ଢେଙ୍କାନାଳ ବନଖଣ୍ଡରେ ୪୯ ପ୍ରଜାତିର ପକ୍ଷୀ : ପୂର୍ବବର୍ଷ ଆସିଥିଲେ ୫୯ ପ୍ରଜାତିର  ୬୬୧୫  ପକ୍ଷୀ 

 ଢେଙ୍କାନାଳ: ଜିଲ୍ଲାରେ ଥିବା  ବିଭିନ୍ନ ଜଳାଶୟ ଓ ବ୍ରାହ୍ମଣୀ ଅବବାହିକାକୁ ପ୍ରତ୍ୟେକ ବର୍ଷ ଶୀତଋତୁରେ ବିଦେଶୀ ପକ୍ଷୀମାନେ ଆସିଥାନ୍ତି ।  ଗତବର୍ଷ ତୁଳନାରେ ଚଳିତବର୍ଷ ବିିଭନ୍ନ ପ୍ରଜାତିର  ଅଧିକ ପକ୍ଷୀ ଆସିଥିବା  ବନବିଭାଗ ପରିସଂଖ୍ୟାନରୁ ଜଣାଯାଇଛି । ଜିଲ୍ଲାରେ ୨ ଦିନ ଧରି ଅନୁଷ୍ଠିତ ହୋଇଥିବା ପକ୍ଷୀ ଗଣନା ଶେଷହୋଇଛି ।  ଚଳିତବର୍ଷ ୪୯ ପ୍ରଜାତିର ୬୯୮୦ ପକ୍ଷୀ ଜିଲ୍ଲାକୁ ଆସିଥିବା ଜିଲ୍ଲା ବନଖଣ୍ଡ ଅଧିକାରୀ ସୁମିତ କର ସୂଚନା ଦେଇଛନ୍ତି । ଗତବର୍ଷ ବର୍ଷ ୫୯ ପ୍ରଜାତିର ୬୬୧୫ ପକ୍ଷୀ ଆସିଥିବା ବେଳେ ୨୦୨୨ ମସିହାରେ  ୧୮ଟି ପ୍ରଜାତିର  ୫୨୨୮ଟି ପକ୍ଷୀ୨୦୨୩ରେ ତାହା ବୃଦ୍ଧିପାଇ ୨୨ ଟି ପ୍ରଜାତିର ୭ହଜାର ୪୦୫ଟି ପକ୍ଷୀ ଢେଙ୍କାନାଳ ଜିଲ୍ଲାକୁ ଆସିଥିଲେ ।  
     ବିଦେଶରୁ ଚଳିତ ବର୍ଷ ଜିଲ୍ଲାକୁ ପାଣିରେ ପହଁରୁଥିବା ପ୍ରଜାତି ଲିଟିଲ୍ ଗ୍ରେବେ ତାଚେବାପ୍ତୁଆ ରୁଫିକୋଲିସ୍ ପକ୍ଷୀ ୨୦୭ଟି, ଜଳକାକ ପ୍ରଜାତିରେ କୋର୍ମରଟାଂଟ ଫାଲାକୋ୍ରକୋରାସ୍କ କାର୍ବୋ ୩୧୪ଟି, ଇଣ୍ଡିଆନ୍ ଶାଗ୍ ପି ଫୁଜିକିକୋଲିସ୍ ୧୧୨ଟି, ଲିଟିଲ୍ କୋର୍ମରାଟଂ ପି ନାଇଜର୍ ୮୨୦ଟି ପକ୍ଷୀ ଆସିଛନ୍ତି । ଇଣ୍ଡିଆନ ରୋଲର ବାର୍ଡ  ୧୨ ଏପରି ମୋଟ୍ ୬ହଜାର ୯୮୦ଟି ପକ୍ଷୀ ଆସିଥିବା  ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 
ଜିଲ୍ଲାରେ ରହିଥିବା ବିଭିନ୍ନ ରେଞ୍ଜରେ ଜଳଭଣ୍ଡାର,ପୋଖରୀ ଓ ଜଳାଶୟ ଆଦିରେ ଏହି ଗଣନା ହୋଇଥିଲା । ମହିଷାପାଟ ପୋଖରୀ, ବ୍ରାହ୍ନଣୀ ନଦୀର ନାଧରା ରାମଚନ୍ଡୀ ନଦୀକୂଳ ଓ ସାନବଉଳପୁର ନଦୀକୂଳ, ଝାଡବନ୍ଧ ଗୋହିରାପାଟ ପୋଖରୀ,ମଜୁରୀ ସଂରକ୍ଷିତ ଜଙ୍ଗଲର ଜଳାଶୟ,ମାଟିଆ ମୁଣ୍ଡିଆ ସଂରକ୍ଷିତ ଜଙ୍ଗଲର ଡାଲକିବନ୍ଧ, ପିଠାପୁରୀ ସଂରକ୍ଷିତ ଜଙ୍ଗଲର ମହୁଲପଡା ଠାରେ ଥିବା ଜଲାଶୟ,ଜଳଭଣ୍ଡାର ଆଦିରେ ପକ୍ଷୀଗଣନା କରାଯାଇଥିଲା । ପାଣିପାଗ ,ପରିବେଶ ଓ ସୁରକ୍ଷାକୁ ଭିତିକରି  ଗତବର୍ଷ ଠାରୁ  ଚଳିତବର୍ଷ ଅଳ୍ପକିଛି ଅଧିକ ପକ୍ଷୀ ଆସିଥିବା ବେଳେ ସେମାନଙ୍କ ପ୍ରଜାତିର ସଂଖ୍ୟା  କମିଯାଇଛି । ଆବଶ୍ୟକ ପରିବେଶ ଓ ସୁରକ୍ଷା ସୃଷ୍ଟିପାଇଁ ପ୍ରଶାସନ ଆହୁରି ଦୃଢ ପଦକ୍ଷେପ ନେଲେ ଭବିଷ୍ୟତକୁ ଜିଲ୍ଲାକୁ ପକ୍ଷୀଙ୍କ ଆଗମନ ଆହୁରି ବହୁ ସଂଖ୍ୟାରେ ବଢିବ ବୋଲି ପକ୍ଷୀପ୍ରେମୀ ଓ ପରିବେଶବିତମାନେ ମତପ୍ରକାଶ କରିଛନ୍ତି ।