୪୮ଘଣ୍ଟା ପରେ ବି ମିଳିନି ପତ୍ତା : ଇତି ପରିବାରଙ୍କ ଶୁଭ ମନାସୀ ମନ୍ଦିରରେ ପୂଜାର୍ଚ୍ଚନା

ବ୍ୟାସନଗର : ହଜାରେ ଫୁଟ ଉପରୁ ତିସ୍ତା ନଦୀକୁ ଖସିପଡ଼ିଥିବା ଟୁରିଷ୍ଟ ଗାଡ଼ି ସନ୍ଧାନରେ ଲାଗିପଡ଼ିଥିବା ଉଦ୍ଧାରକାରୀ ଦଳଙ୍କୁ କୈାଣସି ସଫଳତା ମିଳିପାରିନି । ପ୍ରବଳ ବର୍ଷା ସାଙ୍ଗକୁ ନଦୀର ପ୍ରଖରସ୍ରୋତ ଏଥିରେ ପ୍ରତିବନ୍ଧକ ସାଜୁଥିବା ଉଦ୍ଧାରକାରୀ ଦଳରେ ସାମିଲ ଜଣେ ଅଧିକାରୀ ପ୍ରକାଶ କରିଥିବା ବେଳେ ନନଷ୍ଟପ ସର୍ଚ ଅପରେସନ ଚାଲିଥିବା ମାଙ୍ଗନ ଏସପି ସୂଚନା ଦେଇଛନ୍ତି । ତେବେ ଦୁର୍ଘଟଣା ଘଟିବାର ୪୮ଘଣ୍ଟା ପରେ ବି ନିଖୋଜ ଥିବା ବିଜେପି ରାଜ୍ୟ ମହିଳା ସଂପାଦିକା ଇତିଶ୍ରୀ ଜେନା ଏବଂ ତାଙ୍କ ପରିବାର ଅନ୍ୟ ୩ଜଣଙ୍କ କୈାଣସି ପତ୍ତା ମିଳିପାରିନି । ଯାହାକୁ ନେଇ ଇତିଙ୍କ ପରିବାରରେ ସନ୍ନାଟାର ଛାୟା ଖେଳିଯାଇଛି । ନିଖୋନ ଇତିଙ୍କ ସହ ବଡ଼ପୁଅ ସାହିଲ(୨୨), ଭାଇ ଅଜିତ ନାୟକ(୪୭), ଅଜିତଙ୍କ ପତ୍ନୀ ସୁନିତା(୪୩)ଙ୍କ ଶୁଭ ମନାସୀ ଶୁଭେଚ୍ଛୁ ଆଜି କହ୍ନେଇପୁର ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଦୁର୍ଘଟଣାରେ ଗୁରୁତର ହୋଇ ଗ୍ୟାଙ୍ଗଟକ ମେଡ଼ିକାଲରେ ଚିକିସôିତ ହେଉଥିବା ଇତିଙ୍କ ସାନପୁଅ ସାଇରାଜଙ୍କ ଅବସ୍ଥା ସ୍ଥିରଥିବା ବେଳେ ତାଙ୍କ ଭାଇ ଅଜିତଙ୍କ ପୁଅ ସ୍ୱଂୟ ସୁପ୍ରୀତିମଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଆଡ଼କୁ ଗତି କରୁଛି । ସ୍ୱଂୟ ସୁପ୍ରୀତିମ ଜନ୍ମରୁ ମଧୁମେହ ରୋଗରେ ଆକ୍ରାନ୍ତ । ଏଥିଯୋଗୁ ସ୍ୱାସ୍ଥ୍ୟବସ୍ଥା ଉନ୍ନତିରେ ବାଧକ ସାଜିଛି । ଏଣୁ ବ୍ୟାସନଗରରେ ଥିବା ପରିବାର ଲୋକେ ତାର ଉତମ ଚିକିସôା ନିମନ୍ତେ ସେଠାରୁ ଓଡ଼ିଶାକୁ ଆଣି ଚିକିସôା କରାଇବାକୁ ଯୋଜନା କରୁଛନ୍ତି । ସୂଚନା ଥାଉକି ବ୍ୟାସନଗର ପୈାରାଞ୍ଚଳ ଉମାପଦା ଗ୍ରାମର ଭାଇ/ଭଉଣୀ ପରିବାର ମିଶି ୧୧ଜଣ ଗଲା ରବିବାର ସିକିମିକୁ ଯାଇଥିଲେ । ସେଠାରୁ ଦୁଇଟି ଟୁରିଷ୍ଟ ଗାଡ଼ିରେ ଅନ୍ୟ ବଙ୍ଗୀୟ ପର୍ଯ୍ୟଟକଙ୍କ ସହ ଲାଚୁଙ୍ଗ୍ରୁ ହିଲ ଟପକୁ ବୁଲିବାକୁ ଯାଇଥିଲେ । ହେଲେ ଗୁରୁବାର ରାତିରେ ଇତିଙ୍କ ସମେତ ବଡ଼ପୁଅ, ଭାଇ, ଭାଉଜ ଥିବା ଗାଡ଼ିଟି ହିଲଟପରେ ହଜାରେ ଫୁଟ ତଳକୁ ଦିସ୍ତା ନଦୀକୁ ଖସିପଡ଼ିଥିଲା । ଏନେଇ ଖବର ପାଇବା ପରେ ଉଦ୍ଧାରକାରୀ ଦଳ ଗଛରେ ଲାଖି ରହିଥିବା ଇତିଙ୍କ ସାନ ପୁଅ ସାଇରାଜ(୧୮) ଓ ଅଜିତଙ୍କ ପୁଅ ସ୍ୱଂୟସୁପ୍ରୀତିମ(୧୭)କୁ ଉଦ୍ଧାର କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଆକାଶ
ସିକିମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ନିଖୋଜ ଥିବା ଯାଜପୁରର ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ଉଦ୍ଧାର ଓ ଗ୍ୟାଙ୍ଗଟକ ମେଡ଼ିକାଲରେ ଚିିକିସôିତ ହେଉଥିବା ପୁଅ/ପୁତୁରାଙ୍କ ଉନ୍ନତମାନର ଚିିକିସôା ସୁବିଧା ଯୋଗାଇ ଦେବାକୁ କୋରେଇ ବିଧାୟକ ଆକାଶ ଦାସନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା କରିଛନ୍ତି । ଆଜି ଦପ୍ତରରେ ବିଧାୟକ ଆକାଶ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସହଯୋଗ ଯୋଗାଇ ଦେବା ନେଇ ଆଲୋଚନା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବା ନେଇ ପ୍ରତିଶ୍ରୁତି ଦେଇଥିବା ବିଧାୟକ କହିଛନ୍ତି । ଆକାଶଙ୍କ ସହ ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ ଏବଂ ଏକାମ୍ର ବିଧାୟକ ବାବୁ ସିଂହ ଉପସ୍ଥିତ ରହିଥିଲେ ।