ଶିଶୁ ସୁରକ୍ଷା ଉପରେ କର୍ମଶାଳା

 ଭବାନୀପାଟଣା : ଜିଲ୍ଲା ପ୍ରସାଶନ କଳାହାଣ୍ଡି ଦ୍ୱାରା ଶିଶୁ ସୁରକ୍ଷ୍ୟା ଉପରେ ଏକ କର୍ମଶାଳା,ଏଡ୍ ଏଟ୍ ଆକ୍ସନ ଓ ୟୁନିସେଫର ବୈଷୟିକ ସହାୟତାରେ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଣି ମୁଜିବୁନ ନିଶା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ବୈଠକରେ ଏଡ୍ ଏଟ୍ ଆକ୍ସନର ପ୍ରୋଗ୍ରାମ ମ୍ୟାନେଜର  ସରୋଜ କୁମାର ବାରିକ ଯୋଗଦେଇ ବୈଠକର ଉଦେ୍ଦଶ୍ୟ, "ମିଶନ ବାସôଲ୍ୟ’କୁ ତ୍ୱରାନ୍ୱିତ କରିବା ପାଇଁ ଶିଶୁ ଅସହାୟତା ଆକଳନ ଓ ଯୋଜନା ଉପରେ ଗୁରୁତ୍ୱାରୋପ କରିଥିଲେ । ଶିଶୁ ମଙ୍ଗଳ ସମିତି ମେମ୍ବର ସଞ୍ଜୟ କୁମାର କିପରି ଭାବରେ ଗ୍ରାମ ସ୍ତରିତ ଶିଶୁ ସୁରକ୍ଷ୍ୟା କମିଟିକୁ ସୁଦୃଢ କରି ଶିଶୁ ଅନୁରୂପ ଗ୍ରାମ ତଥା ପଞ୍ଚାୟତ କରିହେବା ଏହି ବିଷୟରେ କହିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷ୍ୟା ଅଧିକାରୀ କିପରି ଭାବରେ ଯେଉଁ ଶିଶୁ ମାନେ ଅଧରୁ ପାଠପଢା ଛାଡିଥିବା ଶିଶୁ ମାନଙ୍କୁ ଶିକ୍ଷ୍ୟାର ମୁଖ୍ୟ ସ୍ରୋତରେ ସାମିଲ କରିବାର ବିଭିନ୍ନ ବ୍ୟବଶତଃ ସବୁ ଆଲୋକପାତ କରିଥିଲେ । ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗର ଅଧିକାରୀ ଯୋଗଦେଇ ନିଜ ବିଭାଗ ଦ୍ୱାରା ଶିଶୁ ମାନଙ୍କୁ କିପରି ଭାବରେ ସରକାରଙ୍କ ଦ୍ୱାରା ଚାଳିତ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରିପାରିବେ ସେ ବିଷୟରେ ମତାମତ ରଖିଥିଲେ । ଏଡ୍ ଏଟ୍ ଆକ୍ସନର ଜିଲ୍ଲା ସଂଯୋଜକ ଦିବ୍ୟ ରଞ୍ଜନ ଯୋଷୀ କଳାହାଣ୍ଡି ଜିଲ୍ଲାର ଅସହାୟ ଓ ଅସୁରକ୍ଷିତ ସ୍ଥାନର ସ୍ଥିତି ଉପସ୍ଥାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ସିଡିପିଓ, ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦାନ କରିଥିଲେ । ପରିଶେଷରେ ପ୍ରୋଟେକ୍ସନ ଅଫିସର  ସୂଚରିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।