ଓଡ଼ିଶା ସରକାରଙ୍କ ସହିତ ଏମ୍ଓୟୁ: ୧୦୦ ଅଙ୍ଗନୱାଡ଼ି ହେବ ଅତ୍ୟାଧୁନିକ "ନନ୍ଦଘର'
ରାୟଗଡ଼ା : ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ପ୍ରାରମ୍ଭିକ ଶୈଶବ ଯନô ଓ ଶିକ୍ଷାର ଉନ୍ନତି ପାଇଁ ବେଦାନ୍ତ ଆଲୁମିନିୟମର ଅନିଲ ଅଗ୍ରୱାଲ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲା ପ୍ରଶାସନ ସହ ବୁଝାମଣାପତ୍ର ସ୍ୱାକ୍ଷର କରି ୧୦୦ଟି ଅଙ୍ଗନୱାଡ଼ି କେନ୍ଦ୍ରକୁ ଅତ୍ୟାଧୁନିକ "ନନ୍ଦଘର'ରେ ପରିଣତ କରିବା ଉଦେ୍ଦଶ୍ୟରେ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାଦ୍ୱାରା ଅଙ୍ଗନବାଡି କେନ୍ଦ୍ରଗୁଡିକୁ ମହିଳା ଓ ଶିଶୁଙ୍କ ବିକାଶ ପାଇଁ ଅତ୍ୟାଧୁନିକ କେନ୍ଦ୍ରରେ ପରିଣତ କରାଯିବ । ଏହି ବୁଝାମଣାପତ୍ର ସ୍ୱାକ୍ଷର ଉସôବରେ ରାୟଗଡ଼ା ଜିଲ୍ଲାପାଳ ପାରୁଲ ପଟୱାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମିନତୀ ଦେଓ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରୋସôାହନ ଜରିଆରେ ପ୍ରଥମ ପର୍ଯ୍ୟାୟରେ କାଶୀପୁର ବ୍ଲକ୍ର ୧୫ଟି ଅଙ୍ଗନବାଡି କେନ୍ଦ୍ରକୁ ଅତ୍ୟାଧୁନିକ ନନ୍ଦଘରରେ ପରିଣତ କରାଯାଇ ଶିଶୁମାନଙ୍କର ପ୍ରାକ୍ ଶୈଶବର ବିକାଶ ପାଇଁ ଉନ୍ନତ ଭିତ୍ତିଭୂମି ଯୋଗାଇ ଦିଆଯିବ । ରାୟଗଡ଼ା ବ୍ଲକ୍ରେ ଅବଶିଷ୍ଟ ୮୫ଟି କେନ୍ଦ୍ରର ବିକାଶ କରାଯିବ । ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ) ସୁନୀଲ ଗୁପ୍ତା କହିଛନ୍ତି ଯେ, ବେଦାନ୍ତରେ ଆମେ ଗୋଷ୍ଠୀଗତ ବିକାଶ ପ୍ରତି ସମର୍ପିତ । ଯାହା ବେଦାନ୍ତର ମୂଳ ମୂଲ୍ୟବୋଧ ଉପରେ ଆଧାରିତ । ଯାହା କାର୍ଯ୍ୟକ୍ଷମ ଅଞ୍ଚଳରେ ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ସକାରାତ୍ମକ ଏବଂ ସ୍ଥାୟୀ ପ୍ରଭାବ ସୃଷ୍ଟି କରିଥାଏ । ନନ୍ଦ ଘର କାର୍ଯ୍ୟକ୍ରମ ଯାହା ବେଦାନ୍ତର ପ୍ରମୁଖ ସାମାଜିକ ପ୍ରଭାବ ପ୍ରକଳ୍ପ । ମହିଳାମାନଙ୍କୁ ସଶକ୍ତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ପ୍ରାରମ୍ଭିକ ଶୈଶବ ଶିକ୍ଷାର ମୂଳଦୁଆକୁ ମଧ୍ୟ ମଜବୁତ କରିଥାଏ । ବେଦାନ୍ତଙ୍କ ଉଦ୍ୟମକୁ ପ୍ରଶଂସା କରି ରାୟଗଡ଼ାର ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୀନତି ଦେଓ କହିଛନ୍ତି, "ଜିଲ୍ଲାର ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକର ରୂପାନ୍ତରଣରେ ବେଦାନ୍ତର ସହଯୋଗକୁ ଆମେ ସ୍ୱାଗତ କରୁଛୁ । ନନ୍ଦଘର ପଦକ୍ଷେପ କେବଳ ଶିକ୍ଷା କେନ୍ଦ୍ର ସୃଷ୍ଟି କରୁନାହିଁ ବରଂ ଶିଶୁ ଏବଂ ମହିଳାଙ୍କ ସାମଗ୍ରିକ କଲ୍ୟାଣକୁ ପୋଷଣ କରୁଥିବା ନିରାପଦ ସ୍ଥାନ ମଧ୍ୟ ସୃଷ୍ଟି କରୁଛି । ଉଲ୍ଲେଖନୀୟ ଯେ, ୨୦୧୫ରେ ଆରମ୍ଭ ହୋଇଥିବା ନନ୍ଦଘର ହେଉଛି ବେଦାନ୍ତର ପ୍ରମୁଖ ଗୋଷ୍ଠୀ ଭିତ୍ତିକ ପଦକ୍ଷେପ । ଯାହା ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ସହଯୋଗରେ ଅନିଲ ଅଗ୍ରୱାଲ ଫାଉଣ୍ଡେସନ ତତ୍ତ୍ୱାବଧାନରେ ବିକଶିତ ହୋଇଛି । ବର୍ତ୍ତମାନ ଓଡ଼ିଶାରେ ପାଖାପାଖି ୫୦୦ଟି ନନ୍ଦଘର କାର୍ଯ୍ୟକରୁଛି । ଯେଉଁଥିରେ ୮ଟି ଜିଲ୍ଲାର ୧୮,୦୦୦ ଶିଶୁ ଏବଂ ୫୦୦୦ରୁ ଊଦ୍ଧ୍ୱର୍ ମହିଳା ଉପକୃତ ହେଉଛନ୍ତି । ସୂଚନାଯୋଗ୍ୟ, ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଗ୍ରାମୀଣ ଭିତ୍ତିଭୂମି ଏବଂ ତୃଣମୂଳସ୍ତରର କ୍ରୀଡ଼ା ଓ ସଂସ୍କୃତି କ୍ଷେତ୍ରରେ ରଣନୈତିକ ପଦକ୍ଷେପ ମାଧ୍ୟମରେ ଗୋଷ୍ଠୀ ବିକାଶକୁ ତ୍ୱରାନ୍ୱିତ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏହି ପଦକ୍ଷେପଗୁଡ଼ିକ ଏହାର ପରିଚାଳନା କ୍ଷେତ୍ର ମଧ୍ୟରେ ଏବଂ ବାହାରେ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ସୂଚାଇଥାଏ ।