ଭାରତୀୟ ଗଣତନ୍ତ୍ରର କଳା ଦିବସ

କରାଯାଇଥିଲା ଓ ସମ୍ବାଦପତ୍ର ପ୍ରକାଶନ ଗୁଡ଼ିକ ଉପରେ କଟକଣା ଜାରି ହୋଇଥିଲା  । ମୌଳିକ ଅଧିକାର ଓ ଅଦାଲତ୍ରେ ସରକାର ସ୍ୱାଧୀନ ଭାରତର ଇତିହାସରେ ଜୁନ୍ ୨୫ ତାରିଖ କଳାଦିବସ ବିରୋଧରେ କୌଣସି ଅଭିଯୋଗ କରିବା ଅଧିକାରକୁ ପ୍ରତ୍ୟାହାର କରିନିଆଯାଇଥିଲା  । ସମଗ୍ର ଦେଶରେ କୋକୁଆ ଭୟ ସୃଷ୍ଟି କରାଯାଇଥିଲା  । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇନ୍ଦିରାଗାନ୍ଧି ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ପାର୍ଲାମେଂଟରେ ଭାଗନେବା ଓ ଭୋଟଦେବା ଅଧିକାରରୁ ବଂଚିତ ହେବା ପରେ ପ୍ରଧାନମନ୍ତ୍ରୀ ପଦରେ ରହିବା ଅଧିକାର ହରାଇ ଥିଲେ  । ଏଣୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ନଦେଇ ସେ ଯେତେ ପ୍ରକାରର ଅବୈଧ ଓ ସମ୍ବିଧାନ ବିରୋଧୀ କାର୍ଯ୍ୟ କରିଛନ୍ତି ସେଥିପାଇଁ ତାଙ୍କୁ ଶାସ୍ତି ଦେବା ଉଚିତ୍  । ସେ ସମୟର ଉଚ୍ଚ ନ୍ୟାୟାଳୟର ଆଭିମୁଖ୍ୟ ଓ କାର୍ଯ୍ୟ କଳାପର ସମୀକ୍ଷା ହେବା ମଧ୍ୟ ଆବଶ୍ୟକ  । କାରଣ ଏହି ଗଣତାନ୍ତ୍ରିକ ରାଷ୍ଟ୍ରରେ ନ୍ୟାୟ ସଙ୍ଗତ ଉପାୟରେ କାର୍ଯ୍ୟ ନକରି ସମଗ୍ର ଦେଶ ଓ ଦେଶବାସୀଙ୍କ ଉପରେ ଏକଛତ୍ରବାଦୀ ଶାସନ ବ୍ୟବସ୍ଥା ଲଦିଦେବା ଅଧିକାର ଇନ୍ଦିରାଗାନ୍ଧି ପାଇ ନଥିଲେ  । ଯଦି ମରଣତ୍ତୋର ଉପାଧୀ ଯେପରି ଭାରତରତ୍ନ ଦିଆଯାଇପାରୁଛି, ତେବେ ଇନ୍ଦିରାଗାନ୍ଧି କରି ଯାଇଥିବା ସମ୍ବିଧାନ ବିରୋଧୀ କାର୍ଯ୍ୟ ପାଇଁ ଦଣ୍ଡ ପାଇବା ଉଚିତ୍  । ଏହିପ୍ରକାର ପଦକ୍ଷେପ ନେବା ଦ୍ୱାରା ଭାରତୀୟ ନ୍ୟାୟ ବ୍ୟବସ୍ଥା ଓ ଗଣତାନ୍ତ୍ରିକ ବ୍ୟବସ୍ଥା ଦୃଢ଼ୀଭୂତ ହେବ  । କମୁ୍ୟନିଷ୍ଟ ପାର୍ଟିର ନେତାଙ୍କୁ ଛାଡି ଅନ୍ୟ ବିରୋଧୀ ଦଳ ନେତାମାନଙ୍କୁ ଗିରଫ କରିବା ପରେ ସମଗ୍ର ଦେଶରେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ କେହି ନଥିଲେ  । ନାନାଜୀ ଦେଶମୁଖଙ୍କ ନେତୃତ୍ୱରେ ଗଠିତ ଲୋକ ସଂଘର୍ଷ ସମିତି ଭୟର ବାତାବରଣ ଦୂର କରିବା ପାଇଁ କିଛି କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ  । ଲେଖକଙ୍କୁ ଓଡ଼ିଶା ପ୍ରଦେଶ ଲୋକ ସଂଗ୍ରହ ସମିତିର ଦାୟିତ୍ୱ ଦିଆଯାଇଥିଲା  । ତଦନୁସାରେ ୦୨ ଅକ୍ଟୋବର ୧୯୭୫ ମସିହା ଗାନ୍ଧି ଜୟନ୍ତୀ କଟକ କାଠଯୋଡ଼ି ନଦୀ କୂଳରେ ସର୍ବୋଦୟ କର୍ମୀମାନଙ୍କ ସହଯୋଗରେ କରାଯାଇଥିଲା  । ଅକ୍ଟୋବର ମାସରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଦ୍ୱାରା ସତ୍ୟାଗ୍ରହ କରାଯାଇଥିଲା  । ୧୯୭୭ ମସିହାରେ ସାଧାରଣ ନିର୍ବାଚନରେ ଇନ୍ଦିରାଗାନ୍ଧି ଶୋଚନୀୟ ଭାବେ ପରାସ୍ତ ହେବା ପରେ ଜରୁରୀକାଳୀନ ଅବସ୍ଥା ସମାପ୍ତ ହୋଇଥିଲା । ଲେଖକ ‘ମିସା ଆଇନ୍’ ଦ୍ୱାରା ଗିରଫ ହୋଇ ୧୭ମାସ ଜେଲ୍ରେ ରହିଥିଲେ  ।