ଖୁଦୁରୁକୁଣୀ ପରିପ୍ରେକ୍ଷୀରେ ଆଜିର ସମାଜ
ରାକେଶ କୁମାର ବାରିକ : ସମ୍ପର୍କ ମଧୁରତା ଓ ବିଶାଳତା ଯେଉଁଠି ପରଖି ହୁଏ ସେ ହେଉଛି ଭାଇ ଭଉଣୀର ସମ୍ପର୍କ । ଏହି ସମ୍ପର୍କକୁ ଅତୁଟ ରଖିବାର ଓ ସୁଦୃଢ କରିବାର ପର୍ବଟିଏ ଖୁଦୁରୁକୁଣୀ । ସମାଜକୁ ନାରୀର ଅବଦାନ ଓ ଶ୍ରେଷ୍ଠତ୍ୱକୁ ପ୍ରତିପାଦନ କରୁଥିବା ପର୍ବ ହେଉଛି ଖୁଦୁରୁକୁଣୀ । ପରିବାର ଭିତରେ ସମ୍ପର୍କର ଡୋରି ବାନ୍ଧିବାର ପର୍ବ ହେଉଛି ଖୁଦୁରୁକୁଣୀ । ଉକôଳର ସମୃଦ୍ଧ ସଂସ୍କୃତିର ପରିଚୟ ପ୍ରଦାନ କରେ ଏହି ପର୍ବ । ଓଡିଶାର କୁମାରୀ ମାନେ ଭାଦ୍ରବର ପ୍ରତି ରବିବାରେ ଜଗତ ଜନନୀ ମା, ମଙ୍ଗଳାଙ୍କୁ ଆରାଧନା କରନ୍ତି । ଭଉଣୀମାନେ ନିଜ ଭାଇର ନିରାମୟ ଜୀବନ, ଉଜ୍ଜଳ ଭବିଷ୍ୟତ ଓ ଦୀର୍ଘ ଆୟୁ କାମନା କରି ମଙ୍ଗଳମୟୀ ମା ମଙ୍ଗଳାକୁ ସ୍ମରଣ କରିଥାନ୍ତି । ଓଡିଆ ଘରର ବୋହୂମାନେ ଏହି ବ୍ରତକୁ ପାଳନ କରନ୍ତି । ଭାଦ୍ରବ ମାସର ପ୍ରତି ରବିବାରରେ ଖୁଦୁରୁକୁଣୀ ଓଷା ପାଳିତ ହୁଏ । ମା ମଙ୍ଗଳାଙ୍କ ମୂର୍ତ୍ତି ଭାଲୁକୁଣି ସ୍ଥାପନ କରି ସଜ୍ଜିତ କରାଯାଇଥାଏ । ବିହୁଡି ଜାଳି ଝୁଣା ମାରି ଆନନ୍ଦର ସହ ନିଜର ଭାଇର ସୁରକ୍ଷା ପାଇଁ କୁମାରୀ ମାନେ ପୂଜା କରନ୍ତି ।
ଆଜିର ସମାଜକୁ ଏହାର ମୂଳତତ୍ତ୍ୱକୁ ବୁଝିବାର ସମୟ ଆସିଛି । ଆମ ରାଇଜ କିପରି ଧନ ସମ୍ପଦରେ ପରିପୂର୍ଣ୍ଣ ଥିଲା ତାର କିପରି ବିକାଶ ହେବ ତା ଭାବିବାର ସମୟ ଆସିଛି । ଉକôଳ କିପରି ବିକଶିତ ହେବ ତା ଭାବିବାର ସମୟ ଆସିଛି । ପରିବାର କିପରି ଏକତ୍ରିତ ହୋଇ ସମୂହ ଏକ ଛାତ ତଳେ ରହିବେ ତା ଭାବିବାର ସମୟ । ଆଧୁନିକତାର ଶିଖରରେ ଆମେ ଆସି ପହଚିଂଛେ ସତ, କିନ୍ତୁ ଆମ ସଂସ୍କୃତି ଓ ପରମ୍ପରାକୁ ଭୁଲି ଯାଉଛେ । ଆମ ଐତିହ୍ୟ, କଳା , ସ୍ଥାପତ୍ୟ କୁ ବିକଶିତ କରି ଅଭିବୃଦ୍ଧି କରିବାର ସମୟ ଆସିଛି । ଏକବିଂଶ ଶତାବ୍ଦୀର ଭାରତ ଆସ୍ତେ ଆସ୍ତେ ଅଗ୍ରଗତି କରୁଛି ତେବେ ଆମ ପରମ୍ପରା ଓ ସଂସ୍କୃତିକୁ ମଧ୍ୟ ବିଶ୍ୱ ଦରବାରରେ ଉପସ୍ଥାପିତ କରିବାର ସମୟ ଆସିଛି । ଆଜିର ସମାଜ ଏହି ଲୋକକଥାରୁ ଅନେକ କଥା ଶିଖିବାର ଅଛି । ଆମ ପ୍ରଦେଶ ଆଗରୁ ଧନଧାନ୍ୟରେ ପରିପୂର୍ଣ୍ଣ ଥିଲା । ଆମ ସାଧବ ପୁଅ ମାନେ ଜାଭା ସୁମାତ୍ରା ଆଦି ଯାଇ ଅମାପ ଧନ , ସମ୍ପତ୍ତି ନେଇ ଆସୁଥିଲେ । ଉକôଳ ସମସ୍ତଙ୍କ ପାଇଁ ପ୍ରେରଣା ଥିଲା । ମାତ୍ର ଏବେ ଆମେ ସମସ୍ତଙ୍କ ଉପରେ ନିର୍ଭର । ଆମ ରାଜ୍ୟରେ କୋଇଲା, ଲୁହାପଥର ଅଭ୍ର ଆଦି ନାନାଦି ଖଣିଜ ସମ୍ପଦ ଅଛି ମାତ୍ର ଏହାକୁ ଆମ ବ୍ୟବହାର ଉପଯୋଗୀ କରିପାରୁ ନାହେଁ, ଆମ ପାଖରେ ସେହିପରି କୁଶଳୀ କାରିଗରର ଘୋର ଅଭାବ । ବିଭିନ୍ନ ବିଦେଶୀ କମ୍ପାନୀ ଆମ ରାଜ୍ୟରୁ ଖଣିଜ ପଦାର୍ଥ ନେଇ ନିଜ ଦେଶକୁ ଶିଖରରେ ଉପସ୍ଥାପିତ କରିଛନ୍ତି , କିନ୍ତୁ ଆମ ପ୍ରଦେଶରେ ଏସବୁ ଥାଇ ମଧ୍ୟ ଆମେ ତାହାର ସଦୁପଯୋଗ କରିପାରୁନାହୁଁ । ଅନ୍ୟ ପ୍ରଦେଶକୁ ଯାଇ ଆମ ଶ୍ରମିକମାନେ ପ୍ରବାସୀ ହେଉଛନ୍ତି ଓ ନାନା ହିନସ୍ତା ମଧ୍ୟ ଭୋଗୁଛନ୍ତି । କରୋନା କାଳରେ ଏହାର ଉକ୍ରଟ ରୂପ ଆମେ ଦେଖିଲେ । ଏବେ ସମୟ ଆମ ଉକôଳର ଗାରିମାକୁ ପୂର୍ବ ଭଳି ବଜାୟ ରଖିବା ପାଇଁ । ଆମକୁ ଆତ୍ମନିର୍ଭର ହେବାକୁ ପଡିବ । ପ୍ରତିଯୋଗିତାର ଯୁଗରେ ଆମକୁ ଏକତ୍ରିତ ହୋଇ ଆଗେଇବାକୁ ପଡିବ । ସମୃଦ୍ଧି ପାଇଁ ରାସ୍ତା ଖୋଜିବାକୁ ପଡିବ । ଆମ ରାଜ୍ୟରେ ନିଜସ୍ୱ ପୁଂଜି ବିନିଯୋଗ କରି କିପରି ଆମ ଯୁବ ସଂପ୍ରଦାୟ କିପରି ସଶକ୍ତ ହେବେ ସେଥିପାଇଁ ଦୃଷ୍ଟି ଦେବା ନିହାତି ଆବଶ୍ୟକ । ସେଥିପାଇଁ ସରକାରୀ ସ୍ତରରେ ଦୃଢ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରି । ସମୃଦ୍ଧିର ରାସ୍ତା ନିଜେ ଖୋଜିବାକୁ ପଡିବ । ଆମେ ଦେଖୁଛେ ସାରା ବିଶ୍ୱରେ ଏବେ ଆର୍ଥିକ ସଂକଟ ଦେଖାଯାଇଛି, ଅନେକ ବେକାର ମଧ୍ୟ ହେଉଛନ୍ତି, ଆମରାଜ୍ୟର ମଧ୍ୟ ସମାନ ସ୍ଥିତି , ଭବିଷ୍ୟତରେ ଏହାର କିପରି ସମାଧାନ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ପଡିବ । ଆମ ସାଧବ ପୁଅମାନେ ଯେଭଳିି ଆମ ରାଜ୍ୟକୁ ସୁ୍ଦୃଢ କରିଥିଲେ, ସେହିମାନଙ୍କ ପଥ ଆମକୁ ଅନୁସରଣ କରିବାର ଆବଶ୍ୟକତା ଅଛି । ଆମକୁ ଏହି ଓଷା ପରିବାର ସହ ଗୋଟେ ଛାତତଳେ ଏକାଠି ରହିବାର ପ୍ରେରଣା ଦେବା ସହ ଭାରତୀୟ ଜୀବନର ମୂଲ୍ୟବୋଧ ଦର୍ଶାଉଛି । ଆଧୁନିକତାର ଆମେ ଏତେ ଉଚ୍ଚ ଶିଖରରେ ପହଂଚିଛେ ଯେ ଆମ ପରିବାରକୁ ଆମେ ସମୟ ଦେଇ ପାରୁନେ । ଆମର ଯେ ଜନ୍ମଦାତା ଆମେ ତାକୁ ପଚାରି ପାରୁନାହେଁ । ସାତ ସାତ ଭାଇ ଗୋଟେ ଛାତ ତଳେ ରହୁଥିଲେ , କିନ୍ତୁ ଆଜି ଭାଇ ଭାଇକୁ ହତ୍ୟା କରିବାକୁ ପଛାଉ ନାହିଁ । ସଭ୍ୟ ସମାଜରେ ଅସଭ୍ୟତା ଜୀବନ୍ତ ହୋଇ ଠିଆ ହୋଇଛି । ସମ୍ପର୍କ ବିପଦଗାମୀ ହେବାକୁ ଲାଗିଛି । ଭାଇ ଭଉଣୀ ମଧ୍ୟରେ ଫାଟ ସୃଷ୍ଟି ହେଉଛି । ଧନ,ସମ୍ପତ୍ତିର ଲାଳସା ସମ୍ପର୍କରେ ସେତୁ ବନ୍ଧ ସୃଷ୍ଟି କରୁଛି । ତେବେ ଆମକୁ ଏହି ସମ୍ପର୍କକୁ ସୁଦୃଢ କରିବାକୁ ପଡିବ । କାରଣ ସମ୍ପର୍କ ସୁଦୃଢ ରହିଲେ ଆମକୁ ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । ଆଗକାଳରେ ଯେପରି ପରିବାର ଏକାଠି ହୋଇ ସମସ୍ତ କାର୍ଯ୍ୟ ସୁରୁଖୁରରେ କରୁଥିଲା , ତାହା କରିବାର ବେଳ ଆସିଛି, ନଚେତ ଜୀବନ ସଂଗ୍ରାମରେ ଆମେ ହାରିଯିବା । ବେଳହୁଁ ସାବଧାନ ହେବାର ସମୟ ଆସିଛି ।
ଏହି ଖୁଦୁରୁକୁଣୀ ଓଷା ସମାଜକୁ ନାରୀର ଅବଦାନ ବିଷୟରେ ଆଲୋକପାତ କରୁଛି । ନାରୀର ମହତ୍ୱକୁ ପ୍ରତିପାଦନ କରୁଛି । ତଅପୋଇକୁ ତା ପରିବାର ଲୋକେ ଅର୍ଥାତ, ତା ଭାଉଜ ମାନେ ନିଜେ ନାରୀ ହୋଇ ମଧ୍ୟ ତାକୁ ନିର୍ଯାତିତ କରୁଥିଲେ, ମାତ୍ର ସେ ନିଜର ଦୃଢ ମନୋଭାବ ଦ୍ୱାରା ମା ମଙ୍ଗଳାକୁ ସ୍ମରଣ କରି ଦୁଃଖ ଦୁର୍ଦ୍ଦିଶା ସହି ଶେଷରେ ଜୀବନ ସଂଗ୍ରାମରେ ବିଜୟୀ ହୋଇଥିଲା । ଆଜିର ସମାଜରେ ନାରୀକୁ ତଅପୋଇର ଜୀବନଗାଥାରୁ ଅନେକ କିଛି ଶିଖିବାର ଅଛି । ଜୀବନର ପ୍ରତି ମୁହୂର୍ତ୍ତରେ କିପରି ନିଜକୁ କିପରି ସୁଦୃଢ କରିହେବ ତା ମଧ୍ୟ ଶିଖିବାର ଅଛି । ପୁରୁଷ ପ୍ରାଧାନ୍ୟ ସମାଜରେ ନିଜ ସ୍ଥିତିକୁ ବଜାୟ ରଖିବାର ଅଛି । ଏହି ଓଷାରୁ ଆମକୁ ଭାଇ ଓ ଭଉଣୀ ମଧ୍ୟରେ ଥିବା ସ୍ନେହ ବିଷୟରେ ଶିଖିବାର ଅଛି । ନିଜ ଭାଇଙ୍କ ପାଇଁ ସେ ମାଙ୍କ ପାଖରେ ମାନସିକ ରଖିଥିଲା ଓ ଭାଇ ମାନଙ୍କ ଆସିବା ବାଟକୁ ସେ ଚାହିଁ ବସିଥିଲା । ସେହିପରି ତା ଭାଇମାନେ ସର୍ବଦା ତାକୁ ଭଲ ପାଉଥିଲେ, ଆସିବାମାନେ ତାକୁ ଖୋଜୁଥିଲେ । ଏହି ଭଲ ପାଇବା ଆଜି ମଧ୍ୟ ଜୀବିତ ଅଛି, ମାତ୍ର ସେହି ସମ୍ପର୍କ ଏତେ ସୁଦୃଢ ହେଉ ନାହିଁ । ଧନ, ସମ୍ପତ୍ତି ଲୋଭରେ ଭାଇ ଭଉଣୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହେଇଛି । ସମ୍ପର୍କ ଟଙ୍କା, ପଇସାର ନିକିତିରେ କିଣା , ବିକା ହେଉଛି । ସମାଜରେ ଅଭିବୃଦ୍ଧି ଆଣିବାକୁ ହେଲେ ସମସ୍ତଙ୍କୁ ଏକାଠି ରହିବାକୁ ପଡିବ ଓ ସମ୍ପର୍କକୁ ସୁଦୃଢ କରିବାକୁ ପଡିବ । ଆମ ପରମ୍ପରା, ସ୍ଥାପତ୍ୟର ଏହା ସ୍ମାରକୀ ସଦୃଶ । ପଲ୍ଲୀ ଜୀବନର ଅନ୍ତର୍ନିହିତ ଆତ୍ମା ହେଉଛି ଏହି ପର୍ବପର୍ବାଣି । ସାମାଜିକ, ନୈତିକତା ଓ ଆଧ୍ୟାତ୍ମିକତାର ପରିଭାଷା ହେଉଛି ଖୁଦୁରୁକୁଣୀ । ଆଜିର ସମାଜକୁ ଏଥିରୁ ଅନେକ କଥା ଶିଖିବାର ଆବଶ୍ୟକତା ଅଛି । ଆମ ସଂସ୍କୃତି ସର୍ବଦା ପ୍ରେରଣାଦାୟୀ । ଆମ ସଂସ୍କୃତିକୁ ଶ୍ରେଷ୍ଟତ୍ୱରେ ପ୍ରତିପାଦନ କରି ସମୃଦ୍ଧିର ରାସ୍ତା ଏବେଠାରୁ ଖୋଜିବାର ଆବଶ୍ୟକତା ଅଛି, ନଚେତ ଆମ ଭବିଷ୍ୟତ ବଂଶଧରଙ୍କ ପାଖରେ ଆମେ ଅପରାଧୀ ହୋଇ ରହିଯିବା ।
ମୋ: ୬୩୭୧୯୮୨୮୦୬