ରାଜଧାନୀରୁ ପିଲା ଚୋରି !

ଭୁବନେଶ୍ୱର ଜନପଥରୁ ଦେଢ଼ ବର୍ଷର ଶିଶୁ ପୁତ୍ର ଚୋରି ଅଭିଯୋଗ । ଦୃଷ୍ଟିବାଧିତ ମାଆ କୋଳରୁ ଛୁଆକୁ ଝାମ୍ପି ନେଲେ ଦୁର୍ବୃତ୍ତ । ରାତି ୩ଟା ସମୟରେ ରାମ ମନ୍ଦିର ପାଖରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଖାରବେଳ ନଗର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଦୃଷ୍ଟିବାଧିତ ମାଆ । ଅଙ୍ଗ ତସ୍କରୀ ନେଇ ଚୋରି କରାଯାଇଥିବା ସନ୍ଦେହ କରାଯାଉଛି ।