ସର୍ପାଘାତ ମୃତୁ୍ୟହାର କମାଇବାକୁ ସଚେତନତା

 ବେତନଟୀ: ବେତନଟୀ ବ୍ଲକ୍ ଓଡିଶା ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ଓସଡ଼ମା) ଏବଂ ଓଡିଶା ମାଧ୍ୟମିକ ଶିକ୍ଷା କାର୍ଯ୍ୟକ୍ରମ (ଓସେପା) ଆନୁକୂଲ୍ୟରେ କୃଷ୍ଣଚନ୍ଦ୍ର ଶିକ୍ଷାନିକେତନ ସରକାରୀ ଉଚ୍ଚ ବିଦ୍ୟାଳୟ ପାଟଳୀପୁରାରେ ସର୍ପାଘାତ ଜନିତ ମୃତୁ୍ୟହାର କମ କରିବା ଏବଂ ସଚେତନତା ସୃଷ୍ଟି ଉଦେ୍ଦଶ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ପ୍ରଧାନଶିକ୍ଷକ ସତ୍ୟରଞ୍ଜନ ସାହୁଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ନେକ୍ ହେଲ୍ପଲାଇନ୍ର ପ୍ରଶିକ୍ଷିତ କର୍ମୀ ସମାଜସେବୀ ଯତୀନ୍ଦ୍ର ନାଥ ନାୟକ, ମୁଖ୍ୟବକ୍ତା ଭାବେ ସ୍କୁଲ୍ ଆଲୁମିନି ସଭାପତି ସର୍ବେଶ୍ୱର ମହାନ୍ତି ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । କ୍ରୀଡ଼ାଶିକ୍ଷକ ଗିରିଜା ଶଙ୍କର ମାହାର୍ଣ୍ଣା ଅତିଥି ପରିଚୟ ଦେଇଥିବା ବେଳେ ବିଜ୍ଞାନ ଶିକ୍ଷକ ତଥା ଓଷ୍ଟା ବେତନଟୀ ବ୍ଲକ୍ ସଭାପତି ଶିଶିର ନାୟକ ଅତିଥିଙ୍କୁ ସ୍ୱାଗତ କରି ସଭାର ଆଭିମୁଖ୍ୟ ବିଷୟରେ ସୂଚନା ଦେଇଥିଲେ ।