ଥଣ୍ଡା, ଜ୍ଵର,କାଶ ଆଦି ସମସ୍ୟା ରୁ ମୁକ୍ତି ପାଇବାର ଆୟର୍ବେଦିକ ଉପାୟ

ଥଣ୍ଡା, ଜ୍ଵର,କାଶ  ଆଦି ସମସ୍ୟା ରୁ ମୁକ୍ତି ପାଇବାର ଆୟର୍ବେଦିକ ଉପାୟ
ଥଣ୍ଡା, ଜ୍ଵର,କାଶ  ଆଦି ସମସ୍ୟା ରୁ ମୁକ୍ତି ପାଇବାର ଆୟର୍ବେଦିକ ଉପାୟ

ପରିବର୍ତ୍ତନର ଚକ୍ରରେ ଋତୁ ପରିବର୍ତ୍ତନ ହୋଇ ଶୀତ ଋତୁ ଆଗମନ କଲାଣି । ଶୀତ ପଡିବା ପରେ ଅଧିକାଂଶ ଲୋକ ଥଣ୍ଡା, ଜ୍ୱର ଓ କାଶରେ ଆକ୍ରାନ୍ତ ହୋଇଥାନ୍ତି। ବିଶେଷ କରି ଛୋଟ ପିଲା ଅଧିକ ମାତ୍ରାରେ ଆକ୍ରାନ୍ତ ହୋଇଥାନ୍ତି। ସେହିପରି ଶୀତ ଦିନରେ ଆଣ୍ଠୁଗଣ୍ଠି ରୋଗରେ ପୀଡିତ ଥିବା ଲୋକଙ୍କ ଯନ୍ତ୍ରଣା ଅତ୍ୟଧିକ ବଢ଼ି ଯାଇଥାଏ । ତେବେ ଏସବୁ ରୋଗର  ଘରୋଇ ଉପଚାର ମଧ୍ୟ କରାଯାଇ ପାରିବ । 

                                              ଶୀତ ଦିନରେ ଥଣ୍ଡା ବଢ଼ିବା ସହ ବଢ଼ିବାରେ ଲାଗିଛି, ଜ୍ୱର ଓ ଥଣ୍ଡା ରୋଗୀଙ୍କ ସଂଖ୍ୟା । ଏଥିରୁ ମୁକ୍ତି ପାଇଁ ରୋଗୀ ଏଲୋପାଥିକ୍ ଔଷଧ ଓ ଶିରପ ଆଣି ଖାଉଛନ୍ତି । ହେଲେ, ଆମ ପାଖରେ ଥିବା ତୁଳସୀ ପତ୍ର,ଗଙ୍ଗଶିଉଳି ପତ୍ର, ଅଁଳା, ଘିକୁଆଁରୀ, ତେଜପତ୍ର,ଅଦା ଭଳି ଔଷଧିୟ ଗଛକୁ ଆମେ  ଅଣଦେଖା କରିଦେଉ । କିନ୍ତୁ ଏସବୁର ବ୍ୟବହାର ଦ୍ୱାରା ଥଣ୍ଡା, ଜ୍ୱର, କାଶ ଭଳି ରୋଗରୁ ଅନେକ ମାତ୍ରାରେ ଉପଶମ ମିଳିଥାଏ । ତୁଳସୀ ପତ୍ରର ରସ ବ୍ୟବହାର କରିବା ଦ୍ୱାରା, ରୋଗୀର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଯାହା ଫଳରେ ଥଣ୍ଡା, ଜ୍ୱର, କାଶ ନିୟନ୍ତ୍ରଣରେ ରହିଥାଏ ।କେବଳ ଥଣ୍ଡା ଜ୍ୱର ନୁହେଁ, ଶୀତ ଦିନରେ ଆଂଠୁ ଗଣ୍ଠି ସମସ୍ୟା ମଧ୍ୟ ବଢ଼ି ଯାଇଥାଏ । ଯେଉଁମାନଙ୍କର ଆଂଠୁ ଗଣ୍ଠି ସମସ୍ୟା ରହିଛି, ଶୀତଦିନରେ ସେମାନେ ଅଧିକ ଯନ୍ତ୍ରଣା ଭୋଗିଥାନ୍ତି । ତେବେ ଆୟୁର୍ବେଦରେ ଏହାର ଉପଚାର ରହିଛି । ଆୟୁର୍ବେଦ ପଦ୍ଧତିରେ ବିଭିନ୍ନ ଚେରମୂଳରୁ ପ୍ରସ୍ତୁତ, ଔଷଧ ଓ ତେଲ ବ୍ୟବହାର ଦ୍ୱାରା ଆଠୁ ଗଣ୍ଠି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ବୋଲି କହିଛନ୍ତି ଆୟୁର୍ବେଦ ବିଶେଷଜ୍ଞ ।ଏଥିସହ ଶୀତ ଦିନ ଆସିଲେ ଲୋକମାନେ ବିଭିନ୍ନ ପ୍ରକାର ଚର୍ମ ରୋଗରେ ପୀଡିତ ହୋଇଥାନ୍ତି,ଘିକୁଆଁରୀର ବ୍ୟବହାର ଦ୍ୱାରା ଯାହା ଦୁର ହୋଇଥାଏ ।