ଅସହାୟ ପ୍ରତାପଙ୍କୁ ସହାୟତାର ହାତ ବଢ଼ାଇଲେ କସ୍ତୁରୀ

 ନିମାପଡା : ସ୍ଥାନୀୟ ବ୍ଲକ୍ ଅନ୍ତର୍ଗତ ସଲଙ୍ଗ ଗ୍ରାମ ପଞ୍ଚାୟତ ଓଢୁଆଳ ଗ୍ରାମର ପ୍ରତାପ ରାଉତଙ୍କ ଅସହାୟତାର ଖବର ପାଇ ତାଙ୍କୁ ସହାୟତାର ହାତ ବଢାଇଛନ୍ତି ସମାଜ ସେବୀ କସ୍ତୁରୀ ବାଳା ସ୍ୱାଇଁ ।ଘଟଣାରୁ ଜଣାପଡିଛି ପ୍ରତାପ ଜଣେ ଦିନ ମଜୁରିଆ ଏବଂ ମଜୁରୀ ଲାଗିଲେ ତାଙ୍କ ପରିବାର ଚଳେ ।ପରିବାର ପାଇଁ ଅଧିକ କିଛି ରୋଜଗାର କରିବା ଆଶାରେ ଆଖ ପାଖ ଅଞ୍ଚଳରେ ଅନ୍ୟମାନଙ୍କ ନଡ଼ିଆ ଗଛରେ ଚଢି ନଡ଼ିଆ ତୋଳି କିଛି ମଧ୍ୟ ରୋଜଗାର କରିଥାଏ ।ଗତ ୩ବର୍ଷ ତଳେ ପ୍ରତାପ ନଡ଼ିଆ ଗଛରେ ଚଢି ନଡ଼ିଆ ତୋଳୁଥିବା ସମୟରେ ଗଛରୁ ପଡ଼ି ଗୋଡହାତ ଭାଙ୍ଗିଯାଇଥିଲା । ସେବେ ଠାରୁ ପ୍ରତାପ ଭିନ୍ନକ୍ଷମ ହୋଇ ହୁଇଲ୍ ଚେୟାର ତାର ସାହାରା ସାଜିଛି ।ପ୍ରତାପଙ୍କ ଘରେ ବୃଦ୍ଧ ବାପା,ମାଙ୍କ ସମେତ ପନôୀ ଓ ଦୁଇଟି ପିଲା ମଧ୍ୟ ରହିଛନ୍ତି ।ବାପା ପରମେଶ୍ୱର ରାଉତ ବୟସର ଅପରାହ୍ନରେ ରୋଗାକ୍ରାନ୍ତ ହେବା ସହ ଆଉ ଖଟି ପାରୁନାହାନ୍ତି ।ବାପା ଓ ମା ୬୦ ବର୍ଷ ଅତିକ୍ରାନ୍ତ କରିଥିଲେ ମଧ୍ୟ ଭତ୍ତା ତାଙ୍କ ପାଇଁ ସାତ ସପନ ପାଲଟିଛି ।ପ୍ରତାପଙ୍କ ପନôୀ ଯଶୋଦା ମୂଲ ମଜୁରୀ ଲାଗି ସମ୍ପୂର୍ଣ୍ଣ ପରିବାର ଚଳାଉଛନ୍ତି ।ଯାହା ଦୁଇ ପଇସା ରୋଜଗାର କରୁଛନ୍ତି ସେଥିରେ ପରିବାରକୁ ଦୁଇ ଓଳି ଦୁଇ ମୁଠା ଦାନା ଯୋଗାଇବା ଅସମ୍ଭବ ହୋଇ ପଡ଼ୁଛି ।ଆଉ ସ୍ୱାମୀଙ୍କ ଚିକିସôା କରିବାକୁ କୋଉଠୁ ବା ଆଣିବେ ଏତେ ଟଙ୍କା ।କିଛି ଦିନ ତଳେ ପ୍ରତାପଙ୍କ ଦୁଇ ପିଲା ପଖାଳ ଆଉ ପିଆଜ ଖାଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା ।ସେ ଦୃଶ୍ୟ ଦେଖି ସମାଜ ସେବୀ କସ୍ତୁରୀ ବାଳା ସ୍ୱାଇଁ ପ୍ରତାପଙ୍କ ପରିବାର ନିକଟରେ ପହଂଚି କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଖାଦ୍ୟ ଓ ବସ୍ତ୍ର ତାଙ୍କ ପରିବାରକୁ ପ୍ରଦାନ କରିଛନ୍ତି ।ଆଗକୁ ପ୍ରତାପଙ୍କ ଚିକିସôା କରାଇବା ସହ ତାଙ୍କ ଅସହାୟ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ବ୍ଲକ୍ ପ୍ରଶାସନକୁ ନିବେଦନ କରିଛନ୍ତି ।