ଲୁଟିନେଲେ ଟଙ୍କା ଓ ସୁନାଗହଣା 

 ନୀଳଗିରି: ଚୋରି କରି ଲୁଟିନେଲେ ନଗଦ ଟଙ୍କା ଓ ସୁନାଗହଣା । ଧରାପଡିବା ଭୟରେ ଗାଡି ଛାଡି ଚମ୍ପଟ ମାରିଲେ । ଏଭଳି ଘଟଣା ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ ଚାଷିଣୀକୁଲା ଗ୍ରାମରେ ଦେଖିବାକୁ ମଳିଛି । ଗ୍ରାମର କଟିନ ପଢ଼ିଆରୀଙ୍କ ପରିବାର ଲୋକେ ନିକଟସ୍ଥ ଉପରଡ଼ିହା ଗ୍ରାମକୁ ଯାତ୍ରା ଦେଖିବାକୁ ଯାଇଥିବା ସମୟରେ  ଚୋରମାନେ ଘରର ତାଲା ଭାଙ୍ଗି ୩୨ ହଜାର ଟଙ୍କା ସହ ସୁନା କାନଫୁଲ, ରୂପା ଗହଣା ଓ ମୋବାଇଲ ନେଇଯାଇଥିଲେ  । ପରେ ଚୋରମାନେ ଉପରଡ଼ିହା ଗ୍ରାମର ପ୍ରଫୁଲ୍ଲ ମହାପାତ୍ର ଓ ଦାମ ବେହେରାଙ୍କ ଘରେ ଚୋରି କରିବାକୁ ଉଦ୍ୟମ କରୁଥିଲେ । ହେଲେ ପାଖ ଗ୍ରାମବାସୀ ଦେଖିଦେବାରୁ ସେମାନେ ଧରାପଡିଯିବା ଭୟରେ ବାଇକ୍ ଓ ଚୋରି ସାମଗ୍ରୀ ଛାଡ଼ି ପଳାଇଥିଲେ । ଏନେଇ ବରହମପୁର ପୁଲିସ ଘଟଣା ବାବଦରେ ଅବଗତ ହେବାପରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।
ଯୁବକଙ୍କୁ ମରଣାନ୍ତକ ଆକ୍ରମଣ