ସାଲେପୁରକୁ ସବ୍ଡିଭିଜନ୍ ମାନ୍ୟତା ଦାବି
ସାଲେପୁର: ସାଲେପୁର ଅଞ୍ଚଳ ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ହୋଇଥିବାବେଳେ ଏଠାରେ ଜିଲ୍ଲାସ୍ତରୀୟ ଏକାଧିକ ସରକାରୀ କାର୍ଯ୍ୟାଳୟ, କୋର୍ଟ ସମେତ ଆବଶ୍ୟକୀୟ ଭିତ୍ତିଭୂମି ରହିଛି । କିନ୍ତୁ ଦୁଃଖର ବିଷୟ ଅଦ୍ୟାବଧି ସାଲେପୁର ଅଞ୍ଚଳ ସବ୍ଡିଭିଜନ୍ର ମାନ୍ୟତା ପାଇପାରିନଥିବାରୁ ଏହି ଅଞ୍ଚଳର ଲୋକମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରକାଶ ଯେ, କଟକ ଜିଲ୍ଲାର ସାଲେପୁର ଅଞ୍ଚଳ ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ । ଏଠାରେ ୨୦ରୁ ଊଦ୍ଧ୍ୱର୍ ସରକାରୀ ଓ ବେସରକାରୀ କଲେଜ ରହିଥିବାବେଳେ, ୩୦ରୁ ଊଦ୍ଧ୍ୱର୍ ସରକାରୀ ଓ ବେସରକାରୀ ଉଚ୍ଚ ବିଦ୍ୟାଳୟ ରହିଥିବାବେଳେ ଫାର୍ମାସୀ କଲେଜ, ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟ, ବିଦୁ୍ୟତ୍ ବିଭାଗର ଡିଭିଜନ୍ କାର୍ଯ୍ୟାଳୟ, କୃଷି ଜିଲ୍ଲା କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ରହିଛି । ସବ୍ଡିଭିଜନ୍ ମାନ୍ୟତା ପାଇବା ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି ମଧ୍ୟ ରହିଛି । କିନ୍ତୁ ଦୁଃଖର ବିଷୟ ସାଲେପୁର ଅଞ୍ଚଳ ଅଦ୍ୟାବଧି ସବ୍ଡିଭିଜନ୍ର ମାନ୍ୟତା ପାଇପାରିନାହିଁ । କଟକ ଜିଲ୍ଲାର ଆଠଗଡ଼ ଓ ବାଙ୍କି ଭଳି ଅଞ୍ଚଳ ଦୀର୍ଘବର୍ଷ ହେବ ସବ୍ଡିଭିଜନ୍ ମାନ୍ୟତା ପାଇଥିଷଲ ମଧ୍ୟ ସାଲେପୁର ଅଞ୍ଚଳରେ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଭିତ୍ତି ଭୂମି ଥାଇ ମଧ୍ୟ ଅଦ୍ୟାବଧି ସାଲେପୁରକୁ ସବ୍ଡିଭିଜନ୍ ମାନ୍ୟତା ମିଳିନାହିଁ । ଫଳରେ ବିଭିନ୍ନ ସରକାରୀ କାର୍ଯ୍ୟନେଇ ଜନସାଧାରଣ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବାକୁ ବାଧ୍ୟ ହେଉଛନ୍ତି । ସେହିପରି ପାରିବାରିକ କେସ୍ର ଫଏସଲା ନିମନ୍ତେ କଟକ ଫ୍ୟାମିଲି କୋର୍ଟକୁ ଯିବାକୁ ବାଧ୍ୟ ହେଉଛନ୍ତି । ସାଲେପୁର ଠାରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟ ଥିଲେ ମଧ୍ୟ ସାଲେପୁରକୁ ସବ୍ଡିଭିଜନ୍ ମାନ୍ୟତା ମିଳିନଥିବାରୁ ଏଠାରେ ଫ୍ୟାମିଲି କୋର୍ଟ ସ୍ଥାପନ ହୋଇ ପାରୁନାହିଁ । ଫଳରେ ପାରିବାରିକ କେସ୍ର ସମାଧାନ ପାଇଁ ଏହି ଅଞ୍ଚଳର ଲୋକମାନଙ୍କୁ କଟକ ଯିବାକୁ ପଡୁଛି । ସରକାର ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ସାଲେପୁର ଅଞ୍ଚଳକୁ ସବ୍ଡିଭିଜନ୍ ମାନ୍ୟତା ପ୍ରଦାନ ପାଇଁ ସାଲେପୁର ଅଞ୍ଚଳର ବହୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।