ଅଠରନଳା


ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପୂର୍ବରୁ ପୁରୀର ମୁଖ୍ୟ ପ୍ରବେଶ ପଥ ଯାହାର ବାଟମଙ୍ଗଳା ମନ୍ଦିର ପରେ ଆସିଥାଏ ତାହା ହେଉଛି ଅଠରନଳା । ଏହି ଅଠରନଳାଟି ଉଣେଇଶଟି ଖିଲଣଯୁକ୍ତ ପୋଲ । ଏହା ଏକ ପ୍ରାଚୀନ ପୋଲ; ପ୍ରାଚୀନ କୀର୍ତ୍ତି । ପୁରୀ ସହରର ମୁଖ୍ୟ ପ୍ରବେଶ ପଥରେ ଏହା ଏକ ଅଠରନଳା ବିଶିଷ୍ଟ (ପ୍ରକୃତରେ ୧୯) ସେତୁ । କେତେ ବର୍ଷ ହେଲା ଏହାର ପାଶ୍ୱର୍ରେ ଆଉ ଏକ ପୋଲ (ଚାରିନଳା) ନିର୍ମିତ ହୋଇଅଛି । ଯେଉଁ ନଦୀ ବା ନାଳ ଉପରେ ଅଠରନଳା ନିର୍ମିତ ତାର ବିଭିନ୍ନ ନାମ ଗଙ୍ଗୁଆ/ ମାଟିଆ / ମଧୁପୁର ଅଛି ।  ମାଦଳପାଞ୍ଜି (ସଂ-ଆର୍ତ୍ତବଲ୍ଲଭ)ରେ ମଚ୍ଛ (ମତ୍ସ୍ୟ) କେଶରୀ "ଗଙ୍ଗୁଆ ନଦୀରେ ଅଠରନଳା' କଲେ । ଦୁଇଟି ଯାକ ମତକୁ ବିଚାରକୁ ନେଲେ ଏହି ସେତୁ ୧୦୫୦ ଖ୍ରୀଷ୍ଟାବ୍ଦ ବେଳକୁ କିମ୍ବା ୧୦୭୧ ଖ୍ରୀଷ୍ଟାବ୍ଦ ବେଳକୁ ନିର୍ମାଣ କରାଯାଇଥିବ । ଏହି ନଳାର ଦୈର୍ଘ୍ୟ ୨୯୦ଫୁଟ ହୋଇଥିବାବେଳେ ଏହାର ବ୍ୟବଧାନ ହେଉଛି ୭ଫୁଟରୁ ୧୬ଫୁଟ । ଉକ୍ରଳୀୟ କାରିଗରୀର ଅନନ୍ୟ କଳାକୌଶଳର ନିଦର୍ଶନ ଏହିଠାରେ ଦେଖିବାକୁ ମିଳେ । ଶ୍ରୀମନ୍ଦିରର ନୀଳଚକ୍ର ଓ ପତିତପାବନ ବାନାକୁ ସର୍ବପ୍ରଥମେ ଜଗନ୍ନାଥପ୍ରେମୀମାନେ ଦର୍ଶନ କରି ପ୍ରଣାମ କରିଥାନ୍ତି । ତେବେ ଏହି ଅଠରନଳା ପଛରେ ଆଉ ଏକ ଲୁପ୍ତପ୍ରାୟ ଲୋକକଥାଟି ମଧ୍ୟ ରହିଛି । ଅଠରଟି ସନ୍ତାନ ପ୍ରସବ କରିଥିବା ନାରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୁରୀଠାରେ ଦର୍ଶନ ପୂର୍ବକ ଅଠରନଳାରେ ମହାପ୍ରସାଦ ଦେଇ ସଙ୍ଗାତ ବସିଥାନ୍ତି । ପୁରୀ ମହାନ ଶ୍ରୀଜଗନ୍ନାଥ ସଂସ୍କୃତିରେ ଏହି ଅଠରନଳାର ଗୁରୁତ୍ୱପୂର୍ଣ୍ଣ ସ୍ମୃତି ରହିଛି । 
 ଯଶସ୍ୱିନୀ ପଟ୍ଟନାୟକ
କଟକ