ଚିକିତ୍ସା ବିଜ୍ଞାନ ଓ ଯକୃତ ପ୍ରତିରୋପଣ


ଡା.ଉମେଶ ଚନ୍ଦ୍ର ପାତ୍ର : ରାଜ୍ୟ ଚିକିତ୍ସା ବିଜ୍ଞାନରେ ନୂଆ ଇତିହାସ ଯୋଡ଼ିଛି ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲ । ସମଗ୍ର ପୂର୍ବ ଭାରତରେ ସରକାରୀ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ମାଗଣାରେ ଲିଭର ପ୍ରତିରୋପଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲ ପ୍ରଥମ ହୋଇଛି । ହାଇଦ୍ରାବାଦ ସ୍ଥିତ ଏଆଇଜିର ଟିମ ଓ ଏସସିବିର ଡାକ୍ତର ମାନଙ୍କ ମିଳିତ ଉଦ୍ୟମରେ ଏହି ପ୍ରତିରୋପଣ ସମ୍ଭବ ହୋଇଛି । ଦୀର୍ଘ ବାରବର୍ଷ ଧରି ଲିଭର ପ୍ରତିରୋପଣ କ୍ଷେତ୍ରରେ ଯେଉଁ ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏହା ସଫଳ ହୋଇ ନୂଆ ଇତିହାସ ସୃଷ୍ଟି କରିଛି କହିଲେ ଅତୁ୍ୟକ୍ତି ହେବନାହିଁ । ତିଗିରିଆର ଜଣେ ରୋଗୀଙ୍କ ଠାରେ ତାଙ୍କ ସ୍ତ୍ରୀଙ୍କ ଲିଭର ସଫଳତାର ସହ ପ୍ରତିରୋପିତ ହୋଇଛି । ଏଥି ନିମନ୍ତେ ଆଠଘଣ୍ଟାର ଅସ୍ତ୍ରୋପଚାର ହୋଇଥିବାବେଳେ ଏଆଇଜିର ନଅ ଜଣିଆ ଟିମ ଏଥିପାଇଁ ପ୍ରସ୍ତୁତ ରହିଥିଲେ । 
ଲିଭର ବା ଯକୃତ ଶରୀରର ସବୁଠାରୁ ବଡ ଗ୍ରନ୍ଥି  । ଏହା ପାଚନ ପ୍ରକ୍ରିୟାରେ ସହାୟକ ଏକାଧିକ ପାଚନ ରସ ସୃଷ୍ଟି କରେ  । ଏହା ଶରୀରକୁ ବିଷମୁକ୍ତ ବା ଡିଟକ୍ସିଫିକେସନ କରିଥାଏ  । ଖାଦ୍ୟ, ଔଷଧ ଓ ବିଭିନ୍ନ ହରମୋନ୍ ଇତ୍ୟାଦି ଯକୃତରେ ହଜମ ହୋଇଥାଏ  । ଯକୃତ ପିତ୍ତରସ କ୍ଷରଣ କରେ ଯାହା ଚର୍ବି ଓ ଭିଟାମିନ୍ ହଜମରେ ସାହାଯ୍ୟ କରେ  । ଶରୀରର ସମସ୍ତ ପ୍ରୋଟିନ୍ ଯକୃତରେ ତିଆରି ହୁଏ  । ରୋଗ ପ୍ରତିରୋଧ ଶକ୍ତି ନିୟନ୍ତ୍ରଣରେ ଯକୃତର ପ୍ରମୁଖ ଭୂମିକା ରହିଛି  । ଲିଭର ବା ଯକୃତ ଶରୀରର ସବୁଠାରୁ ବଡ଼ ଗ୍ରନ୍ଥି । ଏହା ପାଚନରେ ସହାୟକ ଏକାଧିକ ପ୍ରକାରର ରସ ସୃଷ୍ଟିକରେ ଏବଂ ଶରୀରକୁ ବିଷମୁକ୍ତ ବା ଡିଟକ୍ସିଫିକେସନ୍ କରିଥାଏ । ଏବେ ଯକୃତ ସହିତ ସମ୍ପୃକ୍ତ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଅତ୍ୟଧିକ ମଦ୍ୟପାନ ଏବଂ ବିଶୃଙ୍ଖଳିତ ଜୀବନଶୈଳୀ ଏହାର କାରଣ । ଯକୃତ ଖରାପ ହୋଇଗଲେ ଟ୍ରାନ୍ସପ୍ଲାଣ୍ଟ ବ୍ୟତୀତ ଅନ୍ୟ ଉପାୟ ନାହିଁ । ତେବେ ଯକୃତ ଅସୁସ୍ଥ ହେବାର ବହୁ କାରଣ ରହିଛି । ଭାଇରାଲ ହେପାଟାଇଟିସ୍ : ଏହା ଏ, ବି, ସି, ଡି ଏବଂ ଇ - ପାଞ୍ଚ ପ୍ରକାରର । ଏ ଏବଂ ଇ ଦୂଷିତ ପାଣି ତଥା ଖାଦ୍ୟ ଯୋଗୁ ହେଉଥିବା ବେଳେ ଏହାକୁ ସାଧାରଣ ଭାଷାରେ ଜଣ୍ଡିସ୍ ବା ହଳଦିଆ କାମଳ ବୋଲି କୁହାଯାଏ । ଏହାର ଲକ୍ଷଣ ପ୍ରାୟ ଚାରିସପ୍ତାହ ଜାରି ରହେ । ରୋଗୀକୁ ବାନ୍ତି ଏବଂ ଜ୍ୱର ହୁଏ । ତେବେ ସ୍ପଷ୍ଟ ଲକ୍ଷଣ ଜଣାପଡ଼ିବା ପରେ ରୋଗୀ ତୁରନ୍ତ ଚିକିତ୍ସା ପାଇଁ ପହଞ୍ଚôଥାନ୍ତି । ଯକୃତ ଖରାପ ହେବାର ଦଶଦିନ ପୂର୍ବରୁ ରୋଗୀର ମାନସିକ ସ୍ଥିତି ମଧ୍ୟ ବିଗିଡ଼ିବାରେ ଲାଗେ । ହେପାଟାଇଟିସ୍ ବି ଏବଂ ସି ସଂକ୍ରମଣର ପ୍ରାୟ ଦେଢ଼ରୁ ଦୁଇମାସ ପରେ ଏହାର ଲକ୍ଷଣ ପ୍ରକାଶ ପାଏ । ଯେଉଁ କେସ୍ରେ ଏକାମାସ ମଧ୍ୟରେ ଲକ୍ଷର ପ୍ରକାଶ ପାଏ ତାକୁ ଆକୁ୍ୟଟ୍ ବୋଲି କହିଥାନ୍ତି ଏବଂ ଏଥିରେ ଯକୃତକୁ ରକ୍ଷା କରାଯାଇପାରେ । ତେବେ ଲକ୍ଷଣ ପ୍ରକାଶ ପାଇବା ଛ'ମାସରୁ ଅଧିକ ହୋଇଗଲେ ଏହା କ୍ରୋନିକ୍ ହୋଇଯାଏ ଏବଂ ରୋଗୀ ପୁରା ସୁସ୍ଥ ହେବାର ଆଶା କ୍ଷୀଣ ରହେ । 
ଯଦି କୌଣସି ବ୍ୟକ୍ତିର ଜୀବାଣୁ ସଂକ୍ରମଣ, ହୃତ୍ପିଣ୍ଡ, କିଡ୍ନୀ, ଫୁସ୍ଫୁସ. ବୃକକ୍ର ରୋଗ ବା କ୍ୟାନସର ଇତ୍ୟାଦି ରୋଗ ଥାଏ ସେମାନେ ପ୍ରତିରୋପଣ ପାଇଁ ଉପଯୁକ୍ତ ହୁଅନ୍ତି ନାହିଁ  । ଯେଉଁ ରୋଗୀମାନେ ମଦ୍ୟପାନ କରନ୍ତି ଅନ୍ତତଃ ୬ ମାସ ସେମାନେ ମଦ୍ୟପାନରୁ ନିବୃତ୍ତ ହେବା ଆବଶ୍ୟକ  । ଉଭୟ ଦାତା ଓ ଗ୍ରହୀତାଙ୍କର ଏକ ସାଙ୍ଗରେ ୨ଟି ଟେବୁଲରେ ଅସ୍ତ୍ରୋପଚାର କରାଯାଏ  । ଅସ୍ତ୍ରୋପଚାର କକ୍ଷରେ ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଦାତାଙ୍କ ଦେହରୁ ଯକୃତର ଅଦେ୍ର୍ଧକ ଅଂଶ କାଟି ବାହାର କରନ୍ତି  ।
 ଆଉ ଏକ ଟିମ୍ ରୋଗୀର ଦେହରୁ ରୋଗଗ୍ରସ୍ତ ଲିଭରକୁ ବାହାର କରନ୍ତି  । ତାପରେ ନୂଆ ଲିଭର ଆସିଲେ ରୋଗୀର ଦେହରେ ତାହା ରଖି ତାର ରକ୍ତ ନଳୀ, ପିତ୍ତନଳୀ ଓ ଅନ୍ୟାନ୍ୟ ରକ୍ତ ଶିରା ସହିତ ଯୋଗାଯୋଗ ରକ୍ଷା କରନ୍ତି, ଯାହାଫଳରେ ନୂଆ ଲିଭରକୁ ରକ୍ତ ସଞ୍ଚାଳନ ଭଲ ଭାବରେ ହୋଇଯାଏ  । ଅପାରେସନ୍ ପରେ ରୋଗୀ ସାଧାରଣତଃ ୧ ସପ୍ତାହ ଆଇ.ସି.ୟୁ.ରେ ୨୪ ଘଣ୍ଟା ପରୀକ୍ଷା ନିରୀକ୍ଷା ଭିତରେ ରହେ  । ଧୀରେ ଧୀରେ ରୋଗୀ ଭେଣ୍ଟିଲେଟରରୁ ବାହାରି ଆସେ ଓ ଆରୋଗ୍ୟ ଲାଭ କରେ  । ଲିଭର ପ୍ରତିରୋପଣ ହେବାପରେ ସମ୍ପୃକ୍ତ ଲୋକ ଜଣଙ୍କ ସ୍ୱାଭାବିକ ଜୀବନ ବିତାଇ ପାରିବେ । ତେବେ ସେମାନଙ୍କୁ ଅନେକ କିଛି ସ୍ୱାସ୍ଥ୍ୟଗତ ଭାବେ ଏକ ରୁଟିନ ବନ୍ଧା ନିୟମକୁ ମାନିବାକୁ ପଡ଼ିବ । ସେମାନେ ପୂର୍ବପରି ମନଇଛା ଖାଦ୍ୟ, ପାନୀୟ ବା ଅନ୍ୟ ଔଷଧ ଗ୍ରହଣ କରିପାରିବେ ନାହିଁ । ସେମାନେ ନିୟମିତ ବ୍ୟବଧାନରେ ପ୍ରତିରୋପଣ କରିଥିବା ଡାକ୍ତର କିମ୍ବା ହେପାଟୋଲୋଜି ବିଶେଷଜ୍ଞଙ୍କ ପରାମର୍ଶରେ ରହିବା ଅତ୍ୟନ୍ତ ଜରୁରି । ସମ୍ପୂର୍ଣ୍ଣ ରୂପେ ସୁଷମ ଖାଦ୍ୟ, ସବୁଜ ପନିପରିବା, ତଟକା ପନିପରିବା, ବିଶୋଧିତ ପାଣି ଗ୍ରହଣ କରିବା ସହ ସମସ୍ତ ପ୍ରକାର ନିଶାଦ୍ରବ୍ୟ ଠାରୁ ଦୂରେଇ ରହିବା ସହ ଆମିଷ ଖାଦ୍ୟ ଠାରୁ ଦୂରେଇ ଖୁବ ଭଲ । କୌଣସି ପରିସ୍ଥିତିରେ ରାତି ଅନିଦ୍ରା ହେବା, ଅତ୍ୟଧିକ ବ୍ୟାୟାମ କରିବା, ପାହାଡ଼ ଚଢ଼ିବା, ଫାଷ୍ଟଫୁଡ ବା ଥଣ୍ଡା ଜାତୀୟ ଖାଦ୍ୟ, ଫ୍ରିଜ ଖାଦ୍ୟ ଏସବୁ ଠାରୁ ଦୂରେଇ ରହିବା ଜରୁରି । ଅତ୍ୟଧିôକ ଶାରୀରିକ ପରିଶ୍ରମ କରିବା ଠାରୁ ଦୂରେଇ ରହିବା ସହ ମାନସିକ ଭାବେ ନିଜକୁ ସୁସ୍ଥ ରଖିବା ଜରୁରି । ବ୍ୟାୟାମ ଅଭ୍ୟାସ ହେଉ ବା ଅନ୍ୟ କୌଣସି ଶାରୀରିକ ଅଭ୍ୟାସ ଡାକ୍ତର ପରାମର୍ଶରେ ଗ୍ରହଣ କରିବେ । ବାହାରକୁ ଯାତ୍ରା କରୁଥିଲେ ନିଜ ଔଷଧ ପତ୍ର ସହ ଶାରୀରିକ ଭାବେ ଖାଦ୍ୟ ଓ ବିଶ୍ରାମକୁ ଗୁରୁତ୍ୱ ଦେବା ଜରୁରି କାରଣ ଲିଭର ପ୍ରତିରୋପଣ ହେବାପରେ ଅନେକ କ୍ଷେତ୍ରରେ କିଛି ଶାରୀରିକ ଅସୁସ୍ଥତା ବା ପାଶ୍ୱର୍ପ୍ରତିକ୍ରିୟା ମଧ୍ୟ ଦେଖାଦେବାର ସମ୍ଭାବନା ଥାଏ । କେତେକ କ୍ଷେତ୍ରରେ ଖାଦ୍ୟ ଅରୁଚି ଲାଗିଥାଏ, ଶାରୀରିକ ଭାବେ ଅସ୍ୱସ୍ତିକର ଲାଗିଥାଏ ତେବେ ଏସବୁକୁ ନେଇ ମାନସିକ ଭାବେ କୌଣସି ବିଚଳିତ ନ ହୋଇ ଡାକ୍ତରଙ୍କ ପରାମର୍ଶ କରିବା ନିହାତି ଜରୁରି । ନିୟମିତ ବ୍ୟବଧାନରେ ନିଜର ଯକୃତ ପରୀକ୍ଷା କରାଇ ନିଅନ୍ତୁ ବିଶେଷକରି ୪୦ବର୍ଷ ପରେ ଯକୃତ ପରୀକ୍ଷା କରିବା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଅପରିହାର୍ଯ୍ୟ । 
ଲିଭର ପ୍ରତିରୋପଣ ଏକ ଜଟିଳ ଚିକିତ୍ସା ପଦ୍ଧତି  । ପ୍ରତିରୋପଣ ପରେ ରୋଗୀର ହୁଏତ ସଂକ୍ରମଣ, ରକ୍ତକ୍ଷରଣ, ପିତ୍ତ ଲିକ୍, ଶିରାରେ ରକ୍ତ ପ୍ରବାହିତ ନହେବା ବା ରିଜେକ୍ସନ୍ ଇତ୍ୟାଦି କମ୍ପ୍ଲିକେସନ୍ ହୋଇପାରେ  । କିନ୍ତୁ ଠିକ୍ ସମୟରେ ଚିକିତ୍ସା କଲେ ସାଧାରଣତଃ ଅନ୍ତତଃ ୯୦ ଶତାଂଶ ରୋଗୀ ୧ ବର୍ଷ ଓ ୭୫ ଶତାଂଶ ରୋଗୀ ୧୦ ବର୍ଷ ପର୍ଯ୍ୟନ୍ତ ସୁସ୍ଥ ଜୀବନଯାପନ କରନ୍ତି  । ଏହି ଚିକିତ୍ସା ଭାରତବର୍ଷର କତିପୟ କର୍ପୋରେଟ୍ ହସ୍ପିଟାଲରେ ଉପଲବ୍ଧ ହୋଇଛି  ।  ଉଭୟ ଦାତା ଓ ଗ୍ରହୀତା ଏହି ଟ୍ରାନସ୍ପ୍ଲାଣ୍ଟ ମାଧ୍ୟମରେ ସୁସ୍ଥ ଜୀବନଯାପନ କରୁଛନ୍ତି  । ଆଜିକାଲି ଯକୃତ ପ୍ରତିରୋପଣ ସେପରି ଏକ ବଡ଼ ସମସ୍ୟା ବା ଜଟିଳ ପ୍ରସଙ୍ଗ ହୋଇରହିନାହିଁ । ନିଜ ପରିବାରର, ଆତ୍ମୀୟ ସ୍ୱଜନମାନେ ସରକାରଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ରହିଥିବା ନୀତି ନିୟମକୁ ଗ୍ରହଣ କରି ଲିଭର ଦାନ କରିପାରିବେ । ଓଡ଼ିଶାରେ ଅଙ୍ଗଦାନ କାର୍ଯ୍ୟକ୍ରମ ଅତ୍ୟନ୍ତ ସଚେତନ ଭାବେ ସକ୍ରିୟ ହୋଇପାରିଛି । ଓଡ଼ିଶା ସରକାର ଅଙ୍ଗଦାନ କାର୍ଯ୍ୟକୁ ଅତ୍ୟନ୍ତ ଗୁରୁତ୍ୱ ଦେଇ ଏହା ପାଇଁ କେବଳ ପୁରସ୍କାର ରାଶି ଘୋଷଣା କରିନାହାଁନ୍ତି, ସବୁଠାରୁ ବଡ଼କଥା ହେଉଛି ଅଙ୍ଗଦାନ କରୁଥିବା ଦାତାଙ୍କୁ ତାଙ୍କ ଶେଷକୃତ୍ୟ ସମୟରେ  ସରକାରୀ ମର୍ଯ୍ୟାଦା ଓ ସମ୍ମାନ ପ୍ରଦାନ କରାଯାଉଛି । ରକ୍ତଦାନ ପରି ଲିଭର ଦାନ ଏକ ଗୁରୁତ୍ୱପୂର୍ଣ୍ଣ ଦାନ କହିଲେ ଅତୁ୍ୟକ୍ତି ହେବନାହିଁ । ଏ ନେଇ ବ୍ୟାପକ ସଚେତନତା ଜରୁରି । 
ମୋ :  ୯୪୩୭୦୫୧୯୫୭