ଦୀପାବଳିରେ ମାତା ଲକ୍ଷ୍ମୀଙ୍କର ପୂଜା କରୁଥିଲେ ... !
ଘରର ସୁଖଶାନ୍ତି ବୃଦ୍ଧି ପାଇଁ ଅନେକ ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କର ପୂଜା କରିଥାନ୍ତି । ମାଙ୍କୁ ଧୂପ,ଦୀପ ,ନୈବେଦ୍ୟ ଅର୍ପର କରିବା ସହ ମା’ଙ୍କ ସ୍ତୋତ୍ର ମଧ୍ୟ ଗାନ କରିଥାଆନ୍ତି । ହେଲେ ଏପରି କିଛି ଜିନିଷ ରହିଛି ଯାହାକୁ ଏହିଦିନରେ ମାଆଙ୍କୁ ଅର୍ପଣ କରି ପୂଜା କଲେ ମାତୃକୃପା ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ମାତା ଲକ୍ଷ୍ମୀଙ୍କର ପ୍ରିୟ ହେଉଛି ପଦ୍ମ । ଯଦି ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଅର୍ପଣ କରାଯାଏ ତେବେ ମାଆ ସନ୍ତୃଷ୍ଟ ହୋଇଥାଆନ୍ତି । ଏହିଦିନରେ ମାଆ ଲକ୍ଷ୍ମୀଙ୍କ ପାଦତଳେ କିଛି ଅରୁଆ ଚାଉଳ ଅର୍ପଣ କଲେ ଘରେ କେବେ ବି ଅନ୍ନର ଅଭାବ ଦେଖାଯାଏ ନାହିଁ । କେହିକେହି ଏହିଦିନ ମାତା ଲକ୍ଷ୍ମୀଙ୍କ ସହ ପ୍ରଭୁ ଗଣେଶଙ୍କୁ ମଧ୍ୟ ପୂଜାର୍ଚ୍ଚନା କରିଥାଆନ୍ତି । ଦୂବଘାସ ବିନା ପ୍ରଭୁ ଗଶେଣଙ୍କ ପୂଜା ଅଧୁରା ବୋଲି ବିଶ୍ୱାସ କରାଯାଏ । ତେଶୁ ପୂଜାରେ ଦୂବଘାସକୁ ଅର୍ପଣ କରନ୍ତୁ । ଏହି ପୂଜାରେ ଲଡୁ ଭୋଗ କରନ୍ତୁ । କାରଣ ଲଡୁ ଉଭୟ ମାଆ ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କ ପ୍ରିୟ ହୋଇଥାଏ । ଏହି ପୂଜାରେ ପାନ ଅର୍ପଣ କରିଲେ ଶୁଭ ଫଳ ପ୍ରାପ୍ତ ହେବ ବୋଲି କୁହାଯାଏ । ଏହା ଦୁଃଖକଷ୍ଟ ଦୂର କରିବା ସହ ମନସ୍କାମନା ପୂରଣ କରିବାରେ ସହାୟକ ହେବ ବୋଲି ବିଶ୍ୱାସ ରହିଛି । ମାତ୍ର ସ୍ଥାନୀୟ ସରକାର ଏହି ପ୍ରଥାକୁ ରୋକିବାକୁ ପ୍ରଚେଷ୍ଟା କରୁଛନ୍ତି । କାରଣ ଏହା ପରିବେଶକୁ ପ୍ରଦୂଷଣ କରିବା ସହିତ ଲୋକଙ୍କ ଜୀବନ ପ୍ରତି ବିପଦ ମଧ୍ୟ ।