ଜୀବନ ଯନ୍ତ୍ରଣାରେ ଅର୍ଥ ସାଜିଛି ବାଧକ

ଜୀବନ ଯନ୍ତ୍ରଣାରେ ଅର୍ଥ ସାଜିଛି ବାଧକ


ପ୍ରାକୃତିକ ମଣିଷର ଜୀବନ ଶୈଳୀରେ ଅପ୍ରାକୃତିକ ଅନୁଭବ ଯେ ଦୁଃଖର କରାଳତା ସୃଷ୍ଟି କରୁଛି ଏକଥା କାହାର ଚେତନା ଜ୍ଞାନରେ ନାହିଁ । ଦୁନିଆର କ୍ରମନ୍ୱୟତା ଓ ସାମାଜିକ ବିଭୀଷିକା ଗୁଡିକୁ ପୁଙ୍ଖାନୁପୁଙ୍ଖ ପରୀକ୍ଷା କରିବା ତଥା ସେଗୁଡ଼ିକରେ ଭରି ରହିଥିବା ମାୟା ଜାଲର ଛନ୍ଦ ଗୁଡିକୁ ଜାଣିବା ସହଜ ହେଉନାହିଁ । ଚତୁର, ସର୍ବସାଧାରଣଙ୍କୁ ନିଃସ୍ୱ କରି ଲୁଣ୍ଠନର ଶିକାର କରି·ଲିଥିବା ଭଳି ବିଭୀଷିକାର କରାଳତା କାରଣରୁ ସାମାଜିକ ଅର୍ଥାଭାବ ଦେଖାଯାଇଥାଏ ବୋଲି ବୁଝି ନାହାନ୍ତି କେହିା ଚତୁର କେମିତି ଲୁଣ୍ଠନ କରନ୍ତି ପରୋକ୍ଷରେ ଯାହା ସାଧାରଣ ଲୋକଙ୍କ ପ୍ରତି ସେବା ଭଳି ଅନୁଭବ ହୋଇ ପ୍ରକୃତ ପକ୍ଷେ ପ୍ରତାରଣା ହୋଇଥାଏ, ବି·ର କରିବା । 
ଜଣେ ସାଧାରଣ ମଣିଷର ଦୈନନ୍ଦିନ ଜୀବନରେ ଯେତିକି ଆର୍ଥିକ ରୋଜଗାର ହୋଇଥାଏ ସେହି ଅର୍ଥର କେତେ ଭାଗ କେଉଁଭଳି ଖର୍ଚ୍ଚ ହୋଇଥାଏ ତାହାର କୌଣସି ହିସାବ ବୁଝିନଥା’ନ୍ତି କେହି । ସମୟକ୍ରମେ ଖର୍ଚ୍ଚ, ସଂଚୟ ଇତ୍ୟାଦି କେଉଁ ବାଟରେ ହୋଇଥାଏ ଏବଂ ତାହାର ପରିମାପକ କ’ଣ କାହାକୁ ଜଣାନାହିଁ । ସଂଚୟ, ଖର୍ଚ୍ଚ ଗୁଡିକ ସାମାଜିକ ନିବନ୍ଧନ ମଧ୍ୟରେ ରଖି ଆୟକୁ ବୃଦ୍ଧି କରିବା ଲକ୍ଷ୍ୟ ରଖୁଥିବା ମଣିଷଙ୍କ ସଂଖ୍ୟା ହୁଏତ ୯୯ ପାରି ଦେଖିବାକୁ ମିଳିବେ ଅନୁଧ୍ୟାନ କଲେ । ତେଣୁ ବେଳେ ବେଳେ କାହିଁକି, ପ୍ରାୟତଃ ସବୁ ସମୟରେ ସମସ୍ତ ବର୍ଗର ମଣିଷ ବିଭିନ୍ନ ଅନୈତିକ କାର୍ଯ୍ୟ କରି ଆହୁରି ଅଧିକରୁ ଅଧିକ ଅର୍ଥ ଆଦାୟ କରିବା ପାଇଁ ପ୍ରୟାସରତା ବିଡମ୍ବନାର ବିଷୟ ଏହାକି ଜଣେ ସାଧାରଣ ମଣିଷ ତା’ ଜୀବନରେ କେତେ ଅର୍ଥ କେଉଁ ବାଟରେ ଆଦାୟ କରିଥାଏ ଏବଂ ସେଗୁଡିକର ବିନିଯୋଗ, ବ୍ୟୟ ଅଟକଳ କେମିତି କରିଥାଏ ତାହାର କୌଣସି ହିସାବ ନଥାଏ କାହା ପାଖରେ । ଅଧିକନ୍ତୁ ଆଦାୟ ଖର୍ଚ୍ଚର ତାଳମେଳ ତଥା ନିବେଶ ଅର୍ଥର ମୂଲ୍ୟାଙ୍କନ ବିଷୟରେ ମଧ୍ୟ ସାମ୍ୟକ ଜ୍ଞାନ ରହିନଥାଏ ସାଧାରଣ ମଣିଷଙ୍କର । ଏସବୁର ସୁଯୋଗ ନେଇ ସମାଜରେ କରାଳତା ସୃଷ୍ଟି କରୁଥିବା ବ୍ୟବସାୟୀ ଏବଂ ଅନ୍ୟାନ୍ୟ ଲୁଟେରାଙ୍କ ଶିକାର ହୋଇଥା’ନ୍ତି ସାଧାରଣ ନିର୍ବୋଧ । ତେଣୁ ବ୍ୟାପକ ରୋଜଗାର ଅବାଟରେ ·ଲି ଯାଉଥିବା କାରଣରୁ ମଣିଷକୁ ସବୁବେଳେ ଅଭାବ ଘେରି ରହିଥାଏ । ତାହାର ପ୍ରତିଫଳନ ସ୍ୱରୂପ ନିର୍ବୋଧ ମଣିଷ ଅହେତୁକ ଭାବେ ଅନୈତିକ କାର୍ଯ୍ୟ କରି ଅଧିକ ରୋଜଗାର କରିବା ପାଇଁ ମନ ବଳାଇ ଥାଏ ଏବଂ କରିଥାଏ ମଧ୍ୟ । କେଉଁ କେଉଁ ବାଟରେ ଆମର ରୋଜଗାର ଅର୍ଥ ଅହେତୁକ ଭାବେ ଖର୍ଚ୍ଚ ହେଉଛି ଏବଂ ସେଗୁଡିକର କୌଣସି ବାସ୍ତବିକ ସଜ୍ଞା ଅଛି ନା କେବଳ ସାମାଜିକ କୁହେଳିକା ମାଧ୍ୟମରେ ଶିକ୍ଷା କରିଥିବା ବିଭ୍ରାନ୍ତିକର ମନବୃତ୍ତିରୁ ତାହା ଉଦ୍ଧୃତ ବି·ର ପୂର୍ବକ କ’ଣ କଲେ ସେସବୁର ସମାଧାନ ହୋଇ ପାରିବ ଆଲୋଚନା କରି ଦେଖିବା ।
ଏମିତି କେତେକ ପରିବାର ସମାଜରେ ଦେଖିବାକୁ ମିଳନ୍ତି ଯାହାଙ୍କ ଦୈନନ୍ଦିନ ରୋଜଗାର ଖୁବ୍ କମ୍ ଥାଇ କେବଳ ପାରିପାଶ୍ୱର୍ିକ ପ୍ରତିଯୋଗିତା ମୂଳକ ଚିନ୍ତନ କାରଣରୁ କିଂଚିତ ଦୁଃଖ ଅନୁଭବ କରୁଥିଲେ ମଧ୍ୟ ପରିବାର ପ୍ରତିପୋଷଣ ତଥା ସେମାନଙ୍କ ଜୀବନ ବଂଚିବା ଶୈଳୀରେ ଆଦୌ ଦୁଃଖ ନଥାଏ । ସେହିଭଳି ପରିବାର ଅତ୍ୟନ୍ତ ନଗଣ୍ୟ ସଂଖ୍ୟକ ଥାଇ ପାରନ୍ତି ଦେଖିବାକୁ ଗଲେ । କି’ନ୍ତୁ ଅନେକ ପରିବାର ଯଥେଷ୍ଟ ରୋଜଗାର ଥାଇ ମଧ୍ୟ ସବୁବେଳେ ବିଭିନ୍ନ ଦୁଃଖଦ ମୁହୂର୍ତ୍ତରେ କାଳାତିପାତ କରୁଥିବା ନମୁନା ଯଥେଷ୍ଟ ଅଧିକ ଦେଖିବାକୁ ମିଳିବ ଅନୁସନ୍ଧାନ କରାଗଲେ । ହେଲେ ଏହି ଦୁଇଟି ପରିବାର ମଧ୍ୟରେ ପ୍ରଭେଦକୁ ଭେଦ କରିପାରିଲେ ଆମେ ବୁଝି ପାରିବା ଯେ ବାସ୍ତବରେ ସୁଖ ଦୁଃଖର କରାଳତାର ସୃଷ୍ଟି ହେଉଛି କେଉଁଠୁ ? ଏବଂ ଆମେ ସେଗୁଡିକର ସମାଧାନ କିପରି କରିପାରିବା ।
ପ୍ରକୃତି କୋଳରେ ଜନ୍ମ ହୋଇ ପ୍ରାକୃତିକ ଭାବେ ଜୀବନ ଅତିବାହିତ କରି କୌଣସି ଏକ ସମୟରେ ଇହଲୀଳା ସମ୍ବରଣ କରି ପୁଣି ପ୍ରକୃତି କୋଳରେ ମିଶିଯିବା ସମସ୍ତେ, ଏହି ଜ୍ଞାନ କାହାକୁ ଅଗୋଚର ? ତଥାପି ଜୀବନର ପଥ ଅତିକ୍ରମରେ କେତେଯେ ଅପ୍ରାକୃତିକ ମନୁଷ୍ୟକୃତ ଜୀବନ ଶୈଳୀ ଆପଣେଇ ନେଇଥା’ନ୍ତି ସମସ୍ତେ ଯାହା ସବୁ ସମ୍ପୃକ୍ତ ସାଧାରଣ ମଣିଷଙ୍କ ବ୍ୟକ୍ତିଗତ ବି·ର ଜନିତ ନୁହେଁ ବରଂ ସାମାଜିକ କୁହେଳିକା କାରଣରୁ । ସମାଜରେ ବିଭିନ୍ନ ଅପ୍ରାକୃତିକ ଭାବବିହ୍ୱଳତା ସୃଷ୍ଟି କରି ଚତୁର ବ୍ୟବସାୟୀ ସାଧାରଣ ମଣିଷଙ୍କୁ ଲୁଣ୍ଠନର ଶିକାର କରି ଅଜସ୍ର ଅର୍ଥ ରୋଜଗାର କରୁଛନ୍ତି ଯାହା ସାଧାରଣ ଲୋକଙ୍କ ଦୈନନ୍ଦିନ ଝାଳବୁହା ରୋଜଗାର ସମ୍ପତ୍ତି । ନିର୍ବୋଧ କି’ନ୍ତୁ ବୁଝିପାରେନି ଯେ ସେ କେମିତି ନିଷ୍ପେସିତ ହେଉଛି ବ୍ୟପାରୀଙ୍କ ଦ୍ୱାରା । କେବଳ ସେମାନଙ୍କ ମିଥ୍ୟା ପ୍ରବଚନ ତଥା ଅଲୌକିକ ଦର୍ଶନରେ ବିମୁଗ୍ଧ ବିଭୋର ହୋଇ ଖର୍ଚ୍ଚ, ସଂଚୟ କରିଥାଏ ନିଜର ରୋଜଗାର ଅର୍ଥକୁ କେବଳ ବ୍ୟପାରୀଙ୍କୁ ପୋଷିବା ପାଇଁ । ଆଉ ତାହାର ପ୍ରତିଫଳନରେ ଅର୍ଜେ କେବଳ ଅଜସ୍ର ଟଙ୍କା ଆଉ ଅନୈତିକ କାର୍ଯ୍ୟ କରି ସାମାଜିକ ଅପବାଦ ତ ଆଉ କେତେବେଳେ ମାନସିକ ଅଶାନ୍ତି ଅଥବା ଶାରୀରିକ କ୍ଳେଶ ଯାହା ମୃତୁ୍ୟର ଦ୍ୱାରସ୍ଥ କାଇଥାଏ ତାକୁ । ଏଥିରୁ ନିସ୍ତାର ନାହିଁ, ନା ଆମରି ହାତରେ ରହିଛି ଏହାର ସମାଧାନ, ବି·ର କରିବା । ପ୍ରଥମ ପରିବାରଟି କ’ଣ କରୁଛି ଯଦ୍ୱାରା ତା ଘରେ, ପରିବାରରେ କୌଣସି ଦୁଃଖ ନାହିଁ ଏବଂ ଦ୍ୱିତୀୟ ପରିବାରଟି କେଉଁ କାରଣରୁ ସଦା ସର୍ବଦା ଦୁଃଖରେ ଘଣ୍ଟି ହେଉଛି ତର୍ଜମା କରିବା ।
 ଉପସ୍ଥିତ ସମୟରେ ଆମ ସମାଜରେ ଯାହା ସବୁ ମନୁଷ୍ୟକୃତ ଅପ୍ରାକୃତିକ କାର୍ଯ୍ୟ କରୁଛି ମଣିଷ ସେଗୁଡିକ ମଧ୍ୟରେ କେତେ ମାଧ୍ୟମରେ ଆମେ ଅର୍ଥ ହାନି କରିଥାଉ ଯାହା ପ୍ରଥମ ପରିବାରଟି ତାହାଠାରୁ ଦୂରେଇ ରହି ନିଜର ଖର୍ଚ୍ଚକୁ ନିୟନ୍ତ୍ରିତ କରିଥାଏ ଏବଂ ଦ୍ୱିତୀୟ ପରିବାରର କେଉଁ କାରଣରୁ ଅତ୍ୟଧିକ ଅର୍ଥ ଆବଶ୍ୟକ ହୋଇଥାଏ ଏବଂ ଏହି ଦୁଇଟି ମଧ୍ୟରେ ପ୍ରଭେଦ କ’ଣ ? ପ୍ରଥମ କଥା ହେଉଛି ମଣିଷ ନିଜକୁ ଅପ୍ରାକୃତିକ ସାମାଜିକ କରାଳତା ମଧ୍ୟରେ ଅହରହ ଅଶାନ୍ତିରେ ବଂଚିବାର ପ୍ରୟାସ ନିଜେହିଁ କରୁଛି ଯାହା ପ୍ରଥମ ପରିବାର କରନ୍ତି ନାହିଁ ! ଦ୍ୱିତୀୟତଃ ଆବଶ୍ୟକତା ନଥିବା କାରଣରୁ କୌଣସି ଅନୈତିକ କାର୍ଯ୍ୟ ନକରି ମାନସିକ ଶାନ୍ତିରେ ରହିଥା’ନ୍ତି ପ୍ରଥମ ପରିବାର ଯାହା ଦ୍ୱିତୀୟ ପରିବାରରେ ସମ୍ଭବ ହେଉନଥିବା କାରଣରୁ ସବୁବେଳେ ଦୁଃଖୀ ରହିଥା’ନ୍ତି ସେମାନେ । (କ୍ରମଶଃ)
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଂଜାମ-୭୬୧୦୨୦