ଶିବାଶିଷ ଛତ୍ରପୁର ଉପଜିଲ୍ଲାପାଳ
ଛତ୍ରପୁର: ଛତ୍ରପୁର ଉପ ଜିଲ୍ଲାପାଳ ଭାବେ ଶିବାଶିଷ ବରାଳ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ଶେରଗଡ଼ ବିଡିଓ ଦାୟିତ୍ୱ ତୁଲାଇଥିବା ଶ୍ରୀ ବରାଳ ୨୦୧୫ ବ୍ୟାଚ୍ର ଓଏଏସ ଅଫିସର । ଏହାବାଦ ସେ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବିଡିଓ ଭାବେ ମଧ୍ୟ ଦାୟିତ୍ୱ ତୁଲାଇବା ସହ ପରେ ଗଞ୍ଜାମ ଜିଲ୍ଲାର ଶେରଗଡ଼କୁ ବଦଳି ହୋଇଥିଲେ । ଆଜି ଶ୍ରୀ ବରାଳ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ନେବା ପରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ସେମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏ ଅବସରରେ ଶ୍ରୀ ବରାଳ କହିଛନ୍ତି ଯେ, ସରକାରଙ୍କ ସମସ୍ତ ଜନମଙ୍ଗଳକାରୀ ଯୋଜନା ଗୁଡିକ ଉତ୍ତମ ଭାବେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଏବଂ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା କିପରି ସୁରୁଖୁରୁରେ ପରିଚାଳନା ହେବ ସେଥିପ୍ରତି କାର୍ଯ୍ୟ କରିବି । ସୂଚନାଯୋଗ୍ୟ ପୂର୍ବରୁ ଛତ୍ରପୁର ଉପ ଜିଲ୍ଲାପାଳ ଦାୟିତ୍ୱରେ ଥିବା ଦେବଦତ୍ତ ମହାନ୍ତ ଅନୁଗୁଳ ଜିଲ୍ଲା ସିଡିଓ ଭାବେ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନ ଗ୍ରହଣ କରିଛନ୍ତି ଶ୍ରୀ ବରାଳ ।