ପୃଥିବୀରୁ ମହାକାଶ ପୁଞ୍ଜିବାଦର ସରହଦ


ଗୋପାଳ ମହାପାତ୍ର : ଆମେରିକାର ବିଶିଷ୍ଟ ଶିଳ୍ପପତି ଏଲେନ ମସ୍କ ହେଉଛନ୍ତି ଷ୍ଟାରଲିଙ୍କର ମାଲିକ ଏବଂ ତାଙ୍କ ସଂସ୍ଥାର ଟେକନିକ ଶକ୍ତି ଏବଂ ସମ୍ପତ୍ତିର କଳ୍ପନା କରିବା କଷ୍ଟକର । ଷ୍ଟାରଲିଙ୍କ ଏବେ ଦୁନିଆରେ ସବୁଠାରୁ ଅଧିକ ସାଟେଲାଇଟ ବା ଉପଗ୍ରହ ପ୍ରେରଣ କରିଥିବା ସଂସ୍ଥା । ଏହି କମ୍ପାନୀ ମହାକାଣରେ ୭ହଜାର ଉପଗ୍ରହ ସ୍ଥାପିତ କରିସାରିଛି । ଏବେ ଏହି କମ୍ପାନୀ ୧୩୦୦୦ ଉପଗ୍ରହ ପ୍ରେରଣ କରିବାକୁ ଯାଉଛି । ଅର୍ଥାତ୍ ଉପଗ୍ରହ ସଂଖ୍ୟା ବୃଦ୍ଧି ପାଇ ୭୦ ହଜାରରେ ପହଞ୍ଚôଯିବ । ଷ୍ଟାରଲିଙ୍କ ବା ଅନ୍ୟ ଅର୍ଥରେ ଏଲନ ମସ୍କ ଯୋଜନା କରୁଛନ୍ତି ଯେ ୨୦୩୧ ସୁଦ୍ଧା ମହାକାଶକୁ ଆହୁରି ଉପଗ୍ରହ ପ୍ରେରଣ କରିବେ ଓ ଏହାର ସଂଖ୍ୟା ୪୦ ହଜାରକୁ ଟପିଯିବ । ଏହାର ଅର୍ଥ ହେଉଛି ସାରାବିଶ୍ୱର ସବୁ ଦେଶର ଆକାଶରେ ଷ୍ଟାରଲିଙ୍କର ଅଢ଼େଇଶହରୁ ଅଧିକ ଉପଗ୍ରହ ରହିଥିବ । ଏଥିସହିତ ସାରା ବିଶ୍ୱ ଏଇ ନୂଆ ଟେକନିକର ୪୦ ହଜାର ତାରାକୁ ଦେଖିବେ ଓ ଏହାର କାର୍ଯ୍ୟ ଓ ପ୍ରଭାବ ଦେଖିବେ । ଆମେରିକା ସୁପର ପାୱାର ହେବା ପଛରେ ରହିଛି ଏଲନ ମସ୍କଙ୍କର ଷ୍ଟାରଲିଙ୍କ । ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସାର ପାଖାପାଖି ୭୦୦ ଉପଗ୍ରହ ରହିଛି । ଭାରତ ମହାକାଶକୁ ମାତ୍ର ୭୦ଟି ଉପଗ୍ରହ ପ୍ରେରଣ କରିଛି ଏବଂ ଏସବୁର କ୍ଷମତା ମଧ୍ୟ ଷ୍ଟାରଲିଙ୍କ ଓ ନାସାର ଉପଗ୍ରହ ଠାରୁ କମ୍ । ଏଥିରୁ ସ୍ପଷ୍ଟ ଯେ ଭାରତର ୧୦୦ ଗୁଣ ଏବଂ ଆମେରିକାର ୧୦ ଗୁଣ ଅଧିକ ଉପଗ୍ରହ ଷ୍ଟାରଲିଙ୍କ ମହାକାଶକୁ ପ୍ରେରଣ କରିଛି ।
ଆମେ ଏବେ ଯେତେବେଳେ ଦେଶର ଶିଳ୍ପପତି ବା ଧନ କୁବେର ମାନଙ୍କ ଉପରେ ଚର୍ଚ୍ଚା କରୁଛେ ସେତେବେଳେ ମୁକେଶ ଅମ୍ବାନୀଙ୍କ ନାମ ପ୍ରଥମରେ ରହୁଛି । ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୧୩ ଲକ୍ଷ କୋଟିରୁ ଅଧିକ ଏବଂ ବୋଧହୁଏ ମୁକେଶ ହେଉଛନ୍ତି ବିଶ୍ୱର ୩ୟ ବା ୪ର୍ଥ ଧନ କୁବେର । ଗୌତମ ଆଦାନୀ ଯାହାଙ୍କ ସମ୍ପତ୍ତି ୧୦ଲକ୍ଷ କୋଟିରୁ ଅଧିକ ସିଏ ମୁକେଶ ଅମ୍ବାନୀଙ୍କ ପଛରେ ଓ ବିଶ୍ୱର ୭ମ ବା ୮ମ ଧନକୁବେର ଅଟନ୍ତି । ଏକଦା ବିଶ୍ୱର ଏକନମ୍ବର ଧନୀ ଥିବା ବିଲ୍ ଗେଟସ୍ ଏବେ ତଳକୁ ଖସି ଆସିଛନ୍ତି ।  ଓ୍ୟାରେନ ବଫେଟ ଏବେ ଦୁନିଆର ଏକ ନମ୍ବର ଧନୀ ଅଟନ୍ତି ଯାହାଙ୍କ ପାଖରେ ୭୦ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ରହିଛି ଯାହା ଭାରତର ସରକାରୀ ବଜେଟର ପାଖାପାଖି ଦୁଇ ଗୁଣ ହେବ । ଏବେ ୱାରେନ ବଫେଟଙ୍କୁ ଚାଲେଞ୍ଜ କରି ଏଲନ ମକ୍ସ ପ୍ରଥମ ଧନୀ ହେବାର ସ୍ଥିତିରେ ପହଞ୍ଚôବା ପାଇଁ ଉଦ୍ୟମ କରୁଛନ୍ତି । ଏକଦାକାର୍ଲମାକ୍ସ ପୁଞ୍ଜିବାଦୀ ବିକାଶର କ୍ରମ ପ୍ରସଙ୍ଗରେ କହିଥିଲେ ଯେ ବଡ଼ କାରଖାନା ଛୋଟ କାରଖାନାକୁ ଗିଳି ପକାଇବ । ପୁଞ୍ଜିବାଦର ସିଦ୍ଧାନ୍ତ ମଧ୍ୟ ଏହା ହିଁ ଯେ ବଡ଼ ମାଛ ଛୋଟ ମାଛକୁ ଗିଳି ଦେଇତାଏ । ପରନ୍ତୁ ଏହି ପାରମ୍ପରିକ ପୁଞ୍ଜିବାଦ କେବଳ ଯେ ତଳକୁ ଚାଲିଯିବ ତା ନୁହେଁ ବରଂ ପୁଞ୍ଜିବାଦ ଉପଗ୍ରହ ଟେକନିକ ପାଇଁ ଏହି ମାଲିକ ମାନଙ୍କ କାଠକଣ୍ଡେଇ ପାଲଟିଯିବ ।
ଏବେ ଭାରତରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଭାରତର ଦୁଇ ଧନ କୁବେର କିଛି ଦିନ ତଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଏଲନ ମସ୍କଙ୍କ ଷ୍ଟାରଲିଙ୍କ ଯେପରି ଭାରତ ଆକାଶରେ ତାର ଉପଗ୍ରହ ସ୍ଥାପନ କରି ନପାରେ ସେଥିପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତିି । କିନ୍ତୁ ଏକ ଅସମର୍ଥôତ ସୁତ୍ରରୁ ଜଣାପଡିଛି ଯେ ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବେ ଏଥିପାଇଁ ଅସମର୍ଥତା ପ୍ରକାଶ କରିଛନ୍ତି ଓ କହିଛନ୍ତି ଯେ ଟେକନିକର ବିକାଶ  ଏବଂ ଏହାର ପ୍ରୟୋଗକୁ କେମିତି ରୋକାଯାଇ ପାରିବ । ବୋଧହୁଏ ଅମ୍ବାନୀ ଓ ଆଦାନୀ ପ୍ରଧାନମନ୍ତ୍ରୀଙ୍କ ଠାରୁ ଏଭଳି ଉତ୍ତର ଶୁଣିବେ ବୋଲି ଆଶା କରିନଥିଲେ । ଏଣୁ ସେମାନେ ଏବେ ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏକଥା ମଧ୍ୟ ସମ୍ଭବ ଯେ ଏ ଦୁହେଁ ସୁପ୍ରିମ କୋର୍ଟଙ୍କ ଶରଣ ନେବା ପଛରେ ପ୍ରଧାନମନ୍ତ୍ରୀଙ୍କ ମୌନ ସମ୍ମତ୍ତି ରହିଛି । କାରଣ ପ୍ରଧାନମନ୍ତ୍ରୀ ଏକଥା ମଧ୍ୟ ଜାଣନ୍ତି ଯେ ସରକାରୀ ସ୍ତରରେ ଏଲନ ମସ୍କଙ୍କ ଷ୍ଟାରଲିଙ୍କର ଉପଗ୍ରହ ଉପରେ ପ୍ରତିବନ୍ଧକ ଲଗାଇବା ଅସମ୍ଭବ ନହେଲେ ମଧ୍ୟ କଷ୍ଟକର ନିଶ୍ଚୟ । ସରକାରୀ ସ୍ତରରେ ଷ୍ଟାରଲିଙ୍କ ବିରୁଦ୍ଧରେ ପ୍ରତିବନ୍ଧକ ଲଗାଇବାର ଅର୍ଥ ଅସୁବିଧାକୁ ଡାକି ଆଣିବା ଯାହା ପ୍ରଧାନମନ୍ତ୍ରୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଯିବ । ଏବେ ସେ ବାବଦରେ ଅଧିକ ଆଲୋଚନା କରାଯିବା ଅନୁଚିତ କାରଣ ଆଗକୁ କ’ଣ ହେବ ସେକଥା ସମୟ କହିବ ।
ଟେକନିକ କେମିତି ଟେକନିକକୁ ଆତ୍ମସାତ କରି ପ୍ରଭାବି କରାଇଥାଏ ସେକଥା ଦେଖିବା କଥା । ସମୟ ଥିଲା ଯେତେବେଳେ ଲୋକେ ପାଦରେ ଚାଲିବା ବଦଳରେ ଶଗଡ଼ଗାଡି ବା ଘୋଡାଗାଡିକୁ ଆପଣେଇ ଥିଲେ । ଘୋଡ଼ାରେ ଚଢ଼ି ମଧ୍ୟ ସୈନିକ ମାନେ ଯୁଦ୍ଧ କରୁଥିଲେ । କେବେ କେବେ ଯୁଦ୍ଧବେଳେ ରଥରେ ଓ ଗାଡିରେ ଭୌଗୋଳିକ ପରିସ୍ଥିତି ଅନୁସାରେ ଓଟ ଓ ହାତୀଙ୍କୁ ମଧ୍ୟ ବ୍ୟବହାର କରାଯାଉଥିଲା । ଲୋକେ ମଧ୍ୟ ବଳଦଗାଡ଼ି, ଘୋଡାଗାଡ଼ି ଆଦି ଗତାଗତ ପାଇଁ ବ୍ୟବହାର କରୁଥିଲେ । ଚାଷ ପାଇଁ ବଳଦର ବ୍ୟବହାର କରାଯାଉଥିଲା । କାଳାନ୍ତରରେ ଗତାଗତ ବା ଯାତାୟାତ ପାଇଁ ମଟରର ବ୍ୟବହାର ହେଲା ଓ ଚାଷ ପାଇଁ ଟ୍ରାକ୍ଟରର ବ୍ୟବହାର ହେଲା । ଯାତାୟତ ପାଇଁ ସାଇକେଲ, ମଟର ସାଇକେଲ, କାର ଏବଂ ପରବର୍ତ୍ତୀ ସମୟରେ ବିମାନ ପର୍ଯ୍ୟନ୍ତ ପହଞ୍ଚôଥିଲା । ନଦୀରେ ଯାତାୟତ ପାଇଁ ଲୋକେ ପ୍ରଥମେ ଭେଳା ଓ ତାପରେ ନୌକାର ବ୍ୟବହାର କରୁଥିଲେ । ପରେ ଜଳଯାହାଜ ଆସିଲା । ସଞ୍ଚାର କ୍ଷେତ୍ରରେ ଲ୍ୟାଣ୍ଡଲାଇନ ଫୋନ ଆସିଲା; ତା ପରେ ମୋବାଇଲ ଏବଂ ଏବେ ଏଣ୍ଡ୍ରେଏଡ଼ ଟେକନିକ ଏବଂ ଇଣ୍ଟରନେଟ ଆସି ପୁରୁଣା ସମୟର ଟେଲିଫୋନ ବ୍ୟବସ୍ଥାକୁ ପ୍ରାୟତଃ ଶେଷ କରିଦେଇଛି । ଏପରିକ ଡାକ ବିଭାଗ ମଧ୍ୟ ଏବେ ହଜିଯିବାକୁ ବସିଲାଣି ।
ଏକଥା ସତ୍ୟ ଯେ ଯେତେବେଳେ କୌଣସି ବି କ୍ଷେତ୍ରରେ ଉଚ୍ଚମାନର ଟେକନିକର ଆବିଷ୍କାର ହୋଇଥାଏ ତେବେ କେବଳ ଯେ ପୁରୁଣା ଟେକନିକ ଯେ ହଜିଯାଏ ବା ବନ୍ଦ ହୋଇଯାଏ ତା ନୁହେଁ ବରଂ ତାକୁ ମାଧ୍ୟମ କରି ଗୁଜୁରାଣ ମେଣ୍ଟାଉଥିବା ଲୋକେ ମଧ୍ୟ ରୋଜଗାର ହରାଇଥାନ୍ତି  । ଏବେ ଆଉ ଗ୍ରାମାଞ୍ଚଳରେ ହଳ ବଳଦ ଦେଖାଯାଉନି ଦେଖାଯାଉଛି ଟ୍ରାକ୍ଟର । ଲୋକେ ଆଉ ଲୁଗା ସଫା କରିବା ପାଇଁ ଧୋବାଙ୍କ ଉପରେ ନିର୍ଭର ନକରି ଓ୍ୟାସିଂ ମେସିନ ବ୍ୟବହାର କରୁଛନ୍ତି । ଏବେ ଅମ୍ବାନୀଙ୍କ ଚିନ୍ତା ବଢ଼ିଯାଇଛି । ତାର କାରଣ ହେଉଛି ତାଙ୍କ ଜିଓ ସିମ୍ (ମୋବାଇଲ) ବିଏସ୍ଏନ୍ଏଲ ଓ ଅନ୍ୟ ସଂଚାର ସାଧନକୁ ଗିଳି ପକାଇଥିଲା । କିନ୍ତୁ ଏବେ ଜିଓକୁ ତଳିତଳାନ୍ତ କରିବା ପାଇଁ ସାଟେଲାଇଟ ଟେକନିକ  ଆସୁଛି । ଏକଥା ସତ୍ୟ ଯେ ଅମ୍ବାନୀ ପରିବାରର ସମ୍ପତ୍ତି ଧିରୁଭାଇଙ୍କ ପେଟ୍ରୋଲ ପମ୍ପ ଚାକିରିରୁ ବଢ଼ିନାହିଁ ବରଂ ଦେଶର ଲୋକଙ୍କ ସାମୂହିକ ପୁଞ୍ଜିରୁ ହିଁ ବଢ଼ିପାରିଛି । ଜିଓରୁ ମଧ୍ୟ ବେଶ୍ ଆୟ କରୁଛି ଅମ୍ବାନୀ ପରିବାର । ସାଟେଲାଇଟ ଟେକନିକ୍ ଆସିଲେ ଜିଓ ଖତ ଖାଇଯିବ ନିଶ୍ଚୟ । ଏହାହିଁ ହେଉଛି ପୁଞ୍ଜିବାଦ ଯାହା ଗାଁ- ସହର- ବଜାରରୁ ଆରମ୍ଭ ହୋଇ ଏବେ ମହାକାଶ ପର୍ଯ୍ୟନ୍ତ ପହଞ୍ଚôଗଲାଣି । ସାଟେଲାଇଟ ଟେକନିକର ପ୍ରଭାବ ଦେଶ ଓ ଦୁନିଆର ଲୋକଙ୍କ ଉପର ପଡିବ । ଅନୁମାନ ଅନୁସାରେ ଦେଶର ଇଣ୍ଟରନେଟ ଏବଂ ଏଣ୍ଡ୍ରଏଡ଼ ଟେକ୍ନୋଲୋଜି ବ୍ୟବସାୟୀ ମୋବାଇଲ ବିକ୍ରେତା ଏପରିକି ମୋବାଇଲ ନିର୍ମାଣକାରୀ ସଂସ୍ଥା ଓ ସିମ୍ ପ୍ରସ୍ତୁତକାରୀ ସଂସ୍ଥା ଏହାଦ୍ୱାରା ପ୍ରଭାବିତ ହେବେ । ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇବେ । ସିମ ବା ଚିପ୍ ପ୍ରସ୍ତୁତ କରୁଥିବା କୋରିଆ, ଚୀନ ଓ ଭିଏତନାମର କମ୍ପାନୀ ମାନେ ମଧ୍ୟ ପ୍ରଭାବିତ ହେବେ କାରଣ ସାଟେଲାଇଟ ଫୋନରେ ସିମ୍ର ବ୍ୟବହାର ହେବନାହିଁ । ଏହି ଫୋନର ନିର୍ମାଣ କେବଳ ଏଲନ ମସ୍କଙ୍କ କମ୍ପାନୀ କରିବେ । ଆଉ ସ୍ପେକ୍ଟ୍ରମର ଆବଶ୍ୟକତା ପଡିବ ନାହିଁ କିମ୍ବା ସ୍ପେକ୍ଟ୍ରମ ନିଲାମରେ ଭ୍ରଷ୍ଟାଚାର ମଧ୍ୟ ହେବ ନାହିଁ । ସାଟେଲାଇଟ ଟେଲିଫୋନର ନିର୍ମାଣ ଷ୍ଟାରଲିଙ୍କ କରିବ କାରଣ ସଂପୃକ୍ତ ମେସିନକୁ ଚାଲୁ କରିବାର କ୍ଷମତା ବା ସାଟେଲାଇଟ ଫୋନକୁ ଜୀବନ୍ତ କରିବାର କ୍ଷମତା ଏଲନ ମସ୍କଙ୍କ ପାଖରେ ହିଁ ରହିଛି । ରୋବଟ ଉଦ୍ୟୋଗକୁ ମଧ୍ୟ ଏହା ପ୍ରଭାବିତ କରିବ । ଏବେ ଯେଉଁ କମ୍ପାନୀମାନେ ଏଆଇରେ ଚାଲୁଛନ୍ତି ସେମାନଙ୍କୁ ଚଳାଇବା ପାଇଁ ସାଟେଲାଇଟ ଟେକନିକର ବ୍ୟବହାର କରିବାକୁ ପଡିବ । ଆମାଜନ ହେଉଛି ବିଶ୍ୱର ସର୍ବ ବୃହତ୍ତମ ମାର୍କେଟିଙ୍ଗ କମ୍ପାନୀ । ଆମେରିକାର ଓ୍ୟାସିଂଟନ ଠାରେ ଥିବା ଏହାର ମୁଖ୍ୟ କାର୍ଯ୍ୟାଳୟରେ ୭ହଜାର ରୋବଟ କାମ କରୁଛନ୍ତି । ଯେଉଁଠି ଲକ୍ଷେରୁ ଅଧିକ ଲୋକ କାମ କରିଥାନ୍ତେ ୭ହଜାର ରୋବଟ ସେଇ କାମକୁ କରିପାରୁଛନ୍ତି । ଏଣୁ ଟେକନିକ କେତେ ଦୁରରେ ପହଞ୍ଚôଛି ସେ କଥା ଅନୁମେୟ । ଏସବୁରୁ ସ୍ପଷ୍ଟ ଯେ ପୁଞ୍ଜିବାଦ ଏବେ ଗାଁ-ସହର-ବଜାରରୁ ଯାଇ ମହାକାଶରେ ପହଞ୍ଚôବାକୁ ବସିଲାଣି ଓ ଟେକନିକ ଏହି ପୁଞ୍ଜିବାଦକୁ କାଠ କଣ୍ଡେଇ ପରି ଚଚେଇବାରେ ଲାଗିଛି । ଏଲେନ ମସ୍କଙ୍କ ସାଟେଲାଇଟ ଟେକନିକ କିନ୍ତୁ ଅନ୍ୟ ଦେଶ ମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ପ୍ରଭାବିତ କରିବ ନିଶ୍ଚୟ ଯେଉଁଥି ପାଇଁ ଏବେଠାରୁ ଏ ଦିଗରେ ସଚେତନ ହେବା ଆବଶ୍ୟକ ।
ରାମଚନ୍ଦ୍ର ପୁର, ରଣପୁର
ମୋ - ୯୪୩୮୪୮୫୦୯୪