ସମବାୟ କ୍ଷେତ୍ର: ବିଶ୍ୱ ପୋଷଣୀୟ ଓ ସମାବେଶୀ ଭବିଷ୍ୟତର ଚାବିକାଠି
ମୁରଲୀଧର ମୋହୋଲ: ନିକଟରେ ୨୦୨୪ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଆନ୍ତର୍ଜାତିକ ସମବାୟ ସଂଗଠନ (ଆଇସିଏ)ର ବୈଶ୍ୱିକ ସମବାୟ ସମ୍ମିଳନୀ ଅନେକ ଦୃଷ୍ଟିରୁ ମହତ୍ତ୍ୱ ବହନ କରେ । ଏହି ସମ୍ମିଳନୀରେ ବିଶ୍ୱର ୧୦୦ରୁ ଅଧିକ ରାଷ୍ଟ୍ରର ନେତୃବର୍ଗ ଗୋଟିଏ ମଞ୍ଚରେ ଏକତ୍ରିତ ହୋଇଥିଲେ । ବିଶ୍ୱ ପାଇଁ ଏକ ପୋଷଣୀୟ ତଥା ନ୍ୟାୟସଙ୍ଗତ ଭବିଷ୍ୟତର ପରିକଳ୍ପନା ପାଇଁ ସମବାୟ ସଂସ୍ଥାର ବର୍ଦ୍ଧିତ ଗୁରୁତ୍ୱକୁ ଏହି ସମ୍ମିଳନୀ ଅବସରରେ ଅନୁଭବ କରାଯାଇଥିଲା । ଏହି ଅବସରରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘର ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ (ଆଇୱାଇସି ୨୦୨୫)ର ଶୁଭାରମ୍ଭ କରିଥିଲେ । ଏହି ବର୍ଷ ପାଳନର ଉଦେ୍ଦଶ୍ୟ ହେଉଛି ମିଳିତ ଜାତିସଂଘ ସହସ୍ରାବ୍ଦୀ ବିକାଶ ଲକ୍ଷ୍ୟ (ଏସଡିଜି)କୁ ଆଗକୁ ଆଗେଇ ନେବା ଦିଗରେ ସମବାୟ ସଂସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆଗକୁ ଆଣିବା ନିମନ୍ତେ ବୈଶ୍ୱିକ ଉପକ୍ରମକୁ ତ୍ୱରାନ୍ୱିତ କରିବା । ଚଳିତବର୍ଷକୁ ବିଶ୍ୱ ଆର୍ଥିକ ଓ ସାମାଜିକ ବିଚାର ଆଲୋଚନା ନିମନ୍ତେ ଏକ ମହତ୍ତ୍ୱପୂର୍ଣ୍ଣ ଲକ୍ଷ ଭାବରେ ବିବେଚନା କରାଯାଉଛି ଯାହା କେବଳ ସ୍ଥାନୀୟ ବିକାଶର ଏକ ସାଧନ ଭାବରେ ନୁହେଁ ବରଂ ବୈଶ୍ୱିକ ଆର୍ଥିକ ବିକାଶର ମୁଖ୍ୟ ସୂତ୍ରଧରର ଭୂମିକା ଗ୍ରହଣ କରିବାକୁ ଯାଉଛି । ସମବାୟ ମଡେଲର ମୂଳରେ ରହିଛି ଏକ ସରଳ ତଥା ପ୍ରଭାବଶାଳୀ ଚିନ୍ତାଧାରା । ତାହା ହେଲା– ଜନସାଧାରଣ ପାରସ୍ପରିକ ଉପକାର ନିମନ୍ତେ ଏକତ୍ର କାର୍ଯ୍ୟ କରିବା । ସମବାୟ ସଂସ୍ଥାମାନେ ସଦାସର୍ବଦା ସାମୂହିକ ମାଲିକାନା, ସହଭାଗୀ ଦାୟିତ୍ୱବୋଧ ଏବଂ ଗଣତାନ୍ତ୍ରିକ ପଦ୍ଧତିରେ ନିଷ୍ପତ୍ତି ଗ୍ରହଣ ଉପରେ ହିଁ ଗୁରୁତ୍ୱ ଆରୋପ କରିଥାଆନ୍ତି । ଏହିସବୁ ନୀତି ସାରା ବିଶ୍ୱରେ ଉଲ୍ଲେଖନୀୟ ସଫଳତା ଆଣି ଦେଇଛି ଏବଂ ତାହା କୃଷି କ୍ଷେତ୍ରଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା, ଆର୍ଥିକ ସେବା ଠାରୁ ନେଇ ଶକ୍ତି ଉତ୍ପାଦନ କ୍ଷେତ୍ର ପର୍ଯ୍ୟନ୍ତ ପରିବ୍ୟାପ୍ତ ।
ଭାରତରେ, ଗ୍ରାମାଞ୍ଚଳ ବିକାଶ କ୍ଷେତ୍ରରେ ସମବାୟ ସଂସ୍ଥାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛନ୍ତି । ଅମୁଲ ସମବାୟ ସଂସ୍ଥାର ସଫଳତା ଏବଂ ଏହିଭଳି ଆହୁରି ଅନେକ ସମବାୟ ସଂସ୍ଥା ସମବାୟ ମଡେଲର ସାମର୍ଥ୍ୟକୁ ପ୍ରମାଣସିଦ୍ଧ କରି ଦେଖାଇଛି ଏବଂ ଏହା ଲୋକମାନଙ୍କର ଆର୍ଥିକ ବିକାଶ ଘଟାଇବା ସହିତ ସେମାନଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରିଛି । ଅଧିକନ୍ତୁ, ଅମୁଲ ଭଳି ଦୁଗ୍ଧ ସଂଗ୍ରହ ଓ ବିତରଣକାରୀ ସମବାୟ ସଂଗଠନ ଗ୍ରାମାଞ୍ଚଳ କ୍ଷେତ୍ରରେ ସେମାନଙ୍କର ବ୍ୟବସାୟିକ କାର୍ଯ୍ୟକଳାପ ନିମନ୍ତେ ମହିଳା ନେତୃତ୍ୱାଧୀନ ବିକାଶ ଯୋଜନାକୁ ସମର୍ଥନ ଜଣାଇ ଆସିଛି । ଏହାର ସମବାୟ ମଡେଲ ମାଧ୍ୟମରେ, ସେହିସବୁ ସମବାୟ ସଂସ୍ଥାମାନେ ନେତୃତ୍ୱ ଗ୍ରହଣର ଭୂମିକା, କୌଶଳ ବିକାଶ, ଏବଂ ଆର୍ଥିକ ସହାୟତାର ସୁଯୋଗ ପ୍ରଦାନ କରିଥାଆନ୍ତି ଏବଂ ମହିଳାମାନଙ୍କୁ ସେମାନଙ୍କର ଆର୍ଥିକ ସ୍ୱାଧୀନତା ପ୍ରଦାନ ନିମନ୍ତେ ମଧ୍ୟ ସକ୍ଷମ କରାଇଥାନ୍ତି । ଏହା ଫଳରେ ଗୋଷ୍ଠୀ ଏବଂ ଅର୍ଥବ୍ୟବସ୍ଥାରେ ମହିଳାମାନଙ୍କ ଭୂମିକା ସୁଦୃଢ଼ ହୋଇପାରିଥାଏ ।
ସମବାୟ ମଡେଲକୁ ପ୍ରୋସôାହିତ କରିବାରେ ଭାରତର ନେତୃତ୍ୱ
ସମବାୟ ସଂସ୍ଥାମାନଙ୍କର ମୂଲ୍ୟକୁ ଆର୍ଥିକ ପରିବର୍ତ୍ତନ ଏବଂ ସାମାଜିକ ପ୍ରଗତିର ସାଧନ ଭାବରେ ଭାରତ ଦୀର୍ଘ ଦିନରୁ ସ୍ୱୀକାର କରିଆସିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଆଇସିଏ ବୈଶ୍ୱିକ ସମବାୟ ସମ୍ମିଳନୀରେ ଉଦ୍ବୋଧନ ଦେବା ଅବସରରେ ସମବାୟ ଆନେ୍ଦାଳନ ପ୍ରତି ଭାରତର ପ୍ରତିବଦ୍ଧତାର ନିଷ୍ଠାକୁ ଗୁରୁତ୍ୱାରୋପ କରିଥିଲେ । ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ପାଳନ ଅବସରରେ ଶ୍ରୀ ମୋଦୀ ପ୍ରଧାନ୍ୟ ଆରୋପ ପୂର୍ବକ ଉଲ୍ଲେଖ କରିଥିଲେ ଯେ ଏକ ଆତ୍ମନିର୍ଭରଶୀଳ ଓ ସମୃଦ୍ଧ ରାଷ୍ଟ୍ର ନିର୍ମାଣ ଦିଗରେ ସମବାୟ ସଂସ୍ଥାମାନଙ୍କର ଭୂମିକା ବେଶ୍ ମହତ୍ତ୍ୱ ବହନ କରେ । ପ୍ରଧାନମନ୍ତ୍ରୀଙ୍କ ଏହି ଉଦ୍ବୋଧନ ମଧ୍ୟ ସଂଖ୍ୟାଲଘୁ ଗୋଷ୍ଠୀ, ବିଶେଷ କରି ଭାରତର ଗ୍ରାମାଞ୍ଚଳରେ ବସବାସ କରୁଥିବା ଏହି ଶ୍ରେଣୀର ଲୋକମାନଙ୍କୁ ସଶକ୍ତ କରିବାରେ ସମବାୟ ସଂସ୍ଥାମାନଙ୍କର ଭୂମିକା କେତେ ବେଶି ତାହା ଦର୍ଶାଇଥିଲେ । ଭାରତର ଗ୍ରାମାଞ୍ଚଳରେ ସମବାୟ ସଂସ୍ଥାମାନେ ଏହି ଆର୍ଥିକ ପ୍ରଗତିର ମେରୁଦଣ୍ଡ ସଦୃଶ କାର୍ଯ୍ୟ କରୁଛନ୍ତି । କୃଷି ଠାରୁ ନେଇ ଦୁଗ୍ଧ ଉତ୍ପାଦନ ଏବଂ ଅନ୍ୟାନ୍ୟ କ୍ଷେତ୍ର ଏହାର କେତୋଟି ନମୁନା ମାତ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଳିଷ୍ଠ ନେତୃତ୍ୱରେ, ଭାରତ ସରକାର ସମବାୟ କ୍ଷେତ୍ରକୁ ବ୍ୟାପକ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛନ୍ତି । ସମବାୟ ସଂସ୍ଥାମାନଙ୍କୁ ପ୍ରୋସôାହିତ କରିବା ପାଇଁ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡିକ ଦ୍ୱାରା ସେସବୁ ସଂସ୍ଥା ଆଉ ପୂର୍ବଭଳି କେବଳ ଏକ ଜରାଜୀର୍ଣ୍ଣ ସଂସ୍ଥା ହୋଇ ରହିନାହାଁନ୍ତି ବରଂ ସମସାମୟିକ ଆର୍ଥିକ ଓ ସାମାଜିକ ବିକାଶ ମଧ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ଯୋଗସୂତ୍ର ପାଲଟିଛନ୍ତି ।
‘ସହକାର ସେ ସମୃଦ୍ଧି’ ପରିକଳ୍ପନା : ସମବାୟ ସଂସ୍ଥାମାନଙ୍କର ପୁନରୁତ୍ଥାନର ରୋଡମ୍ୟାପ୍
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବଳିଷ୍ଠ ନେତୃତ୍ୱ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନ ଭାରତର ସମବାୟ ପୃଷ୍ଠଭୂମିର ପୁନର୍ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ସେମାନଙ୍କ ନିଦେ୍ର୍ଦଶରେ ଭାରତ ଏକ ଆଧୁନିକ ସମବାୟ ଢାଞ୍ଚା ଦିଗରେ ଆଗକୁ ଅଗ୍ରସର ହେଉଛି ଯାହାକି ଡିଜିଟାଲ ଅର୍ଥନୀତିର ଚାହିଦାକୁ ପୂରଣ କରିବା ଦିଗରେ ସକ୍ଷମ ହୋଇପାରିବ । ସେମାନଙ୍କ ପରିକଳ୍ପନା ପ୍ରଯୁକ୍ତିର ସମ୍ପ୍ରସାରଣକୁ ଶକ୍ତି ଯୋଗାଇବା ସହିତ ସମବାୟ ସଂସ୍ଥାଗୁଡିକର ସକ୍ରିୟତାକୁ ବିଶେଷ ଭାବରେ କ୍ରମବର୍ଦ୍ଧିଷ୍ଣଡିଜିଟାଲ ଦୁନିଆର ସମକକ୍ଷ କରିପାରୁଛି । ତେଣୁ ସମବାୟ ସଂସ୍ଥାଗୁଡିକର ଭବିଷ୍ୟତ ସମୟର ପରିବର୍ତ୍ତନ ସହିତ ଖାପ ଖୁଆଇବାର ସାମର୍ଥ୍ୟ, ଆଧୁନିକ ସାଧନ ସହିତ ସମନ୍ୱିତ ହୋଇ ନିଜର କାର୍ଯ୍ୟଦକ୍ଷତା ଓ ପୋଷଣୀୟତା ବୃଦ୍ଧି ଉପରେ ସମ୍ପୂର୍ଣ୍ଣ ରୂପେ ନିର୍ଭରଶୀଳ ।
ବୈଶ୍ୱିକ କାର୍ଯ୍ୟସୂଚୀ : ସମବାୟ ଏବଂ ସହସ୍ରାବ୍ଦୀ ବିକାଶ ଲକ୍ଷ୍ୟ (ଏସ.ଡି.ଜି.)
ଯେତେବେଳେ ଅର୍ଥନୀତି ଅସମାନତା, ଜଳବାୟୁ ପରିବର୍ତ୍ତନ ଏବଂ ସାମାଜିକ ଅସ୍ଥିରତା ଭଳି ସମସ୍ୟା ଭିତରେ ଡୁବି ରହିଛି, ସମବାୟ ସଂସ୍ଥାମାନେ ଏହାର ବିକାଶର ଏକ ବିକଳ୍ପ ମଡେଲ ପ୍ରଦାନ କରନ୍ତି- ତାହା ସମାବେଶୀ, ଗଣତାନ୍ତ୍ରିକ ଏବଂ ସହନଶୀଳତା ଉପରେ ଆଧାରିତ । ଐକ୍ୟବଦ୍ଧତା, ପାରସ୍ପରିକ ସମର୍ଥନ ଏବଂ ଗଣତାନ୍ତ୍ରିକ ସହଭାଗୀତାର ସ୍ଥିତି ଉପରେ ଗୁରୁତ୍ୱ ଆରୋପ କରିଆସୁଥିବା ସମବାୟ ମଡେଲ ବୈଶ୍ୱିକ ସମସ୍ୟାବଳୀକୁ ଅତି ଅଭିନବ ଢଙ୍ଗରେ ସମାଧାନ କରିବାରେ ସକ୍ଷମ ହୋଇପାରିବ । ଏକ ନୂତନ ଢାଞ୍ଚା ମାଧ୍ୟମରେ ଏହା ଲାଭ ଅପେକ୍ଷା ଲୋକମାନଙ୍କ ଉପରେ ଗୁରୁତ୍ୱ ଆରୋପ କରେ । ସମବାୟ ସଂସ୍ଥାମାନେ ଏହା ସୁନିଶ୍ଚିତ କରନ୍ତି ଯେ ଆର୍ଥିକ କାର୍ଯ୍ୟକଳାପର ସୁଫଳ ଯେପରି ଅଧିକରୁ ଅଧିକ ଲୋକଙ୍କ ମଧ୍ୟରେ ବିତରିତ ହୋଇପାରିବ, ଅବହେଳିତ ଲୋକମାନଙ୍କୁ ସଶକ୍ତ କରିବ ଏବଂ ସାମାଜିକ ବୈଷମ୍ୟକୁ ଦୂର କରିବାରେ ସହାୟକ ହେବ । ସମବାୟ ଆନ୍ଦୋଳନକୁ ପୋଷଣୀୟ ବିକାଶ ଲକ୍ଷ୍ୟ ସହିତ ସଂଯୋଗ କରି ଭାରତ ସମ୍ପ୍ରତି ପୋଷଣୀୟ ଓ ସମାବେଶୀ ବିକାଶ ନିମନ୍ତେ ବୈଶ୍ୱିକ ପ୍ରବକ୍ତା ଭୂମିକାରେ ନିଜକୁ ସୁପ୍ରତିଷ୍ଠିତ କରିପାରିଛି । ସଂକ୍ଷେପରେ କହିଲେ, ସମବାୟ କାର୍ଯ୍ୟକ୍ରମ ହେଉଛି ସମାବେଶୀ ଓ ପୋଷଣୀୟ ବିଶ୍ୱ ଅର୍ଥନୀତିର ଚାବିକାଠି ।
ଭବିଷ୍ୟତର ମାର୍ଗ : ସମବାୟର ଭବିଷ୍ୟତ
ସମବାୟ ସଂସ୍ଥାମାନେ କେବଳ ଏକ ଆର୍ଥିକ ସାଧନ ନୁହନ୍ତି, ବରଂ ସାମାଜିକ ନ୍ୟାୟ, ଆର୍ଥିକ ସମାନତା ଏବଂ ପାରିବେଶିକ ପୋଷଣୀୟତା ହାସଲ ଦିଗରେ ଏହା ଏକ ଶକ୍ତିଶାଳୀ ଉପାୟ ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ‘ସହକାର ସେ ସମୃଦ୍ଧି’ ପରିକଳ୍ପନା ଦେଶର ୧୪୦ କୋଟି ନାଗରିକଙ୍କ ନିମନ୍ତେ ଏକ ଉତ୍ତମ ଭବିଷ୍ୟତ ଗଠନ କରିପାରିବ । ସମବାୟ ସଂସ୍ଥାଗୁଡିକୁ ସାମାଜିକ ଓ ଆର୍ଥିକ ବିକାଶର ବାହକ ଭାବେ ପ୍ରୋସôାହିତ କରି ଆମେ ଏଭଳି ଏକ ବିଶ୍ୱ ଗଠନ କରିପାରିବା ଯେଉଁଠାରେ ସମୃଦ୍ଧିରେ ସଭିଏଁ ସହଭାଗୀ ହୋଇପାରୁଥିବେ, ଅସମାନତା ହ୍ରାସ ପାଇବ ଏବଂ ସମଗ୍ର ଗୋଷ୍ଠୀ ସଶକ୍ତ ହୋଇପାରିବେ । ଏବେ ସମୟ ଆସିଛି ଯେ ଆମକୁ ବିଶ୍ୱ ଅର୍ଥନୀତି ସମବାୟ ଉପରେ ନିର୍ଭରଶୀଳ ରହିଥିବା ଭାବନାକୁ ସ୍ୱୀକାର କରିବାକୁ ପଡିବ ଏବଂ ସମବାୟ ସଂସ୍ଥାମାନେ ଏକ ସମୁଚିତ, ଅଧିକ ପୋଷଣୀୟ ବିଶ୍ୱ ଗଠନର ଚାବିକାଠି ଧାରଣ କରନ୍ତି ବୋଲି ଗ୍ରହଣ କରିବା ଉଚିତ ହେବ ।