ଫାର୍ମାସିଷ୍ଟର ଉନ୍ମତ୍ତକାଣ୍ଡ : ରୋଗୀଙ୍କୁ ମେଡିକାଲ ଭିତରେ ତାଲା ପକାଇ ଫେରାର

ଚାନ୍ଦବାଲି : ରାଜ୍ୟ ସରକାର ଓଡିଶା ବାସୀଙ୍କୁ ଉତ୍ତମ ଚିକିସôା ଯୋଗାଇ ଦେବାପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ କିଛି ଡାକ୍ତର ଏବଂ ଫାର୍ମାସିଷ୍ଟ ମାନଙ୍କ ପାଇଁ ନୂତନ ସରକାର କଳଙ୍କ ଟୀକା ଲାଗୁଛି । 
ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ, ସୂଚନା ମୁତାବକ ବଜରାପୁର ପଞ୍ଚାୟତ ବାଲିଆପାଳ ଗ୍ରାମର ଗୟାଧର ନାମକ ଜଣେ ବ୍ୟକ୍ତି ଛାତିରେ ଯନ୍ତ୍ରଣା ହେବାରୁ ପାଖରେ ଥିବା ଘଣ୍ଟେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ ସେଠାରେ ଥିବା କାର୍ଯ୍ୟରତ ଫାର୍ମାସିଷ୍ଟ ତୁଷାର କାନ୍ତ ନାୟକ ଉକ୍ତ ପେସେଣ୍ଟ ଏବଂ ତାଙ୍କ ସହିତ ଥିବା ତାଙ୍କ ସ୍ତ୍ରୀଙ୍କୁ ବାହାର ପଟୁ ତାଲା ପକାଇ୨ରୁ ଅଧିକ ଘଣ୍ଟା କୁଆଡେ ପଳାଇ ଯାଇଥିଲେ । ଖବର ପାଇ ରୋଗୀଙ୍କ ସମ୍ପର୍କୀୟ ସେଠାରେ ପହଞ୍ଚô ଦେଖିବା ବେଳକୁ ମେଡିକାଲରେ ତାଲା ପଡିଛି । କିଛି ଉପାୟ ନପାଇ ପେସେଣ୍ଟର ନାଁ ଧରି ଚିକôାର କରିବାରୁ ପେସେଣ୍ଟ ଭିତରେ ଥିବା ଜାଣିବାକୁ ପାଇଥିଲେ ଫଳରେ ପାଖରେ ଥିବା ଭଙ୍ଗା ଝରକା ପାଖକୁ ଯାଇ ଭିଡିଓ ଉତ୍ତୋଳନ କରିବା ସହିତ ବଡଖବର ପ୍ରତିନିଧିଙ୍କୁ ଖବର ଦେଇଥିଲେ । ଏହି ଘଟଣାକୁ କାର୍ଯ୍ୟରତ ଫାର୍ମାସିଷ୍ଟ ରୋଗୀଙ୍କୁ ଚିକିସôା ନକରି ବାହାରକୁ କାଢି ଦେଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ରୋଗୀଙ୍କସ୍ତ୍ରୀ ବାହୁନି ବାହୁନି କାନ୍ଦୁ ଥିବା ଦେଖିବାକୁ ମିଳୁଛି । କାର୍ଯ୍ୟରତ ଫାର୍ମାସିଷ୍ଟ ସରକାରୀ ମେଡ଼ିସିନ ବାହାରେ ବିକ୍ରି କରୁଥିବା ଭଳି ସଙ୍ଗିନୀ ଅଭିଯୋଗ ଆସୁଛି । ତୁରନ୍ତ ଫାର୍ମାସିଷ୍ଟ ଉପରେ କାର୍ଯ୍ୟନୁଷ୍ଠାନ ନେବାକୁ ପରିବାର ପାଖରୁ ଦାବି ହୋଇଛି ।