ସମାଜବାଦୀ ଚିନ୍ତକ କିଶନ ପଟ୍ଟନାୟକ
ସ୍ୱାଧୀନତା ଆନେ୍ଦାଳନ ସମୟର ମୂଲ୍ୟବୋଧକୁ ନେଇ ସ୍ୱାଧୀନତା ପରବର୍ତ୍ତୀ କାଳରେ ଯେଉଁ ଆଦର୍ଶବାଦୀମାନେ ସଂଗ୍ରାମ କରିଥିଲେ, ସେମାନଙ୍କ ମଧ୍ୟରେ କିଶନ ପଟ୍ଟନାୟକ ଅନ୍ୟତମ । ସ୍ୱାଧୀନତା ପରେ ସେ ସୁବିଧାବାଦୀ ଓ କ୍ଷମତା ରାଜନୀତିକୁ ଗ୍ରହଣ ନକରି ଯୋଗାଇଦେଇଥିଲେ ସମାଜବାଦୀ ଆନେ୍ଦାଳନରେ ଏବଂ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସମାଜବାଦ ମଣିଷ ପାଇଁ ଏକମାତ୍ର ସତ୍ୟ ବୋଲି ଗ୍ରହଣ କରି ସଂଗ୍ରାମ ଜାରି ରଖିଥିଲେ । ପ୍ରାଦେଶିକ ସ୍ତରରେ ସୁରେନ୍ଦ୍ରନାଥ ଦ୍ୱିବେଦୀ ଥିଲେ ତାଙ୍କର ରାଜନୈତିକ ଗୁରୁ । ସୁରେନ୍ଦ୍ରନାଥ ହିଁ ତାଙ୍କୁ ସମାଜବାଦୀ ଦଳ ବା ସୋସାଲିଷ୍ଟ ପାର୍ଟିରେ ଯୋଗ ଦେବାକୁ ଉପଦେଶ ଦେଇଥିଲେ । ନାଗପୁରରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତି ପରେ କିଶନ ପ୍ରଥମେ ଚାକିରି କରିବାକୁ ମନ ବଳାଇଥିଲେ । ତେବେ ସୁରେନ୍ଦ୍ରନାଥଙ୍କ ଆହ୍ୱାନ ଦ୍ୱାରା ମନ ବଦଳାଇଥିଲେ । ସୋସାଲିଷ୍ଟ ପାର୍ଟିର ଓଡ଼ିଶା ଶାଖାର ଯୁଗ୍ମ ସଂପାଦକ ଭାବେ ତାଙ୍କର ନୂତନ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା । ନେହେରୁଙ୍କ ନୀତିକୁ ସମର୍ଥନ ପ୍ରସଙ୍ଗରେ ଏହି ଦଳ ପରେ ବିଭାଜିତ ହୋଇଥିଲା ଏବଂ କିଶନ, ଡ.ରାମ ମନୋହର ଲୋହିୟାଙ୍କ ସହ ରହିବାକୁ ନିଷ୍ପତ୍ତି ନେଇଥିଲେ । ଡ.ଲୋହିୟାଙ୍କ ଇଛା ମତେ ସେ ମ୍ୟାନକାଇଣ୍ଡ ପତ୍ରିକାର ସଂପାଦନା ଦାୟିତ୍ୱ ଗ୍ରହଣ କରି କିଛି କାଳ ହୈଦରାବାଦରେ ରହିଥିଲେ । ତୃତୀୟ ଲୋକସଭା ନିର୍ବାଚନ ପୂର୍ବରୁ ସେ ଓଡ଼ିଶା ଫେରି ବରଗଡ଼ ଚାଷୀ ଆନେ୍ଦାଳନର ନେତୃତ୍ୱ ନେଇଥିଲେ । ସେତେବେଳେ ମୁଖ୍ୟମନ୍ତ୍ରୀ ଥାଆନ୍ତି ବିଜୁ ପଟ୍ଟନାୟକ । ବିଜୁବାବୁଙ୍କ ଚାଷୀ ବିରୋଧୀ ପଦକ୍ଷେପକୁ ଗ୍ରହଣ କରିପାରି ନଥିଲେ ଯୁବକ କିଶନ । ସେ ଆନେ୍ଦାଳନ ଜାରି ରଖିବାରୁ ତାଙ୍କୁ ଗିରଫ କରାଯାଇଥିଲା । ଜେଲରେ ଥାଇ ସେ ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ି, ବିଜୟୀ ହୋଇଥିଲେ । ଏହା ତତ୍କାଳୀନ ଭାରତୀୟ ରାଜନୀତିର ଏକ ଉଲ୍ଲେଖନୀୟ ଘଟନା ଥିଲା । କିଶନଙ୍କୁ ସେତେ ବେଳେ ମାତ୍ର ସତେଇଶ ବର୍ଷ ବୟସ । ୧୯୬୨ ଏପ୍ରିଲରେ ତୃତୀୟ ଲୋକସଭାର ସର୍ବ କନିଷ୍ଠ ସାଂସଦ ଭାବେ ସେ ଶପଥ ନେଇଥିଲେ । ଏହି ସମୟରେ ନେହେରୁଙ୍କର ଆଡ଼ମ୍ବରପୂର୍ଣ୍ଣ ଜୀବନ ଶୈଳୀର ତୀବ୍ର ସମାଲୋଚନା କରି ପ୍ରଧାନମନ୍ତ୍ରୀଙ୍କ ଖର୍ଚ୍ଚ ଦୈନିକ ପଚିଶ ହଜାର ନାମକ ପୁସ୍ତକ ଲେଖିଥିଲେ । ପୁଣି ନେହରୁଙ୍କ ପଞ୍ଚ ବାର୍ଷିକ ଯୋଜନାର ସମାଲୋଚନା କରି ଲେଖିଥିଲେ ସତ୍ୟନାଶିଆ ଯୋଜନା । କିଶନ ଆଜୀବନ ସମଭିତ୍ତିକ,