ବୋଉ ଓ ବିଜ୍ଞାନ
ଦିନକୁ ଦିନ ମାନବ ସମାଜ ଉପରେ ବିଜ୍ଞାନ ତା'ର ପ୍ରଭାବ ବିସ୍ତାର କରି·ଲିଛି । ଏମିତିକି, ବିଜ୍ଞାନର ବିନା ଉପସ୍ଥିତିରେ ମନୁଷ୍ୟର ଭୌତିକ ପ୍ରଗତି ଅସମ୍ଭବ ହୋଇପଡ଼ିଛି । ଆମର ଦୈନନ୍ଦିନ ·ଲିଚଳଣି ଓ ଜୀବନଚର୍ଯ୍ୟାକୁ ବିଜ୍ଞାନ ଏକ ପ୍ରକାର ଅକ୍ତିଆର କରିନେଇଥିବା କହିଲେ ଚଳେ । ତଥାପି, ଆଜିକାଲି କେହି ବନ୍ଧୁ-ବାନ୍ଧବ ବା ପରିଚିତ ଲୋକ ଦେଖାହେଇଯାଉଛନ୍ତି ତ ଆଗ ପ·ରୁଛନ୍ତି, ଦେହପା କେମିତି ଅଛି? ଡାଇବେଟିସ, ଗ୍ୟାଷ୍ଟି୍ରକ୍, ବିପି, ଜଏଣ୍ଟ ପେନ୍ ଆଦିରୁ କିଛି ବି ଗୋଟେ ରୋଗ ବିଷୟରେ ପ·ରୁଛନ୍ତି । ଏହାର ଅର୍ଥ ଆଜିକାଲି ଏଭଳି ରୋଗ ହେବା ସ୍ୱ୍ୱାଭାବିକ ବୋଲି ଧରି ନିଆଗଲାଣି । ଏଥିପାଇଁ ଆମର ପରିବର୍ତ୍ତିତ ଜୀବନଶୈଳୀ ଓ ଖାଦ୍ୟପେୟର ଅସନ୍ତୁଳନକୁ ଦାୟୀ କରାଯାଇପାରେ ।
ଗୋଟେ ସମୟ ଥିଲା ସକାଳ ଜଳଖିଆରେ ବୋଉ ହାତର ଚକୁଳି, ଚୁଡ଼ା, ମୁଢ଼ି, ମଣ୍ଡା, ଗଇଁଠାରେ ଆମର ପେଟ ପୁରୁଥିଲା । ପୂର୍ବାହ୍ଣରେ ବୋଉର ପଖାଳ କଂସାର ବାସ୍ନା ଏବେ ବି ଅନେକଙ୍କ ସ୍ମୃତିରେ ଜୀବନ୍ତ । ମଧ୍ୟାହ୍ଣରେ ଉଷୁନା ଭାତରେ ଦେଶୀ ଗୁଆଘିଅ ସାଙ୍ଗକୁ ବଗଢା ଡାଲି, ସାଗ ଖରଡ଼ା, ଚୁନା ମାଛ, ବାଡ଼ି ବାଇଗଣ, କଲରା, ଭେଣ୍ଡିର ଭଜାରେ ବୋଉ ପ୍ରସ୍ତୁତ କରୁଥିଲା ଦି'ପହର ବ୍ୟଞ୍ଜନ । ସେହିପରି ସଂଧ୍ୟା ଓ ରାତ୍ରି ଭୋଜନରେ ବି ବୋଉ ହାତରନ୍ଧାରେ ପରିବାରର ସ୍ୱାସ୍ଥ୍ୟ ନିହିତ ରହୁଥିଲା । ଦୁଇଶହରୁ ଅଢେଇଶହ ଗ୍ରାମ ତେଲରେ ବୋଉ କେମିତି ପନ୍ଦରଦିନ ଚଳାଇନେଉଥିଲା ତାହା ଏବେ ବି ରହସ୍ୟ । ଆଜି ଗୋଟିଏ ସାଧାରଣ ପରିବାର ଚଳିବାକୁ ମାସକୁ ପାଞ୍ଚରୁ ଛଅ ଲିଟର ତେଲ ବି କମ୍ ପଡ଼ୁଛି । ଆଜିଭଳି ମସଲାଗୁଣ୍ଡର ବ୍ୟବହାର ବୋଉ ଜାଣିନଥିଲା । ବୋଉର ରୋଷେଇରେ ମସଲା କହିଲେ ଜିରା, ପଞ୍ଚଫୁଟଣ ଓ ଦେଶୀ ପିଆଜରୁ ଦି'କୋଲା । ନିଜେ ହାତରେ କାଟି, ବାଟି ରାନ୍ଧୁଥିଲା । ତା ବାଆଦେ ସୁବିଧା ଅସୁବିଧାରେ ତିଅଣ ଭାବେ ଚଳେଇଲା ଭଳି ବର୍ଷକ ପାଇଁ ଆମ୍ବ, ଲେମ୍ବୁ, ଓଉ, କରମଙ୍ଗା ଆଦି ଋତୁ କୈନ୍ଦ୍ରୀକ ଫଳକୁ କାଟି ଶୁଖାଇ ଆ·ର ପ୍ରସ୍ତୁତ କରୁଥିଲା । ବିରି ବାଟି ବଡ଼ି ପାରୁଥିଲା । ସେସବୁ ଖାଦ୍ୟର ସ୍ୱ୍ୱାଦ ଥିଲା ନିଆରା ଓ ବର୍ଷବର୍ଷ ଧରି ଖାଉଥିଲେ ବି ରୋଗର ଭୟ ନଥିଲା । ଏବେ କିନ୍ତୁ କେକ୍, ନୁଡୁଲ୍ସ, ପାସ୍ତା ଅଥବା ସେମିତି କିଛି ଫାଷ୍ଟଫୁଡରୁ ଆରମ୍ଭ ହେଉଛି ଆମ ସକାଳର ଜଳଖିଆ । ଏହାପରେ ଚିକେନ୍, ମଟନ ଆଦିର ବିଭିନ୍ନ ମସଲାଯୁକ୍ତ ଡିସ୍ ବିଭିନ୍ନ ସମୟରେ ଖାଦ୍ୟରେ ସାମିଲ ହେଉଛି । ତା ସହ ବୟସାନୁସାରେ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଧରାବନ୍ଧା ହୋଇ ରହୁଛି । ମାଲନ୍ୟୁଟ୍ରିସନ ପାଇଁ ଡାଏଟିସିଆନଙ୍କ ପରାମର୍ଶ ନିଆଯାଉଛି । କିଏ କିଏ ସୁନ୍ଦର ସ୍ୱ୍ୱାସ୍ଥ୍ୟ ପାଇଁ ମଲ୍ଟି ଭିଟାମିନ୍ ଟାବଲେଟ୍ ଖାଇଲେଣି ତ କିଏ ସିରପ୍ ପିଇଲାଣି । ଫିଟ୍ ରହିବାକୁ ଯାବତୀୟ ଦିନଚର୍ଯ୍ୟା । ସୌଖୀନରେ କେତେବେଳେ ମଣ୍ଣିଂ ୱାକ୍ ତ କେତେବେଳେ ଯୋଗ, ଏରୋବିକ୍ସ ତଥାପି, ଅବେଳରେ ବିଭିନ୍ନ ରୋଗରେ ରୋଗାକ୍ରାନ୍ତ ହେଉଛି ମଣିଷ । ସବୁବେଳେ ଡାକ୍ତରଙ୍କ ପାଖରେ ଲାଗୁଛି ଲମ୍ବା ଲାଇନ୍ । ବିଜ୍ଞାନ ଆମକୁ ଏତେ ସମୃଦ୍ଧ କରିଥିବା ସତ୍ତ୍ୱେ ବି ରୋଗମୁକ୍ତ ହୋଇପାରୁନାହାନ୍ତି ଆମେ । ବୋଧହୁଏ, ବୋଉର ରୋଷେଇକୁ ଭୁଲିଯିବା ହେଉଛି ଆଜିକାଲି ଦେଖାଯାଉଥିବା ଅନେକ ଭୟାନକ ରୋଗର କାରଣ ହେଇପାରେ । ତଥାପି ଆମେ କଥା କଥାକେ କହିଥାଉ ବୋଉ ତୁ କିଛି ଜାଣିନୁ । କୋଉ ଯୁଗରେ ଅଛୁ ? ଇଏ ବିଜ୍ଞାନର ଯୁଗ । ତୁ ସେ ଆଈମା ଅମଳର ନୀତି ନିୟମ ଛାଡ଼୍ । ଯୁଗ ଯାଇଁ କୁଆଡ଼େ ପହଞ୍ଚିଲାଣି । ସତରେ, ବୋଉର ଅଳ୍ପ ପାଠପଢାରେ ବି ଉଚ୍ଚ ବୁଦ୍ଧିମତ୍ତା ସଂସାରରେ ବୋଧହୁଏ ଆଉ କେଉଁଠି ବି ମିଳିବ ନାହିଁ । ଆଗରୁ ବୋଉ ବାଢିଦେଉଥିବା ପିଠା, ମୁଢି, ଚୁଡ଼ା ଓ ପଖାଳକୁ ଦେଖି ଅନେକ ନାକ ଟେକୁଥିଲେ । ହେଲେ, ଆଜି ବିଶେଷଜ୍ଞମାନେ ଗବେଷଣା କରି ମତ ଦେଲେଣି ଯେ ଏସବୁ ପାରମ୍ପରିକ ଖାଦ୍ୟରେ ପ୍ରଚୁର ମାତ୍ରାରେ ରହିଛି ଆଇରନ୍ ଓ ମାଗ୍ନେସିୟମ । ଏହା ସ୍ୱ୍ୱାସ୍ଥ୍ୟପକ୍ଷରେ ଅତ୍ୟନ୍ତ ହିତକର । ସେଥିଲାଗି ରାଜ୍ୟର ପଞ୍ଚତାରକା ହୋଟେଲରେ ବି ଏସବୁ ଖାଦ୍ୟକୁ ବିଭିନ୍ନ ଢଙ୍ଗରେ ପରସା ଗଲାଣିୟ ଯାହା ରାଜ୍ୟ ତଥା ଦେଶ ବାହାରର ଲୋକଙ୍କ ଦ୍ୱାରା ବେଶ୍ ଆଦୃତ ବି ହୋଇଛି । ଘରର ସଦସ୍ୟଙ୍କ ଥଣ୍ଡା, ଜ୍ୱର, ଝାଡ଼ା କଥା ଶୁଣିଲେ ବୋଉ ତା ବୁଦ୍ଧିମତ୍ତାରେ କହେ ଅମୁକ ପତ୍ର, ସମୁକ ଡାଳ, ଅମକ ଫୁଟେଇ, ସମୁକ ଗୋଳେଇ ପିଇଦେ ଏକା ପାନେକେ ଭଲ ହେଇଯିବ । ହେଲେ, ଆମେ କୋଉ ବୋଉର କଥାକୁ କାନ ଦେଉ ଯେ ? ସଙ୍ଗେସଙ୍ଗେ ଔଷଧ ଦୋକାନକୁ ଦୌଡ଼ି ଯାଉଛୁ । ବୋଉର କିନ୍ତୁ କେବେ କାହାପାଖରେ କହିନାହିଁ ତା' ଦେହ ପା' ଖରାପ ହେବାର କଥା । ଯଦି କେବେ ଥଣ୍ଡା, ଜ୍ୱର କି ଝାଡ଼ା ହୁଏ ଔଷଧ ଆଣିବାକୁ ଯାଏ ତ ବୋଉ ବାରଣ କରେ । କହେ, କଣ ଟିକେ ହେଇଛି ଔଷଧ କଣ ହେବ ? ମୁଁ ଅମୁକ ପିଇଛି କାଲି ସକାଳକୁ ଭଲ ହୋଇଯିବ । ସତକୁ ସତ ଭଲ ହୋଇଯାଏ ବୋଉ । ଝାଡ଼ିଝୁଡ଼ି ହୋଇ ବସେ । ପୂର୍ବପରି ଘର କାମରେ ଲାଗିପଡେ । ବୋହୂ ହାତରୁ କାମ ଛଡ଼େଇ ନେଇ କରେ । ନାତିନାତୁଣୀଙ୍କ ଦେହରେ ଧୂଳିମଳି ଟିକେ ପକାଇ ଦିଏନି ।
ଆଜିକାଲିର ବୋହୂମାନେ କିନ୍ତୁ ପୁରା ଓଲଟା । କାମ ଟିକେ ଅଧିକ ହେଇଗଲେ ପେଟ, ମୁଣ୍ଡର ବାହାନାରେ ଦିନଟା ସାରା ବିଛଣାରେ । ବୋଉ ସେମିତି ଘରଟା ଯାକର କାମ ଏକୁଟିଆ କରିନିଏ । ତଥାପି ବୋଉ ବହୁତ ଖୁସି ହୁଏ । କେହି କେବେ କହିପାରିବେନି ବୋଉ ଥକି ପଡ଼ିଛି କି ଥକ୍କା ମାରୁଛି । ବୋଉ ଯୋଗ କଣ ଜାଣିନି କି ସ୍ୱ୍ୱାସ୍ଥ୍ୟରକ୍ଷାର ବହି କେବେ ପଢିନି । ହେଲେ ତାର କାମ କରିବାର ଢଙ୍ଗ, ଘରକାମର ନିପୁଣତା ଭିତରେ ସ୍ୱ୍ୱାସ୍ଥ୍ୟରକ୍ଷା ଆପଣାଛାଏଁ ହେଇଯାଏ । ଯୋଗଗୁରୁମାନେ ଏବେ କାଟିବା, ବାଟିବା, ଘରଓଳାଇବାର କୃତ୍ରିମ ଅଙ୍ଗଭଙ୍ଗୀ କରି ପାର୍କରେ ମହିଳାମାନଙ୍କୁ ବ୍ୟାୟାମ କରିବା ଶିଖାଉଛନ୍ତି । ହେଲେ ବୋଉ ଏସବୁ ସତସତିକା କରେ ଓ ନିଜର ସ୍ୱାସ୍ଥ୍ୟରକ୍ଷା ସହିତ ପରିବାରର ସମସ୍ତ ସଦସ୍ୟଙ୍କ ଯତ୍ନନେବାରେ ନିଜକୁ ସଂପୂର୍ଣ ସମର୍ପଣ କରିଦିଏ । ବୋଉ କେବଳ ଘରକାମରେ ସୀମାବଦ୍ଧ ରୁହେନି । ଆଜିର ଆଧୁନିକା ଗୃହିଣୀ ଭଳି ସେ ବି ପରିବାରର ସଙ୍କଟ ସମୟରେ ଆଗକୁ ବାହାରି ଆସେ । ନିଜର ଆବଶ୍ୟକତା ସ୍ୱ୍ୱଳ୍ପ ଥିବାରୁ ସେ ସବୁ ସମୟରେ ସବୁ ପରିସ୍ଥିତିକୁ ସାମ୍ନା କରିପାରେ । ପରିବାର ଲାଗି ସବୁବେଳେ ଢାଲ ପାଲଟିଯାଏ । ସତରେ, ବୋଉ କେବଳ ଏକ ଡାକ ନୁହେଁ କି ଜଣେ ବ୍ୟକ୍ତି ନୁହେଁ ବୋଉ ଏବେର ବିଜ୍ଞାନ ବିଷୟ ।
ନାୟକାଣୀଡିହି, ଭଦ୍ରକ
ମୋ: ୭୮୦୯୦୩୭୬୦୮