ବିଶ୍ୱ କଲ୍ୟାଣ ଭବନ ଉଦ୍ଘାଟିତ
ଜୟପୁର : ପ୍ରଜାପତି ବ୍ରହ୍ମା କୁମାରି ଜୟପୁର ସେବାକେନ୍ଦ୍ରର ଏକ ନିଜସ୍ୱ ଗୃହ ହାତୀଶାଳ ନିକଟରେ ବିଶ୍ୱ କଲ୍ୟାଣ ଭବନର ଶୁଭ ଉଦ୍ଘାଟନ ହୋଇଯାଇଛି । ଏହି ଅବସରରେ ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ଆନ୍ତଃରାଷ୍ଟ୍ରୀୟ ମୁଖ୍ୟାଳୟ ମାଉଣ୍ଟଆବୁରୁ ପୂର୍ବାଞ୍ଚଳ ନିଦେ୍ର୍ଦଶିକା ରାଜଯୋଗିନୀ ବ୍ରହ୍ମା କୁମାରି ରୁକ୍ମଣୀ ଦିଦି ଜୀ ଏବଂ ମହିଳା ବିଭାଗ ରାଷ୍ଟ୍ରୀୟ ସଂଯୋଜିକା ରାଜଯୋଗିନୀ ବ୍ରହ୍ମା କୁମାରି ଶାରଦା ଜି ଯୋଗ ଦେଇ ନିର୍ମାଣାଧୀନ ନୂତନ ବିଶ୍ୱ କଲ୍ୟାଣ ଭବନର ଶୁଭ ଉଦ୍ଘାଟନ କରିଥିଲେ । ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଏକ ଅର୍ନ୍ତରାଷ୍ଟ୍ରୀୟ ଆଧ୍ୟାତ୍ମିକ ଶିକ୍ଷା ଅନୁଷ୍ଠାନ । ଭାରତ ଏବଂ ବିଦେଶର ପ୍ରାୟ ୧୪୦ ଟି ଦେଶରେ ୮ହଜାର ରୁ ଉର୍ଦ୍ଧ୍ୱ ସେବା କେନ୍ଦ୍ର ମାଧ୍ୟମରେ ଈଶ୍ୱରୀୟ ଜ୍ଞାନ ଓ ରାଜଯୋଗ ଶିକ୍ଷା ପ୍ରଦାନ କରାଯାଉଛି ।