ଚିଲ ନେଇଗଲା ପତିତପାବନ ବାନା

ଚିଲ ନେଇଗଲା ବାନା ପତିତପାବନ ବାନା । ନୀଳଚକ୍ରରୁ ପତିତପାବନ ବାନା ନେଇଗଲା ଚିଲ । ଯାହାର ଏକ ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଜଗତର ନାଥ ସେ ଜଗନ୍ନାଥ । ତା’ ମହାପ୍ରସାଦ ପାଇଁ ମଣିଷ ମୋହରେ ପଡିଯାଏ । କୋଟିକୈବଲ୍ୟନାଥଙ୍କ ଦର୍ଶନ ପାଇଁ ସାତ ସୁମୁଦ୍ର ପାର ହୋଇ ଅଗଣିତ ଶ୍ରଦ୍ଧାଳୁ ଧାଇଁ ଆସନ୍ତି ପବିତ୍ର ଶ୍ରୀକ୍ଷେତ୍ର । ପତିତପାବନ ନେତ ଦେଖି ଲୋତକ ଗଡାଇ ବଡ଼ଦାଣ୍ଡରେ ବଡ଼ ଠାକୁରଙ୍କୁ ଦର୍ଶନ କରି କୃତ୍ୟ କୃତ୍ୟ ହୋଇ ଥାଆନ୍ତି । ହେଲେ ତାହାରି ପତିତପାବନ ନେତକୁ ନେଇ ଏଭଳି ଅଘଟଣ ପରେ ଶ୍ରଦ୍ଧାଳୁଙ୍କ ମନରେ ଶଙ୍କା, ଆଶଙ୍କା ବଢ଼ିଯାଇଛି ।
ଅନ୍ୟପଟେ ପୁରୀ ଶ୍ରୀମନ୍ଦିରରେ ଖୁବଶୀଘ୍ର ଭକ୍ତମାନଙ୍କ ପାଇଁ ନାଟମଣ୍ଡପରେ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ । କିଛି ହୁଣ୍ଡି ସ୍ଥାନାନ୍ତରିତ ପାଇଁ ପରିଚାଳନା କମିଟିର ଅନୁମୋଦନ ଆବଶ୍ୟକ । ଏଥିପାଇଁ ଖୁବଶୀଘ୍ର ପରିଚାଳନା କମିଟି ଗଠନ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସେଡ୍ କରାଯାଇଛି ଓ ଆଗକୁ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ସ୍ୱତନ୍ତ୍ର ଭାବେ କରାଯିବ । ରତ୍ନଭଣ୍ଡାର ପ୍ରସଙ୍ଗରେ ପୂର୍ବ ସରକାରଙ୍କୁ ଆଇନମନ୍ତ୍ରୀ ସମାଲୋଚନା କରିଛନ୍ତି। ରତ୍ନଭଣ୍ଡାର ସ୍ଥିତି ଅତ୍ୟନ୍ତ ଦୁର୍ବଳ ଥିବା କହି ପୂର୍ବ ବିଜେଡି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ଆଇନମନ୍ତ୍ରୀ। ଏଏସଆଇ ତରଫରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଜାରି ରହିଛି ଓ ମରାମତି ଶେଷ ହେଲେ ରତ୍ନ ଗଣତିମଣତି ଆରମ୍ଭ ହେବ ବୋଲି ଆଇନମନ୍ତ୍ରୀ କହିଛନ୍ତି।