ଦୁର୍ଦ୍ଦାନ୍ତ ଅପରାଧୀକୁ ଗୁଳି କରି ହତ୍ୟା
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଟେଣ୍ଡେର ଫିକ୍ସ ଚୋରା ବାଲି, ମଦକୁ ନେଇ ମୁଣ୍ଡ ଗଡିବ ବୋଲି ବିଭିର୍ଣ୍ଣ ଗଣମାଧ୍ୟମରେ ପୂର୍ବ ଅନୁମାନ କରାଯାଇଥିଲା । ଯାହାର ନଗ୍ନ ନମୁନା ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଓ କବିସୂର୍ଯ୍ୟନଗର ଥାନା ଇଲାକାରେ ଦୁଇ ଦିନରେ ଦୁଇଟି ମୁଣ୍ଡ ଗାଡିବାର ଦେଖିବାକୁ ମିଳିଛି । ପୁରୁଷୋତ୍ତମପୁର ଥାନା ଇଲାକାରେ ସିକୁଳା ଗ୍ରାମର ସୁମନ୍ତ ମହାପାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିଲା । ସୁମନ୍ତଙ୍କୁ ବ୍ରହ୍ମପୁର ଡାକ୍ତର ଖାନାରେ ଚିକିସôାଧୀନ ଅବସ୍ଥାରେ ମୃତୁ୍ୟ ଘଟିଥିଲା । ପଡୋଶୀ ଥାନା ଅଞ୍ଚଳର କବିସୂର୍ଯ୍ୟନଗର ଥାନା ଇଲାକାରେ ଦୁର୍ଦ୍ଧାନ୍ତ ଅପରାଧୀ ଲକ୍ଷ୍ମୀ ନାରାୟଣ ପାଇକରାୟକୁ ପଥରା ପଲ୍ଲୀ ଠାରେ ଅତି ନିକଟରୁ ଗୁଳି ମାରି ହତ୍ୟା କରାଯାଇଛି । ଲକ୍ଷ୍ମୀଙ୍କ ନାମରେ ପିର୍ବରୁ ବହୁ ସଙ୍ଗୀନ ମାମଲା ବିଭିନ୍ନ ଥାନା ଉଲାକାରେ ରହିଛି । ବର୍ତ୍ତମାନ ବିଭିନ୍ନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କାର ଠିକା କାମ ନେଇଥିବା ଆଲୋଚନା ହୋଇ ଆସୁଥିଲା । ନିସର୍ତ୍ତରେ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଚୋରା ବାଲି ଓ ମଦ ସାଙ୍ଗକୁ ଏବେ ସ୍ୱଳ୍ପ ଦିନ ହେଲା ବିଭିନ୍ନ ବିଭାଗରେ ଟେଣ୍ଡର ଫିକ୍ସ ହେଉଥିବା ସମ୍ପର୍କରେ ଖବର ପ୍ରକାଶ ହୋଇ ଆସୁଛି । ଟେଣ୍ଡର ଫିକ୍ସ ଓ ମଦ, ବାଲିକୁ ନେଇ ମୁଣ୍ଡ ଗଡିବା ସମ୍ଭାବନା ଆଜି ସତ ହୋଇଛି । ଯେ କୌଣସି ହତ୍ୟା ହେଲେ ସର୍ବ ପ୍ରଥମେ ପୂର୍ବ ଶତ୍ରୁତା ବୋଲି ପୋଲିସ ପକ୍ଷରୁ ସଫେଇ ଦିଆଯିବାର ନଜର ରହିଛି । ମାର୍ଚ୍ଚ ମାସ ଶେଷରେ ଦୁଇ ଦୁଇଟି ମୁଣ୍ଡ ଲଗାତାର ଗଡିବା ଆରମ୍ଭ ହେଲାଣି । ରାଜ୍ୟରେ ସମସ୍ତ ଜିଲ୍ଲାରେ ଚୋରା ବାଲି ଚାଲାଣ ଉପରେ ରୋକ ଲାଗିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଏବେବି ସ୍ଥାନୀୟ ନେତାଙ୍କ ଛତ୍ର ଛାୟା ତଳେ ରହି ବାଲି ମାଫିଆ ମାନେ କାରବାର ସୁରୁଖୁରୁରେ ଚଳାଉଥିବା ଚର୍ଚ୍ଚା ହୋଇଆସୁଛି । ଗଞ୍ଜାମ ଜିଲ୍ଲାରେ ଡିଜିପିଙ୍କ ଫର୍ମାନ କାର୍ଯ୍ୟକାରୀ ହେଉନାହିଁ । ଗଞ୍ଜାମ ଜିଲ୍ଲାରେ ଯେଉଁ ଦିନ ପର୍ଯ୍ୟନ୍ତ ଟେଣ୍ଡର ଫିକ୍ସ, ଚୋରା ବାଲି ଓ ମଦ ଉପରେ ରୋକ ନ ଲାଗିଲେ ଏଭଳି ମୁଣ୍ଡ ଗଡିବା ଲଗାତାର ଲାଗି ରହିବ ବୋଲି ଆଲୋଚନା ହେଲାଣି । ଗଞ୍ଜାମ ଜିଲ୍ଲାର ଦୁଇ ପୋଲିସ ଜିଲ୍ଲାରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ଜିଲ୍ଲାକୁ ଦକ୍ଷ ପୋଲିସ ଅଫିସର ମାନଙ୍କୁ ଅବସ୍ଥାପିତ ନକଲେ ପୁଣି ଗଞ୍ଜାମ ଜିଲ୍ଲା ସାରା ରାଜ୍ୟରେ କ୍ରାଇମ ସିଟିର ପୂର୍ବ ମାନ୍ୟତା ପାଇବ ବୋଲି ସଚେତନତ ମହଲରେ ଚର୍ଚ୍ଚା ହେଲାଣି ।