ବେଳେ ପ୍ରତ୍ୟେକ ନାଗରିକ ସେମାନଙ୍କ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବାକୁ ଆଗେଇ ଆସିବା ଉଚିତ । ଭାରତର ଏହି ମହାନ ଗଣପର୍ବରେ ଆସନ୍ତୁ ଆମେ ସମସ୍ତେ ସାମିଲ ହୋଇ ଆମ ମୂଲ୍ୟବାନ ଭୋଟଟି ପ୍ରଦାନ କରିବା ।
          କଟକ, ଋ-ଜ୍ଞବସକ୍ଷ : ଭସକ୍ଟ୍ରସଦ୍ଭକ୍ସକ୍ଟଙ୍କଗ୍ଧଅକ୍ସରୟସଲଲଜ୍ଞବସକ୍ଷ.ମକ୍ଟଜ୍ଞ